Trend
ଜାପାନରେ ଭୂମିକମ୍ପ ଝଟକା
ନୂଆଦିଲ୍ଲୀ : ଜାପାନର ବୋନିନ୍ ଦ୍ୱୀପପୁଞ୍ଜ ନିକଟର ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ। ରବିବାର ସକାଳେ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଦୁଇଟି ଭିନ୍ନ ଭୂକମ୍ପ ଅନୁଭୂତ ହୋଇଛି। ଜାପାନର ବୋନିନ୍ ଦ୍ୱୀପ ଅଞ୍ଚଳରେ ୬.୫ ତୀବ୍ରତାର ଭୂକମ୍ପ ଆସିଥିବା ବେଳେ ଭାନୁଆଟୁ ଦ୍ୱୀପପୁଞ୍ଜରେ ୬.୨ ତୀବ୍ରତାର ଝଟକା ରେକର୍ଡ କରାଯାଇଛି। ଏହି ଭୂକମ୍ପରେ କ୍ଷୟକ୍ଷତି କିମ୍ବା ଜୀବନହାନି ହୋଇଛି କି ନାହିଁ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ଏନେଇ ନେଇ ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (USGS)ର ସୂଚନା ଦେଇଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର […]
ନେହା ବୋରାଙ୍କୁ ହାଇକୋର୍ଟଙ୍କ ଝଟକା
ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ AISA ସଭାପତି ନେହା ବୋରାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି । ନେହା ବୋରା ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ (SEM) ଦ୍ୱାରା ଜାରି କରାଯାଇଥିବା ନୋଟିସକୁ ଚ୍ୟାଲେଞ୍ଜ କରିଥିଲେ, ଯେଉଁଥିରେ ତାଙ୍କୁ ୧୦ ହଜାର ଟଙ୍କାର ବଣ୍ଡ ଦାଖଲ ଏବଂ “ଶାନ୍ତି ବଜାୟ ରଖିବା” ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଆବେଦନର ବିରୋଧ କରି, ଦିଲ୍ଲୀ ପୋଲିସ କହିଛି ଯେ, ବୋରାଙ୍କ ଆବେଦନ ବଜାୟ ରଖିବା ଯୋଗ୍ୟ ନୁହେଁ । […]
ଲଦାଖ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ : ଭାରତ
ନୂଆଦିଲ୍ଲୀ : ଲଦାଖ ପ୍ରସଙ୍ଗରେ ଚାଇନାକୁ କାଉଣ୍ଟର କଲା ଭାରତ। କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ଭାରତ ଅଭିନ୍ନ ଓ ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିଛି ନୂଆଦିଲ୍ଲୀ। ଭାରତ ସରକାର ଲଦାଖର ୨୮ଟି ରଣନୀତିକ ସ୍ଥଳ ଓ ଭୌଗଳିକ ବିଶେଷତ୍ୱକୁ ଅଧିକୃତ ମାନଚିତ୍ରରେ ସ୍ଥାନିତ କରିଥିବାରୁ ଏହା ବିରୋଧରେ ସ୍ୱର ଉଠାଇଥିଲା ଚାଇନା। ଏହାର ଜବାବ ଏବେ ଭାରତ ପକ୍ଷରୁ ଦିଆଯାଇଛି। ସରକାର ଲଦାଖ ପ୍ରଶାସନ ସହ ଆଲୋଚନା କରି ୨୮ଟି ସ୍ଥାନକୁ ସେଗୁଡ଼ିକ ବିଶେଷତ୍ୱ ଅନୁସାରେ […]
ଆମକୁ F-35 ପାଖକୁ ଯିବାକୁ ଦିଆଯାଉନି :ବାୟୁସେନା ମୁଖ୍ୟ
ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ମୁଖ୍ୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏପି ସିଂହ ପଞ୍ଚମ ପିଢ଼ିର ୟୁଏସ F-35 ଯୁଦ୍ଧ ବିମାନକୁ ନେଇ ଦେଇଛନ୍ତି ବଡ ବୟାନ। ସେ କହିଛନ୍ତି, ଭାରତକୁ ବିକ୍ରୟ କରିବା ନେଇ ଆଲୋଚନା ହେଉଥିଲେ ମଧ୍ୟ ଆମେରିକାର ଅଧିକାରୀମାନେ ଭାରତୀୟ ଅଧିକାରୀମାନଙ୍କୁ ଏହି ଯୁଦ୍ଧ ବିମାନ ପାଖକୁ ଯିବାକୁ ଦିଅନ୍ତି ନାହିଁ। ୟୁଏସ ପ୍ରଶାନ୍ତ ମହାସାଗରୀୟ ବାୟୁସେନା କମାଣ୍ଡର ଜେନେରାଲ କେଭିନ ସ୍ନାଇଡରଙ୍କ ଉପସ୍ଥିତିରେ ବାୟୁସେନା ମୁଖ୍ୟ ଏହି ମନ୍ତବ୍ୟ […]
ଚେନ୍ନାଇ ଯାଉଥିବା ବିମାନରେ ନିଆଁ, ଜରୁରୀ ଅବତରଣ
ନୂଆଦିଲ୍ଲୀ : ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଏକ ଇଣ୍ଡିଗୋ ବିମାନ ଲଗେଜ କମ୍ପାର୍ଟମେଣ୍ଟରେ ନିଆଁ ଲାଗିଯିବାରୁ ବିମାନକୁ ହାଇଦ୍ରାବାଦରେ ଜରୁରି ଅବତରଣ କରିବାକୁ ପଡିଛି । ବିମାନଟି ମଧ୍ୟାହ୍ନ ୧.୩୦ରେ ଦିଲ୍ଲୀ ବିମାନ ବନ୍ଦର ଛାଡିଥିଲା । ଅପରାହ୍ନ ୪ଟାରେ ଏହା ଚେନ୍ନାଇରେ ଅବତରଣ କରିବାର ଥିଲା । ତେବେ ଜଣେ ଯାତ୍ରୀଙ୍କ ଲଗେଜରେ ଥିବା ପାୱାରବ୍ୟାଙ୍କ ଫାଟିଯିବାରୁ ସେଥିରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଥିଲା । ନିଆଁ ଲାଗିଯିବା ଫଳରେ ଯାତ୍ରୀମାନଙ୍କ ଭିତରେ ଆତଙ୍କ ଖେଳି […]
୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି
ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟରେ ଆଗାମୀ ଦିନରେ ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ବିଭିନ୍ନ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ଡେପୁଟି ନିର୍ବାଚନ କମିସନରଙ୍କ ନେତୃତ୍ୱରେ କମିସନଙ୍କ ବରିଷ୍ଠ ଅଧିକାରୀମାନଙ୍କ ଏକ ସ୍ୱତନ୍ତ୍ର ଟିମ୍ ଚଳିତ ସପ୍ତାହରୁ ୫ଟି ରାଜ୍ୟକୁ ଗସ୍ତ ଆରମ୍ଭ କରିବେ। ସରକାରୀ ସୂତ୍ର ଅନୁଯାୟୀ, ଚଳିତ ସପ୍ତାହରେ ନିର୍ବାଚନ କମିସନଙ୍କ ଦଳ ପ୍ରଥମେ ଗୋଆ ଗସ୍ତ କରିବେ ଏବଂ ଏହାପରେ ଆଗାମୀ […]
ଏସଆଇଆର୍ କୁ ନେଇ ଇସିଆଇଙ୍କ ବଡ଼ ନିଷ୍ପତ୍ତି
ଘରକୁ ଯାଇ ଦସ୍ତାବିଜ ସଂଗ୍ରହ କରିବେ ବିଏଲଓ ନୂଆଦିଲ୍ଲୀ: ଏସଆଇଆରକୁ ନେଇ ବିବାଦ ମଧ୍ୟରେ ଶନିବାର ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସହ ନିର୍ବାଚନ କମିଶନର ଡ. ସୁଖବୀର ସିଂହ ସାନ୍ଧୁ ଓ ଡ. ବିବେକ ଜୋଶୀ ବୈଠକରେ ଉପସ୍ଥିତ ଥିଲେ। ବୈଠକ ପରେ କମିଶନ ପକ୍ଷରୁ ଅନେକ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଛି। କମିଶନଙ୍କ ନିଷ୍ପତ୍ତି ଅନୁସାରେ, ଏସଆଇଆରରେ ନୋଟିସ୍ ପାଇଥିବା ଲୋକଙ୍କ ଘରକୁ ବିଏଲଓମାନେ […]
ଚୀନ୍ ବନ୍ଦରରେ ମାଲବାହୀ ଜାହାଜରେ ନିଆଁ ଲାଗିଲା: ୨୦ ମୃତ
ବେଜିଂ: ଚୀନ୍ର ଏକ ବନ୍ଦରରେ ଏକ ମାଲବାହୀ ଜାହାଜରେ ନିଆଁ ଲାଗିବା ଯୋଗୁ ୨୦ ଜଣ ଲୋକଙ୍କରମୃତ୍ୟୁ ହୋଇଥିବାବେଳେ ୫ ଜଣ ନିଖୋଜ ଅଛନ୍ତି। ଜାହାଜଟି ଉତ୍ତର-ପୂର୍ବ ଚୀନ୍ ଉପକୂଳରେ ଥିବା ଏକପ୍ରମୁଖ ଜାହାଜ ଚଳାଚଳ କେନ୍ଦ୍ର କ୍ୱିଂଡାଓ ବନ୍ଦରରେ ବେହାଇ ଜାହାଜ ନିର୍ମାଣ କମ୍ପାନିରେ ମରାମତି ପାଇଁଡକିଂ କରାଯାଇଥିଲା। ଟ୍ରାକିଂ ୱେବସାଇଟ୍ ଫାଇଣ୍ଡର ଅନୁଯାୟୀ, ସିନହୁଆ ସମାଚାର ଏଜେନ୍ସି ଦ୍ୱାରାପ୍ରକାଶିତ ଏକ ଫଟୋରେ ଜାହାଜଟି ‘ଓସେନ୍ ମେଲୋଡି’ ବୋଲି ଚିହ୍ନଟ କରାଯାଇଛି। ଲାଇବେରିଆ ପତାକାବହନ କରୁଥିବା ଜାହାଜରେ ୪୨ […]
କଙ୍ଗୋରେ ଇବୋଲାର କରାଳ ରୂପ: ମୃତ୍ୟୁସଂଖ୍ୟା ୩ ହଜାର ପାର୍, ୬୧୮୬ ଆକ୍ରାନ୍ତ
ଦେଶର ଇତିହାସରେ ସବୁଠାରୁ ଘାତକ ପ୍ରକୋପ; ୬ଟି ପ୍ରଦେଶକୁ ବ୍ୟାପିଲା ସଂକ୍ରମଣ ବ୍ରାଜାଭିଲ୍ଲେ: କଙ୍ଗୋ ଗଣରାଜ୍ୟରେ ଇବୋଲା ସଂକ୍ରମଣ ଭୟଙ୍କର ରୂପ ନେଇଛି। ସରକାରୀ ତଥ୍ୟ ଅନୁସାରେ, ଇବୋଲାରେ ମୃତ୍ୟୁସଂଖ୍ୟା ୩ ହଜାର ଟପିଥିବା ବେଳେ ନିଶ୍ଚିତ ଆକ୍ରାନ୍ତଙ୍କ ସଂଖ୍ୟା ୬,୧୮୬ରେ ପହଞ୍ଚିଛି। ଦ୍ରୁତଗତିରେ ସଂକ୍ରମଣ ବଢ଼ୁଥିବାରୁ ଏହା କଙ୍ଗୋର ଇତିହାସରେ ସବୁଠାରୁ ବଡ଼ ଓ ଘାତକ ଇବୋଲା ପ୍ରକୋପରେ ପରିଣତ ହୋଇଛି। କଙ୍ଗୋ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ନୂଆ ତଥ୍ୟ ଅନୁଯାୟୀ, ମୃତ୍ୟୁସଂଖ୍ୟା ୩,୦୦୭ ଓ ନିଶ୍ଚିତ […]
ଆଜିର ରାଶିଫଳ: କେଉଁ ରାଶି ପାଇଁ ଦିନଟି ଶୁଭ, ଜାଣନ୍ତୁ ଭବିଷ୍ୟଫଳ
ଭୁବନେଶ୍ୱର: ଆଜିର ଦିନଟି କେତେକ ରାଶି ପାଇଁ ନୂଆ ସୁଯୋଗ ଆଣିପାରେ, ଆଉ କେତେକ ରାଶିର ଲୋକଙ୍କୁ ନିଷ୍ପତ୍ତି ନେବା ସମୟରେ ସତର୍କ ରହିବାକୁ ପଡ଼ିପାରେ। କାର୍ଯ୍ୟକ୍ଷେତ୍ର, ଅର୍ଥ, ପରିବାର ଓ ସମ୍ପର୍କ ଦୃଷ୍ଟିରୁ ଆଜିର ଦିନ କିପରି ରହିବ, ଆସନ୍ତୁ ଜାଣିବା। ମେଷ ଆଜି କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ଆପଣଙ୍କ ଚେଷ୍ଟାକୁ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ମିଳିପାରେ। ଆର୍ଥିକ ଦିଗ ଭଲ ରହିବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚରୁ ଦୂରେ ରୁହନ୍ତୁ। ପରିବାରରେ ଖୁସିର ପରିବେଶ […]
