News
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ‘ଜେଡ୍ ପ୍ଲସ୍’ (Z+) ସୁରକ୍ଷା
ନୂଆଦିଲ୍ଲୀ: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟାକୁ ନେଇ ଚାଲିଥିବା ବିବାଦ ଏବଂ ବିରୋଧୀ ଦଳଗୁଡ଼ିକର କ୍ରମାଗତ ପ୍ରତିବାଦ ଓ ପ୍ରଦର୍ଶନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତାଙ୍କୁ ‘ଜେଡ୍ ପ୍ଲସ୍’ (Z+) ସୁରକ୍ଷା ବଳୟ ପ୍ରଦାନ କରିଛନ୍ତି। ଗୁପ୍ତଚର ଏଜେନ୍ସିଗୁଡ଼ିକର ସୁରକ୍ଷା ଆକଳନଏବଂ ଦିଲ୍ଲୀ ଓ ଆଗ୍ରା ସ୍ଥିତ ବାସଭବନ ବାହାରେ ହୋଇଥିବା ପ୍ରଦର୍ଶନ ପରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।ମୁଖ୍ୟ ନିର୍ବାଚନ କମିଶନରଙ୍କ […]
ଜୁନାଗଡ଼ରେ ଫେକ୍ UPI ଆପ୍ ଜରିଆରେ ଠକେଇ: ବଣିକ ସଂଘ ହାତରେ ଅଭିଯୁକ୍ତ, ପୋଲିସର କାର୍ଯ୍ୟାନୁଷ୍ଠାନ
ଜୁନାଗଡ଼, ୧୯ା୮ : ଜୁନାଗଡ଼ ସହରରେ ନକଲି UPI ଆପ୍ ବ୍ୟବହାର କରି ଦୋକାନୀଙ୍କୁ ଠକେଇ କରୁଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ବଣିକ ସଂଘର ସଦସ୍ୟମାନେ କାବୁ କରି ପୋଲିସ ଜିମା ଦେଇଛନ୍ତି। ଅଭିଯୁକ୍ତ ଜଣକ ୨୦ରୁ ଅଧିକ ଦୋକାନୀଙ୍କୁ ଏଭଳି ଉପାୟରେ ଠକିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଅଭିଯୁକ୍ତ ବିଭିନ୍ନ ଦୋକାନରୁ ସାମଗ୍ରୀ କିଣିବା ପରେ ନକଲି UPI ଆପ୍ ଜରିଆରେ ଟଙ୍କା ପୈଠ ହୋଇଥିବା ଭଳି ଦୋକାନୀଙ୍କୁ ଦେଖାଉଥିଲେ। ତେବେ ପ୍ରକୃତରେ ଟଙ୍କା […]
ସାଂସଦଙ୍କ ସହ ବାଙ୍କୀର ବନ୍ୟାଞ୍ଚଳ ପରିଦର୍ଶନ କଲେ କୃଷକ ମୋର୍ଚ୍ଚା ସଭାପତି
ବାଙ୍କୀ, ୦୧/୦୮: ମହାନଦୀରେ ଆସିଥିବା ବନ୍ୟା ପ୍ରଭାବରେ ବାଙ୍କୀର ବିଭିନ୍ନ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଥିବା ବେଳେ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇ ପରିବା ଓ ଧାନ ଫସଲର ବ୍ୟାପକ କ୍ଷତି ଘଟିଛି। ଏହି ପରିସ୍ଥିତିର ଅନୁଧ୍ୟାନ ପାଇଁ ସାଂସଦ ଭର୍ତ୍ତୃହରି ମହତାବଙ୍କ ସହ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ ଶନିବାର ବାଙ୍କୀ ବ୍ଲକ ଓ ବାଙ୍କୀ ଡମପଡା ବ୍ଲକର ବିଭିନ୍ନ ବନ୍ୟାପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର […]
ଲୋକ ଦେଖି ମନଇଚ୍ଛା ଭଡା ଲୁଟୁଛନ୍ତି ଘରୋଇ ବସ୍, ପ୍ରଶାସନ ନିଦ୍ରାରେ
ଅସ୍ତରଙ୍ଗ, ୨୮/୦୭: ପୁରୀ ଜିଲ୍ଲା କାକଟପୁର-ଅସ୍ତରଙ୍ଗରୁ ଭୁବନେଶ୍ୱର ଯିବା ମାନେ ଏବେ ଲୁଟ୍ର ଶିକାର ହେବା। ଘରୋଇ ବସ୍ ମାଲିକ ଓ କର୍ମଚାରୀମାନେ ଆଇନକୁ ବୃଦ୍ଧାଙ୍ଗୁଳି ଦେଖାଇ ଖୋଲାଖୋଲି ଉଲ୍ଲଘନ କରୁଛନ୍ତି। ଆଉ ଜିଲ୍ଲା ପ୍ରଶାସନ ଓ ପରିବହନ ବିଭାଗ ସବୁ ଦେଖି ବି ଅନ୍ଧ, କାଲା ସାଜିଛନ୍ତି। ନା ଗାଡିରେ ସରକାରୀ ଭଡା ତାଲିକା, ନା କମ୍ପ୍ୟୁଟର୍ ରସିଦ୍। ଅଛି କେବଳ କଣ୍ଡକ୍ଟରଙ୍କ ମନମାନି ଆଉ ହାତ ଲେଖା କାଗଜ ଟୁକୁରା। ଏହି ଅସ୍ତ୍ରରେ ସେମାନେ ଲୋକ […]
ଟିଟିଲାଗଡ଼ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ରେଳ ଚଳାଚଳ ପ୍ରଭାବିତ
ଟିଟିଲାଗଡ଼, ୨୭।୭: ବଲାଙ୍ଗିରରୁ ଆସୁଥିବା ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ୍ ଟିଟିଲାଗଡ଼ ରେଳ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଛି। ଟ୍ରେନ୍ର ଗୋଟିଏ ବଗି ଟ୍ରାକ୍ରୁ ଖସିଯାଇଥିବାରୁ ଏହି ଅଘଟଣ ଘଟିଛି। ଘଟଣା ପରେ ସେହି ରୁଟ୍ରେ ରେଳ ଚଳାଚଳ ପ୍ରଭାବିତ ହୋଇଛି। ସୂଚନା ପାଇବା ସହିତ ରେଳ ବିଭାଗର କର୍ମଚାରୀ ଓ ପ୍ରାଯୁକ୍ତିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲାଇନ୍ ସ୍ୱାଭାବିକ କରିବା ଏବଂ ଟ୍ରାକ୍ ମରାମତି କାମ ଆରମ୍ଭ କରିଛନ୍ତି। ଏହି ଦୁର୍ଘଟଣାରେ କୌଣସି ଜୀବନହାନି […]
ମହାପ୍ରଭୁଙ୍କ ଦିବ୍ୟ ‘ସୁନାବେଶ’: ଜାଣନ୍ତୁ ୧୪୬୦ ମସିହାରୁ ଆରମ୍ଭ ହୋଇଥିବା ଏହି ଅପୂର୍ବ ପରମ୍ପରାର ଇତିହାସ ଓ ମହତ୍ତ୍ୱ
ପୁରୀ: ଶ୍ରୀମନ୍ଦିରରେ ପାଳିତ ହେଉଥିବା ଅନେକ ନୀତିକାନ୍ତି ମଧ୍ୟରୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଦୁର୍ଲଭ ‘ସୁନାବେଶ’ ବା ‘ରାଜାଧିରାଜ ବେଶ’ ଅନ୍ୟତମ। ଏହି ବେଶରେ ତିନି ଠାକୁର ବିପୁଳ ସ୍ୱର୍ଣ୍ଣ ଅଳଙ୍କାରରେ ସୁସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ✨ ବର୍ଷକୁ ୫ ଥର ଅନୁଷ୍ଠିତ ହୁଏ ସୁନାବେଶ ପରମ୍ପରା ଅନୁଯାୟୀ, ବର୍ଷକୁ ମୋଟ ୫ ଥର ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଥାଏ। ସେଗୁଡ଼ିକ ହେଲା: ଏଥିମଧ୍ୟରୁ କେବଳ ବାହୁଡ଼ା ଏକାଦଶୀ […]
ସମ୍ପର୍ଣ୍ଣ ହେଲା ବାହୁଡା ଯାତ୍ରା: ଭକ୍ତଙ୍କୁ ରଥ ଉପରେ ସୁନା ବେଶରେ ଦର୍ଶନ ଦେଲେ।
ରାୟଗଡ,୨୫୲୭:ରାୟଗଡ ଶ୍ରଦ୍ଧା ଶ୍ରୀକ୍ଷତ୍ର ଅଭିମୁଖେ ଚତୁର୍ଦ୍ଧାମୂର୍ତ୍ତି ନଅ ଦିନ ପରେ ଫେରିଛନ୍ତି। ପୂଜକ ପ୍ରଭାକର ପଣ୍ଡାଙ୍କ ଦ୍ୱାରା ଶୁକ୍ରବାର ପ୍ରାତଃ ନୀତିକାନ୍ତି ହୋଇଥିଲା। ମଧ୍ୟାହ୍ନ ରେ ବ୍ରାହ୍ମଣ ସାହି ଶ୍ରୀଅଙ୍ଗ ସେବାୟତଙ୍କ ଦ୍ୱାରା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବେଶ କରାଯାଇଥିଲା। ଖଣ୍ଡୁଆ ପାଟରେ ସଜ୍ଜିତ ହୋଇଥିଲେ ବଡ଼ଭାଇ ବଳଭଦ୍ର, ମହାପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ସୁଦର୍ଶନ। ଏଥିସହ ଟାହିଆ ଭିଡ଼ାଯାଇଥିଲା ଶ୍ରୀଜୀଉଙ୍କୁ। ସୁସଜ୍ଜିତ ହେବାପରେ ବିଗ୍ରହଙ୍କୁ ପହଣ୍ଡିବିଜେ କରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୂଢ କରଯାଇଥିଲା। ରାଜପୁରୋହିତ ବିରଞ୍ଚି ନାରାୟଣ ଦାସଙ୍କ […]
ପେପର୍ ଲିକ୍ ରୋକିବାକୁ ମଞ୍ଜୁରୀ ପାଇଲା ନୂଆ ସଂଶୋଧନ ବିଲ୍; ହେବ ୧୦ ବର୍ଷ ଜେଲ୍, ୧୦ କୋଟି ଜରିମାନା
ନୂଆଦିଲ୍ଲୀ, ୨୪/୭: ନିଟ୍ (NEET) ପେପର ଲିକ୍କୁ ନେଇ ସାରା ଦେଶରେ ଚାଲିଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର କ୍ୟାବିନେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପେପର ଲିକ୍ ରୋକିବା ପାଇଁ ‘ପବ୍ଲିକ୍ ଏକଜାମିନେସନ୍ (ପ୍ରିଭେନ୍ସନ୍ ଅଫ୍ ଅନଫେୟାର୍ ମିନ୍ସ) ଆକ୍ଟ, ୨୦୨୪’କୁ ଆହୁରି କଡ଼ାକଡ଼ି କରିବାକୁ ସଂଶୋଧନ ବିଲ୍କୁ କ୍ୟାବିନେଟ୍ରେ ମଞ୍ଜୁରୀ ମିଳିଛି। ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ ସରକାର ଏହି ବିଲ୍ ଆଗତ କରିବାକୁ ପ୍ରସ୍ତୁତି କରୁଛନ୍ତି। ନୂଆ […]
ଭାରତୀୟ ନୌସେନାର ଶକ୍ତିବୃଦ୍ଧି: ସାମିଲ ହେଲା ସ୍ୱଦେଶୀ ଯୁଦ୍ଧଜାହାଜ ଆଇଏନ୍ଏସ୍ ‘ମାଲଭାନ୍’
ବେଙ୍ଗାଲୁରୁ, ୨୩/୭: ଭାରତୀୟ ନୌସେନାରେ ସାମିଲ ହୋଇଛି ଆଉ ଏକ ସ୍ୱଦେଶୀ ଯୁଦ୍ଧଜାହାଜ। ଦ୍ୱିତୀୟ ସ୍ୱଦେଶୀ ‘ମାହେ’ କ୍ଲାସ୍ ଆଣ୍ଟି-ସବ୍ମେରିନ୍ ୱାରଫେୟାର ଶାଲୋ ୱାଟର କ୍ରାଫ୍ଟ (ASW SWC) ଆଇଏନ୍ଏସ୍ ମାଲଭାନ୍ (INS Malvan) କୁ ବୁଧବାର ଦିନ ଔପଚାରିକ ଭାବେ ନୌସେନାରେ ସାମିଲ କରାଯାଇଛି। କର୍ଣ୍ଣାଟକର କାରୱାର ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହାର ଜଳାବତରଣ ହୋଇଛି। ⚓ ଉଦ୍ଘାଟନୀ କାର୍ଯ୍ୟକ୍ରମ ଏହି ଜଳାବତରଣ କାର୍ଯ୍ୟକ୍ରମରେ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଏ.ପି […]
ପ୍ରଫୁଲ୍ଲ ସାମଲଙ୍କ ଆଶୁ ଆରୋଗ୍ୟ କାମନାରେ ଖାନକା ସରିଫ୍ରେ ସାମୂହିକ ପ୍ରାର୍ଥନା
ଭଦ୍ରକ, ୧୯/୦୭: ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ତଥା ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲଙ୍କ ଆଶୁ ଆରୋଗ୍ୟ କାମନା କରି ରବିବାର ଭଦ୍ରକ ପୌରାଞ୍ଚଳର ସରକାର ନଗରସ୍ଥିତ ଖାନକା ସରିଫ୍ରେ ଅବସ୍ଥିତ ଛୋଟେ ସରକାର ଜୀ ଓ ବଡେ ସରକାର ଜୀଙ୍କ ପବିତ୍ର ମଜାରରେ ସାମୂହିକ ପୂଜା-ଅର୍ଚ୍ଚନା ଓ ପ୍ରାର୍ଥନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଜେଡ଼ି ଭଦ୍ରକ ଟାଉନ୍ ସଭାପତି ଏମ୍.ଡି. ଜକାଉଲ୍ଲାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ […]
