ଅକ୍ଟୋବର ୨୨ରୁ ବସିବ ଓଡ଼ିଶା ବିଧାନସଭାର ୧୭ତମ ଅଧିବେଶନ
1 min read

ଅକ୍ଟୋବର ୨୨ରୁ ବସିବ ଓଡ଼ିଶା ବିଧାନସଭାର ୧୭ତମ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨୨ ତାରିଖରୁ ଓଡ଼ିଶା ବିଧାନସଭାର ୧୭ତମ ବିଧାନସଭାର ୧୭ତମ ଅଧିବେଶନ ଆରମ୍ଭ ହେବ। ବିଧାନସଭା ସଚିବାଳୟ ପକ୍ଷରୁ ଗୁରୁବାର ଜାରି ହୋଇଥିବା ଅସ୍ଥାୟୀ କ୍ୟାଲେଣ୍ଡର ଅନୁଯାୟୀ, ଅଧିବେଶନ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ।

ଅଧିବେଶନର ଅଧିକାଂଶ ଦିନ ସରକାରୀ କାର୍ଯ୍ୟ ପାଇଁ ଧାର୍ଯ୍ୟ କରାଯାଇଛି। ବିଭିନ୍ନ ବିଲ୍‌, ନୀତିଗତ ପ୍ରସ୍ତାବ ଏବଂ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ଗୃହରେ ଆଲୋଚନା ହେବାର ସମ୍ଭାବନା ରହିଛି।

ସେପ୍ଟେମ୍ବର ୨୫ ତାରିଖକୁ ବେସରକାରୀ ସଦସ୍ୟଙ୍କ କାର୍ଯ୍ୟଦିବସ ଭାବେ ରଖାଯାଇଛି। ଏହି ଦିନ ବେସରକାରୀ ସଦସ୍ୟଙ୍କ ବିଲ୍‌ ଓ ସଂକଳ୍ପ ଉପସ୍ଥାପନ ସହ ଆଲୋଚନା ହେବ। ସେପ୍ଟେମ୍ବର ୨୬ ଓ ୨୭ରେ ବିଧାନସଭା ବସିବ ନାହିଁ। ଏହାପରେ ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ଅବସରରେ ମଧ୍ୟ ଗୃହ ବନ୍ଦ ରହିବ।

ଏହି ଅଧିବେଶନରେ ରାଜ୍ୟର ସମସାମୟିକ ପ୍ରସଙ୍ଗ, ବଜେଟ୍‌ ସମ୍ବନ୍ଧୀୟ ବିଷୟ ଏବଂ ଜନସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ଗୁରୁତ୍ୱ ପାଇବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *