1 min read

ଏସଆଇଆର୍ କୁ ନେଇ ଇସିଆଇଙ୍କ ବଡ଼ ନିଷ୍ପତ୍ତି

ଘରକୁ ଯାଇ ଦସ୍ତାବିଜ ସଂଗ୍ରହ କରିବେ ବିଏଲଓ ନୂଆଦିଲ୍ଲୀ: ଏସଆଇଆରକୁ ନେଇ ବିବାଦ ମଧ୍ୟରେ ଶନିବାର ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସହ ନିର୍ବାଚନ କମିଶନର ଡ. ସୁଖବୀର ସିଂହ ସାନ୍ଧୁ ଓ ଡ. ବିବେକ ଜୋଶୀ ବୈଠକରେ ଉପସ୍ଥିତ ଥିଲେ। ବୈଠକ ପରେ କମିଶନ ପକ୍ଷରୁ ଅନେକ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଛି। କମିଶନଙ୍କ ନିଷ୍ପତ୍ତି ଅନୁସାରେ, ଏସଆଇଆରରେ ନୋଟିସ୍‌ ପାଇଥିବା ଲୋକଙ୍କ ଘରକୁ ବିଏଲଓମାନେ […]

1 min read

ରାସ୍ତା ନଥିବାରୁ ହାତୀଛଡ଼ା ଗ୍ରାମବାସୀଙ୍କ ଦୁର୍ଦ୍ଦଶା, ରୋଗୀଙ୍କୁ ୩ କିମି ବୋହି ନେବାକୁ ପଡ଼ୁଛି

ରାଇରଙ୍ଗପୁର: କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ହାତୀଛଡ଼ା ଗ୍ରାମବାସୀ ମୌଳିକ ସଡ଼କ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି। ବିଶେଷକରି କଳାମକରୁ ହାତୀଛଡ଼ା ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଗାଁରେ ୫୦ରୁ ଅଧିକ ପରିବାର ବସବାସ କରୁଥିବାବେଳେ ଯାତାୟାତର ସୁବିଧା ନଥିବାରୁ ରୋଗୀ ଓ ଗର୍ଭବତୀ ମହିଳାମାନେ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି। ବର୍ଷାଦିନେ ସମସ୍ୟା […]

1 min read

ରାସ୍ତା ନାହିଁ, ଦୋଳା ଭରସା; ସୁଗାମାହା ଗାଁରେ ବିକାଶର ଚିତ୍ର ଶୋଚନୀୟ

ଘୁ.ଉଦୟଗିରି: ଦେଶ ସ୍ୱାଧୀନତାର ୭୯ ବର୍ଷ ପରେ ମଧ୍ୟ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକ୍‌ ଅନ୍ତର୍ଗତ ଗ୍ରେସିଙ୍ଗିଆ ପଞ୍ଚାୟତର ସୁଗାମାହା ଗାଁକୁ ଯିବା ପାଇଁ ପକ୍କା ରାସ୍ତା ନାହିଁ। ଜଙ୍ଗଲ ଓ ପାହାଡ଼ ଘେରା ଏହି ଗାଁ ରାଜ୍ୟ ରାଜପଥଠାରୁ ପ୍ରାୟ ୩ କିଲୋମିଟର ଦୂରରେ ରହିଛି। ଗାଁକୁ ଯିବା ପାଇଁ ଲୋକଙ୍କୁ ଚାଲିଚାଲି ଯିବାକୁ ପଡ଼ୁଛି। ସୁଗାମାହାରେ ପ୍ରାୟ ୩୦ଟି ପରିବାରର ପ୍ରାୟ ୨୦୦ ଲୋକ ବସବାସ କରନ୍ତି। ଏଠାରେ ଅଧିକାଂଶ ଆଦିବାସୀ ପରିବାର ରହୁଥିବା […]

1 min read

୨୨୦ ନମ୍ବର ଜାତୀୟ ରାଜପଥ ଶୋଚନୀୟ, ରାସ୍ତାରେ ବଡ଼ ବଡ଼ ଖାଲ

ପାଟଣା: ପାଟଣା-ସାହାରପଡ଼ା ଦେଇ ରାଞ୍ଚି ଯାଉଥିବା ୨୨୦ ନମ୍ବର ଜାତୀୟ ରାଜପଥର ଅବସ୍ଥା ବିଭିନ୍ନ ସ୍ଥାନରେ ଶୋଚନୀୟ ହୋଇପଡ଼ିଛି। ବର୍ଷକ ତଳେ ଦେଓ ଜଳସେଚନ ବିଭାଗ ପକ୍ଷରୁ ଗୋରାଣ୍ଡିଯୋଡ଼ିଠାରୁ ବଳଭଦ୍ରପୁର ମଧ୍ୟରେ ୬ଟି କେନାଲ ଉପରେ ଜାତୀୟ ରାଜପଥ କଟାଯାଇ ମରାମତି କରାଯାଇଥିଲା। କାମ ଦେଓ ଜଳସେଚନ ବିଭାଗର ହୋଇଥିଲେ ମଧ୍ୟ ରାସ୍ତା ମରାମତିର ଦାୟିତ୍ୱ ଜାତୀୟ ରାଜପଥ ବିଭାଗକୁ ଦିଆଯାଇଥିଲା। ଠିକାଦାର ନିଯୁକ୍ତ କରି କାମ କରାଯାଇଥିଲେ ମଧ୍ୟ ଏହାର ମାନକୁ ନେଇ ପ୍ରଶ୍ନ ଉଠିଛି। […]

1 min read

ସେପ୍ଟେମ୍ବର ୩୦ ସୁଦ୍ଧା ପ୍ରକାଶ ପାଇବ ନିଟ୍‌ ପିଜି ପରୀକ୍ଷା ଫଳ

ନୂଆଦିଲ୍ଲୀ: ନ୍ୟାସନାଲ ବୋର୍ଡ଼ ଅଫ୍‌ ମେଡିକାଲ ସାଇନ୍ସେସ୍‌ (ଏନ୍‌ବିଇଏମ୍ଏସ୍‌) ଦ୍ବାରା କରାଯାଇଥିବା ନିଟ୍‌ ପିଜିପ୍ରବେଶିକା ପରୀକ୍ଷା ୨୦୨୬ ଫଳାଫଳ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଘୋଷଣା କରିପାରେ। ଏନ୍‌ବିଇଏମ୍‌ଏସ୍‌ଏପର୍ଯ୍ୟନ୍ତ ଉତ୍ତର ପ୍ରକାଶନ ନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିନଥିବାବେଳେ ଖୁବ୍‌ ଶୀଘ୍ର ନ୍ୟାସନାଲପ୍ରବେଶିକା ପରୀକ୍ଷା ପ୍ରୋଭିଜନାଲ୍ ଉତ୍ତର କୀ ଓ ପ୍ରାର୍ଥୀଙ୍କ ଉତ୍ତର ପତ୍ର ପ୍ରକାଶ କରିବ ବୋଲି ଆଶା କରାଯାଉଛି।ପରୀକ୍ଷା ସ୍ୱଚ୍ଛତା ଉପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି, ଚଳିତ ବର୍ଷ ବୋର୍ଡ ପ୍ରଥମ ଥର ପାଇଁ ଉତ୍ତର କୀ ଓରେକର୍ଡ ହୋଇଥିବା ଉତ୍ତର […]

1 min read

ଅମ୍ବାନୀଙ୍କୁ ପଛରେ ପକାଇ ଆଦାନୀ ଭାରତର ଏକ ନମ୍ବର ଧନୀ

ନୂଆଦିଲ୍ଲୀ: ଭାରତର ସବୁଠୁ ଧନୀ ବ୍ୟକ୍ତିଙ୍କ ମୁକୁଟ ପୁଣି ଥରେ ଗୌତମ ଆଦାନୀଙ୍କ ମୁଣ୍ଡରେ। ଏମ୍‌୩ଏମ୍‌ ହୁରୁନ୍‌ ଭାରତୀୟ ଧନୀ ତାଲିକା-୨୦୨୬ ଅନୁସାରେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଗୌତମ ଆଦାନୀ ଦେଶର ଏକ ନମ୍ବର ଧନୀ ହୋଇଛନ୍ତି। ଆଦାନୀ ପରିବାରର ମୋଟ ସମ୍ପତ୍ତି ୯.୨୩ ଲକ୍ଷ କୋଟି ଟଙ୍କା ବୋଲି ତାଲିକାରେ ଦର୍ଶାଯାଇଛି। ଗତବର୍ଷ ହୁରୁନ୍‌ ତାଲିକାରେ ୯.୫୫ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ସହ ମୁକେଶ ଅମ୍ବାନୀ ଓ ପରିବାର […]

1 min read

କୋଟି କୋଟି ଖର୍ଚ୍ଚ, ୮ କିମି ପାଇଁ ଜୀବନ ଦୁର୍ବିଷହ: ବଣ୍ଡାଘାଟିରେ ବିକାଶ ଅପହଞ୍ଚ

ମାଲକାନଗିରି: ଆଦିମ ଜନଜାତି ବଣ୍ଡା ସମ୍ପ୍ରଦାୟର ବିକାଶ ପାଇଁ ଯୋଜନା ଓ ଅନୁଦାନର ଅଭାବ ନାହିଁ। ସରକାରୀ ଯୋଜନାକୁ ଛାଡ଼ିଲେ ସ୍ୱତନ୍ତ୍ର ଭାବେ କାମ କରୁଛି ବଣ୍ଡା ଉନ୍ନୟନ ସଂସ୍ଥା। ବାର୍ଷିକ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ତଥାପି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅଭାବୀ ଜୀବନ ବିତାଉଛନ୍ତି ବଣ୍ଡାଘାଟିର ବରଗୁଡ଼ା ଗ୍ରାମବାସୀ। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡ଼ା ପଞ୍ଚାୟତଠାରୁ ୮ କିମି ଦୂରରେ […]

1 min read

ପାନୀୟ ଜଳ ସମସ୍ୟାକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ

ରାୟଗଡ଼ା: ବର୍ଷ ବର୍ଷ ଧରି ପାନୀୟ ଜଳ ସମସ୍ୟାରେ ଛଟପଟ ହେଉଥିବା ଅଭିଯୋଗ କରି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଅମ୍ବାଭଟା ପଞ୍ଚାୟତର ଛତ୍ର କଲୋନୀର ଗ୍ରାମବାସୀ ଆଜି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ମୁଖ୍ୟ ଫାଟକରେ ତାଲା ପକାଇଥିଲେ। ପାନୀୟ ଜଳ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ତାଲା ଖୋଲାଯିବ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଛତ୍ର କଲୋନୀରେ ଥିବା ପାଣି ଟାଙ୍କି ଦୀର୍ଘଦିନ ହେଲା […]

1 min read

ଓଡ଼ିଶାରେ ପ୍ରବଳ ବର୍ଷା ଓ ବଜ୍ରପାତ ଆଶଙ୍କା

ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ଓ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ। ମୌସୁମୀ ଋତୁରେ ବର୍ତ୍ତମାନ ୧୧ଟି ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟର ସବୁ ଜିଲ୍ଲାରେ ସ୍ୱାଭାବିକ ବର୍ଷା ସହ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ଏହାସହ ଗୋଟିଏ ସ୍ଥାନରେ ଅତ୍ୟଧିକ ପ୍ରବଳ […]

1 min read

ଦୈନିକ ରାଶିଫଳ

ମେଷ: ଆଜି ନୂଆ ଦାୟିତ୍ୱ ମିଳିପାରେ। କାମରେ ତତ୍ପରତା ରଖନ୍ତୁ, କିନ୍ତୁ ତରବରିଆ ନିଷ୍ପତ୍ତି ଏଡ଼ାନ୍ତୁ। ପରିବାରରେ ଆଲୋଚନା କରି ଆଗକୁ ବଢ଼ିବା ଭଲ। ବୃଷ: ବ୍ୟବସାୟ କିମ୍ବା ଚାକିରିରେ ଅଟକିଥିବା କାମ ଆଗକୁ ବଢ଼ିପାରେ। ଆର୍ଥିକ କାରବାରରେ କାଗଜପତ୍ର ଭଲଭାବେ ଯାଞ୍ଚ କରନ୍ତୁ। ସମ୍ପର୍କରେ ଧୈର୍ଯ୍ୟ ରଖିବା ଲାଭଦାୟକ। ମିଥୁନ: ଯୋଗାଯୋଗ ଓ ଆଲୋଚନାରୁ ନୂଆ ସୁଯୋଗ ମିଳିପାରେ। ପଢ଼ାଶୁଣାରେ ମନୋଯୋଗ ବଢ଼ିବ। ଅନାବଶ୍ୟକ ଖର୍ଚ୍ଚ ଉପରେ ନଜର ରଖନ୍ତୁ। କର୍କଟ: ପରିବାର ଓ ଘରୋଇ […]