ଆଞ୍ଚଳିକ ଖବର
ଆବର୍ଜନାରେ ପୋତି ହେଉଛି ପୁରୁଣାପଡ଼ା ପୋଖରୀ
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ପୁରୁଣାପଡ଼ାସ୍ଥିତ ପୋଖରୀ ଏବେ ଜଳାଶୟ ନୁହେଁ, ଆବର୍ଜନାର ଭଣ୍ଡାର ପାଲଟିଛି। ବର୍ଷ ବର୍ଷ ଧରି ପୋଖରୀରେ ଅଳିଆ ଆବର୍ଜନା ପଡ଼ି ଏହା ପୋତି ହେବାକୁ ବସିଛି। ୨୦୨୩ରେ ପୋଖରୀ ପଙ୍କୋଦ୍ଧାର ଓ ସୌନ୍ଦର୍ଯ୍ୟୀକରଣ ପାଇଁ ୬୬ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇ କାମ ଆରମ୍ଭ ହୋଇଥିଲେ ମଧ୍ୟ ଦୁଇ ବର୍ଷ ପରେ ମଧ୍ୟ ଏହା ଅଧାପନ୍ତରିଆ ହୋଇପଡ଼ିଛି। ସହରରେ ୧୦ରୁ ଅଧିକ ପୋଖରୀ ଥିବାବେଳେ ଅନେକ ପୋଖରୀ ଆବର୍ଜନାରେ ପୋତି […]
ବନ ଅନୁମୋଦନରେ ଅଟକିଛି ୩ ସଡ଼କ ପ୍ରକଳ୍ପ
କଳାହାଣ୍ଡି, (ପିପିଏସ୍): କଳାହାଣ୍ଡି ଜିଲ୍ଲାର ୩ଟି ପ୍ରମୁଖ ସଡ଼କ ପ୍ରକଳ୍ପ ବନ ଅନୁମୋଦନ ଅଭାବରୁ ଅଟକି ରହିଛି। କଳାହାଣ୍ଡି ଦକ୍ଷିଣ ବନ ବିଭାଗର ଦସ୍ତାବିଜ ଅନୁଯାୟୀ, ବନ ବିଭାଗ ପକ୍ଷରୁ ଆବଶ୍ୟକ ସର୍ଭେ, ଡିଜିପିଏସ୍ ମାନଚିତ୍ର ଓ ଅନ୍ୟାନ୍ୟ ତଥ୍ୟ ପ୍ରସ୍ତୁତ ହୋଇଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ଡିପିଆର୍ ଦାଖଲ କରିନାହିଁ। ‘ପରିବେଶ’ ପୋର୍ଟାଲ୍ରେ ମଧ୍ୟ ଆବଶ୍ୟକ ତଥ୍ୟ ଅପଲୋଡ୍ ହୋଇନାହିଁ। ତେରଣାମ ଘାଟି ସଡ଼କର ୨୫ରୁ ୫୩.୧୨୧ କିମି, ଚାଟି ଓଡ଼ର ସଡ଼କର ଶୂନରୁ […]
ଶିକ୍ଷକ ନିଯୁକ୍ତି ଦାବିରେ ଆଶ୍ରମ ସ୍କୁଲ୍ରେ ତାଲା, ଗଛମୂଳେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ
ଭୋଗରାଇ: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ରଣସିଂହପୁର ଗାଁର ଆଶ୍ରମ ସ୍କୁଲ୍ରେ ଶିକ୍ଷକ ଅଭାବକୁ ନେଇ ଅସନ୍ତୋଷ ତୀବ୍ର ହୋଇଛି। ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍କୁଲ୍ ଗେଟ୍ରେ ତାଲା ପକାଇ ଧାରଣାରେ ବସିଛନ୍ତି। ଫଳରେ ଛାତ୍ରଛାତ୍ରୀମାନେ ଗଛମୂଳେ ବସି ପାଠ ପଢୁଥିବା ଦୃଶ୍ୟ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଉକ୍ତ ଆଶ୍ରମ ସ୍କୁଲ୍ରେ ଶିଶୁ ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ପଢୁଛନ୍ତି। ଏତେ ସଂଖ୍ୟକ ପିଲାଙ୍କ […]
ସୁନ୍ଦରଗଡ଼ରେ ବିପଦରେ ନଦୀ, ଜଳସ୍ରୋତ ଉପରେ ବଢ଼ୁଛି ସଙ୍କଟ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ପ୍ରମୁଖ ନଦୀ ଉପରେ ମାଡ଼ି ଆସିଛି ବିପଦ। ହେମଗିରି ଓ ଲେଫ୍ରିପଡ଼ା ବ୍ଲକ୍ ଅଞ୍ଚଳର ଜୀବନରେଖା ବସୁନ୍ଧରା ନଦୀ ଖଣି ଗର୍ଭକୁ ଚାଲିଯାଉଥିବା ବେଳେ ଅନ୍ୟ ଦୁଇ ପ୍ରମୁଖ ଜଳଉତ୍ସ ଚତୁର୍ଧାରା ଓ ଇବ୍ ନଦୀ ମଧ୍ୟ ଅସ୍ତିତ୍ୱ ସଙ୍କଟରେ ପଡ଼ିଛି। ଏକଦା ବର୍ଷସାରା ବସୁନ୍ଧରା ଓ ଚତୁର୍ଧାରା ନଦୀ ଉପରେ ୩୦ରୁ ଅଧିକ ଗାଁର ଲୋକେ ନିର୍ଭର କରୁଥିଲେ। ଜମିକୁ ଜଳସେଚନ ଯୋଗାଇବା ସହ ଲୋକଙ୍କ ତୃଷ୍ଣା ମେଣ୍ଟାଇବାରେ ଏହି ଜଳଉତ୍ସଗୁଡ଼ିକର […]
୧୫୨୦ ଶିକ୍ଷକ ପଦ ଖାଲି, ୫୭% ଉଚ୍ଚପ୍ରାଥମିକ ସ୍କୁଲରେ ସ୍ଥାୟୀ ପ୍ରଧାନଶିକ୍ଷକ ନାହାନ୍ତି
କଳାହାଣ୍ଡି (ପିପିଏସ୍): ସର୍ବଶିକ୍ଷା ଓ ଗୁଣାତ୍ମକ ଶିକ୍ଷା ନେଇ ସରକାରଙ୍କ ଦାବି ମଧ୍ୟରେ କଳାହାଣ୍ଡି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ୨୦୨୬ ଏପ୍ରିଲରେ ପ୍ରକାଶିତ ତଥ୍ୟ ଅନୁସାରେ, ଜିଲ୍ଲାର ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍ତରରେ ୧୫୨୦ଟି ଶିକ୍ଷକ ପଦ ଖାଲି ପଡ଼ିଛି। ଏହା ସହ ୮୨୬ଟି ଅନୁମୋଦିତ ପ୍ରାଥମିକ ସ୍ତରର ଲେଭଲ୍-୪ ପ୍ରଧାନଶିକ୍ଷକ ପଦ ମଧ୍ୟରୁ ୨୪୨ଟି ଖାଲି ରହିଛି। ଉଚ୍ଚପ୍ରାଥମିକ ସ୍ତରର ୬୬୫ଟି ଅନୁମୋଦିତ ପ୍ରଧାନଶିକ୍ଷକ ପଦ ମଧ୍ୟରୁ ୨୮୪ଟି ପଦ […]
ପର୍ଯ୍ୟଟକ ବଢ଼ୁଛନ୍ତି, ଭିତ୍ତିଭୂମି ବିକାଶରେ ପଛୁଆ ମୟୂରଭଞ୍ଜ
ବାରିପଦା: ଜଙ୍ଗଲ, ପାହାଡ଼ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ମୟୂରଭଞ୍ଜରେ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି। ଶିମିଳିପାଳ ଜାତୀୟ ଉଦ୍ୟାନ ସମେତ ଅନେକ ଐତିହ୍ୟସ୍ଥଳୀ ଓ ପର୍ଯ୍ୟଟନସ୍ଥଳକୁ ଦେଖିବା ପାଇଁ ପ୍ରତିବର୍ଷ ଦେଶବିଦେଶରୁ ପର୍ଯ୍ୟଟକ ଆସୁଛନ୍ତି। ତେବେ ଅନେକ ପର୍ଯ୍ୟଟନସ୍ଥଳୀରେ ମୌଳିକ ଭିତ୍ତିଭୂମିର ଅଭାବ ପର୍ଯ୍ୟଟନ ବିକାଶରେ ବାଧା ସୃଷ୍ଟି କରୁଛି। ସରକାରୀ ତଥ୍ୟ ଅନୁସାରେ, ଗତ ୫ ବର୍ଷରେ ଶିମିଳିପାଳ ସମେତ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ୯୦ ଲକ୍ଷ ୩୭ ହଜାର ୫୧୯ ଜଣ ପର୍ଯ୍ୟଟକ […]
ପାହାଡ଼ ଉପରେ ୨୦ ଗାଁ, ବିକାଶରୁ ବଞ୍ଚିତ ହଜାର ହଜାର ଲୋକ
ମାଲକାନଗିରି: ଜିଲ୍ଲାର ବିକାଶ ପାଇଁ ପ୍ରଶାସନ ଯୋଜନା ପରେ ଯୋଜନା କରୁଥିବା ବେଳେ ଦୁର୍ଗମ ପାହାଡ଼ ଉପରେ ରହୁଥିବା ୨୦ଟି ଗାଁର ଚିତ୍ର ଏବେ ବି ଭିନ୍ନ। ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟଜଳ ଭଳି ମୌଳିକ ସୁବିଧା ଅଭାବରେ ଏହି ଗାଁଗୁଡ଼ିକର ଲୋକେ ଦୁର୍ବିଷହ ଜୀବନ କାଟୁଛନ୍ତି। ପ୍ରଶାସନର ବିକାଶର ଚକ ଏଠାକାର ପାହାଡ଼ ଚଢ଼ିପାରୁନଥିବାରୁ ଦୁର୍ଗମ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। କୋରୁକୋଣ୍ଡା ବ୍ଲକ୍ର ନାକାମାମୁଡ଼ି ପଞ୍ଚାୟତ ଦିନେ ମାଓପ୍ରବଣ ଅଞ୍ଚଳ ଭାବେ ପରିଚିତ […]
ଭୁଶୁଡ଼ିବା ଅପେକ୍ଷାରେ ପୁରୁଣା ତହସିଲ କୋଠା: ସୁରକ୍ଷାକୁ ନେଇ ଆଶଙ୍କା ବ୍ରିଟିଶ ଅମଳର କାର୍ଯ୍ୟାଳୟ ଏବେ ଜରାଜୀର୍ଣ୍ଣ
ନବରଙ୍ଗପୁର: ୧୯୩୨ ମସିହାରେ ସାରା ଦେଶରେ ବ୍ରିଟିଶ ସରକାରଙ୍କ ଶାସନ ଚାଲିଥିବା ସମୟରେ ନବରଙ୍ଗପୁରରେ ଏକ ବଡ଼ ଜେଲ୍ ସ୍ଥାପନ କରାଯାଇଥିଲା। ଏହି ଜେଲ୍ ଏତେ ବଡ଼ ଥିଲା ଯେ ଏହାର ଦୁଇ ପାର୍ଶ୍ୱରେ ସେତେବେଳର ସରକାର ଦୁଇଟି ତହସିଲ ଓ ଜିଲ୍ଲା ଟ୍ରେଜେରୀ ଖୋଲିଥିଲେ। ପରେ ୧୯୩୬ ମସିହାରେ ଏହାର ଗୋଟିଏ ଅଂଶ ଆରମ୍ଭ କରାଯାଇଥିଲା। ଅବିଭକ୍ତ କୋରାପୁଟ ଜିଲ୍ଲାର ପୁରୁଣା ତହସିଲ କାର୍ଯ୍ୟାଳୟ ମଧ୍ୟ ଏଠାରେ ହିଁ ଚାଲୁଥିଲା। ଆଜି ମଧ୍ୟ ସେହି କାର୍ଯ୍ୟାଳୟ […]
ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ!
ଭୁବନେଶ୍ୱର (ପିପିଏସ୍): ଆସନ୍ତା ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି ଜୋରଦାର କରିଥିବା ନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ସୂଚନା ଦେଇଛନ୍ତି। ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଆସନ୍ତା ଅକ୍ଟୋବର ୨୪ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଘରକୁ ଘର ସର୍ଭେ କରାଯିବ। ସର୍ଭେ ପରେ ଭୋଟର ତାଲିକାକୁ ନେଇ ଆପତ୍ତି ଓ […]
ନୂଆଖାଇ ପୂର୍ବରୁ ଚାଷୀଙ୍କୁ ବଡ଼ ଉପହାର; ସିଏମ୍-କିଷାନର ପଞ୍ଚମ କିସ୍ତି ପ୍ରଦାନ
ଭୁବନେଶ୍ୱର: ନୂଆଖାଇ ପର୍ବ ପୂର୍ବରୁ ରାଜ୍ୟର ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କୃଷି ଶିକ୍ଷା ସଦନରେ ଆୟୋଜିତ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମରେ ଚାଷୀଙ୍କ ଖାତାକୁ ସିଧାସଳଖ ଆର୍ଥିକ ସହାୟତା ପଠାଯାଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ୪୧ ଲକ୍ଷ ୩୫ ହଜାର ୯୭୮ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୩ ହଜାର ୯୪୯ ଜଣ ଭୂମିହୀନ କୃଷି ପରିବାର ଉପକୃତ ହୋଇଛନ୍ତି। ଡିବିଟି ମାଧ୍ୟମରେ […]
