1 min read

କୋଲକାତା – ସାଇରଙ୍ଗ ଏକ୍ସପ୍ରେସ୍‌ର ୬ ବଗି ଲାଇନଚ୍ୟୁତ

ଗୌହାଟୀ : ଭୟଙ୍କର ଟ୍ରେନ ଦୁର୍ଘଟଣା । ଆସାମର ଗୌହାଟୀ ନିକଟସ୍ଥ ଦିଗାରୁ ଅଞ୍ଚଳରେ ଟ୍ରେନ୍ ଦୁର୍ଘଟଣା ଘଟିଛି । ମିଜୋରାମରୁ କୋଲକାତା ଯାଉଥିବା ଟ୍ରେନ୍ର ଇଞ୍ଜିନ୍ ସମେତ ୭ଟି ବଗି ଲାଇନଚ୍ୟୁତ ହୋଇଛି । ପ୍ୟାସେଞ୍ଜର ବଗି ୬ଟି ରହିଛି । ଆଜି ଭୋର ପ୍ରାୟ ୬ଟା ୪୫ ମିନିଟ ଏହି ଦୁର୍ଘଟଣା ଘଟିଛି । କୋଲକାତାରୁ ସାଇରଙ୍ଗ ଯାଉଥିଲା କୋଲକାତା-ସାଇରଙ୍ଗ ଏକ୍ସପ୍ରେସ୍ । ଏପର୍ଯ୍ୟନ୍ତ ମୃତାହତ ନେଇ କୌଣସି ସୂଚନା ମିଳିନାହିଁ । ଘଟଣାସ୍ଥଳରେ ପହଞ୍ଚିଲେ ବରିଷ୍ଠ ରେଲୱେ ଅଧିକାରୀ । କୋଲକାତାରୁ ସାଇରାଙ୍ଗ ଯାଉଥିବା କୋଲକାତା-ସାଇରାଙ୍ଗ ଏକ୍ସପ୍ରେସ (୧୩୧୨୫)ର ଇଞ୍ଜିନ୍ ସମେତ ଅନେକ ବଗି ଲାଇନଚ୍ୟୁତ ହୋଇଥିଲା ।ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ସୌଭାଗ୍ୟର କଥା ହେଉଛି ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି । ରେଳବାଇରୁ ମିଳିଥିବା ସୂଚନା ମୁତାବକ, ରେଳବାଇର ଇଞ୍ଜିନ୍ ଥିବା ପ୍ରାୟ ୬ରୁ ୭ଟି ବଗି ଲାଇନଚ୍ୟୁତ ହୋଇଛି । କିଛି ବଗି ପରସ୍ପର ସହ ଧକ୍କା ହୋଇ ଭାଙ୍ଗି ଯାଇଛି । ନର୍ଥଇଷ୍ଟ ଫ୍ରଣ୍ଟଇୟର ରେଲୱେ (ଏନ୍ଏଫ୍ଆର୍) ଅନୁଯାୟୀ, ଦୁର୍ଘଟଣାର ଖବର ମିଳିବା ମାତ୍ରେ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି । ରେଳବାଇ ମଧ୍ୟ ଘଟଣାସ୍ଥଳକୁ ରିଲିଫ୍ ଟ୍ରେନ୍ ପଠାଇଛି । ପୁଲିସ, ରେଳବାଇ ସୁରକ୍ଷା ବଳ ଓ ସ୍ଥାନୀୟ ପ୍ରଶାସନର ଟିମ୍ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଯାତ୍ରୀମାନଙ୍କୁ ଅନ୍ୟ ଏକ ଟ୍ରେନରେ ପଠାଯାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *