ଓସ୍କାର ଯୋଗ୍ୟତା ତାଲିକାରେ ‘ଗୋନ୍ଧଲ’
1 min read

ଓସ୍କାର ଯୋଗ୍ୟତା ତାଲିକାରେ ‘ଗୋନ୍ଧଲ’

ନୂଆଦିଲ୍ଲୀ : ୨୦୨୭ ମସିହାର ଓସ୍କାର ପୁରସ୍କାର ପାଇଁ ଭାରତର ଅଫିସିଆଲ୍ ଏଣ୍ଟ୍ରି ଭାବେ ମନୋନୀତ ଚଳଚ୍ଚିତ୍ର ‘ଗୋନ୍ଧଲ’ ଅନ୍ତର୍ଜାତୀୟ ସ୍ତରରେ ଆଉ ଏକ ପାଦ ଆଗକୁ ବଢ଼ାଇଛି । ଏକାଡେମୀର ‘ଅନ୍ତର୍ଜାତୀୟ ଫିଚର ଫିଲ୍ମ’ ବର୍ଗରେ ଯୋଗ୍ୟ ବିବେଚିତ ୧୦୪ଟି ଚଳଚ୍ଚିତ୍ର ମଧ୍ୟରେ ଏହା ସ୍ଥାନ ପାଇଛି । ତେବେ ଏହି ତାଲିକାରେ ସ୍ଥାନ ମିଳିବା ଅର୍ଥ ଓସ୍କାର ମନୋନୟନ ସୁନିଶ୍ଚିତ ହେବା ନୁହେଁ । ଏଥିପାଇଁ ଫିଲ୍ମକୁ ଆହୁରି କିଛି କଠିନ ପର୍ଯ୍ୟାୟ ଅତିକ୍ରମ କରିବାକୁ ପଡ଼ିବ । ଏହି ୧୦୪ଟି ଚଳଚ୍ଚିତ୍ର ମଧ୍ୟରେ ବିଭିନ୍ନ ଦେଶର ଚର୍ଚ୍ଚିତ ସିନେମା ସାମିଲ ରହିଛି । ସେଥିମଧ୍ୟରେ ଫ୍ରାନ୍ସର ‘ମିନୋଟର’, ସ୍ପେନର ‘ଲା ବୋଲା ନେଗ୍ରା’, ବ୍ରାଜିଲର ‘ଗୁଗୁଜ୍ ୱାର୍ଲ୍ଡ’, ନରୱେର ‘ଗ୍ରୋଥ୍ ଅଫ୍ ଦ ସଏଲ୍’, ଜର୍ମାନୀର ‘ଏଭ୍ରିଟାଇମ୍’, ଇଟାଲୀର ‘ଦ ସ୍ପାଇରାଲ୍’, ଜାପାନର ‘ଅଲ୍ ଅଫ୍ ଏ ସଡେନ୍’ ଏବଂ ଦକ୍ଷିଣ କୋରିଆର ‘ପସିବଲ୍ ଲଭ୍’ ରହିଛି । ଏହାବ୍ୟତୀତ ମେକ୍ସିକୋର ‘ଅନ୍ ଦ ରୋଡ୍’, ଡେନମାର୍କର ‘ୱୁମାନ୍ ଅନନୋନ୍’, ଇରାନର ‘ଲ୍ୟାଣ୍ଡ ଅଫ୍ ଏଞ୍ଜେଲ୍ସ’ ଏବଂ କାନାଡାର ‘ନିନା ରୋଜା’ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି ।

Leave a Reply

Your email address will not be published. Required fields are marked *