ଆସନ୍ତା ୭ ଦିନ ଲଘୁଚାପ ପ୍ରଭାବ ନାହିଁ, କମିବ ବର୍ଷା
ଭୁବନେଶ୍ୱର: ଗୁରୁବାର ସନ୍ଧ୍ୟା ସୁଦ୍ଧା ଲଘୁଚାପ କ୍ଷେତ୍ର ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଓ ଏହାର ପାଖାପାଖି ଅଞ୍ଚଳରେ ସକ୍ରିୟ ରହିଥିଲା। ଫଳରେ ଏବେ ଓଡ଼ିଶା ଉପରେ ଲଘୁଚାପର ବିଶେଷ ପ୍ରଭାବ ନଥିବାରୁ ବର୍ଷା ପରିମାଣ କମିଛି।
କେତେକ ସ୍ଥାନରେ ଝିପିଝିପି ବର୍ଷା ହେଉଥିବା ବେଳେ ଆଉ କେତେକ ସ୍ଥାନରେ ଅସରାଏ ଦୁଇ ଅସରା ବର୍ଷା ହେଉଛି। ବଡ଼ ଧରଣର ବର୍ଷାର ସମ୍ଭାବନା ନଥିବାରୁ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
