1 min read

ସଫେଇ ନାଁରେ ୩.୫୦ ଲକ୍ଷ ଖର୍ଚ୍ଚ, ତଥାପି ଗାଁ ଗାଁରେ ଅଳିଆ ପାହାଡ଼ ! 

ବ୍ରହ୍ମପୁର -: ଗାଁର ସ୍ୱଚ୍ଛତା ପାଇଁ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା, ହେଲେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ତାଳସର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଦେଖିବାକୁ ମିଳୁଛି କୁଢ଼ କୁଢ଼ ଅଳିଆ ଆବର୍ଜନା । ଅର୍ଥ ଖର୍ଚ୍ଚ ହେଉଥିବା ସତ୍ତ୍ୱେ ପଞ୍ଚାୟତର ସଫେଇ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପଟେ, ପଞ୍ଚାୟତ ଉପରେ ନିର୍ଭର ନକରି ହଂସତୂଳୀ ଗ୍ରାମବାସୀ ନିଜ ଉଦ୍ୟମରେ ସଫେଇ କରିଛନ୍ତି। ଗୁରୁବାର ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଗାଁର ବିଭିନ୍ନ ସ୍ଥାନରେ ସଫେଇ କରାଯାଇଛି। […]

1 min read

ଘୋଷଣା ଅଛି, ବିକାଶ ନାହିଁ 

ପଂଚାୟତ ନିର୍ବାଚନ ହେବ କି ଅଗ୍ନି ପରୀକ୍ଷା  ଅସ୍ତରଙ୍ଗ :- ଗାଁରେ ବିକାଶ କେଉଁଠି? ଘୋଷଣା ହେଲା, ଶିଳାନ୍ୟାସ ହେଲା, ହେଲେ ଲୋକଙ୍କ ସମସ୍ୟା ସମାଧାନ ହେଲା କି? ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀରେ ଏବେ ଏହି ପ୍ରଶ୍ନ ହିଁ ସବୁଠୁ ବଡ ହୋଇଛି। ରାଜ୍ୟରେ ସରକାର ବଦଳିଛି, ହେଲେ ଗାଁ ଲୋକଙ୍କ ଜୀବନରେ କେତେ ପରିବର୍ତ୍ତନ ଆସିଛି ତାର ହିସାବ ନେବାକୁ ଭୋଟର ଅପେକ୍ଷା କରିଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନରେ ବିକାଶର ଦାବି ଓ […]

1 min read

ବନ୍ଦ ହେଲା ବୈତରଣୀ ନଦୀର ଶାଖା କାଣୀ ନଦୀର ମୁହଁ, ବିପଦରେ ଧାମନଗର ଓ ଚାନ୍ଦବାଲିର ଅନେକ ପଞ୍ଚାୟତ

ଧାମନଗର : ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଦେଇ ପ୍ରବାହିତ ବୈତରଣୀ ନଦୀର ଶାଖା ନଦୀ କାଣୀ ଓ କୋଚିଳାକୁ ନେଇ ଏବେ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି। କାଣୀ ନଦୀର ମୁହଁରେ ପଥର ପକାଇ ଜଳ ପ୍ରବାହର ରାସ୍ତା ବନ୍ଦ କରାଯାଇଥିବା ଅଭିଯୋଗକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହା କେଉଁ ଉଦ୍ଦେଶ୍ୟରେ ଓ କାହା ସ୍ୱାର୍ଥରେ କରାଯାଇଛି, ତାହାକୁ ନେଇ ଜନସାଧାରଣଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। […]

1 min read

୧୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ, ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତି

ଭୁବନେଶ୍ବର: ଓଡ଼ିଶାକୁ ଆସୁଛି ପୁଣି ଏକ ବଡ଼ ବର୍ଷା। ୨୭ରେ କମ୍ ଆଉ ୨୮ ଓ ୨୯ରେ ନିର୍ଦ୍ଧୁମ ଛେଚିବ। ଦକ୍ଷିଣରେ ବୁଡ଼ାଇପାରେ, ଉପକୂଳରେ ଉଜାଡ଼ିପାରେ। ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଆଗକୁ ଡିପ୍ରେସନ୍ ଓ ପରେ ବାତ୍ୟାର ରୂପ ନେବାକୁ ଯାଉଥିବା ବେଳେ ଏପଟେ ୩ ଦିନ ଧରି ରାଜ୍ୟରେ ଭୀଷଣ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଭୁବନେଶ୍ବର ମେଟ୍ ଅଫିସ ସ୍ପଷ୍ଟ କରିଛି, ଏବେ ସୁଦ୍ଧା ସମ୍ଭାବ୍ୟ ବାତ୍ୟାର ଗତିପଥ କିମ୍ବା ଲାଣ୍ଡଫଲ୍ […]

1 min read

 ଝଲସୁଛି ରୌପ୍ୟନଗରୀ

କଟକ: ରୌପ୍ୟନଗରୀ କଟକର ଦଶହରା ଆୟୋଜନ ବିଶ୍ବ ପ୍ରସିଦ୍ଧ। ଦଶହରା ସମୟରେ ସୁନା ଓ ଚାନ୍ଦିର ମେଢ଼ ପ୍ରସ୍ତୁତି ପରମ୍ପରା କେବଳ ଦେଶରେ ନୁହେଁ, ବିଶ୍ବରେ ବିରଳ। ଚଳିତ ବର୍ଷ କଟକରେ ୩୬ଟି ଚାନ୍ଦି ମେଢ଼ରେ ମା’ ଦୁର୍ଗା ଓ ମହାଦେବ ପୂଜା ପାଉଥିବା ବେଳେ ୯ଟି ମଣ୍ଡପରେ ମେଢ଼ ଓ ଅଳଙ୍କାରରେ ସୁନା ବ୍ୟବହାର ହେଉଛି। ସୁନା, ଚାନ୍ଦିର ବ୍ୟବହାର ଦୃଷ୍ଟିରୁ ବିଚାର କଲେ କଟକ ଦଶହରା ସବୁଠୁ ବ୍ୟୟବହୁଳ ପୂଜା ଭାବେ ସାରା ଦେଶ ଏମିତିକି ବିଶ୍ବରେ […]

1 min read

ଭୁବନେଶ୍ୱର ବିମାନବନ୍ଦରରୁ ୮.୫ କେଜି ମାରିଜୁଆନା ଜବତ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜି ପୁଣି  ଜବତ ହୋଇଛି ୮ କିଲୋ ୫୦୦ ଗ୍ରାମର ହାଇଡ୍ରୋପୋନିକ ଗଞ୍ଜେଇ (ମରିଜୁଆନା) । ବ୍ୟାଙ୍କ୍‌କକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବା ମାତ୍ରେ ପୁଣି ଆରମ୍ଭ ହୋଇଗଲା  ଦାମୀ ବିଦେଶୀ ଗଞ୍ଜେଇ ଚାଲାଣ। ମାରିଜୁଆନା ଚାଲାଣ ଅଭିଯୋଗରେ ରାଜ୍ୟ ବାହାରର ୩ ଅଟକ ରଖିଛି DRI ଏବଂ କଣ୍ଟମ୍‌ସ ବିଭାଗ। ସମସ୍ତ ଅଭିଯୁକ୍ତ ପଶ୍ଚିମବଙ୍ଗର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ଛି। ​​​​​ପୂର୍ବରୁ ୧୭ ତାରିଖରେ ଭୁବନେଶ୍ବର ଏୟାରପୋର୍ଟରୁ ରାଜସ୍ୱ […]

1 min read

ଭସାଣ ଶୋଭାଯାତ୍ରାରେ ଡିଜେ ଗାଡ଼ି ମନା

ଭୁବନେଶ୍ୱର  : ଭସାଣ ଶୋଭାଯାତ୍ରାରେ ଡିଜେକୁ ନାଁ। ଯିଏ ଡିଜେ ଆଣିବ ହେବ କଡା କାର୍ଯ୍ୟାନୁଷ୍ଠାନ। ମଣ୍ଡପରୁ ମୂର୍ତ୍ତି ବାହାରିବା ସମୟରେ କେହି ଡିଜେ ଗାଡ଼ି ନେଇ ଯାଇପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଭୁବନେଶ୍ୱର ଡିସିପି। ରାତି ୧୦ଟା ପରେ ଉଚ୍ଚ ଶବ୍ଦରେ ମ୍ୟୁଜିକ୍ ବଜାଇବା ଉପରେ ସୁପ୍ରିମକୋର୍ଟଙ୍କ କଟକଣା ରହିଛି। ଏହି ନିୟମକୁ ଉଲ୍ଲଂଘନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବ ବୋଲି ଚେତାବନୀ ଦିଆଯାଇଛି।  ଭସାଣ ଶୋଭାଯାତ୍ରା ସମୟରେ […]

1 min read

ଭଦ୍ରକ ସହରରେ ଦୁର୍ଗାପୂଜା-୨୦୨୬ ଆୟୋଜନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭଦ୍ରକ- ଭଦ୍ରକ ସହରରେ ଦୁର୍ଗାପୂଜା-୨୦୨୬କୁ ଶାନ୍ତିଶୃଙ୍ଖଳା, ସୁରକ୍ଷା ଓ ସୁବ୍ୟବସ୍ଥିତ ଭାବେ ଆୟୋଜନ କରିବା ନିମନ୍ତେ ଆଜି ସଦ୍ଭାବନା ସଭାଗୃହ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଭଦ୍ରକ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଂଶୁମାନ ଦ୍ୱିବେଦୀ, ଉପ-ଜିଲ୍ଲାପାଳ ଶ୍ରୀ ସୌରଭ ଚକ୍ରବର୍ତ୍ତୀ, ଡେପୁଟି କଲେକ୍ଟର ଶ୍ରୀ କାର୍ତ୍ତିକ ନାଥ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ପୂଜା […]

1 min read

ଅସ୍ତରଙ୍ଗରେ ବିଦ୍ୟୁତ୍ ଶ୍ରମିକଙ୍କ ବିକ୍ଷୋଭ

ଅସ୍ତରଙ୍ଗ, :-ବିଦ୍ୟୁତ୍ ମରାମତି ଶ୍ରମିକଙ୍କ ସୁରକ୍ଷା ପାଇଁ ଓ ଉପଭୋକ୍ତାଙ୍କ ସହଯୋଗ ଆବଶ୍ୟକ ନେଇ ପୁରୀ ଜିଲ୍ଲା ଅସ୍ତରଙ୍ଗ ସ୍ଥିତ ବିଦ୍ୟୁତ୍ କାର୍ଯ୍ୟାଳୟ ସାମ୍ନାରେ ରବିବାର ମଧ୍ୟାହ୍ନ ରେ ଶ୍ରମିକମାନେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜନସାଧାରଣଙ୍କୁ ନିବେଦନ ଓ ଆସନ୍ତା ୧୫ ଅକ୍ଟୋବରରେ ଭୁବନେଶ୍ୱରରେ ହେବାକୁ ଥିବା ମହା ସମାବେଶକୁ ସଫଳ କରିବା ପାଇଁ ଏହି ବିକ୍ଷୋଭ କରାଯାଇଛି। ଏହି ମହା ସମାବେଶର ମୂଳ ଲକ୍ଷ୍ୟ ହେଉଛି ଶ୍ରମିକଙ୍କ ଚାକିରି ସୁରକ୍ଷା ଓ ଉତ୍ତମ ବିଦ୍ୟୁତ୍ […]

1 min read

ସୋମବାର କଟକଚଣ୍ଡୀ ମନ୍ଦିର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କଟକ : ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଗସ୍ତରେ ଆସିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ଦିନିକିଆ ଗସ୍ତରେ କଟକ ସହରରେ ଏକାଧିକ କାର୍ଯ୍ୟକ୍ରମ ରହିଛି । ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ନବକଳେବର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ । ଚଣ୍ଡୀମନ୍ଦିର ଉଦ୍‌ଘାଟନ ପରେ ଗଡ଼ଗଡ଼ିଆ ଘାଟ ନିକଟରେ ଥିବା କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ବାଲିଯାତ୍ରା ପଡ଼ିଆରେ ଥିବା କଟକ ଇନ୍ କଟକ ଯିବେ । ସର୍କିଟ୍ ହାଉସ୍‌ରେ ବିଶ୍ରାମ […]