Popular News
ହିତାଧିକାରୀଙ୍କୁ ଉପେକ୍ଷା: ସହଯୋଗ କରୁନି ସେବା ସମବାୟ ସମିତି, ଚିନ୍ତାରେ ଦୁଗ୍ଧଚାଷୀ
ଟାଙ୍ଗୀ (ଖୋର୍ଦ୍ଧା): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ ଛାଞ୍ଚଗିରି ପଞ୍ଚାୟତର ନିମୈପୁର ଗ୍ରାମରେ ସରକାରଙ୍କ ଗୋପାଳନ (ଜି.ପି.ଆଇ.) ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହୋଇଛି। ଓଲସିଂହ ସେବା ସମବାୟ ସମିତିର ଟାଳଟୁଳ ନୀତି ଯୋଗୁଁ ଆର୍ଥିକ ଅନାଟନରେ ଗତି କରୁଥିବା ଗୋପାଳକମାନେ ଋଣ ସହାୟତାରୁ ବଞ୍ଚିତ ହେଉଛନ୍ତି। ମୁଖ୍ୟ ସମସ୍ୟା ଓ ଅଭିଯୋଗ: ସମିତି ସମ୍ପାଦକଙ୍କ ସଫେଇ ଓ ଚାଷୀଙ୍କ ଦାବି: ସମବାୟ ସମିତିର ସମ୍ପାଦକ ରଘୁନାଥ ବସନ୍ତରାୟଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଆବେଦନକାରୀମାନେ […]
ବାଗୁଡ଼ି ପାହାଡ଼ରୁ ମାସିକ ୬ କୋଟି ଟଙ୍କାର ପଥର ଲୁଟ୍; ପ୍ରଶାସନ ଓ ଖଣି ବିଭାଗ ନିଷ୍କ୍ରିୟ
ସୋର (ବାଲେଶ୍ୱର): ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳସ୍ଥିତ ବାଗୁଡ଼ି ପାହାଡ଼ରୁ ଅବୈଧ ଭାବେ ଖୁଲମ୍ଖୁଲା ପଥର ଲୁଟ୍ ଚାଲିଛି। ପଥର ମାଫିଆମାନେ ସକ୍ରିୟ ଥିବା ବେଳେ ଖଣି ବିଭାଗର ନିଷ୍କ୍ରିୟତା ଓ ଖାମଖିଆଲି ନୀତି ଯୋଗୁଁ ସରକାର ମାସକୁ ପ୍ରାୟ ୬ କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ଅବୈଧ କାରବାରର ଚିତ୍ର: ବିଭାଗୀୟ ଅଧିକାରୀଙ୍କ ସ୍ଥିତି:
ଅସ୍ତରଙ୍ଗରେ କେମିକାଲ କ୍ଷୀରର ମାୟାଜାଲ: ପାଉଡର ଗୋଳି ବିକ୍ରି ହେଉଛି ‘ଧଳା ବିଷ’
ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ପ୍ରସ୍ତୁତ ନକଲି ଓ ମିଶ୍ରିତ କ୍ଷୀର କାରବାର ବୃଦ୍ଧି ପାଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ କ୍ଷୀର ପାଉଡରକୁ ପାଣି ଓ ବିଭିନ୍ନ ରାସାୟନିକ ଦ୍ରବ୍ୟ ସହ ମିଶାଇ ‘ଖାଣ୍ଟି ଗାଈ କ୍ଷୀର’ ନାମରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ତରାସାହି ପରେ ଏବେ ଆଳସାହି କାରବାରର କେନ୍ଦ୍ରବିନ୍ଦୁ ସୂଚନା ଅନୁସାରେ, କିଛି ମାସ ତଳେ ତରାସାହି ଅଞ୍ଚଳରେ ଜଣେ […]
ଆତ୍ମନିର୍ଭରତାକୁ ଆହୁରି ମଜବୁତ କରିବା ଲକ୍ଷ୍ୟ; ଶିଳ୍ପକୁ ମିଳିବ ଡିଆର୍ଡିଓ କ୍ଷେପଣାସ୍ତ୍ର ପ୍ରଯୁକ୍ତି
ନୂଆଦିଲ୍ଲୀ: ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆର୍ଡିଓ ଦ୍ୱାରା ବିକଶିତ ସମସ୍ତ ପାରମ୍ପରିକ କ୍ଷେପଣାସ୍ତ୍ର ପ୍ରଣାଳୀର ପ୍ରଯୁକ୍ତି ଭାରତୀୟ ପ୍ରତିରକ୍ଷା ଶିଳ୍ପକୁ ହସ୍ତାନ୍ତର କରିବାକୁ ମଞ୍ଜୁରି ଦେଇଛନ୍ତି। ଫଳରେ ସେମାନେ ସେହି କ୍ଷେପଣାସ୍ତ୍ରର ଉତ୍ପାଦନ କରିପାରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏହି ପ୍ରଯୁକ୍ତି ହସ୍ତାନ୍ତର ପଦକ୍ଷେପ ଦ୍ୱାରା ଡିଆର୍ଡିଓର ଗବେଷଣା ଓ ବିକାଶ ପର୍ଯ୍ୟାୟରୁ କ୍ଷେପଣାସ୍ତ୍ର ପ୍ରଣାଳୀକୁ ବୃହତ୍ ଶିଳ୍ପ […]
ରାହୁଲ ଗାନ୍ଧୀଙ୍କ ଉପରେ ରାଗିଗଲେ ଶଙ୍କରାଚାର୍ଯ୍ୟ
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନୁସ୍ମୃତି ସମ୍ପର୍କିତ ବୟାନକୁ ନେଇ ଶଙ୍କରାଚାର୍ଯ୍ୟ ସ୍ବାମୀ ଅବିମୁକ୍ତେଶ୍ୱରାନନ୍ଦ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି।ସେ କହିଛନ୍ତି ଯେ, ମନୁସ୍ମୃତି ଏବଂ ସନାତନ ସାଂସ୍କୃତିକ ଚିନ୍ତାଧାରା ଉପରେ ରାହୁଲ ଗାନ୍ଧୀ ଦେଇଥିବା ବୟାନ ତାଙ୍କର ଘୋର ଅଜ୍ଞାନତା, ସନାତନ ପରମ୍ପରାପ୍ରତି ଦୁର୍ଭାବନା ପୂର୍ଣ୍ଣ ମାନସିକତାକୁ ପ୍ରକାଶ କରୁଛି। ଶଙ୍କରାଚାର୍ଯ୍ୟ ଧର୍ମ ବିରୋଧୀ ବୟାନ ନଦେବାକୁ ମଧ୍ୟ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ରାଜନୈତିକ ଲାଭ ପାଇବା ପାଇଁ ପ୍ରାଚୀନ ଧର୍ମଶାସ୍ତ୍ରର ଶ୍ଲୋକଗୁଡ଼ିକୁ […]
ସଙ୍କଟ ସମୟରେ ରୁଷିଆ ଭାରତର ସାଥୀ ହୋଇ ରହିବ: ପୁଟିନ
ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଇଥିଲେ। କ୍ରେମଲିନ ପକ୍ଷରୁ ଜାରି ବୟାନ ଅନୁସାରେ, ସାକ୍ଷାତ ସମୟରେ ରାଷ୍ଟ୍ରପତି ପୁଟିନ କହିଛନ୍ତି ଯେ, ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କ ରୁଷିଆ ଗସ୍ତ ଭାରତ ଓ ରୁଷିଆ ମଧ୍ୟରେ ଦଶନ୍ଧି ଧରି ରହିଆସିଥିବା ଦୃଢ଼ ସମ୍ପର୍କର ସ୍ତରକୁ ପ୍ରତିଫଳିତ କରୁଛି। ଏହା […]
ଚିନି ପାଇକାରୀ ଦର ୧୫% ହ୍ରାସ; ଖାଉଟିଙ୍କ ପାଇଁ ଆସିଛି କିଛିଟା ଆଶ୍ୱସ୍ତିର ଖବର
ନୂଆଦିଲ୍ଲୀ: ଚିନି ଦରକୁ ନେଇ ଖାଉଟିଙ୍କ ପାଇଁ ଆସିଛି କିଛିଟା ଆଶ୍ୱସ୍ତିର ଖବର। କେନ୍ଦ୍ର ସରକାର ୧୦ ଲକ୍ଷ ଟନ୍ ଅଶୋଧିତ ଚିନିର ଶୁଳ୍କମୁକ୍ତ ଆମଦାନିକୁ ଅନୁମତି ଦେବା ସହ ମହଜୁଦକାରୀଙ୍କ ଉପରେ କଡ଼ା ନଜର ରଖିବା ପରେ ପାଇକାରୀ ବଜାରରେ ଚିନି ଦର ପ୍ରାୟ ୧୫% ହ୍ରାସ ପାଇଛି। ତେବେ ପାଇକାରୀ ଦର କମିଥିଲେ ମଧ୍ୟ ଏହାର ପ୍ରଭାବ ଏପର୍ଯ୍ୟନ୍ତ ଖୁଚୁରା ବଜାରରେ ଦେଖିବାକୁ ମିଳିନାହିଁ। ଗତ ତିନି ଦିନ ମଧ୍ୟରେ କାରଖାନା ଦ୍ୱାର ଦର କ୍ୱିଣ୍ଟାଲ ପିଛା ପ୍ରାୟ ୮୦୦ ଟଙ୍କା କମିଛି। ବର୍ତ୍ତମାନ […]
ଇଦ୍-ଏ-ମିଲାଦ୍-ଉନ୍-ନବୀ ଅବସରରେ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା
ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଇଦ୍-ଏ-ମିଲାଦ୍-ଉନ୍-ନବୀ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ନାଗରିକ, ବିଶେଷକରି ମୁସଲିମ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ନିଜ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି ଯେ, ଇଦ୍-ଏ-ମିଲାଦ୍-ଉନ୍-ନବୀ ପବିତ୍ର ପର୍ବ ପୟଗମ୍ବର ମହମ୍ମଦଙ୍କ ମହାନ ଶିକ୍ଷା ଓ ଆଦର୍ଶକୁ ସ୍ମରଣ କରିବାର ଏକ ଅବସର। ତାଙ୍କ ଶିକ୍ଷା ଆମକୁ ପବିତ୍ର ଆଚରଣ ଓ କର୍ତ୍ତବ୍ୟନିଷ୍ଠାର ପଥରେ ଚାଲିବାକୁ ପ୍ରେରଣା ଦିଏ। ସେ କହିଛନ୍ତି, ପୟଗମ୍ବର […]
ଓଣମ୍ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶୁଭେଚ୍ଛା
ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଣମ୍ ଅବସରରେ ଦେଶବାସୀଙ୍କୁ, ବିଶେଷକରି ଭାରତ ଓ ବିଦେଶରେ ରହୁଥିବା କେରଳବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି, ନୂଆ ଫସଲ ଆସିବା ସମୟରେ ପ୍ରକୃତି ପ୍ରତି କୃତଜ୍ଞତା ପ୍ରକାଶର ଏକ ପର୍ବ ହେଉଛି ଓଣମ୍। ଏହା କେରଳର ସମୃଦ୍ଧ ସଂସ୍କୃତି ଓ ଭାଇଚାରାର ଭାବନାକୁ ପ୍ରତିଫଳିତ କରେ। ଓଣମ୍ ‘ବିବିଧତାରେ ଏକତା’ର ବାର୍ତ୍ତାକୁ ମଧ୍ୟ ଆହୁରି ମଜବୁତ କରେ। ନୌକା ଦୌଡ଼, ଲୋକନୃତ୍ୟ, ସଙ୍ଗୀତ ଓ କ୍ରୀଡ଼ା ଭଳି […]
🌟ଆଜିର ରାଶିଫଳ ୨୫ ଅଗଷ୍ଟ ୨୦୨୬
♈ ମେଷ ଆଜି ନୂଆ ଯୋଜନା ଆରମ୍ଭ କରିବାରେ ଦିନଟି ଅନୁକୂଳ। ପଢ଼ାଶୁଣା ଓ କାମରେ ଏକାଗ୍ରତା ବଢ଼ିବ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ପରିବାରରୁ ଭଲ ଖବର ମିଳିପାରେ। ♉ ବୃଷ ଧୈର୍ଯ୍ୟର ସହ କାମ କଲେ ଅଟକିଥିବା କାମ ଆଗକୁ ବଢ଼ିବ। ଆର୍ଥିକ ଦିଗରେ ସ୍ଥିରତା ରହିବ। ବନ୍ଧୁଙ୍କ ସହ ଭୁଲ ବୁଝାମଣା ହୋଇପାରେ, ତେଣୁ କଥାବାର୍ତ୍ତାରେ ସଂଯମ ରଖନ୍ତୁ। ♊ ମିଥୁନ ନୂଆ ତଥ୍ୟ ଓ ଅଭିଜ୍ଞତା ଆସନ୍ତାକାଲି ଆପଣଙ୍କୁ ଲାଭ ଦେବ। […]
