Odia news latest
ଭଦ୍ରକ ସହରରେ ଦୁର୍ଗାପୂଜା-୨୦୨୬ ଆୟୋଜନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଭଦ୍ରକ- ଭଦ୍ରକ ସହରରେ ଦୁର୍ଗାପୂଜା-୨୦୨୬କୁ ଶାନ୍ତିଶୃଙ୍ଖଳା, ସୁରକ୍ଷା ଓ ସୁବ୍ୟବସ୍ଥିତ ଭାବେ ଆୟୋଜନ କରିବା ନିମନ୍ତେ ଆଜି ସଦ୍ଭାବନା ସଭାଗୃହ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଭଦ୍ରକ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଂଶୁମାନ ଦ୍ୱିବେଦୀ, ଉପ-ଜିଲ୍ଲାପାଳ ଶ୍ରୀ ସୌରଭ ଚକ୍ରବର୍ତ୍ତୀ, ଡେପୁଟି କଲେକ୍ଟର ଶ୍ରୀ କାର୍ତ୍ତିକ ନାଥ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ପୂଜା […]
ଅସ୍ତରଙ୍ଗରେ ବିଦ୍ୟୁତ୍ ଶ୍ରମିକଙ୍କ ବିକ୍ଷୋଭ
ଅସ୍ତରଙ୍ଗ, :-ବିଦ୍ୟୁତ୍ ମରାମତି ଶ୍ରମିକଙ୍କ ସୁରକ୍ଷା ପାଇଁ ଓ ଉପଭୋକ୍ତାଙ୍କ ସହଯୋଗ ଆବଶ୍ୟକ ନେଇ ପୁରୀ ଜିଲ୍ଲା ଅସ୍ତରଙ୍ଗ ସ୍ଥିତ ବିଦ୍ୟୁତ୍ କାର୍ଯ୍ୟାଳୟ ସାମ୍ନାରେ ରବିବାର ମଧ୍ୟାହ୍ନ ରେ ଶ୍ରମିକମାନେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜନସାଧାରଣଙ୍କୁ ନିବେଦନ ଓ ଆସନ୍ତା ୧୫ ଅକ୍ଟୋବରରେ ଭୁବନେଶ୍ୱରରେ ହେବାକୁ ଥିବା ମହା ସମାବେଶକୁ ସଫଳ କରିବା ପାଇଁ ଏହି ବିକ୍ଷୋଭ କରାଯାଇଛି। ଏହି ମହା ସମାବେଶର ମୂଳ ଲକ୍ଷ୍ୟ ହେଉଛି ଶ୍ରମିକଙ୍କ ଚାକିରି ସୁରକ୍ଷା ଓ ଉତ୍ତମ ବିଦ୍ୟୁତ୍ […]
ବୌଦ୍ଧ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା
ବୌଦ୍ଧ : ତା. ୯. ୧୦. ୨୦୨୬ ରିଖରେ ସ୍ଥାନୀୟ ଯୋଗୀନ୍ଦ୍ରଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶତାବ୍ଦୀ କକ୍ଷ ଠାରେ ବୌଦ୍ଧ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ର ଉଦ୍ଘାଟନୀ ଉତ୍ସବ ରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣୀ ବାରିକ ଓ ଭାସ୍କର ଲେଙ୍କା, ଗୋଷ୍ଠୀ ଶିକ୍ଷା ଅଧିକାରୀ କେଶବ ମଲ୍ଲିକ,ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଅର୍ଚ୍ଚନା ମହାନ୍ତି,ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜୟନ୍ତ କୁମାର […]
ଗାଁ ଦାଣ୍ଡରେ ନିଶାପ ନାହିଁ, ଥାନାରେ ଭିଡ !
ଭାଇଚାରା ଭାଙ୍ଗୁଛି, ବଢୁଛି ଶତ୍ରୁତା ! ଅସ୍ତରଙ୍ଗ :- ଦିନେ ଗାଁ ମୁଣ୍ଡ ଭାଗବତ ଟୁଙ୍ଗି, ଗାଁ ଚାନ୍ଦିନୀ କିମ୍ବା ବରଗଛ ମୂଳ ଥିଲା ଗାଁର କୋର୍ଟ। ଘରୋଇ କଳି, ଜମିବାଡି ବିବାଦ, ଝଗଡା ସବୁ ମୁରବିଙ୍କ ଗୋଟିଏ କଥାରେ ଶେଷ ହୋଇଯାଉଥିଲା। ବାବା ଲୋକନାଥ, ବୁଧେଶ୍ୱର, ପଶ୍ଚିମେଶ୍ୱର, ଗ୍ରାମେଶ୍ୱରଙ୍କ ନାଁ ଧରି ଶପଥ କଲେ ସବୁ ସରିଯାଉଥିଲା। ମୁରବି ଯାହା କହିବେ ତାହା ସମସ୍ତେ ଶିରୋଧାର୍ଯ୍ୟ କରୁଥିଲେ। ବିନା ପଇସାରେ ନ୍ୟାୟ ମିଳୁଥିଲା। ଏବେ ସେ […]
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ
ନୟାଗଡ : ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ମହାନ୍ ସ୍ବାଧୀନତା ସଂଗ୍ରାମୀ ସହିଦ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ ହୋଇ ଯାଇଛି। ବିଦ୍ଯାଳୟ ପରିସରରେ ସ୍ଥାପିତ କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ସାହିତ୍ୟିକ ବିଶ୍ବନାଥ ମହାପାତ୍ର ଓ ବରିଷ୍ଠ ସମାଜସେବୀ ପ୍ରମୋଦ ପଟ୍ଟନାୟକ,ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁ ଓ ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ପୁଷ୍ପ ମାଲ୍ଯାର୍ପଣ କରିବା ସହିତ ଧୂପ ଦୀପ ଅର୍ପଣ କରିଥିଲେ। ଏହା ବ୍ଯତୀତ ଉକ୍ତ ମଣ୍ଡପରେ ସ୍ଥାପିତ […]
୨୦୨୭ ନିର୍ବାଚନ ପୂର୍ବରୁ ଯୋଗୀ-ଅଖିଳେଶ ମୁହାଁମୁହିଁ
ଅଯୋଧ୍ୟା : ଉତ୍ତରପ୍ରଦେଶ ରାଜନୀତିରେ ଅଯୋଧ୍ୟା ଆସନକୁ ନେଇ ବଢ଼ିଲା ରାଜନୈତିକ ଉଷ୍ମତା। ୨୦୨୭ ୟୁପି ବିଧାନସଭା ନିର୍ବାଚନରେ ଅଯୋଧ୍ୟାରୁ ଲଢ଼ିବାକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯୋଗୀ କହିଛନ୍ତି, ଅଖିଳେଶ ଅଯୋଧ୍ୟାରୁ ପ୍ରାର୍ଥୀ ହେଲେ ସେ ମଧ୍ୟ ସେଠାରୁ ନିର୍ବାଚନ ଲଢ଼ିବେ ଏବଂ ଉଭୟଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ହେଉ। ଏହାର ଜବାବ ଦେଇ ଅଖିଳେଶ କହିଛନ୍ତି, ବିଜେପିକୁ ହରାଇବା ପାଇଁ ସମାଜବାଦୀ ପାର୍ଟିର ଜଣେ […]
ଫ୍ଲାଏଦୁବାଇ ବିମାନରେ ଭାରତୀୟ କ୍ୟାପ୍ଟେନଙ୍କୁ ଆକ୍ରମଣ ଘଟଣା: ମାମଲା ରୁଜୁ କଲା ଏନଆଇଏ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଫ୍ଲାଏଦୁବାଇ ଆକ୍ରମଣ ଘଟଣାରେ ମାମଲା ରୁଜୁ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ। ଦୁବାଇରୁ ଇସ୍ରାଏଲ ଯାଉଥିବା ବିମାନର କକପିଟ୍ରେ ଭାରତୀୟ କ୍ୟାପ୍ଟେନ ସ୍ମିତ ମଚ୍ଛାରଙ୍କୁ ଆକ୍ରମଣ କରାଯାଇଥିଲା। କକପିଟ୍ରେ ଥିବା ଓମାନର ସହ ପାଇଲଟ ଏପରି ଆକ୍ରମଣ କରିଥିଲେ। ସେ ମଚ୍ଛାରଙ୍କୁ ଆକ୍ରମଣ କରି ବିମାନକୁ କ୍ରାଶ କରିବାକୁ ଚାହୁଁଥିଲେ ହେଁ ଏହା ସମ୍ଭବ ହୋଇ ନଥିଲା। ବିମାନଟି ସାଉଦି ଆରବରେ ଜରୁରୀ ଅବତରଣ କରିଥିଲା। ସେପ୍ଟେମ୍ବର ୩୦ […]
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ‘ଜେଡ୍ ପ୍ଲସ୍’ (Z+) ସୁରକ୍ଷା
ନୂଆଦିଲ୍ଲୀ: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟାକୁ ନେଇ ଚାଲିଥିବା ବିବାଦ ଏବଂ ବିରୋଧୀ ଦଳଗୁଡ଼ିକର କ୍ରମାଗତ ପ୍ରତିବାଦ ଓ ପ୍ରଦର୍ଶନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତାଙ୍କୁ ‘ଜେଡ୍ ପ୍ଲସ୍’ (Z+) ସୁରକ୍ଷା ବଳୟ ପ୍ରଦାନ କରିଛନ୍ତି। ଗୁପ୍ତଚର ଏଜେନ୍ସିଗୁଡ଼ିକର ସୁରକ୍ଷା ଆକଳନଏବଂ ଦିଲ୍ଲୀ ଓ ଆଗ୍ରା ସ୍ଥିତ ବାସଭବନ ବାହାରେ ହୋଇଥିବା ପ୍ରଦର୍ଶନ ପରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।ମୁଖ୍ୟ ନିର୍ବାଚନ କମିଶନରଙ୍କ […]
ଏସଆଇଆର୍ କୁ ନେଇ ଇସିଆଇଙ୍କ ବଡ଼ ନିଷ୍ପତ୍ତି
ଘରକୁ ଯାଇ ଦସ୍ତାବିଜ ସଂଗ୍ରହ କରିବେ ବିଏଲଓ ନୂଆଦିଲ୍ଲୀ: ଏସଆଇଆରକୁ ନେଇ ବିବାଦ ମଧ୍ୟରେ ଶନିବାର ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସହ ନିର୍ବାଚନ କମିଶନର ଡ. ସୁଖବୀର ସିଂହ ସାନ୍ଧୁ ଓ ଡ. ବିବେକ ଜୋଶୀ ବୈଠକରେ ଉପସ୍ଥିତ ଥିଲେ। ବୈଠକ ପରେ କମିଶନ ପକ୍ଷରୁ ଅନେକ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଛି। କମିଶନଙ୍କ ନିଷ୍ପତ୍ତି ଅନୁସାରେ, ଏସଆଇଆରରେ ନୋଟିସ୍ ପାଇଥିବା ଲୋକଙ୍କ ଘରକୁ ବିଏଲଓମାନେ […]
ରାସ୍ତା ନଥିବାରୁ ହାତୀଛଡ଼ା ଗ୍ରାମବାସୀଙ୍କ ଦୁର୍ଦ୍ଦଶା, ରୋଗୀଙ୍କୁ ୩ କିମି ବୋହି ନେବାକୁ ପଡ଼ୁଛି
ରାଇରଙ୍ଗପୁର: କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ହାତୀଛଡ଼ା ଗ୍ରାମବାସୀ ମୌଳିକ ସଡ଼କ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି। ବିଶେଷକରି କଳାମକରୁ ହାତୀଛଡ଼ା ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଗାଁରେ ୫୦ରୁ ଅଧିକ ପରିବାର ବସବାସ କରୁଥିବାବେଳେ ଯାତାୟାତର ସୁବିଧା ନଥିବାରୁ ରୋଗୀ ଓ ଗର୍ଭବତୀ ମହିଳାମାନେ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି। ବର୍ଷାଦିନେ ସମସ୍ୟା […]
