1 min read

ନେପାଳରେ ପୁଣି ଜଳପ୍ରଳୟ!

କାଠମାଣ୍ଡୁ: ନେପାଳର ଗୋର୍ଖା ଜିଲ୍ଲାରେ ବୁଢ଼ୀ ଗଣ୍ଡକୀ ନଦୀରେ ରବିବାର ପୁଣି ଥରେ ଭୟଙ୍କର ବନ୍ୟା ଆସି ବନ୍ୟାଜଳରେ ୬ଟି ସେତୁ ଭାସି ଯାଇଥିବାବେଳେ ୧୦ ଜଣ ଲୋକ ନିଖୋଜ ହୋଇଯାଇଛନ୍ତି। ଅନେକ ଜନବସତିରେ ବନ୍ୟାଜଳ ପଶିଯାଇ ଘରଦ୍ବାରା କ୍ଷତିଗ୍ରସ୍ତ ହୋଇଥିବାବେଳେ ଲୋକମାନେ ଭୟରେ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଛନ୍ତି। ପ୍ରଭାବିତ ଅଞ୍ଚଳ ରାଜଧାନୀ କାଠମାଣ୍ଡୁରୁ ପ୍ରାୟ ୧୮୪ କିଲୋମିଟର ଦୂରରେ ଅବସ୍ଥିତ।ବନ୍ୟା ଭୋର ୪ଟାରେ ଜିଲ୍ଲାର ଉତ୍ତର ଭାଗରେ ଆସିଥିଲା। ସୂଚନା ମୁତାବକ, ଗଣ୍ତକୀ ଜଳବିଦ୍ୟୁତ ପ୍ରକଳ୍ପ ମଧ୍ୟ କ୍ଷତିଗ୍ରସ୍ତ […]

1 min read

ଭାରତରେ ‘ଷ୍ଟାରଲିଙ୍କ’ ଆଣିବା ଜିଦ୍‌ରେ ଏଲନ୍ ମସ୍କ

ନୂଆଦିଲ୍ଲୀ :  ସ୍ପେସ୍ଏକ୍ସ ମୁଖ୍ୟ ଏଲନ୍ ମସ୍କ ଭାରତରେ ନିଜର ସାଟେଲାଇଟ୍ ଇଣ୍ଟରନେଟ୍ ସେବା ‘ଷ୍ଟାରଲିଙ୍କ’ ଆରମ୍ଭ କରିବା ପ୍ରସଙ୍ଗକୁ ପୁଣି ଥରେ ଉଠାଇଛନ୍ତି। ଭାରତୀୟ ବଜାରରେ ପ୍ରତିଯୋଗିତା ବଢ଼ିଲେ ସାଧାରଣ ଗ୍ରାହକଙ୍କୁ ଅଧିକ ବିକଳ୍ପ ମିଳିବ ଏବଂ ଏହାର ସିଧାସଳଖ ଲାଭ ଉପଭୋକ୍ତାଙ୍କୁ ମିଳିବ ବୋଲି ସେ କହିଛନ୍ତି। ଏହି ପ୍ରସଙ୍ଗରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ମସ୍କ। ଅମ୍ବାନୀଙ୍କ ସମର୍ଥକଙ୍କ ଯୁକ୍ତିକୁ ବିରୋଧାଭାସପୂର୍ଣ୍ଣ ବୋଲି କହିବା ସହ ମସ୍କ ଏହାକୁ ଅଯୌକ୍ତିକ […]

1 min read

ଆମେରିକା ନିଜ ଇଚ୍ଛାରେ ଧୀରେ ଧୀରେ ଏକାକୀ ଶକ୍ତିରେ ପରିଣତ ହେଉଛି : ଏସ୍. ଜୟଶଙ୍କର

ନୂଆଦିଲ୍ଲୀ : ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି ଯେ, ଆମେରିକାର ବଦଳୁଥିବା ଭୂମିକା ଓ ଚାଇନାର ବଢ଼ୁଥିବା ଶକ୍ତି ବିଶ୍ୱ ବ୍ୟବସ୍ଥାକୁ ପ୍ରଭାବିତ କରୁଛି। ତାଙ୍କ ଅନୁସାରେ, ଆମେରିକା ନିଜ ଇଚ୍ଛାରେ ଧୀରେ ଧୀରେ ଏକାକୀ ଶକ୍ତିରେ ପରିଣତ ହେଉଛି । ଜୟଶଙ୍କର କହିଛନ୍ତି, ବର୍ତ୍ତମାନର ଅନ୍ତର୍ଜାତୀୟ ବ୍ୟବସ୍ଥା ଆମେରିକା–ଚାଇନା ମଧ୍ୟରେ ବଢୁଥିବା ତୀବ୍ର ପ୍ରତିଯୋଗିତା, […]

1 min read

ଜାତିସଂଘରେ ପାକିସ୍ତାନ ବିରୋଧରେ ବର୍ଷିଲେ କାଶ୍ମୀରୀ ମହିଳା

ଜେନେଭା: ପାକିସ୍ତାନ-ଅଧିକୃତ କାଶ୍ମୀର (ପିଓକେ)ରେ ମାନବାଧିକାର ଓ ନାଗରିକ ଅଧିକାର ସ୍ଥିତିକୁ ନେଇ ଜାତିସଂଘ ମାନବାଧିକାର ପରିଷଦରେ ଆପତ୍ତି ଉଠାଇଛନ୍ତି ଜମ୍ମୁ-କାଶ୍ମୀରର ସାମାଜିକ କର୍ମୀ ତସଲିମା ଅଖତର। ଜେନେଭାରେ ଚାଲିଥିବା ଜାତିସଂଘ ମାନବାଧିକାର ପରିଷଦର ୬୩ତମ ଅଧିବେଶନରେ ସେ ପିଓକେରେ ଚାଲିଥିବା ପ୍ରତିବାଦ ଓ ଏହା ବିରୋଧରେ ସୁରକ୍ଷା ବାହିନୀର ପ୍ରତିକ୍ରିୟା ନେଇ ଚିନ୍ତା ପ୍ରକଟ କରିଥିଲେ। ଅଖତର କହିଥିଲେ ଯେ, ପିଓକେରେ ନାଗରିକମାନେ ମୌଳିକ ଅଧିକାର ଓ ନାଗରିକ ସୁବିଧା ଦାବି କରି ଆନ୍ଦୋଳନ କରୁଛନ୍ତି। […]

1 min read

ମହାକାଶରେ ଚୀନ୍‌ର ‘ଦିତିଙ୍ଗ’, ଶୁଣିବ ପୃଥିବୀର ରେଡିଓ ସିଗନାଲ

ବେଜିଂ: ମହାକାଶରେ ନିଜର ‘କାନ’ ନିୟୋଜିତ କରିଛି ଚୀନ୍। ଜିଉକ୍ୱାନ୍ ସାଟେଲାଇଟ୍ ଲଞ୍ଚ୍ ସେଣ୍ଟରରୁ ଲିଜିଆନ୍-୧ ୱାଇ-୧୮ ରକେଟ୍ ଜରିଆରେ ମୋଟ ୯ଟି ଉପଗ୍ରହ ଉତ୍‌କ୍ଷେପଣ କରାଯାଇଛି। ଏଥିରେ ‘ଦିତିଙ୍ଗ-୦୧’ର ତିନୋଟି ଉପଗ୍ରହ ରହିଛି। ଉପଗ୍ରହଗୁଡ଼ିକ ସଫଳତାର ସହ ନିର୍ଦ୍ଧାରିତ କକ୍ଷପଥରେ ପ୍ରବେଶ କରିଛନ୍ତି। ଚୀନ୍‌ର ପୌରାଣିକ କାହାଣୀର ଏକ ରହସ୍ୟମୟ ପ୍ରାଣୀ ‘ଦିତିଙ୍ଗ’ ନାମରେ ଏହି ଉପଗ୍ରହଗୁଡ଼ିକର ନାମକରଣ କରାଯାଇଛି। ପୌରାଣିକ ବର୍ଣ୍ଣନା ଅନୁସାରେ, ଦିତିଙ୍ଗ କେବଳ ଶବ୍ଦ ଶୁଣି ବସ୍ତୁ ଚିହ୍ନଟ କରିପାରୁଥିଲା। ସେହି […]

1 min read

ଇଟାଲୀର ସ୍କୁଲ୍‌ରେ ବୁର୍ଖା-ନିକାବ ଉପରେ ବ୍ୟାନ୍‌ ପ୍ରସ୍ତାବ, ବିଦେଶୀ ଛାତ୍ର ସଂଖ୍ୟା ମଧ୍ୟ ସୀମିତ ହେବ

ରୋମ୍: ଇଟାଲୀର ସ୍କୁଲ୍‌ଗୁଡ଼ିକରେ ବୁର୍ଖା ଓ ନିକାବ ପିନ୍ଧିବା ଉପରେ ନିଷେଧ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି। ସେପ୍ଟେମ୍ବର ୨୦, ୨୦୨୬ରେ ଏକ ଦଳୀୟ ଯୁବ ସମାବେଶରେ ମେଲୋନି କହିଥିଲେ ଯେ ଏ ସମ୍ପର୍କିତ ପ୍ରସ୍ତାବ ଖୁବଶୀଘ୍ର ମନ୍ତ୍ରିମଣ୍ଡଳରେ ଆଗତ ହେବ। ତେବେ ଏହା ଏଯାବତ୍‌ ଆଇନରେ ପରିଣତ ହୋଇନାହିଁ; ଆଗାମୀ ବିଧାନ ପ୍ରକ୍ରିୟା ଶେଷ ହେବା ପରେ ହିଁ ଏହା କାର୍ଯ୍ୟକାରୀ ହୋଇପାରିବ। ମେଲୋନିଙ୍କ ପ୍ରସ୍ତାବରେ କେବଳ ବୁର୍ଖା ଓ ନିକାବ ଉଲ୍ଲେଖ […]

1 min read

ରୁଷ ତେଲ କିଣା ସହ ସାଲିସ କରିବନି ଭାରତ

ନୂଆଦିଲ୍ଲୀ: ରୁଷରୁ ଅଶୋଧିତ ତେଲ କିଣିବା ପ୍ରସଙ୍ଗରେ ଭାରତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି। ଆମେରିକାର ସମ୍ଭାବ୍ୟ ଚାପ ସତ୍ତ୍ୱେ ଦେଶର ଶକ୍ତି ସୁରକ୍ଷା ଓ ଆର୍ଥିକ ସ୍ୱାର୍ଥକୁ ଆଧାର କରି ତେଲ ଆମଦାନି ନେଇ ନିଷ୍ପତ୍ତି ନିଆଯିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ରୁଷରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ଶୁଳ୍କ ଲଗାଇବାର କ୍ଷମତା ଆମେରିକୀୟ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିବା ସମ୍ପର୍କିତ ଏକ ବିଲ୍‌ ଆମେରିକୀୟ କଂଗ୍ରେସରେ ପାରିତ […]

1 min read

ଗ୍ଲୋବାଲ ସାଉଥକୁ ନିୟମ ନିର୍ଦ୍ଧାରକ ହେବାକୁ ପଡ଼ିବ: ମୋଦୀ

ନୂଆଦିଲ୍ଲୀ, (ପିପିଏସ): ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା ପାଇଁ ଗ୍ଲୋବାଲ ସାଉଥକୁ କେବଳ ନିଷ୍ପତ୍ତିର ପ୍ରଭାବିତ ନୁହେଁ, ବରଂ ‘ନିୟମ ନିର୍ଦ୍ଧାରକ’ ହେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ନୂଆଦିଲ୍ଲୀରେ ଶନିବାର ଦୁଇଦିନିଆ ବ୍ରିକ୍ସ ଶିଖର ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନରେ ସେ ଏହା କହିଛନ୍ତି। ମୋଦୀ କହିଛନ୍ତି, ବ୍ରିକ୍ସ ବିଶ୍ୱ ମଞ୍ଚରେ ଏକ ସ୍ୱତନ୍ତ୍ର ପରିଚୟ ଗଢ଼ିଛି। ଏହି ଗୋଷ୍ଠୀ କାହା ବିରୋଧରେ ନୁହେଁ। ବରଂ ସମସ୍ତ ଦେଶର ସ୍ୱରକୁ ସମାନ ଗୁରୁତ୍ୱ ଦେଇ ସହଯୋଗ […]

1 min read

ଚୀନ୍‌ ବନ୍ଦରରେ ମାଲବାହୀ ଜାହାଜରେ ନିଆଁ ଲାଗିଲା: ୨୦ ମୃତ

ବେଜିଂ: ଚୀନ୍‌ର ଏକ ବନ୍ଦରରେ ଏକ ମାଲବାହୀ ଜାହାଜରେ ନିଆଁ ଲାଗିବା ଯୋଗୁ ୨୦ ଜଣ ଲୋକଙ୍କରମୃତ୍ୟୁ ହୋଇଥିବାବେଳେ ୫ ଜଣ ନିଖୋଜ ଅଛନ୍ତି। ଜାହାଜଟି ଉତ୍ତର-ପୂର୍ବ ଚୀନ୍ ଉପକୂଳରେ ଥିବା ଏକପ୍ରମୁଖ ଜାହାଜ ଚଳାଚଳ କେନ୍ଦ୍ର କ୍ୱିଂଡାଓ ବନ୍ଦରରେ ବେହାଇ ଜାହାଜ ନିର୍ମାଣ କମ୍ପାନିରେ ମରାମତି ପାଇଁଡକିଂ କରାଯାଇଥିଲା। ଟ୍ରାକିଂ ୱେବସାଇଟ୍ ଫାଇଣ୍ଡର ଅନୁଯାୟୀ, ସିନହୁଆ ସମାଚାର ଏଜେନ୍ସି ଦ୍ୱାରାପ୍ରକାଶିତ ଏକ ଫଟୋରେ ଜାହାଜଟି ‘ଓସେନ୍ ମେଲୋଡି’ ବୋଲି ଚିହ୍ନଟ କରାଯାଇଛି। ଲାଇବେରିଆ ପତାକାବହନ କରୁଥିବା ଜାହାଜରେ ୪୨ […]

1 min read

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ସି ଜିନପିଙ୍ଗ

ନୂଆଦିଲ୍ଲୀ/ବେଜିଂ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତ କରିବେ। ନୂଆଦିଲ୍ଲୀରେ ସେପ୍ଟେମ୍ବର ୧୨ ଓ ୧୩ରେ ଆୟୋଜିତ ହେବାକୁ ଥିବା ୧୮ତମ ବ୍ରିକ୍ସ ସମ୍ମିଳନୀରେ ସେ ଯୋଗଦେବେ। ଚାଇନା ବୈଦେଶିକ ମନ୍ତ୍ରଣାଳୟ ସି ଜିନପିଙ୍ଗଙ୍କ ଭାରତ ଗସ୍ତ ନେଇ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରିଛି। ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମରେ ଦୁଇଦିନିଆ BRICS ସମ୍ମିଳନୀ ଅନୁଷ୍ଠିତ ହେବ। ପ୍ରାୟ ୭ ବର୍ଷ ପରେ ସି ଜିନପିଙ୍ଗ ଭାରତ ଗସ୍ତ କରୁଥିବାରୁ […]