ଆମକୁ F-35 ପାଖକୁ ଯିବାକୁ ଦିଆଯାଉନି :ବାୟୁସେନା ମୁଖ୍ୟ
ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ମୁଖ୍ୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏପି ସିଂହ ପଞ୍ଚମ ପିଢ଼ିର ୟୁଏସ F-35 ଯୁଦ୍ଧ ବିମାନକୁ ନେଇ ଦେଇଛନ୍ତି ବଡ ବୟାନ। ସେ କହିଛନ୍ତି, ଭାରତକୁ ବିକ୍ରୟ କରିବା ନେଇ ଆଲୋଚନା ହେଉଥିଲେ ମଧ୍ୟ ଆମେରିକାର ଅଧିକାରୀମାନେ ଭାରତୀୟ ଅଧିକାରୀମାନଙ୍କୁ ଏହି ଯୁଦ୍ଧ ବିମାନ ପାଖକୁ ଯିବାକୁ ଦିଅନ୍ତି ନାହିଁ। ୟୁଏସ ପ୍ରଶାନ୍ତ ମହାସାଗରୀୟ ବାୟୁସେନା କମାଣ୍ଡର ଜେନେରାଲ କେଭିନ ସ୍ନାଇଡରଙ୍କ ଉପସ୍ଥିତିରେ ବାୟୁସେନା ମୁଖ୍ୟ ଏହି ମନ୍ତବ୍ୟ […]
ଚେନ୍ନାଇ ଯାଉଥିବା ବିମାନରେ ନିଆଁ, ଜରୁରୀ ଅବତରଣ
ନୂଆଦିଲ୍ଲୀ : ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଏକ ଇଣ୍ଡିଗୋ ବିମାନ ଲଗେଜ କମ୍ପାର୍ଟମେଣ୍ଟରେ ନିଆଁ ଲାଗିଯିବାରୁ ବିମାନକୁ ହାଇଦ୍ରାବାଦରେ ଜରୁରି ଅବତରଣ କରିବାକୁ ପଡିଛି । ବିମାନଟି ମଧ୍ୟାହ୍ନ ୧.୩୦ରେ ଦିଲ୍ଲୀ ବିମାନ ବନ୍ଦର ଛାଡିଥିଲା । ଅପରାହ୍ନ ୪ଟାରେ ଏହା ଚେନ୍ନାଇରେ ଅବତରଣ କରିବାର ଥିଲା । ତେବେ ଜଣେ ଯାତ୍ରୀଙ୍କ ଲଗେଜରେ ଥିବା ପାୱାରବ୍ୟାଙ୍କ ଫାଟିଯିବାରୁ ସେଥିରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଥିଲା । ନିଆଁ ଲାଗିଯିବା ଫଳରେ ଯାତ୍ରୀମାନଙ୍କ ଭିତରେ ଆତଙ୍କ ଖେଳି […]
ଭଦ୍ରକ ସହରରେ ଦୁର୍ଗାପୂଜା-୨୦୨୬ ଆୟୋଜନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଭଦ୍ରକ- ଭଦ୍ରକ ସହରରେ ଦୁର୍ଗାପୂଜା-୨୦୨୬କୁ ଶାନ୍ତିଶୃଙ୍ଖଳା, ସୁରକ୍ଷା ଓ ସୁବ୍ୟବସ୍ଥିତ ଭାବେ ଆୟୋଜନ କରିବା ନିମନ୍ତେ ଆଜି ସଦ୍ଭାବନା ସଭାଗୃହ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଭଦ୍ରକ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଂଶୁମାନ ଦ୍ୱିବେଦୀ, ଉପ-ଜିଲ୍ଲାପାଳ ଶ୍ରୀ ସୌରଭ ଚକ୍ରବର୍ତ୍ତୀ, ଡେପୁଟି କଲେକ୍ଟର ଶ୍ରୀ କାର୍ତ୍ତିକ ନାଥ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ପୂଜା […]
ଅସ୍ତରଙ୍ଗରେ ବିଦ୍ୟୁତ୍ ଶ୍ରମିକଙ୍କ ବିକ୍ଷୋଭ
ଅସ୍ତରଙ୍ଗ, :-ବିଦ୍ୟୁତ୍ ମରାମତି ଶ୍ରମିକଙ୍କ ସୁରକ୍ଷା ପାଇଁ ଓ ଉପଭୋକ୍ତାଙ୍କ ସହଯୋଗ ଆବଶ୍ୟକ ନେଇ ପୁରୀ ଜିଲ୍ଲା ଅସ୍ତରଙ୍ଗ ସ୍ଥିତ ବିଦ୍ୟୁତ୍ କାର୍ଯ୍ୟାଳୟ ସାମ୍ନାରେ ରବିବାର ମଧ୍ୟାହ୍ନ ରେ ଶ୍ରମିକମାନେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜନସାଧାରଣଙ୍କୁ ନିବେଦନ ଓ ଆସନ୍ତା ୧୫ ଅକ୍ଟୋବରରେ ଭୁବନେଶ୍ୱରରେ ହେବାକୁ ଥିବା ମହା ସମାବେଶକୁ ସଫଳ କରିବା ପାଇଁ ଏହି ବିକ୍ଷୋଭ କରାଯାଇଛି। ଏହି ମହା ସମାବେଶର ମୂଳ ଲକ୍ଷ୍ୟ ହେଉଛି ଶ୍ରମିକଙ୍କ ଚାକିରି ସୁରକ୍ଷା ଓ ଉତ୍ତମ ବିଦ୍ୟୁତ୍ […]
ଦେଶର ଐତିହ୍ୟ ଓ ଭବିଷ୍ୟତର ଆକାଂକ୍ଷା ଏକାସାଙ୍ଗରେ ଆଗକୁ ବଢ଼ୁଛି : ପ୍ରଧାନମନ୍ତ୍ରୀ
ଚେନ୍ନାଇ : ତାମିଲନାଡୁକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଚେନ୍ନାଇରେ ରେଳ, ମେଟ୍ରୋ, ରାଜପଥ, ବନ୍ଦର, ପେଟ୍ରୋଲିୟମ ଓ ଶିକ୍ଷା କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ବିକାଶ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରି ସେ ଏହା କହିଛନ୍ତି । ଏହି ପ୍ରକଳ୍ପଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ୧୩ ହଜାର କୋଟି ଟଙ୍କା। ମୋଦି କହିଛନ୍ତି, ତାମିଲନାଡୁକୁ ଏକ […]
ସୋମବାର କଟକଚଣ୍ଡୀ ମନ୍ଦିର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
କଟକ : ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଗସ୍ତରେ ଆସିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ଦିନିକିଆ ଗସ୍ତରେ କଟକ ସହରରେ ଏକାଧିକ କାର୍ଯ୍ୟକ୍ରମ ରହିଛି । ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ନବକଳେବର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ । ଚଣ୍ଡୀମନ୍ଦିର ଉଦ୍ଘାଟନ ପରେ ଗଡ଼ଗଡ଼ିଆ ଘାଟ ନିକଟରେ ଥିବା କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ବାଲିଯାତ୍ରା ପଡ଼ିଆରେ ଥିବା କଟକ ଇନ୍ କଟକ ଯିବେ । ସର୍କିଟ୍ ହାଉସ୍ରେ ବିଶ୍ରାମ […]
ବୌଦ୍ଧ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା
ବୌଦ୍ଧ : ତା. ୯. ୧୦. ୨୦୨୬ ରିଖରେ ସ୍ଥାନୀୟ ଯୋଗୀନ୍ଦ୍ରଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶତାବ୍ଦୀ କକ୍ଷ ଠାରେ ବୌଦ୍ଧ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ର ଉଦ୍ଘାଟନୀ ଉତ୍ସବ ରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣୀ ବାରିକ ଓ ଭାସ୍କର ଲେଙ୍କା, ଗୋଷ୍ଠୀ ଶିକ୍ଷା ଅଧିକାରୀ କେଶବ ମଲ୍ଲିକ,ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଅର୍ଚ୍ଚନା ମହାନ୍ତି,ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜୟନ୍ତ କୁମାର […]
ଗାଁ ଦାଣ୍ଡରେ ନିଶାପ ନାହିଁ, ଥାନାରେ ଭିଡ !
ଭାଇଚାରା ଭାଙ୍ଗୁଛି, ବଢୁଛି ଶତ୍ରୁତା ! ଅସ୍ତରଙ୍ଗ :- ଦିନେ ଗାଁ ମୁଣ୍ଡ ଭାଗବତ ଟୁଙ୍ଗି, ଗାଁ ଚାନ୍ଦିନୀ କିମ୍ବା ବରଗଛ ମୂଳ ଥିଲା ଗାଁର କୋର୍ଟ। ଘରୋଇ କଳି, ଜମିବାଡି ବିବାଦ, ଝଗଡା ସବୁ ମୁରବିଙ୍କ ଗୋଟିଏ କଥାରେ ଶେଷ ହୋଇଯାଉଥିଲା। ବାବା ଲୋକନାଥ, ବୁଧେଶ୍ୱର, ପଶ୍ଚିମେଶ୍ୱର, ଗ୍ରାମେଶ୍ୱରଙ୍କ ନାଁ ଧରି ଶପଥ କଲେ ସବୁ ସରିଯାଉଥିଲା। ମୁରବି ଯାହା କହିବେ ତାହା ସମସ୍ତେ ଶିରୋଧାର୍ଯ୍ୟ କରୁଥିଲେ। ବିନା ପଇସାରେ ନ୍ୟାୟ ମିଳୁଥିଲା। ଏବେ ସେ […]
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ
ନୟାଗଡ : ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ମହାନ୍ ସ୍ବାଧୀନତା ସଂଗ୍ରାମୀ ସହିଦ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ ହୋଇ ଯାଇଛି। ବିଦ୍ଯାଳୟ ପରିସରରେ ସ୍ଥାପିତ କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ସାହିତ୍ୟିକ ବିଶ୍ବନାଥ ମହାପାତ୍ର ଓ ବରିଷ୍ଠ ସମାଜସେବୀ ପ୍ରମୋଦ ପଟ୍ଟନାୟକ,ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁ ଓ ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ପୁଷ୍ପ ମାଲ୍ଯାର୍ପଣ କରିବା ସହିତ ଧୂପ ଦୀପ ଅର୍ପଣ କରିଥିଲେ। ଏହା ବ୍ଯତୀତ ଉକ୍ତ ମଣ୍ଡପରେ ସ୍ଥାପିତ […]
୨୦୨୭ ନିର୍ବାଚନ ପୂର୍ବରୁ ଯୋଗୀ-ଅଖିଳେଶ ମୁହାଁମୁହିଁ
ଅଯୋଧ୍ୟା : ଉତ୍ତରପ୍ରଦେଶ ରାଜନୀତିରେ ଅଯୋଧ୍ୟା ଆସନକୁ ନେଇ ବଢ଼ିଲା ରାଜନୈତିକ ଉଷ୍ମତା। ୨୦୨୭ ୟୁପି ବିଧାନସଭା ନିର୍ବାଚନରେ ଅଯୋଧ୍ୟାରୁ ଲଢ଼ିବାକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯୋଗୀ କହିଛନ୍ତି, ଅଖିଳେଶ ଅଯୋଧ୍ୟାରୁ ପ୍ରାର୍ଥୀ ହେଲେ ସେ ମଧ୍ୟ ସେଠାରୁ ନିର୍ବାଚନ ଲଢ଼ିବେ ଏବଂ ଉଭୟଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ହେଉ। ଏହାର ଜବାବ ଦେଇ ଅଖିଳେଶ କହିଛନ୍ତି, ବିଜେପିକୁ ହରାଇବା ପାଇଁ ସମାଜବାଦୀ ପାର୍ଟିର ଜଣେ […]
