Popular News
ପାକିସ୍ତାନ-ଆଫଗାନ ମଧ୍ୟରେ ଭୟଙ୍କର ଉତ୍ତେଜନା
ନୂଆଦିଲ୍ଲୀ ; ବିବାଦୀୟ ଡୁରାଣ୍ଡ ଲାଇନରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ସେନା ମଧ୍ୟରେ ତୀବ୍ର ସଂଘର୍ଷ ହୋଇଛି । ଏଥିରେ ୭ ଜଣ ପାକିସ୍ତାନୀ ଯବାନଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଦୁଇ ଦେଶ ମଧ୍ୟରେ ଭୟଙ୍କର ସଂଘର୍ଷରେ ୭ ପାକ୍ ସେନାଙ୍କର ମୃତ୍ୟୁ ହୋଇଛି । ଆଫଗାନିସ୍ତାନର ପାକଟିଆ ପ୍ରଦେଶର ଦାଣ୍ଡ ପାଟାନ ଜିଲ୍ଲାରେ ଏହି ଯୁଦ୍ଧ ହୋଇଥିଲା। ଏହି ଅଞ୍ଚଳ ଖାର୍ଲାଚି ଫାଟକ ଏବଂ ଟପ୍ ସାର୍ ଏବଂ କୋଞ୍ଜ ଅଲି ସେକ୍ଟର ନିକଟରେ […]
ଚୀନ୍ ଗୁପ୍ତଚରଙ୍କ ଜାଲରେ ସେନା ଅଧିକାରୀଙ୍କ ପତ୍ନୀ!
ଚୀନ୍ର ଗୁପ୍ତଚରଙ୍କ ଜାଲରେ ପଡ଼ିଲେ କି ଜଣେ ବରିଷ୍ଠ ସେନା ଅଧିକାରୀଙ୍କ ପତ୍ନୀ? ଶିକ୍ଷାବିତ୍ଙ୍କ ପରିଚୟ ଦେଇ ଯୋଗାଯୋଗ କରୁଥିବା ବିଦେଶୀ ଗୁପ୍ତଚରଙ୍କୁ ଦେଶର ସୁରକ୍ଷା ସମ୍ବନ୍ଧୀୟ ସମ୍ବେଦନଶୀଳ ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଜମ୍ମୁ-କଶ୍ମୀର ପୋଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ମହିଳାଙ୍କ ଘର ତେଲେଙ୍ଗାନାରେ। ସେ ବର୍ତ୍ତମାନ ଜମ୍ମୁର ଗାନ୍ଧୀ ନଗର ଥାନା ଅଞ୍ଚଳରେ ରହୁଥିବା ଜଣାପଡ଼ିଛି। ତାଙ୍କ ସ୍ୱାମୀ ଜଣେ ବରିଷ୍ଠ ସେନା ଅଧିକାରୀ ବୋଲି ରିପୋର୍ଟରେ କୁହାଯାଇଛି। […]
ମଝିରୁ ହଟିଲେ ହ୍ବାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟାରୀ କେଟି ଜକାରିଆ
ୱାଶିଂଟନ୍: ହ୍ବାଇଟ୍ ହାଉସର ପ୍ରେସ୍ ସେକ୍ରେଟାରୀ କେଟି ଜକାରିଆଙ୍କୁ ନିଯୁକ୍ତିର ମାତ୍ର ୫ ଦିନ ପରେ ପଦରୁ ହଟାଇ ଦିଆଯାଇଛି , ଯାହାକି ଏହି ପଦବୀରେ କୌଣସି ବ୍ୟକ୍ତିଙ୍କ ସବୁଠୁ କମ୍ ଦିନର କାର୍ଯ୍ୟକାଳ । କୁହାଯାଉଛି ଯେ, କେଟିଙ୍କୁ ପଦରୁ ହଟାଯିବାର ଘଟଣା ଗୋଟିଏ ଆମେରିକୀୟ ମିଡିଆ ହାଉସ୍ ସହ ଇଣ୍ଟରଭ୍ୟୁ ଚାଲିଥିବା ସମୟରେ ହିଁ ଘଟି ଥିଲା । କେଟି ଜକାରିଆ ଶୁକ୍ରବାର ଅପରାହ୍ନ ୧ ଟା ସମୟରେ ‘ଦି ୱାଲ୍ ଷ୍ଟ୍ରିଟ୍ ଜର୍ନାଲ’ […]
ପାକିସ୍ତାନ ଆକାଶରେ ଭାରତୀୟ ବିମାନ ପାଇଁ ନୋ ଏଣ୍ଟ୍ରି
ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ପୁଣି ଭାରତୀୟ ବିମାନ ପାଇଁ ନିଜ ଆକାଶପଥ ବନ୍ଦ ରଖିବାର ସମୟସୀମା ବଢ଼ାଇଛି। ଭାରତରେ ପଞ୍ଜୀକୃତ ବିମାନ ଏବଂ ଭାରତୀୟ ବିମାନ କମ୍ପାନୀର ବିମାନଗୁଡ଼ିକୁ ନିଜ ଆକାଶପଥରେ ପ୍ରବେଶ ଅନୁମତି ନଦେବା ନିଷ୍ପତ୍ତିକୁ ଆଉ ଏକ ମାସ ପାଇଁ ବଢ଼ାଇଛି ପାକିସ୍ତାନ। ଏବେ ଏହି କଟକଣା ୨୪ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏୟାରପୋର୍ଟସ୍ ଅଥରିଟି (PAA) ପକ୍ଷରୁ ଜାରି କରାଯାଇଥିବା […]
ପିନାରାଇ ବିଜୟନ୍ଙ୍କୁ ଇଡି ସମନ
ତିରୁଅନନ୍ତପୁରମ୍: କେରଳ ବିରୋଧୀ ଦଳ ନେତା ପିନାରାଇ ବିଜୟନ୍ଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତରଫରୁ ସମନ ଜାରି କରାଯାଇଛି। କୋଚିନ୍ ମିନେରାଲ ଓ ରୁଟାଇଲ ଲିମିଟେଡ୍(ସିଏମ୍ଆରଏଲ)ରେ ବେଆଇନ ଅର୍ଥ କାରବାରରେ ବିଜୟନ୍ଙ୍କ ସଂପୃକ୍ତି ଥିବା ଅଭିଯୋଗରେ ଏହି ସମନ ଜାରି ହୋଇଛି। ଆସନ୍ତା ୨୩ରେ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ସମନରେ ବିଜୟନ୍ଙ୍କୁ କୁହାଯାଇଛି। ଶନିବାର ବିଜୟନ୍ଙ୍କ ବାସଭବନ ବାହାରେ ଇଡି ତରଫରୁ ଏହି ସମନ ଲଗାଯାଇଛି।ସୂଚନାଥାଉ କି ସିଏମ୍ଆରଏଲ ବେଆଇନ ଅର୍ଥ କାରବାରକୁ ନେଇ କେରଳ […]
ଫ୍ରାନ୍ସରେ ରାସ୍ତାକୁ ଓହ୍ଲାଇଲେ ଲୋକେ: ୧୮୦୦ ଗିରଫ
ଫ୍ରାନ୍ସରେ ଦର ଦାମ ଏବଂ ସେବାଗୁଡିକରେ ବୃଦ୍ଧିକୁ ନେଇ ଚାଲିଥିବା ପ୍ରତିବାଦରେ ରବିବାର ଉଗ୍ରରୂପଧାରଣ କରିଛି । ଜଣେ ପ୍ରତିବାଦକାରୀଙ୍କ ମୃତ୍ୟୁକୁ ପରେ ଆନ୍ଦୋଳନକାରୀମାନେ ହିଂସାତ୍ମକହୋଇଉଠିଛନ୍ତି । ଏଥିରେ ୫ ଶହରୁ ଊର୍ଦ୍ଧ୍ୱ ପୁଲିସ କର୍ମୀ ଆହତ ହୋଇଥିବା ବେଳେ ୧୮୦୦ଆନ୍ଦୋଳନକାରୀଙ୍ୁ ପୁଲିସ ଗିରଫ କରିଛି । ଦେଶର ବିଭିନ୍ନ ସମସ୍ୟାକୁ ନେଇ ଆନ୍ଦୋଳନ ଚାଲିଆସୁଥିବାବେଳେ ଶନିବାର ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଆନ୍ଦୋଳନକାରୀମାନେ ସରକାରୀକାର୍ଯ୍ୟାଳୟଠାରୁ ଆରମ୍ଭ କରି ଦୋକାନ ବଜାର ଭଙ୍ଗାରୁଜା କରିଥିଲେ । […]
ପୁଣେରେ ସଂସଦୀୟ ରାଜଭାଷା କମିଟି ବୈଠକରେ ଯୋଗଦେଲେ ସାଂସଦ ଡଃ. ଭର୍ତ୍ତୃହରି ମହତାବ
ପୁଣେ: ସଂସଦୀୟ ରାଜଭାଷା କମିଟିର ଉପାଧ୍ୟକ୍ଷ ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ ପୁଣେଠାରେ ଆୟୋଜିତ କମିଟିର ବୈଠକରେ ଯୋଗଦେଇଛନ୍ତି। ଏହି ଅବସରରେ ସେ ରାଜଭାଷା ହିନ୍ଦୀର ପ୍ରୟୋଗ ଓ କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବିଭିନ୍ନ ବିଭାଗ ଓ ସଂଗଠନକୁ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି। ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ରାଜଭାଷା ନୀତିର କାର୍ଯ୍ୟାନ୍ୱୟନ ଓ ହିନ୍ଦୀ ଭାଷାର ବ୍ୟବହାର ସମ୍ପର୍କିତ କାର୍ଯ୍ୟର ସମୀକ୍ଷା ଏହି କମିଟିର ପ୍ରମୁଖ ଦାୟିତ୍ୱ। ରାଜଭାଷା ନୀତିର ଉପଯୁକ୍ତ କାର୍ଯ୍ୟାନ୍ୱୟନ ଦିଗରେ […]
ବାଧା ସୃଷ୍ଟି କରିଥିଲେ ବାହ୍ୟ ଶକ୍ତି : CJI
ନୂଆଦିଲ୍ଲୀ : NALSAR ବିବାଦ ପରେ ନ୍ୟାସନାଲ୍ ଲ ସ୍କୁଲ୍ ଅଫ୍ ଇଣ୍ଡିଆ ୟୁନିଭର୍ସିଟି (NLSIU)ର ଦୀକ୍ଷାନ୍ତସମାରୋହରେ ଯୋଗଦେଇ ବଡ଼ ବୟାନ ଦେଇଛନ୍ତି ଭାରତର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତ। କାର୍ଯ୍ୟକ୍ରମପୂର୍ବରୁ କିଛି ବାହ୍ୟ ଶକ୍ତିଙ୍କ ଯୋଗୁଁ ଅନିଶ୍ଚିତତା ସୃଷ୍ଟି ହୋଇଥିବା ସେ କହିଛନ୍ତି। ଏହାସହ ଆଇନ ଶିକ୍ଷା ସମାପ୍ତକରିଥିବା ଛାତ୍ରଛାତ୍ରୀଙ୍କୁ ନ୍ୟାୟ, ସ୍ୱାଧୀନତା ଓ ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା କରିବାକୁ ଆହ୍ୱାନ ଦେଇଛନ୍ତି।ସମାରୋହକୁ ସମ୍ବୋଧିତ କରି CJI କହିଛନ୍ତି, କାର୍ଯ୍ୟକ୍ରମ ପୂର୍ବରୁ କିଛି ଅପ୍ରତ୍ୟାଶିତ ଓ ଦୁର୍ଭାଗ୍ୟଜନକ […]
ଟାରିଫକୁ ନେଇ ନରମିଲେ ଟ୍ରମ୍ପ
ନୂଆଦିଲ୍ଲୀ, ; ଟାରିଫକୁ ନେଇ ନରମିଲେ ଟ୍ରମ୍ପ । ଭାରତ ଉପରେ କମିବ ଟାରିଫ୍ ! ୧୦୦ପ୍ରତିଶତ ଶୁଳ୍କ ଲାଗିବନି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସ୍ୱତନ୍ତ୍ର ଆଦେଶ ଜାରିକରିଛନ୍ତି । ଯେଉଁଥିରେ ଭାରତ ସମେତ ୫ ଦେଶ ଯିଏକି ଋଷଠାରୁ ତେଲ ଏବଂ ଗ୍ୟାସ୍କିଣୁଛନ୍ତି ସେହି ଦେଶ ଉପରେ ଟାରିଫ୍ ନିୟମ କୋହଳ ହୋଇଛି । ଋଷର ଶକ୍ତି କିଣୁଥିବା ଦେଶଗୁଡିକ ପାଇଁ ପ୍ରଯୁଜ୍ୟ ଅନେକ ନୂତନ ପ୍ରତିବନ୍ଧକ, ନିୟମ ଏବଂ ଶୁଳ୍କରୁ ମୁକ୍ତ […]
ପାକିସ୍ତାନର ବେଲୁଚିସ୍ତାନରେ ୫.୮ ତୀବ୍ରତାର ଭୂକମ୍ପ
ଇସଲାମାବାଦ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ଖୁଜଦାର ନିକଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି।ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା ୫.୮ ରେକର୍ଡ କରାଯାଇଛି। ସୁରାବଠାରୁ ପ୍ରାୟ ୯୫ କିଲୋମିଟର ଦକ୍ଷିଣରେ ଏହାର କେନ୍ଦ୍ରସ୍ଥଳ ରହିଥିବା ସୂଚନା ମିଳିଛି।ଭୂପୃଷ୍ଠଠାରୁ ପ୍ରାୟ ୧୦ କିଲୋମିଟର ଗଭୀରତାରେ ଭୂକମ୍ପଟି ସୃଷ୍ଟି ହୋଇଥିବା ଜଣାପଡ଼ିଛି। ତେବେ ଭୂକମ୍ପ ଯୋଗୁଁ କୌଣସି ଧନଜୀବନ କ୍ଷୟକ୍ଷତି ହୋଇଛି କି ନାହିଁ, ସେ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
