ଏଣିକି LPG ସିଲିଣ୍ଡର ପାଇଁ e-KYC ବାଧ୍ୟତାମୂଳକ
1 min read

ଏଣିକି LPG ସିଲିଣ୍ଡର ପାଇଁ e-KYC ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଘରୋଇ ରନ୍ଧନ ଗ୍ୟାସ୍‌ (LPG) ସିଲିଣ୍ଡର ଯୋଗାଣ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅକ୍ଟୋବର ୧ରୁ ସବସିଡି ବା ରିଆତି ମୂଲ୍ୟରେ ଘରୋଇ LPG ସିଲିଣ୍ଡର ପାଇବା ପାଇଁ ବାୟୋମେଟ୍ରିକ୍ ଆଧାର ପ୍ରମାଣୀକରଣ କିମ୍ବା e-KYC ବାଧ୍ୟତାମୂଳକ ହେବ।

ନୂଆ ନିୟମ ଅନୁଯାୟୀ, ଯେଉଁ ଗ୍ରାହକ e-KYC ପ୍ରକ୍ରିୟା ସମ୍ପୂର୍ଣ୍ଣ କରିନାହାନ୍ତି କିମ୍ବା ଏହା କରିବାକୁ ଇଚ୍ଛୁକ ନୁହନ୍ତି, ସେମାନଙ୍କୁ ଆଉ ୧୪.୨ କିଲୋଗ୍ରାମର ସବସିଡିଯୁକ୍ତ ସିଲିଣ୍ଡର ମିଳିବ ନାହିଁ। ଏଭଳି ଗ୍ରାହକଙ୍କୁ ବଜାର ଦରରେ ୫ କିଲୋଗ୍ରାମ କିମ୍ବା ୧୦ କିଲୋଗ୍ରାମର ସିଲିଣ୍ଡର ଯୋଗାଇ ଦିଆଯାଇପାରେ।

ଦେଶର ପ୍ରାୟ ୮୯.୯ ପ୍ରତିଶତ ଅର୍ଥାତ୍‌ ୨୭.୪୩ କୋଟି LPG ଗ୍ରାହକ e-KYC ପ୍ରକ୍ରିୟା ସମ୍ପୂର୍ଣ୍ଣ କରିସାରିଥିବା ତଥ୍ୟ ଦିଆଯାଇଛି। ଏହି ଗ୍ରାହକମାନଙ୍କ ପାଇଁ ପୂର୍ବଭଳି ନିୟମ ଲାଗୁ ରହିବ ଏବଂ ସେମାନେ ସବସିଡି ଦରରେ ୧୪.୨ କିଲୋଗ୍ରାମ ସିଲିଣ୍ଡର ପାଇପାରିବେ।

ଯେଉଁ ଗ୍ରାହକମାନେ ଏପର୍ଯ୍ୟନ୍ତ e-KYC କରିନାହାନ୍ତି, ସେମାନେ ନିଜ LPG ବିତରକଙ୍କ ଶୋ’ରୁମ୍‌କୁ ଯାଇ ଏହି ପ୍ରକ୍ରିୟା ପୂରଣ କରିପାରିବେ। ଏହା ବ୍ୟତୀତ ଗ୍ୟାସ୍‌ ଡେଲିଭରି ସମୟରେ ଡେଲିଭରି ବୟଙ୍କ ମାଧ୍ୟମରେ କିମ୍ବା ସମ୍ପୃକ୍ତ LPG ମାର୍କେଟିଂ କମ୍ପାନିର ଆପ୍‌ ମାଧ୍ୟମରେ ମଧ୍ୟ e-KYC କରିବାର ସୁବିଧା ରହିଛି।

କଳାବଜାରୀ ଓ ବାଣିଜ୍ୟିକ କାର୍ଯ୍ୟରେ ଘରୋଇ ଗ୍ୟାସ୍‌ର ଅପବ୍ୟବହାର ରୋକିବା ସହ ପ୍ରକୃତ ହିତାଧିକାରୀଙ୍କ ନିକଟରେ ସବସିଡି ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ପରିବର୍ତ୍ତନ କରାଯାଉଥିବା କୁହାଯାଇଛି।

Leave a Reply

Your email address will not be published. Required fields are marked *