ପୁଲିସ ନିଯୁକ୍ତିରେ ବଡ଼ ସୁଯୋଗ: ଓଡ଼ିଶାରେ ୪,୧୯୫ ନୂଆ ପଦବୀ ସୃଷ୍ଟି
1 min read

ପୁଲିସ ନିଯୁକ୍ତିରେ ବଡ଼ ସୁଯୋଗ: ଓଡ଼ିଶାରେ ୪,୧୯୫ ନୂଆ ପଦବୀ ସୃଷ୍ଟି

ଭୁବନେଶ୍ୱର: ପୁଲିସ ଚାକିରି ଆଶାୟୀଙ୍କ ପାଇଁ ରାଜ୍ୟ ସରକାର ବଡ଼ ସୁଯୋଗ ଆଣିଛନ୍ତି। ରାଜ୍ୟରେ ଜରୁରୀକାଳୀନ ସେବା ପ୍ରଣାଳୀ (ERSS)ର ତୃତୀୟ ପର୍ଯ୍ୟାୟ ପାଇଁ ଓଡ଼ିଶା ପୁଲିସ ମୁଖ୍ୟାଳୟ ପକ୍ଷରୁ ୪,୧୯୫ଟି ନୂଆ ପଦବୀ ସୃଷ୍ଟି କରାଯାଇଛି।

ଗୃହ ବିଭାଗର ନିର୍ଦ୍ଦେଶକ୍ରମେ ବିଭିନ୍ନ ବର୍ଗର ଏହି ପଦବୀଗୁଡ଼ିକୁ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ପୁଲିସ କମିଶନରେଟ୍‌କୁ ବଣ୍ଟନ କରାଯିବ। ଡିଜିପିଙ୍କ ଅନୁମୋଦନ ପରେ ଏନେଇ ସରକାରୀ ଆଦେଶନାମା ପ୍ରକାଶ ପାଇଛି।

ନୂଆ ପଦବୀ ମଧ୍ୟରେ କନଷ୍ଟେବଲ୍‌ ୨,୬୯୯, ସହକାରୀ ସବ୍‌-ଇନ୍ସପେକ୍ଟର ୯୭୨, ହାବିଲଦାର ମେଜର ୩୭୭, ସବ୍‌-ଇନ୍ସପେକ୍ଟର ୧୦୮, ସବ୍‌-ଇନ୍ସପେକ୍ଟର (ଆର୍ମଡ୍‌) ୩୬, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ୧, ଅତିରିକ୍ତ ଏସ୍‌ପି/ଡେପୁଟି କମାଣ୍ଡାଣ୍ଟ ୨ ରହିଛି।

ଜିଲ୍ଲାୱାରୀ ଭାବେ କୋରାପୁଟରେ ସର୍ବାଧିକ ୨୧୨ଟି ପଦବୀ ରହିଥିବା ବେଳେ କେନ୍ଦୁଝରରେ ୨୦୨ଟି, ଅନୁଗୁଳ, ଗଞ୍ଜାମ ଓ ସମ୍ବଲପୁରରେ ୧୯୨ଟି ଲେଖାଏଁ ପଦବୀ ରହିଛି। କଟକ ଗ୍ରାମାଞ୍ଚଳରେ ୧୫୩, ପୁରୀରେ ୧୭୨, ବାଲେଶ୍ୱର ଓ ରାଉରକେଲାରେ ୧୮୩ଟି ଲେଖାଏଁ ପଦବୀ ରହିଛି।

ଏହି ନୂଆ ପଦବୀ ପୂରଣ ହେବା ପରେ ରାଜ୍ୟର ଜରୁରୀକାଳୀନ ପୁଲିସ ସେବା ଅଧିକ ଦ୍ରୁତ, ସୁଦୃଢ଼ ଓ କାର୍ଯ୍ୟକ୍ଷମ ହୋଇପାରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *