1 min read

ଦେଶର ଐତିହ୍ୟ ଓ ଭବିଷ୍ୟତର ଆକାଂକ୍ଷା ଏକାସାଙ୍ଗରେ ଆଗକୁ ବଢ଼ୁଛି : ପ୍ରଧାନମନ୍ତ୍ରୀ

ଚେନ୍ନାଇ : ତାମିଲନାଡୁକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଚେନ୍ନାଇରେ ରେଳ, ମେଟ୍ରୋ, ରାଜପଥ, ବନ୍ଦର, ପେଟ୍ରୋଲିୟମ ଓ ଶିକ୍ଷା କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ବିକାଶ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରି ସେ ଏହା କହିଛନ୍ତି । ଏହି ପ୍ରକଳ୍ପଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ୧୩ ହଜାର କୋଟି ଟଙ୍କା। ମୋଦି କହିଛନ୍ତି, ତାମିଲନାଡୁକୁ ଏକ […]

1 min read

୨୦୨୭ ନିର୍ବାଚନ ପୂର୍ବରୁ ଯୋଗୀ-ଅଖିଳେଶ ମୁହାଁମୁହିଁ

ଅଯୋଧ୍ୟା : ଉତ୍ତରପ୍ରଦେଶ ରାଜନୀତିରେ ଅଯୋଧ୍ୟା ଆସନକୁ ନେଇ ବଢ଼ିଲା ରାଜନୈତିକ ଉଷ୍ମତା। ୨୦୨୭ ୟୁପି ବିଧାନସଭା ନିର୍ବାଚନରେ ଅଯୋଧ୍ୟାରୁ ଲଢ଼ିବାକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯୋଗୀ କହିଛନ୍ତି, ଅଖିଳେଶ ଅଯୋଧ୍ୟାରୁ ପ୍ରାର୍ଥୀ ହେଲେ ସେ ମଧ୍ୟ ସେଠାରୁ ନିର୍ବାଚନ ଲଢ଼ିବେ ଏବଂ ଉଭୟଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ହେଉ। ଏହାର ଜବାବ ଦେଇ ଅଖିଳେଶ କହିଛନ୍ତି, ବିଜେପିକୁ ହରାଇବା ପାଇଁ ସମାଜବାଦୀ ପାର୍ଟିର ଜଣେ […]

1 min read

ଆମେରିକା ନିଜ ଇଚ୍ଛାରେ ଧୀରେ ଧୀରେ ଏକାକୀ ଶକ୍ତିରେ ପରିଣତ ହେଉଛି : ଏସ୍. ଜୟଶଙ୍କର

ନୂଆଦିଲ୍ଲୀ : ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି ଯେ, ଆମେରିକାର ବଦଳୁଥିବା ଭୂମିକା ଓ ଚାଇନାର ବଢ଼ୁଥିବା ଶକ୍ତି ବିଶ୍ୱ ବ୍ୟବସ୍ଥାକୁ ପ୍ରଭାବିତ କରୁଛି। ତାଙ୍କ ଅନୁସାରେ, ଆମେରିକା ନିଜ ଇଚ୍ଛାରେ ଧୀରେ ଧୀରେ ଏକାକୀ ଶକ୍ତିରେ ପରିଣତ ହେଉଛି । ଜୟଶଙ୍କର କହିଛନ୍ତି, ବର୍ତ୍ତମାନର ଅନ୍ତର୍ଜାତୀୟ ବ୍ୟବସ୍ଥା ଆମେରିକା–ଚାଇନା ମଧ୍ୟରେ ବଢୁଥିବା ତୀବ୍ର ପ୍ରତିଯୋଗିତା, […]

1 min read

୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି

ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟରେ ଆଗାମୀ ଦିନରେ ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ବିଭିନ୍ନ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ଡେପୁଟି ନିର୍ବାଚନ କମିସନରଙ୍କ ନେତୃତ୍ୱରେ କମିସନଙ୍କ ବରିଷ୍ଠ ଅଧିକାରୀମାନଙ୍କ ଏକ ସ୍ୱତନ୍ତ୍ର ଟିମ୍ ଚଳିତ ସପ୍ତାହରୁ ୫ଟି ରାଜ୍ୟକୁ ଗସ୍ତ ଆରମ୍ଭ କରିବେ।  ସରକାରୀ ସୂତ୍ର ଅନୁଯାୟୀ, ଚଳିତ ସପ୍ତାହରେ ନିର୍ବାଚନ କମିସନଙ୍କ ଦଳ ପ୍ରଥମେ ଗୋଆ ଗସ୍ତ କରିବେ ଏବଂ ଏହାପରେ ଆଗାମୀ […]

1 min read

ଏସଆଇଆର୍ କୁ ନେଇ ଇସିଆଇଙ୍କ ବଡ଼ ନିଷ୍ପତ୍ତି

ଘରକୁ ଯାଇ ଦସ୍ତାବିଜ ସଂଗ୍ରହ କରିବେ ବିଏଲଓ ନୂଆଦିଲ୍ଲୀ: ଏସଆଇଆରକୁ ନେଇ ବିବାଦ ମଧ୍ୟରେ ଶନିବାର ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସହ ନିର୍ବାଚନ କମିଶନର ଡ. ସୁଖବୀର ସିଂହ ସାନ୍ଧୁ ଓ ଡ. ବିବେକ ଜୋଶୀ ବୈଠକରେ ଉପସ୍ଥିତ ଥିଲେ। ବୈଠକ ପରେ କମିଶନ ପକ୍ଷରୁ ଅନେକ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଛି। କମିଶନଙ୍କ ନିଷ୍ପତ୍ତି ଅନୁସାରେ, ଏସଆଇଆରରେ ନୋଟିସ୍‌ ପାଇଥିବା ଲୋକଙ୍କ ଘରକୁ ବିଏଲଓମାନେ […]

1 min read

ତେଲ ଆମଦାନିରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ, ରୁଷକୁ ନେଇ ବଡ଼ ବୟାନ

ନୂଆଦିଲ୍ଲୀ: ରୁଷରୁ ଅଶୋଧିତ ତେଲ କିଣିବା ନେଇ ଭାରତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି। ଅର୍ଥମନ୍ତ୍ରୀ ନିର୍ମଳାସୀତାରମଣ କହିଛନ୍ତି ଯେ ନିଜର ଆବଶ୍ୟକତା ଓ ଆର୍ଥିକ ସ୍ୱାର୍ଥକୁ ପ୍ରାଥମିକତା ଦିଆଯିବ। ଯେଉଁଠାରୁ ତେଲଉପଲବ୍ଧ ହେବ ଓ ଅର୍ଥନୈତିକ ଭାବେ ଉପଯୁକ୍ତ ମନେ ହେବ, ଭାରତ ସେଠାରୁ ତେଲ କିଣିବ। ସୀତାରମଣ କହିଛନ୍ତି,ଭାରତର ୧୪୦ କୋଟି ନାଗରିକଙ୍କ ଶକ୍ତି ଆବଶ୍ୟକତା ପୂରଣ ପାଇଁ ତେଲ ଯୋଗାଣର ଏକାଧିକ ଉତ୍ସ ରହିବାଜରୁରୀ। ରୁଷରୁ ତେଲ ଆମଦାନି ବନ୍ଦ କରି ଅନ୍ୟ ଦେଶରୁ ତୁରନ୍ତ […]

1 min read

ବିଧାନସଭା ଅଧିବେଶନ ୨୨ ତାରିଖରୁ

ଭୁବନେଶ୍ୱର: ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ। ଏହା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଧାନସଭା ଚାଲୁଥିବା ସମୟରେ ଯାନବାହନ ଚଳାଚଳ ଓ ଜନସାଧାରଣଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ବିଧାନସଭା ସଂଲଗ୍ନ ରାସ୍ତାଗୁଡ଼ିକରେ କଟକଣା ଲଗାଇଛି କମିଶନରେଟ୍ ପୁଲିସ। ପୁଲିସ କମିଶନରେଟ୍ ଅଧୀନରେ ଥିବା ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ, ୨୦୦୩ର ଧାରା ୨୮ (ଓଡ଼ିଶା ଆକ୍ଟ ୨୦୦୭ର ଧାରା ୮) ଏବଂ ପୁଲିସ କମିଶନରେଟ୍, ଭୁବନେଶ୍ୱର-କଟକ ଟ୍ରାଫିକ୍ ଆଣ୍ଡ ପବ୍ଲିକ୍ ଅର୍ଡର […]

1 min read

ରିୟଲ-ଇଷ୍ଟେଟ୍ ଦୁର୍ନୀତି ମାମଲା: ପୂର୍ବତନ ହରିୟାଣା ମନ୍ତ୍ରୀ ଗୋପାଳ କାଣ୍ଡାଙ୍କ ଠିକଣାରେ ଇଡି ଚଢ଼ାଉ

ନୂଆଦିଲ୍ଲୀ: ରିୟଲ-ଇଷ୍ଟେଟ୍ ଅନିୟମିତତା ମାମଲାରେ ହରିୟାଣା ଲୋକହିତ ପାର୍ଟି ନେତା ତଥା ବ୍ୟବସାୟୀ ଗୋପାଳ କାଣ୍ଡାଙ୍କ ବିଭିନ୍ନ ଠିକଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଚଢ଼ାଉ କରିଛି। ଗୁରୁଗ୍ରାମରେ ଥିବା କାଣ୍ଡାଙ୍କ ବାସଭବନ, ଫାର୍ମହାଉସ୍ ଓ ଅଫିସ୍ ପରିସରରେ ଏହି ତଲାସି ଚାଲିଥିବା ଜଣାପଡ଼ିଛି। ଜଣେ ଇଡି ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭାଟିକା ଲିମିଟେଡ୍‌ ବିରୋଧରେ ଏକ ବଡ଼ ରିୟଲ-ଇଷ୍ଟେଟ୍ ଠକେଇ ସମ୍ପର୍କିତ ମାମଲାର ତଦନ୍ତ ଚାଲିଛି। ତଦନ୍ତ ଅଧୀନରେ ଥିବା ୪ଟି ପ୍ରକଳ୍ପରେ ୬୬୧ ଜଣ […]

1 min read

ଦୁର୍ଗାପୂଜା ପୂର୍ବରୁ ୧୭ ବିଦ୍ରୋହୀ ଟିଏମ୍‌ସି ସାଂସଦବିଜେପିରେ ଯୋଗଦେବେ

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ମମତା ବାନାର୍ଜୀଙ୍କ ଟିଏମସି ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ୨୦ ଜଣ ସାଂଦଙ୍କୁ ନେଇ ଆସିଛି ବଡ଼ ଖବର। ଏହି ବିଦ୍ରୋହୀ ସାଂସଦମାନେ ଲୋକସଭାର ମୌସୁମୀ ଅଧିବେଶନ ପୂର୍ବରୁ କମ ପରିଚିତ ନ୍ୟାଶନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ ଇଣ୍ଡିଆ ବାଏନସିପିଆଇରେ ଯୋଗ ଦେଇଥିଲେ। ଏବେ ସେମାନଙ୍କ ମଧ୍ୟରୁ ୧୭ ଜଣ ଆଗାମୀ ଦୁର୍ଗାପୂଜା ପୂର୍ବରୁ କିମ୍ବା ପରେ ଏନସିପିଆଇ ଛାଡ଼ି ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହେବେ। ବିଦ୍ରୋହୀ […]

1 min read

ଗୋଆରେ ଏକାଠି ଲଢ଼ିବେ ଆପ୍-ଜିଏଫପି

ପାନାଜୀ: ଆସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ଏବେଠାରୁ ରାଜନୈତିକ ଦଳ ଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି (ଆପ) ଓ ଗୋଆ ଫରୱାର୍ଡ ପାର୍ଟି (ଜିଏଫପି) ରବିବାର ମେଣ୍ଟ ଘୋଷଣାକରିଛନ୍ତି। ଏହି ମେଣ୍ଟର ନାମ ‘ଗୋଆ ଫାଷ୍ଟ’ ରଖାଯାଇଛି। ଏହା ଭୋଟରମାନଙ୍କୁ ବିଜେପି ଓ କଂଗ୍ରେସ ବିରୋଧୀ ବିକଳ୍ପ ପ୍ରଦାନ କରିବ। ମେଣ୍ଟ ପକ୍ଷରୁ କୁହାଯାଇଛି ଯେ ଗୋଆର ଲୋକଙ୍କୁ ଦ୍ବିତୀୟ ଥର […]