1 min read

‘ସ୍ପିରିଟ୍‌’କୁ ନେଇ ବଢ଼ିଲା ବିବାଦ; ଦୀପିକାଙ୍କୁ ବାଦ ଦେବା ପଛରେ ଏହି କାରଣ!

ମୁମ୍ବାଇ: ଅଭିନେତା ପ୍ରଭାସଙ୍କ ଆଗାମୀ ଫିଲ୍ମ **‘ସ୍ପିରିଟ୍‌’**କୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଫିଲ୍ମରୁ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ବାଦ ଦିଆଯିବା ପଛର କାରଣକୁ ନେଇ ଏବେ ନୂଆ ଦାବି ସାମ୍ନାକୁ ଆସିଛି। ଏକ ନ୍ୟୁଜ୍‌ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଫିଲ୍ମର ପ୍ରଯୋଜକ ତଥା ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଭାଇ ପ୍ରଣୟ ରେଡ୍ଡୀ ଭାଙ୍ଗା ଦୀପିକାଙ୍କୁ ଫିଲ୍ମରୁ ହଟାଯିବା ସମ୍ପର୍କରେ ଦାବି କରିଛନ୍ତି। ପ୍ରଣୟଙ୍କ କହିବା ଅନୁଯାୟୀ, ଦୀପିକା ଫିଲ୍ମ ପାଇଁ ଏକ ବଡ଼ […]

1 min read

ମିଥୁନ ଚକ୍ରବର୍ତ୍ତୀଙ୍କ ସଫଳ ଅସ୍ତ୍ରୋପଚାର, ହସ୍ପିଟାଲରେ ପହଞ୍ଚିଲେ ସିଏମ୍ ସୁବେନ୍ଦୁ ଅଧିକାରୀ

କୋଲକାତା, ୭/୮: ବରିଷ୍ଠ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କର କୋଲକାତାର ଏକ ଘରୋଇ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର ହୋଇଛି। ପୂର୍ବରୁ ହୋଇଥିବା ଏକ ଆଘାତ ପରେ ଲଗାଯାଇଥିବା ଧାତୁର ପ୍ଲେଟ୍‌କୁ ଅପସାରଣ କରିବା ପାଇଁ ଏହି ପ୍ରକ୍ରିୟା କରାଯାଇଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି। ଅସ୍ତ୍ରୋପଚାର ପରେ ମିଥୁନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସହ ସେ ସୁସ୍ଥ ହେଉଥିବା ଜଣାପଡ଼ିଛି। ଅସ୍ତ୍ରୋପଚାର ପରେ ମିଥୁନ ଚକ୍ରବର୍ତ୍ତୀ ଡାକ୍ତରଙ୍କ ନିରୀକ୍ଷଣରେ ରହିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଜଟିଳତା […]

1 min read

ରାଜନୀତିରେ ପାଦ ଥାପିବେ ଧନୁଷ? ରକ୍ତଦାନ ଶିବିରରେ ଅଭିନେତାଙ୍କ ବୟାନ ପରେ ବଢ଼ିଲା ଚର୍ଚ୍ଚା

ଚେନ୍ନାଇ: ତାମିଲ ଅଭିନେତା ତଥା ନିର୍ଦ୍ଦେଶକ ଧନୁଷଙ୍କ ରାଜନୀତିକ ପ୍ରବେଶକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। ପ୍ରଶଂସକଙ୍କ ଦ୍ୱାରା ଆୟୋଜିତ ଏକ ରକ୍ତଦାନ ଶିବିରରେ ଧନୁଷ ନିଜ ସମର୍ଥକଙ୍କୁ ଏକତାକୁ ଜନସେବାରେ ବ୍ୟବହାର କରିବାକୁ ଆହ୍ୱାନ ଦେବା ପରେ ତାଙ୍କ ରାଜନୀତିକ ଭବିଷ୍ୟତକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ଧନୁଷ କହିଥିଲେ, ବହୁ ସଂଖ୍ୟକ ପ୍ରଶଂସକ ଗୋଟିଏ ସ୍ଥାନରେ ଏକାଠି ହେବା ଏକ ବଡ଼ ଶକ୍ତିର ପରିଚୟ। ଏହି ଏକତାକୁ କେବଳ ସିନେମା […]

1 min read

ବଲିଉଡ୍‌ର ବରିଷ୍ଠ ଅଭିନେତା ପ୍ରଦୀପ ରାୱତଙ୍କ ୭୪ ବର୍ଷ ବୟସରେ ପରଲୋକ ହୋଇଛି

ରକ୍ତ କର୍କଟ (ବ୍ଲଡ୍ କ୍ୟାନ୍ସର) ସହ ଦୀର୍ଘ ଦିନର ସଂଗ୍ରାମ ପରେ ବରିଷ୍ଠ ଅଭିନେତା ପ୍ରଦୀପ ରାୱତଙ୍କ ୭୪ ବର୍ଷ ବୟସରେ ପରଲୋକ ହୋଇଛି। ମୁମ୍ବାଇର କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଭିନେତ୍ରୀ ବିପନା ଥାପା ତାଙ୍କ ଦେହାନ୍ତ ଖବର ନିଶ୍ଚିତ କରିଛନ୍ତି। ଏହି ଦୁଃଖଦ ଖବର ପ୍ରସାରିତ ହେବା ପରେ ଚଳଚ୍ଚିତ୍ର ଜଗତ ଓ ସାରା ଦେଶର ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା […]

1 min read

‘ସ୍ପାଇଡର-ମ୍ୟାନ୍: ବ୍ରାଣ୍ଡ୍ ନ୍ୟୁ ଡେ’ ଧୂଆଁଧାର ଆୟ; ପ୍ରଥମ ସପ୍ତାହରେ ହିଁ ୩୦୬ କୋଟି ଟଙ୍କା ପାର୍ଶ୍ୱ ଇଣ୍ଡିଆ କଲେକ୍ସନ୍!

ନୂଆଦିଲ୍ଲୀ: ହଲିଉଡ୍ ଅଭିନେତା ଟମ୍ ହଲ୍ୟାଣ୍ଡଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସ୍ପାଇଡର-ମ୍ୟାନ୍: ବ୍ରାଣ୍ଡ୍ ନ୍ୟୁ ଡେ’ ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିଛି। ଏହି ଫିଲ୍ମଟି ମୁକ୍ତିଲାଭର ମାତ୍ର ତିନି ଦିନ ମଧ୍ୟରେ ସମଗ୍ର ବିଶ୍ୱରେ ଆଶ୍ଚର୍ଯ୍ୟଜନକ ଆୟ କରିଛି। ଭାରତୀୟ ବଜାରରେ ମଧ୍ୟ ଫିଲ୍ମଟିର ପ୍ରଦର୍ଶନ ଅତ୍ୟନ୍ତ ଚମତ୍କାର ରହିଛି। ରିପୋର୍ଟ ଅନୁଯାୟୀ, ଭାରତରେ ଫିଲ୍ମଟି ପ୍ରଥମ ସପ୍ତାହରେ ହିଁ ୩୦୬ କୋଟି ୪୬ ଲକ୍ଷ ଟଙ୍କାର ଆୟ କରିଛି, ଯାହା ଅନେକ ବଡ […]

1 min read

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆନିମେଟେଡ୍ ଫିଲ୍ମ ମୁକ୍ତିଲାଭ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ମନା

ନୂଆଦିଲ୍ଲୀ / ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ନିର୍ମିତ ଆନିମେଟେଡ୍ ଚଳଚ୍ଚିତ୍ର “ମହାପ୍ରଭୁ ଜଗନ୍ନାଥ”ର ମୁକ୍ତିଲାଭ (ରିଲିଜ୍) ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ବୁଧବାର ସ୍ପଷ୍ଟ ମନା କରିଦେଇଛନ୍ତି । ବିଚାରପତି ବି.ଭି. ନାଗରତ୍ନା ଏବଂ ବିଚାରପତି ଆର୍. ମହାଦେବନ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦାୟର ଆବେଦନକୁ ଖାରଜ କରିଦେଇଛନ୍ତି । “କଳା କୃତି ଉପରେ କୋର୍ଟ ବିଚାରପତି ସାଜି ନିଷ୍ପତ୍ତି ଶୁଣାଇପାରିବେ ନାହିଁ” ବୋଲି ଶୀର୍ଷ ଆଦାଲତ କହିଛନ୍ତି । ଅଦାଲତ […]

1 min read

ସୁପରଷ୍ଟାର ପ୍ରଭାସଙ୍କ ‘ସ୍ପିରିଟ’: କ୍ୟାଟ୍ରିନା କୈଫଙ୍କ ସ୍ୱତନ୍ତ୍ର କ୍ୟାମିଓ ଓ ତୃପ୍ତି ଡିମରିଙ୍କ ପ୍ରବେଶକୁ ନେଇ ଚର୍ଚ୍ଛା

ହାଇଦ୍ରାବାଦ / ନୂଆଦିଲ୍ଲୀ: ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ବହୁପ୍ରତୀକ୍ଷିତ ଫିଲ୍ମ ‘ସ୍ପିରିଟ’ (Spirit) କୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି। ଚର୍ଚ୍ଚିତ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେବାକୁ ଥିବା ଏହି ବିଗ୍-ବଜେଟ୍ ପ୍ରୋଜେକ୍ଟରେ ଏବେ ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାମିଓ (Special Cameo) ଭୂମିକାରେ ଦେଖିବାକୁ ମିଳିପାରେ ବୋଲି ଗଣମାଧ୍ୟମରେ ଚର୍ଚ୍ଛା ହେଉଛି। କ୍ୟାଟ୍ରିନା କୈଫଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ଫିଲ୍ମ ନିର୍ମାତାମାନେ […]

1 min read

ଇଣ୍ଡିଆନ୍ ଆଇଡଲ୍ Season 16 ର ମହାମଞ୍ଚରେ ବିଜୟିନୀ ମୁକୁଟ ପିନ୍ଧିଛନ୍ତି ଆମ ଓଡ଼ିଶାର କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ!

ମୁମ୍ବାଇ, ୨୭।୭: ଜାତୀୟ ସ୍ତରର ସବୁଠାରୁ ପ୍ରତିଷ୍ଠିତ ଏବଂ ଲୋକପ୍ରିୟ ସଙ୍ଗୀତ ପ୍ରତିଯୋଗିତା ଇଣ୍ଡିଆନ୍ ଆଇଡଲ୍ ସୋଡ଼ଶ ଋତୁର ମହାମଞ୍ଚରେ ଓଡ଼ିଶାର କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ବିଜୟୀ ହୋଇ ଐତିହାସିକ ସଫଳତା ହାସଲ କରିଛନ୍ତି। ଏହି ଅଭୂତପୂର୍ବ ବିଜୟ ସମଗ୍ର ଓଡ଼ିଶା ପାଇଁ ଏକ ଅପୂର୍ବ ଗୌରବ ଓ ଆନନ୍ଦର ବାର୍ତ୍ତା ବହି ଆଣିଛି। ଭାରତର କୋଣ ଅନୁକୋଣରୁ ଆସିଥିବା ଅସଂଖ୍ୟ ପ୍ରତିଭାବାନ ସଙ୍ଗୀତ ସାଧକଙ୍କୁ ପଛରେ ପକାଇ ଜ୍ୟୋତିର୍ମୟୀ ନିଜର ସୁମଧୁର କଣ୍ଠ, ଶାସ୍ତ୍ରୀୟ ସଙ୍ଗୀତର […]

1 min read

ବକ୍ସ ଅଫିସରେ ଥାଲାପତି ବିଜୟଙ୍କ ଜଲୱା: ଦ୍ୱିତୀୟ ଦିନରେ କମିଲା କଲେକ୍ସନ୍, ତଥାପି ପାର୍ କଲା ୫୦ କୋଟି

ମୁମ୍ବାଇ, ୨୫୲୭: ସାଉଥ୍ ସୁପରଷ୍ଟାର ଥାଲାପତି ବିଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜନ ନାୟକନ୍’ (Jana Nayagan) ବକ୍ସ ଅଫିସରେ ଧମାକାଦାର ପ୍ରଦର୍ଶନ ଜାରି ରଖିଛି। ପ୍ରଥମ ଦିନରେ ଏକ ବଡ଼ ଓପନିଂ କରିଥିବା ଏହି ଫିଲ୍ମର ଆୟ ଦ୍ୱିତୀୟ ଦିନରେ (ଶୁକ୍ରବାର) ଟିକେ ହ୍ରାସ ପାଇଥିଲେ ମଧ୍ୟ, ଏହାର କ୍ରେଜ୍ କମିନାହିଁ। ମାତ୍ର ଦୁଇ ଦିନ ମଧ୍ୟରେ ଫିଲ୍ମଟି ଭାରତରେ ୫୦ କୋଟି ଟଙ୍କାରୁ ଅଧିକ ନେଟ୍ ଆୟ କରି ଏକ ନୂଆ ମାଇଲଖୁଣ୍ଟ ଅତିକ୍ରମ […]

1 min read

ଟ୍ରୋଲରଙ୍କୁ କାନ୍ଦି କାନ୍ଦି ଜବାବ ଦେଲେ ‘ବଡ଼ା ପାବ ଗର୍ଲ’ ଚନ୍ଦ୍ରିକା ଦୀକ୍ଷିତ

ମୁମ୍ବାଇ, ୨୩/୭: ସୋସିଆଲ ମିଡିଆର ଚର୍ଚ୍ଚିତ ଚେହେରା ‘ବଡ଼ା ପାବ ଗର୍ଲ’ ନାମରେ ଜଣାଶୁଣା ଚନ୍ଦ୍ରିକା ଦୀକ୍ଷିତ ନିଜର ଅନୋଖା ଷ୍ଟାଇଲ୍ ଏବଂ ବକ୍ତବ୍ୟ ପାଇଁ ପ୍ରାୟତଃ ଚର୍ଚ୍ଚାରେ ରହନ୍ତି । ତେବେ ନିକଟରେ ଏକ ପୋଡ୍‌କାଷ୍ଟ୍‌ରେ (Podcast) ଦେଇଥିବା ବକ୍ତବ୍ୟକୁ ନେଇ ସେ ବର୍ତ୍ତମାନ ପ୍ରବଳ ସମାଲୋଚନା ଓ ଟ୍ରୋଲିଂର ଶିକାର ହୋଇଛନ୍ତି । ଏହି ବିବାଦ ବଢ଼ିବା ପରେ ସେ କାନ୍ଦି କାନ୍ଦି ଆସି ନିଜର ପକ୍ଷ ରଖିବା ସହ ଟ୍ରୋଲରଙ୍କୁ କଡ଼ା ଜବାବ […]