ଶିଳ୍ପ ଓ ବାଣିଜ୍ୟ
ମସ୍କ ହରାଇଲେ ୧୧ ଲକ୍ଷ କୋଟି
ନୂଆଦିଲ୍ଲୀ: ଆମେରିକାର ଟେକ୍ସାସ୍ରେ ଡେମୋକ୍ରାଟିକ୍ ପାର୍ଟିର ବଡ଼ ବିଜୟ ପରେ ବିଶ୍ୱର ଧନୀ ବ୍ୟବସାୟୀଏଲନ୍ ମସ୍କଙ୍କ ବ୍ୟବସାୟ ସାମ୍ରାଜ୍ୟ ଉପରେ ଏହାର ପ୍ରଭାବ ପଡ଼ିଛି। ତାଙ୍କ ମାଲିକାନା ସହ ଜଡ଼ିତ ଟେସ୍ଲା ଓ ସ୍ପେସ୍ଏକ୍ସର ମୋଟ ବଜାର ପୁଞ୍ଜିରୁ ୧୨୦ ବିଲିୟନ୍ ଡଲାରରୁ ଅଧିକ ଅର୍ଥାତ୍ ପ୍ରାୟ ୧୦.୮୦ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି। ଆମେରିକାରେ ଡେମୋକ୍ରାଟ୍ମାନେ ନିର୍ବାଚନରେ ବଡ଼ ବିଜୟ ହାସଲ କରିବା ପରେ ନିବେଶକମାନେ ମସ୍କଙ୍କ କମ୍ପାନିଗୁଡ଼ିକର ଭବିଷ୍ୟତକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ବୁଧବାର ଆମେରିକାର […]
ରେଳ କର୍ମଚାରୀ ପାଇବେ ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ପାର୍ବଣ ଋତୁ ପୂର୍ବରୁ ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ (ପିଏଲବି)ମଞ୍ଜୁର କରିଛି। ଦେଶର ୧୧,୪୦,୭୭୦ ରେଳ କର୍ମଚାରୀଙ୍କୁ ମୋଟ୍ ୨୦୦୯.୬୧ କୋଟି ଟଙ୍କାର ପିଏଲବିପ୍ରଦାନ କରାଯିବ। ଏହି ଘୋଷଣା ସହିତ କ୍ୟାବିନେଟ୍ ସମସ୍ତ ରେଳ କର୍ମଚାରୀଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁପ୍ରଶଂସା କରିଛି। ପ୍ରତିବର୍ଷ ଦୁର୍ଗା ପୂଜା/ଦଶହରା ଛୁଟି ପୂର୍ବରୁ ଯୋଗ୍ୟ ରେଳ କର୍ମଚାରୀମାନଙ୍କୁ ପିଏଲବିପ୍ରଦାନ କରାଯାଏ। ଚଳିତ ବର୍ଷ ମଧ୍ୟ ପ୍ରାୟ ୧୧.୪୯ ଲକ୍ଷ […]
ତେଲ ଆମଦାନିରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ, ରୁଷକୁ ନେଇ ବଡ଼ ବୟାନ
ନୂଆଦିଲ୍ଲୀ: ରୁଷରୁ ଅଶୋଧିତ ତେଲ କିଣିବା ନେଇ ଭାରତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି। ଅର୍ଥମନ୍ତ୍ରୀ ନିର୍ମଳାସୀତାରମଣ କହିଛନ୍ତି ଯେ ନିଜର ଆବଶ୍ୟକତା ଓ ଆର୍ଥିକ ସ୍ୱାର୍ଥକୁ ପ୍ରାଥମିକତା ଦିଆଯିବ। ଯେଉଁଠାରୁ ତେଲଉପଲବ୍ଧ ହେବ ଓ ଅର୍ଥନୈତିକ ଭାବେ ଉପଯୁକ୍ତ ମନେ ହେବ, ଭାରତ ସେଠାରୁ ତେଲ କିଣିବ। ସୀତାରମଣ କହିଛନ୍ତି,ଭାରତର ୧୪୦ କୋଟି ନାଗରିକଙ୍କ ଶକ୍ତି ଆବଶ୍ୟକତା ପୂରଣ ପାଇଁ ତେଲ ଯୋଗାଣର ଏକାଧିକ ଉତ୍ସ ରହିବାଜରୁରୀ। ରୁଷରୁ ତେଲ ଆମଦାନି ବନ୍ଦ କରି ଅନ୍ୟ ଦେଶରୁ ତୁରନ୍ତ […]
ଅମ୍ବାନୀଙ୍କୁ ପଛରେ ପକାଇ ଆଦାନୀ ଭାରତର ଏକ ନମ୍ବର ଧନୀ
ନୂଆଦିଲ୍ଲୀ: ଭାରତର ସବୁଠୁ ଧନୀ ବ୍ୟକ୍ତିଙ୍କ ମୁକୁଟ ପୁଣି ଥରେ ଗୌତମ ଆଦାନୀଙ୍କ ମୁଣ୍ଡରେ। ଏମ୍୩ଏମ୍ ହୁରୁନ୍ ଭାରତୀୟ ଧନୀ ତାଲିକା-୨୦୨୬ ଅନୁସାରେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଗୌତମ ଆଦାନୀ ଦେଶର ଏକ ନମ୍ବର ଧନୀ ହୋଇଛନ୍ତି। ଆଦାନୀ ପରିବାରର ମୋଟ ସମ୍ପତ୍ତି ୯.୨୩ ଲକ୍ଷ କୋଟି ଟଙ୍କା ବୋଲି ତାଲିକାରେ ଦର୍ଶାଯାଇଛି। ଗତବର୍ଷ ହୁରୁନ୍ ତାଲିକାରେ ୯.୫୫ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ସହ ମୁକେଶ ଅମ୍ବାନୀ ଓ ପରିବାର […]
ଏଣିକି LPG ସିଲିଣ୍ଡର ପାଇଁ e-KYC ବାଧ୍ୟତାମୂଳକ
ନୂଆଦିଲ୍ଲୀ: ଘରୋଇ ରନ୍ଧନ ଗ୍ୟାସ୍ (LPG) ସିଲିଣ୍ଡର ଯୋଗାଣ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅକ୍ଟୋବର ୧ରୁ ସବସିଡି ବା ରିଆତି ମୂଲ୍ୟରେ ଘରୋଇ LPG ସିଲିଣ୍ଡର ପାଇବା ପାଇଁ ବାୟୋମେଟ୍ରିକ୍ ଆଧାର ପ୍ରମାଣୀକରଣ କିମ୍ବା e-KYC ବାଧ୍ୟତାମୂଳକ ହେବ। ନୂଆ ନିୟମ ଅନୁଯାୟୀ, ଯେଉଁ ଗ୍ରାହକ e-KYC ପ୍ରକ୍ରିୟା ସମ୍ପୂର୍ଣ୍ଣ କରିନାହାନ୍ତି କିମ୍ବା ଏହା କରିବାକୁ ଇଚ୍ଛୁକ ନୁହନ୍ତି, ସେମାନଙ୍କୁ ଆଉ ୧୪.୨ କିଲୋଗ୍ରାମର ସବସିଡିଯୁକ୍ତ ସିଲିଣ୍ଡର ମିଳିବ ନାହିଁ। ଏଭଳି ଗ୍ରାହକଙ୍କୁ ବଜାର […]
୮ମ ବେତନ ଆୟୋଗ: ଏରିୟରକୁ ନେଇ ବଢ଼ିଲା ଆଶା, ଜାଣନ୍ତୁ କେତେ ହୋଇପାରେ ରାଶି
ନୂଆଦିଲ୍ଲୀ, ୨୨/୯: ୮ମ କେନ୍ଦ୍ରୀୟ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ଓ ଅନ୍ୟ ପକ୍ଷଙ୍କ ମତାମତ ନେଉଛି। ସରକାରୀ ସୂଚନା ଅନୁଯାୟୀ, ଆୟୋଗକୁ ରିପୋର୍ଟ ଦେବା ପାଇଁ ୧୮ ମାସର ସମୟ ଦିଆଯାଇଛି। ଆୟୋଗ ଚଳିତ ବର୍ଷ ଜୟପୁର, ପୁଡୁଚେରୀ ଓ ଚଣ୍ଡିଗଡ଼ ସମେତ ବିଭିନ୍ନ ସ୍ଥାନରେ ଆଲୋଚନା ଓ ବୈଠକ କରିଛି। ଆୟୋଗର ଅଧିକାରିକ ୱେବସାଇଟ୍ ଅନୁଯାୟୀ, ଆସନ୍ତା ୭ ଓ ୮ ଅକ୍ଟୋବର […]
ସେମିକଣ୍ଡକ୍ଟର ଶିଳ୍ପରେ ଓଡ଼ିଶାକୁ ୨୩,୬୦୦ କୋଟିର ନିବେଶ ପ୍ରସ୍ତାବ
ନୂଆଦିଲ୍ଲୀ: ସେମିକଣ୍ଡକ୍ଟର ଶିଳ୍ପ କ୍ଷେତ୍ରରେ ଓଡ଼ିଶା ନିଜର ନିବେଶ ଆକର୍ଷଣ ଓ ଶିଳ୍ପ ବିକାଶ ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରିଛି। ନୂଆଦିଲ୍ଲୀରେ ଆୟୋଜିତ ‘ସେମିକନ୍ ଇଣ୍ଡିଆ ୨୦୨୬’ରେ ଓଡ଼ିଶାକୁ ପ୍ରାୟ ୨୩,୬୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଛି। ଏହା ମାଧ୍ୟମରେ ପ୍ରାୟ ୬,୧୦୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଭିନ୍ନ ବିଶ୍ୱସ୍ତରୀୟ ଓ ଦେଶୀୟ ସେମିକଣ୍ଡକ୍ଟର ଏବଂ ପ୍ରଯୁକ୍ତି କମ୍ପାନୀ ସହ ନିବେଶ ଓ ଶିଳ୍ପ […]
ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା ମିଳିବନି କଫ୍ ସିରପ୍
ନୂଆଦିଲ୍ଲୀ: ନିଶା ପାଇଁ କଫ୍ ସିରପ୍ର ଦୁରୁପଯୋଗ ବଢ଼ୁଥିବା ଅଭିଯୋଗ ମଧ୍ୟରେ ଏହାର ବିକ୍ରୟ ଉପରେ ନିୟମ କଡ଼ାକଡ଼ି କରିବାକୁ ସରକାର ପଦକ୍ଷେପ ନେଇଛନ୍ତି। ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା କଫ୍ ସିରପ୍ ଭଳି ପ୍ରେସକ୍ରିପସନ୍ ଔଷଧ ବିକ୍ରି ନହେବା ନିଶ୍ଚିତ କରିବାକୁ ଔଷଧ ନିୟମରେ ପରିବର୍ତ୍ତନ ଆଣିବାକୁ ପ୍ରସ୍ତାବ ରହିଛି। ସରକାରୀ ସୂତ୍ର ଅନୁଯାୟୀ, ବୟସ୍କଙ୍କ ପାଇଁ ପ୍ରସ୍ତୁତ କେତେକ କଫ୍ ସିରପ୍ ପିଲାମାନଙ୍କୁ ଦିଆଯାଉଥିବା ଘଟଣା ସାମ୍ନାକୁ ଆସିଛି। ଏଭଳି ବ୍ୟବହାରକୁ ରୋକିବା ସହ ଔଷଧର […]
ଦୁଇ ବର୍ଷରେ ହେବ ଶ୍ରୀଜଗନ୍ନାଥଙ୍କ ଜମି ସେଟଲମେଣ୍ଟ, ଆସିବ ସ୍ୱତନ୍ତ୍ର ପୋର୍ଟାଲ
ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ଜମି ସେଟଲମେଣ୍ଟ ପ୍ରକ୍ରିୟାକୁ ସରଳ ଓ ସ୍ୱଚ୍ଛ କରିବା ପାଇଁ ରାଜ୍ୟ ସରକାର ନୂଆ ନିୟମ ଆଣିଛନ୍ତି। ସରକାରୀ ସୂଚନା ଅନୁଯାୟୀ, ଦୁଇ ବର୍ଷ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ଜମିର ସେଟଲମେଣ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା ଅନୁଯାୟୀ, ୨୦୦୩ ମସିହାରେ ଶ୍ରୀଜଗନ୍ନାଥଙ୍କ ଜମି ସମ୍ପର୍କିତ ନୀତି ଆସିଥିଲା। ପରେ ୨୦୧୯ରେ ଏହାର ସଂଶୋଧନ ହୋଇଥିଲେ ମଧ୍ୟ ନିୟମ ଅଭାବରୁ ପ୍ରକ୍ରିୟା ଆଗକୁ ବଢ଼ିପାରିନଥିଲା। ଏବେ ଏଥିପାଇଁ ଆବଶ୍ୟକ ନିୟମ ପ୍ରସ୍ତୁତ […]
UAEରେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ନିବେଶ ପାଇଁ ଶିଳ୍ପପତିଙ୍କ ସହ ଆଲୋଚନା
ଭୁବନେଶ୍ୱର: ଓଡ଼ିଶାରେ ଅଧିକ ପୁଞ୍ଜିନିବେଶ ଆଣିବା ଏବଂ ରାଜ୍ୟର ଶିଳ୍ପ ବିକାଶକୁ ନୂଆ ଦିଗ ଦେବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ଆବୁଧାବିରେ ପହଞ୍ଚିଛନ୍ତି। ଏହି ଗସ୍ତ ସହ ଓଡ଼ିଶାର ଉଚ୍ଚସ୍ତରୀୟ ନିବେଶ ଅଭିଯାନ ଆରମ୍ଭ ହୋଇଛି। ସେପ୍ଟେମ୍ବର ୯ରୁ ୧୧ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ UAEରେ ବିଭିନ୍ନ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେବେ। ସେପ୍ଟେମ୍ବର ୧୨ରେ ସେ ଭାରତ ଫେରିବା କାର୍ଯ୍ୟକ୍ରମ ରହିଛି। UAE ସହ ଓଡ଼ିଶାର ଆର୍ଥିକ ସମ୍ପର୍କକୁ […]
