ପ୍ରମୁଖ ଖବର
ପୁଣି ବନ୍ଦ ହେଲା କୋଦଳା ଏନଏସି ଶୌଚାଳୟ, ଜନସାଧାରଣ ହନ୍ତସନ୍ତ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅଧୀନରେ ଥିବା ସାର୍ବଜନୀନ ଶୌଚାଳୟ ପୁଣିଥରେ ବନ୍ଦ ହୋଇପଡ଼ିଛି। ପୂର୍ବରୁ ମଧ୍ୟ ଏହି ଶୌଚାଳୟ ବନ୍ଦ ରହିଥିବା ନେଇ ଖବର ପ୍ରସାରଣ ହେବା ପରେ ଏହାକୁ ଖୋଲାଯାଇଥିଲା। ହେଲେ କିଛି ଦିନ ପରେ ପୁଣି ତାଲା ଝୁଲିବା ଘଟଣା ଏନଏସିର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଛି। ସାର୍ବଜନୀନ ଶୌଚାଳୟ ବନ୍ଦ ରହିବା ଯୋଗୁଁ ଦୈନନ୍ଦିନ କାମରେ ଆସୁଥିବା ଲୋକ, ଯାତ୍ରୀ ଏବଂ ବିଶେଷକରି ମହିଳାମାନେ ଅସୁବିଧାର ସମ୍ମୁଖୀନ ହେବା […]
ହସିନାଙ୍କୁ ହାତକଡ଼ି ପିନ୍ଧାଇ ଆଣିବୁ: ବାଂଲାଦେଶୀ ବୈଦେଶିକ ମନ୍ତ୍ରୀ
ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ତାଙ୍କ ଦେଶକୁ ଫେରିବା ନେଇ ବିବାଦ ବୃଦ୍ଧି ପାଇଛି। ଡିସେମ୍ବର ୧୬ ତାରିଖରେ ହାସିନା ବାଂଲାଦେଶ ଫେରିବାକୁ ତାଙ୍କର ଇଚ୍ଛା ପ୍ରକାଶ କରିଛନ୍ତି। ଏହି ତାରିଖକୁ ବାଂଲାଦେଶର ବିଜୟ ଦିବସ ଭାବରେ ପାଳନ କରାଯାଏ। ୧୬ ଡିସେମ୍ବର ୧୯୭୧ରେ ପାକିସ୍ତାନୀ ସେନା ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରିଥିଲା। ଏହାପରେ ବାଂଲାଦେଶ ଏକ ସ୍ବତନ୍ତ୍ର ଦେଶ ହୋଇଥିଲା। ତେବେ ବାଂଲାଦେଶ ସରକାର ସ୍ପଷ୍ଟ କରିଛନ୍ତି ଯେ, ତାଙ୍କୁ ଜଣେ ସାଧାରଣ ଯାତ୍ରୀ ଭାବରେ ଦେଶରେ ପ୍ରବେଶ […]
୬ ବର୍ଷ ପରେ ହାତ ମିଳାଇଲେ ବିଜେପି – ଅକାଳୀ ଦଳ
ଚଣ୍ଡୀଗଡ : ପଞ୍ଜାବ ନିର୍ବାଚନ ପୂର୍ବରୁ ବଦଳିଗଲା ରାଜନୈତିକ ଚିତ୍ର। ଦୀର୍ଘ ୬ ବର୍ଷର ବ୍ୟବଧାନ ପରେ ପୁଣି ହାତ ମିଳାଇଲେ ବିଜେପି ଓ ଶିରୋମଣି ଅକାଳୀ ଦଳ। ଗୁରୁ ନାନକ ଦେବଙ୍କ ଜୟନ୍ତୀ ଅବସରରେ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରୁ ହେଲା ଏହି ବଡ଼ ଘୋଷଣା। ବିଜେପି ଅଧ୍ୟକ୍ଷ ନିତିନ ନବୀନ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ଉପସ୍ଥିତିରେ ମେଣ୍ଟ ଉପରେ ମୋହର ଲାଗିଛି। ମେଣ୍ଟ ଘୋଷଣା କରି […]
ଓସ୍କାର ଯୋଗ୍ୟତା ତାଲିକାରେ ‘ଗୋନ୍ଧଲ’
ନୂଆଦିଲ୍ଲୀ : ୨୦୨୭ ମସିହାର ଓସ୍କାର ପୁରସ୍କାର ପାଇଁ ଭାରତର ଅଫିସିଆଲ୍ ଏଣ୍ଟ୍ରି ଭାବେ ମନୋନୀତ ଚଳଚ୍ଚିତ୍ର ‘ଗୋନ୍ଧଲ’ ଅନ୍ତର୍ଜାତୀୟ ସ୍ତରରେ ଆଉ ଏକ ପାଦ ଆଗକୁ ବଢ଼ାଇଛି । ଏକାଡେମୀର ‘ଅନ୍ତର୍ଜାତୀୟ ଫିଚର ଫିଲ୍ମ’ ବର୍ଗରେ ଯୋଗ୍ୟ ବିବେଚିତ ୧୦୪ଟି ଚଳଚ୍ଚିତ୍ର ମଧ୍ୟରେ ଏହା ସ୍ଥାନ ପାଇଛି । ତେବେ ଏହି ତାଲିକାରେ ସ୍ଥାନ ମିଳିବା ଅର୍ଥ ଓସ୍କାର ମନୋନୟନ ସୁନିଶ୍ଚିତ ହେବା ନୁହେଁ । ଏଥିପାଇଁ ଫିଲ୍ମକୁ ଆହୁରି କିଛି କଠିନ ପର୍ଯ୍ୟାୟ ଅତିକ୍ରମ କରିବାକୁ […]
ନେପାଳରେ ୫.୩ ତୀବ୍ରତାର ଭୂକମ୍ପ
କାଠମାଣ୍ଡୁ/ନୂଆଦିଲ୍ଲୀ : ମଙ୍ଗଳବାର ସକାଳେ ନେପାଳର କୋଶୀ ପ୍ରଦେଶରେ ୫.୩ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ଏହାର କେନ୍ଦ୍ରସ୍ଥଳ ନେପାଳର ‘ଲେଲେପ’ ଅଞ୍ଚଳରେ ଥିଲା ଏବଂ ଏହାର ଗଭୀରତା ୧୦ କିଲୋମିଟର ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ, ଭାରତର ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ଏହି ଭୂକମ୍ପର ତୀବ୍ରତା ୫.୩ ଥିବାବେଳେ ଏହାର ଗଭୀରତା ୨୦ କିଲୋମିଟର ରହିଥିଲା।NCS ର ସୂଚନା ଅନୁଯାୟୀ, ଏହାର କେନ୍ଦ୍ରସ୍ଥଳ ସିକ୍କିମର ୟୁକସମ ଠାରୁ […]
ପିତାମାତାଙ୍କୁ ଅବହେଳା କଲେ ୩ ବର୍ଷ ଜେଲଦଣ୍ଡ
ତିରୁଭାନନ୍ତପୁରମ୍: କେରଳମ୍ ମୁଖ୍ୟମନ୍ତ୍ରୀ ଭି.ଡି. ସତୀସନ୍ ଘୋଷଣା କରିଛନ୍ତି ଯେ, ଯେଉଁ ପିଲାମାନେ ସେମାନଙ୍କ ପିତାମାତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ହୁଅନ୍ତି ଏବଂ ପରେ ସେମାନଙ୍କୁ ଅବହେଳା କରନ୍ତି କିମ୍ବା ନିର୍ଯାତନା ଦିଅନ୍ତି, ସେମାନଙ୍କୁ ତିନି ବର୍ଷ ଜେଲଦଣ୍ଡ ଦିଆଯିବ। ରାଜ୍ୟ ବିଧାନସଭାବୃଦ୍ଧଙ୍କ ଯତ୍ନ ଏବଂ ସୁରକ୍ଷା ପାଇଁ ଏକ ନୂତନ ବିଲ୍ ପାସ୍ କରିଛି, ଯେଉଁଥିରେ ଏହି ବ୍ୟବସ୍ଥା ଅନ୍ତର୍ଭୁକ୍ତ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ବିଲ୍ ଅକ୍ଟୋବର ୨୬ ତାରିଖରେ ଗୃହୀତ ହୋଇଥିଲା। ପଥାନାପୁରମର ଗାନ୍ଧୀ […]
ଆଜିଠୁ ଐତିହାସିକ କଟକ ବାଲିଯାତ୍ରା, ଉଦଘାଟନ କରିବେ ରାଷ୍ଟ୍ରପତି
ବାଲିଯାତ୍ରାକୁ ଜଗିବେ ୭୦ ପ୍ଲାଟୁନ୍ ଫୋର୍ସ୧୨୦୦ ସିସିଟିଭି, ୧୦୦ AI କ୍ୟାମେରାରେ ନଜର କଟକ: ଆଜି ନଭେମ୍ବର ୨୪ ତାରିଖରୁ ଆରମ୍ଭ ହେବ କଟକର ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା। ଚଳିତ ବର୍ଷ ପ୍ରଥମ ଥର ପାଇଁ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ମେଳାର ଉଦ୍ଘାଟନ କରିବେ। ଏଥିପାଇଁ କଟକ ସହର ଉତ୍ସବମୁଖର ହୋଇପଡିଛି। ମହାନଦୀ କୂଳରେ ଥିବା ବାଲିଯାତ୍ରା ପଡ଼ିଆକୁ ସଜାଇବା ସହ ଚାଲିଛି ଶେଷ ପର୍ଯ୍ୟାୟ ପ୍ରସ୍ତୁତି। ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ […]
ବିଦ୍ୟାଭାରତୀ ଚାକିରିରୁ ସସପେଣ୍ଡ୍
ଭୁବନେଶ୍ୱର : ଚାକିରିରୁ ନିଲମ୍ବିତ ହେଲେ ବିଦ୍ୟାଭାରତୀ ପଣ୍ଡା। ବିଦ୍ୟାଭାରତୀଙ୍କୁ ସସପେଣ୍ଡ ନେଇ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକଙ୍କ ପକ୍ଷରୁ ନିଲମ୍ବନ ଆଦେଶ ଜାରି ହୋଇଛି। ପାରଳାଖେମୁଣ୍ଡି ଆଇଆଇସି ଏବଂ ଏସଡିଜେଏମ୍ କୋର୍ଟଙ୍କ ଚିଠି ଆଧାରରେ ହୋଇଛି କାର୍ଯ୍ୟାନୁଷ୍ଠାନ। ବିଦ୍ୟାଭାରତୀ କୋର୍ଟରେ ଆତ୍ମସମର୍ପଣ କରିବା ଦିନଠାରୁ ନିଲମ୍ବନ ଆଦେଶ ଲାଗୁ ହୋଇଛି। ଏଥିସହ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ। ବହୁଚର୍ଚ୍ଚିତ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାରେ ଗତ ୨ ତାରିଖରେ […]
ଅଢ଼େଇ ବର୍ଷରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ୭୦୬ ସରକାରୀ ବାବୁ
ଭୁବନେଶ୍ୱର : ବିଧାନସଭା ଶୀତ ଅଧିବେଶନରେ ସୋମବାର ପ୍ରତାପ କେଶରୀ ଦେବଙ୍କ ଏକ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତରରେ ରାଜ୍ୟବାସୀଙ୍କୁ ଏକ ବଡ଼ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତରରେ କହିଛନ୍ତି, ୨୦୨୪ ଜୁନ ୧୨ ତାରିଖରୁ ୨୦୨୬ ନଭେମ୍ବର ୧୫ ତାରିଖ ସୁଦ୍ଧା ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ(ଭିଜିଲାନ୍ସ) ପକ୍ଷରୁ ଅଢ଼େଇ ବର୍ଷ ମଧ୍ୟରେ ୧୪୧ଟି ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରାଯାଇଛି। ସେହିପରି ୨୩୭ଟି ଫନ୍ଦି ମାମଲା ରହିଛି। ୧୪୭ଟି ଅର୍ଥ ତୋଷରପାତ […]
ଭାରତ-ନେପାଳ ମଧ୍ୟରେ ୮ MOU
ନୂଆଦିଲ୍ଲୀ : ଭାରତ ଓ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ନୂଆ ଗତି ଦେବା ଲକ୍ଷ୍ୟରେ ସୋମବାର ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ମଧ୍ୟରେ ବ୍ୟାପକ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ୨୦୨୬ ମାର୍ଚ୍ଚରେ ନେପାଳ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ବାଲେନ ଶାହଙ୍କ ଏହା ପ୍ରଥମ ଦ୍ୱିପାକ୍ଷିକ ବିଦେଶ ଗସ୍ତ। ଦୁଇ ଦିନିଆ ରାଜକୀୟ ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ୮ଟି ଗୁରୁତ୍ୱପୂର୍ଣ୍ଣ […]
