prajatantra news
ଆମକୁ F-35 ପାଖକୁ ଯିବାକୁ ଦିଆଯାଉନି :ବାୟୁସେନା ମୁଖ୍ୟ
ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ମୁଖ୍ୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏପି ସିଂହ ପଞ୍ଚମ ପିଢ଼ିର ୟୁଏସ F-35 ଯୁଦ୍ଧ ବିମାନକୁ ନେଇ ଦେଇଛନ୍ତି ବଡ ବୟାନ। ସେ କହିଛନ୍ତି, ଭାରତକୁ ବିକ୍ରୟ କରିବା ନେଇ ଆଲୋଚନା ହେଉଥିଲେ ମଧ୍ୟ ଆମେରିକାର ଅଧିକାରୀମାନେ ଭାରତୀୟ ଅଧିକାରୀମାନଙ୍କୁ ଏହି ଯୁଦ୍ଧ ବିମାନ ପାଖକୁ ଯିବାକୁ ଦିଅନ୍ତି ନାହିଁ। ୟୁଏସ ପ୍ରଶାନ୍ତ ମହାସାଗରୀୟ ବାୟୁସେନା କମାଣ୍ଡର ଜେନେରାଲ କେଭିନ ସ୍ନାଇଡରଙ୍କ ଉପସ୍ଥିତିରେ ବାୟୁସେନା ମୁଖ୍ୟ ଏହି ମନ୍ତବ୍ୟ […]
ଚେନ୍ନାଇ ଯାଉଥିବା ବିମାନରେ ନିଆଁ, ଜରୁରୀ ଅବତରଣ
ନୂଆଦିଲ୍ଲୀ : ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଏକ ଇଣ୍ଡିଗୋ ବିମାନ ଲଗେଜ କମ୍ପାର୍ଟମେଣ୍ଟରେ ନିଆଁ ଲାଗିଯିବାରୁ ବିମାନକୁ ହାଇଦ୍ରାବାଦରେ ଜରୁରି ଅବତରଣ କରିବାକୁ ପଡିଛି । ବିମାନଟି ମଧ୍ୟାହ୍ନ ୧.୩୦ରେ ଦିଲ୍ଲୀ ବିମାନ ବନ୍ଦର ଛାଡିଥିଲା । ଅପରାହ୍ନ ୪ଟାରେ ଏହା ଚେନ୍ନାଇରେ ଅବତରଣ କରିବାର ଥିଲା । ତେବେ ଜଣେ ଯାତ୍ରୀଙ୍କ ଲଗେଜରେ ଥିବା ପାୱାରବ୍ୟାଙ୍କ ଫାଟିଯିବାରୁ ସେଥିରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଥିଲା । ନିଆଁ ଲାଗିଯିବା ଫଳରେ ଯାତ୍ରୀମାନଙ୍କ ଭିତରେ ଆତଙ୍କ ଖେଳି […]
ଭଦ୍ରକ ସହରରେ ଦୁର୍ଗାପୂଜା-୨୦୨୬ ଆୟୋଜନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଭଦ୍ରକ- ଭଦ୍ରକ ସହରରେ ଦୁର୍ଗାପୂଜା-୨୦୨୬କୁ ଶାନ୍ତିଶୃଙ୍ଖଳା, ସୁରକ୍ଷା ଓ ସୁବ୍ୟବସ୍ଥିତ ଭାବେ ଆୟୋଜନ କରିବା ନିମନ୍ତେ ଆଜି ସଦ୍ଭାବନା ସଭାଗୃହ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଭଦ୍ରକ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଂଶୁମାନ ଦ୍ୱିବେଦୀ, ଉପ-ଜିଲ୍ଲାପାଳ ଶ୍ରୀ ସୌରଭ ଚକ୍ରବର୍ତ୍ତୀ, ଡେପୁଟି କଲେକ୍ଟର ଶ୍ରୀ କାର୍ତ୍ତିକ ନାଥ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ପୂଜା […]
ଅସ୍ତରଙ୍ଗରେ ବିଦ୍ୟୁତ୍ ଶ୍ରମିକଙ୍କ ବିକ୍ଷୋଭ
ଅସ୍ତରଙ୍ଗ, :-ବିଦ୍ୟୁତ୍ ମରାମତି ଶ୍ରମିକଙ୍କ ସୁରକ୍ଷା ପାଇଁ ଓ ଉପଭୋକ୍ତାଙ୍କ ସହଯୋଗ ଆବଶ୍ୟକ ନେଇ ପୁରୀ ଜିଲ୍ଲା ଅସ୍ତରଙ୍ଗ ସ୍ଥିତ ବିଦ୍ୟୁତ୍ କାର୍ଯ୍ୟାଳୟ ସାମ୍ନାରେ ରବିବାର ମଧ୍ୟାହ୍ନ ରେ ଶ୍ରମିକମାନେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜନସାଧାରଣଙ୍କୁ ନିବେଦନ ଓ ଆସନ୍ତା ୧୫ ଅକ୍ଟୋବରରେ ଭୁବନେଶ୍ୱରରେ ହେବାକୁ ଥିବା ମହା ସମାବେଶକୁ ସଫଳ କରିବା ପାଇଁ ଏହି ବିକ୍ଷୋଭ କରାଯାଇଛି। ଏହି ମହା ସମାବେଶର ମୂଳ ଲକ୍ଷ୍ୟ ହେଉଛି ଶ୍ରମିକଙ୍କ ଚାକିରି ସୁରକ୍ଷା ଓ ଉତ୍ତମ ବିଦ୍ୟୁତ୍ […]
ଦେଶର ଐତିହ୍ୟ ଓ ଭବିଷ୍ୟତର ଆକାଂକ୍ଷା ଏକାସାଙ୍ଗରେ ଆଗକୁ ବଢ଼ୁଛି : ପ୍ରଧାନମନ୍ତ୍ରୀ
ଚେନ୍ନାଇ : ତାମିଲନାଡୁକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଚେନ୍ନାଇରେ ରେଳ, ମେଟ୍ରୋ, ରାଜପଥ, ବନ୍ଦର, ପେଟ୍ରୋଲିୟମ ଓ ଶିକ୍ଷା କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ବିକାଶ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରି ସେ ଏହା କହିଛନ୍ତି । ଏହି ପ୍ରକଳ୍ପଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ୧୩ ହଜାର କୋଟି ଟଙ୍କା। ମୋଦି କହିଛନ୍ତି, ତାମିଲନାଡୁକୁ ଏକ […]
ସୋମବାର କଟକଚଣ୍ଡୀ ମନ୍ଦିର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
କଟକ : ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଗସ୍ତରେ ଆସିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ଦିନିକିଆ ଗସ୍ତରେ କଟକ ସହରରେ ଏକାଧିକ କାର୍ଯ୍ୟକ୍ରମ ରହିଛି । ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ନବକଳେବର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ । ଚଣ୍ଡୀମନ୍ଦିର ଉଦ୍ଘାଟନ ପରେ ଗଡ଼ଗଡ଼ିଆ ଘାଟ ନିକଟରେ ଥିବା କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ବାଲିଯାତ୍ରା ପଡ଼ିଆରେ ଥିବା କଟକ ଇନ୍ କଟକ ଯିବେ । ସର୍କିଟ୍ ହାଉସ୍ରେ ବିଶ୍ରାମ […]
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ
ନୟାଗଡ : ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ମହାନ୍ ସ୍ବାଧୀନତା ସଂଗ୍ରାମୀ ସହିଦ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ ହୋଇ ଯାଇଛି। ବିଦ୍ଯାଳୟ ପରିସରରେ ସ୍ଥାପିତ କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ସାହିତ୍ୟିକ ବିଶ୍ବନାଥ ମହାପାତ୍ର ଓ ବରିଷ୍ଠ ସମାଜସେବୀ ପ୍ରମୋଦ ପଟ୍ଟନାୟକ,ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁ ଓ ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ପୁଷ୍ପ ମାଲ୍ଯାର୍ପଣ କରିବା ସହିତ ଧୂପ ଦୀପ ଅର୍ପଣ କରିଥିଲେ। ଏହା ବ୍ଯତୀତ ଉକ୍ତ ମଣ୍ଡପରେ ସ୍ଥାପିତ […]
୨୦୨୭ ନିର୍ବାଚନ ପୂର୍ବରୁ ଯୋଗୀ-ଅଖିଳେଶ ମୁହାଁମୁହିଁ
ଅଯୋଧ୍ୟା : ଉତ୍ତରପ୍ରଦେଶ ରାଜନୀତିରେ ଅଯୋଧ୍ୟା ଆସନକୁ ନେଇ ବଢ଼ିଲା ରାଜନୈତିକ ଉଷ୍ମତା। ୨୦୨୭ ୟୁପି ବିଧାନସଭା ନିର୍ବାଚନରେ ଅଯୋଧ୍ୟାରୁ ଲଢ଼ିବାକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯୋଗୀ କହିଛନ୍ତି, ଅଖିଳେଶ ଅଯୋଧ୍ୟାରୁ ପ୍ରାର୍ଥୀ ହେଲେ ସେ ମଧ୍ୟ ସେଠାରୁ ନିର୍ବାଚନ ଲଢ଼ିବେ ଏବଂ ଉଭୟଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ହେଉ। ଏହାର ଜବାବ ଦେଇ ଅଖିଳେଶ କହିଛନ୍ତି, ବିଜେପିକୁ ହରାଇବା ପାଇଁ ସମାଜବାଦୀ ପାର୍ଟିର ଜଣେ […]
ଫ୍ଲାଏଦୁବାଇ ବିମାନରେ ଭାରତୀୟ କ୍ୟାପ୍ଟେନଙ୍କୁ ଆକ୍ରମଣ ଘଟଣା: ମାମଲା ରୁଜୁ କଲା ଏନଆଇଏ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଫ୍ଲାଏଦୁବାଇ ଆକ୍ରମଣ ଘଟଣାରେ ମାମଲା ରୁଜୁ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ। ଦୁବାଇରୁ ଇସ୍ରାଏଲ ଯାଉଥିବା ବିମାନର କକପିଟ୍ରେ ଭାରତୀୟ କ୍ୟାପ୍ଟେନ ସ୍ମିତ ମଚ୍ଛାରଙ୍କୁ ଆକ୍ରମଣ କରାଯାଇଥିଲା। କକପିଟ୍ରେ ଥିବା ଓମାନର ସହ ପାଇଲଟ ଏପରି ଆକ୍ରମଣ କରିଥିଲେ। ସେ ମଚ୍ଛାରଙ୍କୁ ଆକ୍ରମଣ କରି ବିମାନକୁ କ୍ରାଶ କରିବାକୁ ଚାହୁଁଥିଲେ ହେଁ ଏହା ସମ୍ଭବ ହୋଇ ନଥିଲା। ବିମାନଟି ସାଉଦି ଆରବରେ ଜରୁରୀ ଅବତରଣ କରିଥିଲା। ସେପ୍ଟେମ୍ବର ୩୦ […]
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ‘ଜେଡ୍ ପ୍ଲସ୍’ (Z+) ସୁରକ୍ଷା
ନୂଆଦିଲ୍ଲୀ: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟାକୁ ନେଇ ଚାଲିଥିବା ବିବାଦ ଏବଂ ବିରୋଧୀ ଦଳଗୁଡ଼ିକର କ୍ରମାଗତ ପ୍ରତିବାଦ ଓ ପ୍ରଦର୍ଶନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତାଙ୍କୁ ‘ଜେଡ୍ ପ୍ଲସ୍’ (Z+) ସୁରକ୍ଷା ବଳୟ ପ୍ରଦାନ କରିଛନ୍ତି। ଗୁପ୍ତଚର ଏଜେନ୍ସିଗୁଡ଼ିକର ସୁରକ୍ଷା ଆକଳନଏବଂ ଦିଲ୍ଲୀ ଓ ଆଗ୍ରା ସ୍ଥିତ ବାସଭବନ ବାହାରେ ହୋଇଥିବା ପ୍ରଦର୍ଶନ ପରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।ମୁଖ୍ୟ ନିର୍ବାଚନ କମିଶନରଙ୍କ […]
