1 min read

ସେପ୍ଟେମ୍ବର ୩୦ ସୁଦ୍ଧା ପ୍ରକାଶ ପାଇବ ନିଟ୍‌ ପିଜି ପରୀକ୍ଷା ଫଳ

ନୂଆଦିଲ୍ଲୀ: ନ୍ୟାସନାଲ ବୋର୍ଡ଼ ଅଫ୍‌ ମେଡିକାଲ ସାଇନ୍ସେସ୍‌ (ଏନ୍‌ବିଇଏମ୍ଏସ୍‌) ଦ୍ବାରା କରାଯାଇଥିବା ନିଟ୍‌ ପିଜିପ୍ରବେଶିକା ପରୀକ୍ଷା ୨୦୨୬ ଫଳାଫଳ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଘୋଷଣା କରିପାରେ। ଏନ୍‌ବିଇଏମ୍‌ଏସ୍‌ଏପର୍ଯ୍ୟନ୍ତ ଉତ୍ତର ପ୍ରକାଶନ ନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିନଥିବାବେଳେ ଖୁବ୍‌ ଶୀଘ୍ର ନ୍ୟାସନାଲପ୍ରବେଶିକା ପରୀକ୍ଷା ପ୍ରୋଭିଜନାଲ୍ ଉତ୍ତର କୀ ଓ ପ୍ରାର୍ଥୀଙ୍କ ଉତ୍ତର ପତ୍ର ପ୍ରକାଶ କରିବ ବୋଲି ଆଶା କରାଯାଉଛି।ପରୀକ୍ଷା ସ୍ୱଚ୍ଛତା ଉପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି, ଚଳିତ ବର୍ଷ ବୋର୍ଡ ପ୍ରଥମ ଥର ପାଇଁ ଉତ୍ତର କୀ ଓରେକର୍ଡ ହୋଇଥିବା ଉତ୍ତର […]

1 min read

ଗଣେଶଙ୍କ ଜୀବନରୁ ମିଳେ ସଫଳତାର ୫ ସୂତ୍ର

ଆମ ଜୀବନରେ ପର୍ବପର୍ବାଣି ଓ ପୂଜାପାଠର ଏକ ବିଶେଷ ମହତ୍ତ୍ୱ ରହିଛି। ଆମ ଦେବଦେବୀମାନେ କେବଳ ଆସ୍ଥାର ପ୍ରତୀକ ନୁହନ୍ତି, ସେମାନଙ୍କ ଜୀବନ ଓ ପୁରାଣକଥା ମଧ୍ୟ ଆମକୁ ଜୀବନ ଜିଇବାର ଅନେକ ମୂଲ୍ୟବାନ ଶିକ୍ଷା ଦେଇଥାଏ। ଗଣେଶ ପୂଜା ମଧ୍ୟ ଏହିଭଳି ଏକ ପର୍ବ। ଜ୍ଞାନ, ବୁଦ୍ଧି ଓ ବିଚାରଶକ୍ତିର ପ୍ରତୀକ ଭାବେ ଭଗବାନ ଗଣେଶଙ୍କୁ ପୂଜା କରାଯାଏ। ତାଙ୍କ ଜୀବନରୁ ପିଲାମାନେ ମଧ୍ୟ ଅନେକ ଶିକ୍ଷା ନେଇପାରିବେ। କର୍ତ୍ତବ୍ୟ ପ୍ରତି ନିଷ୍ଠା ଭଗବାନ ଗଣେଶଙ୍କ […]

1 min read

ପୁଲିସ ନିଯୁକ୍ତିରେ ବଡ଼ ସୁଯୋଗ: ଓଡ଼ିଶାରେ ୪,୧୯୫ ନୂଆ ପଦବୀ ସୃଷ୍ଟି

ଭୁବନେଶ୍ୱର: ପୁଲିସ ଚାକିରି ଆଶାୟୀଙ୍କ ପାଇଁ ରାଜ୍ୟ ସରକାର ବଡ଼ ସୁଯୋଗ ଆଣିଛନ୍ତି। ରାଜ୍ୟରେ ଜରୁରୀକାଳୀନ ସେବା ପ୍ରଣାଳୀ (ERSS)ର ତୃତୀୟ ପର୍ଯ୍ୟାୟ ପାଇଁ ଓଡ଼ିଶା ପୁଲିସ ମୁଖ୍ୟାଳୟ ପକ୍ଷରୁ ୪,୧୯୫ଟି ନୂଆ ପଦବୀ ସୃଷ୍ଟି କରାଯାଇଛି। ଗୃହ ବିଭାଗର ନିର୍ଦ୍ଦେଶକ୍ରମେ ବିଭିନ୍ନ ବର୍ଗର ଏହି ପଦବୀଗୁଡ଼ିକୁ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ପୁଲିସ କମିଶନରେଟ୍‌କୁ ବଣ୍ଟନ କରାଯିବ। ଡିଜିପିଙ୍କ ଅନୁମୋଦନ ପରେ ଏନେଇ ସରକାରୀ ଆଦେଶନାମା ପ୍ରକାଶ ପାଇଛି। ନୂଆ ପଦବୀ ମଧ୍ୟରେ କନଷ୍ଟେବଲ୍‌ ୨,୬୯୯, […]

1 min read

ବ୍ୟାଙ୍କ ଅଫ୍‌ ବରୋଦାରେ ୨୪୮୨ ପଦବୀ, ଓଡ଼ିଶା ପାଇଁ ୧୦୦

ଲୋକାଲ୍‌ ବ୍ୟାଙ୍କ ଅଫିସର ପଦରେ ନିଯୁକ୍ତି; ସେପ୍ଟେମ୍ବର ୭ ଯାଏଁ ଆବେଦନ ଭୁବନେଶ୍ୱର: ଚାକିରି ଆଶାୟୀଙ୍କ ପାଇଁ ଆସିଛି ଭଲ ଖବର। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍‌ ବରୋଦା ପକ୍ଷରୁ ଲୋକାଲ୍‌ ବ୍ୟାଙ୍କ ଅଫିସର ପଦରେ ବଡ଼ ଧରଣର ନିଯୁକ୍ତି ଦିଆଯିବ। ଦେଶର ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ମୋଟ ୨୪୮୨ଟି ପଦ ରହିଥିବାବେଳେ ଓଡ଼ିଶା ପାଇଁ ୧୦୦ଟି ପଦ ସଂରକ୍ଷିତ ରହିଛି। ବ୍ୟାଙ୍କିଂ ସେବାକୁ ଆହୁରି ସୁଦୃଢ଼ କରିବା ସହ ସ୍ଥାନୀୟ ଯୁବକ-ଯୁବତୀଙ୍କ ପାଇଁ […]

1 min read

ଏଆଇକୁ ନେଇ ଏଲନ୍‌ ମସ୍କଙ୍କ ଚେତାବନୀ; ମଣିଷର ଚିନ୍ତାଧାରାକୁ ପଛରେ ପକାଇଦେବ କୃତ୍ରିମ ବୁଦ୍ଧି

ନୂଆଦିଲ୍ଲୀ: ବିଶ୍ୱର ଶୀର୍ଷ ଧନୀ ବ୍ୟବସାୟୀ ଏଲନ୍‌ ମସ୍କ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦ୍ରୁତ ବିକାଶକୁ ନେଇ ପୁଣିଥରେ ଚେତାବନୀ ଦେଇଛନ୍ତି। ଆଗାମୀ ଦିନରେ ଏଆଇ ମଣିଷ ଭଳି ଚିନ୍ତା କରିବାର କ୍ଷମତା ହାସଲ କରିପାରେ ବୋଲି ସେ ମତ ଦେଇଛନ୍ତି। ଏଲନ୍‌ ମସ୍କଙ୍କ ମତାନୁସାରେ, ଆସନ୍ତା ବର୍ଷ ଶେଷ ସୁଦ୍ଧା ଏଆଇ କମ୍ପ୍ୟୁଟର ଓ ଇଣ୍ଟରନେଟ୍‌ ସମ୍ବନ୍ଧୀୟ କାର୍ଯ୍ୟରେ ମଣିଷଙ୍କୁ ପଛରେ ପକାଇପାରେ। ଏଆଇର କ୍ଷମତା ଯେଉଁ ଗତିରେ ବଢ଼ୁଛି, ତାହା ଭବିଷ୍ୟତରେ ମଣିଷର ଚିନ୍ତା […]

1 min read

ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ମେନ୍‌ ପରୀକ୍ଷା ତାରିଖ ଘୋଷଣା; ଅକ୍ଟୋବର ୨୯ରୁ ନଭେମ୍ବର ୧୧ ପର୍ଯ୍ୟନ୍ତ ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ (OCS) ମେନ୍‌ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର ୧୧ ପର୍ଯ୍ୟନ୍ତ ଏହି ଗୁରୁତ୍ୱପୂର୍ଣ୍ଣ ମେନ୍‌ ପରୀକ୍ଷା ଅନୁଷ୍ଠିତ ହେବ। OPSCର ସୂଚନା ଅନୁସାରେ, ସମସ୍ତ ପରୀକ୍ଷା ଦୈନିକ ଦୁଇଟି ସିଟିଂରେ ପରିଚାଳିତ ହେବ। ପ୍ରଥମ ସିଟିଂ ପରୀକ୍ଷା ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ହେବ। ଦ୍ୱିତୀୟ ସିଟିଂ ପରୀକ୍ଷା ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ […]

1 min read

ଆତ୍ମନିର୍ଭରତାକୁ ଆହୁରି ମଜବୁତ କରିବା ଲକ୍ଷ୍ୟ; ଶିଳ୍ପକୁ ମିଳିବ ଡିଆର୍‌ଡିଓ କ୍ଷେପଣାସ୍ତ୍ର ପ୍ରଯୁକ୍ତି

ନୂଆଦିଲ୍ଲୀ: ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆର୍‌ଡିଓ ଦ୍ୱାରା ବିକଶିତ ସମସ୍ତ ପାରମ୍ପରିକ କ୍ଷେପଣାସ୍ତ୍ର ପ୍ରଣାଳୀର ପ୍ରଯୁକ୍ତି ଭାରତୀୟ ପ୍ରତିରକ୍ଷା ଶିଳ୍ପକୁ ହସ୍ତାନ୍ତର କରିବାକୁ ମଞ୍ଜୁରି ଦେଇଛନ୍ତି। ଫଳରେ ସେମାନେ ସେହି କ୍ଷେପଣାସ୍ତ୍ରର ଉତ୍ପାଦନ କରିପାରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏହି ପ୍ରଯୁକ୍ତି ହସ୍ତାନ୍ତର ପଦକ୍ଷେପ ଦ୍ୱାରା ଡିଆର୍‌ଡିଓର ଗବେଷଣା ଓ ବିକାଶ ପର୍ଯ୍ୟାୟରୁ କ୍ଷେପଣାସ୍ତ୍ର ପ୍ରଣାଳୀକୁ ବୃହତ୍ ଶିଳ୍ପ […]

1 min read

RRB JE ନିଯୁକ୍ତି ୨୦୨୬: ୩,୯୯୩ ଜୁନିଅର ଇଞ୍ଜିନିୟର ପଦବୀ ପାଇଁ ଆବେଦନ ଆରମ୍ଭ, ସେପ୍ଟେମ୍ବର ୧୩ ଶେଷ ତାରିଖ

ନୂଆଦିଲ୍ଲୀ: ରେଳବାଇରେ ଚାକିରି କରିବାକୁ ଇଚ୍ଛୁକ ଯୁବକ-ଯୁବତୀଙ୍କ ପାଇଁ ବଡ଼ ସୁଯୋଗ। ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ (RRB) ପକ୍ଷରୁ ଜୁନିଅର ଇଞ୍ଜିନିୟର (JE) ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବଡ଼ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ମୋଟ ୩,୯୯୩ଟି ପଦବୀ ପାଇଁ ଅନଲାଇନ୍ ଆବେଦନ ଗ୍ରହଣ କରାଯାଉଛି। ଆବେଦନ ପ୍ରକ୍ରିୟା ୧୪ ଅଗଷ୍ଟ ୨୦୨୬ରୁ ଆରମ୍ଭ ହୋଇଥିବାବେଳେ ୧୩ ସେପ୍ଟେମ୍ବର ୨୦୨୬ ହେଉଛି ଶେଷ ତାରିଖ। ରେଳବାଇର ଅଧିକାରିକ ୱେବସାଇଟ୍‌ରେ ପ୍ରାର୍ଥୀମାନଙ୍କୁ ନିଜ ଅଞ୍ଚଳ ସମ୍ବନ୍ଧୀୟ […]

1 min read

SBI Clerk 2026: ୯,୭୬୬ ପଦବୀ ପାଇଁ ନିଯୁକ୍ତି, ଅଗଷ୍ଟ ୩୧ ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ: ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (SBI) ପକ୍ଷରୁ ଜୁନିୟର ଆସୋସିଏଟ୍‌ (କଷ୍ଟମର ସପୋର୍ଟ ଆଣ୍ଡ ସେଲ୍ସ) ପଦବୀ ପାଇଁ SBI Clerk Recruitment 2026 ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ଅଭିଯାନରେ ମୋଟ ୯,୭୬୬ଟି ପଦବୀ ରହିଛି। ଏଥିରେ ୭,୬୮୦ଟି ନିୟମିତ ଏବଂ ୨,୦୮୬ଟି ବ୍ୟାକଲଗ୍‌ ପଦବୀ ସାମିଲ ଅଛି। ଅନଲାଇନ୍‌ ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୧, ୨୦୨୬ରୁ ଆରମ୍ଭ ହୋଇଛି। ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୩୧, ୨୦୨୬। ଶିକ୍ଷାଗତ ଯୋଗ୍ୟତା […]

1 min read

ଓଡ଼ିଶାର ଯୁବପିଢ଼ି ପାଇଁ ବଡ଼ ଘୋଷଣା; OPSC ପରୀକ୍ଷାରେ ବଢ଼ିଲା ସୁଯୋଗ

ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱରରେ ଜାତୀୟ ପତାକା ଉତ୍ତୋଳନ ପରେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୁବପିଢ଼ି ଓ ଶିକ୍ଷା କ୍ଷେତ୍ରକୁ ନେଇ ଏକାଧିକ ବଡ଼ ଘୋଷଣା କରିଛନ୍ତି। ବିଶେଷକରି ସିଭିଲ୍ ସର୍ଭିସ୍‌ ପରୀକ୍ଷାର୍ଥୀଙ୍କ ପାଇଁ ଆଟେମ୍ପ୍ଟ ସୀମା ବଢ଼ାଇବା ନେଇ ସେ ଘୋଷଣା କରିଛନ୍ତି। ସିଭିଲ୍ ସର୍ଭିସ୍‌ ପରୀକ୍ଷାରେ ବଢ଼ିଲା ଆଟେମ୍ପ୍ଟ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାଧାରଣ ବର୍ଗର ପରୀକ୍ଷାର୍ଥୀଙ୍କ ପାଇଁ ପୂର୍ବରୁ ସର୍ବାଧିକ ୬ଟି ଆଟେମ୍ପ୍ଟର ବ୍ୟବସ୍ଥା ଥିଲା। […]