ବୌଦ୍ଧ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା
ବୌଦ୍ଧ : ତା. ୯. ୧୦. ୨୦୨୬ ରିଖରେ ସ୍ଥାନୀୟ ଯୋଗୀନ୍ଦ୍ରଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶତାବ୍ଦୀ କକ୍ଷ ଠାରେ ବୌଦ୍ଧ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ର ଉଦ୍ଘାଟନୀ ଉତ୍ସବ ରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣୀ ବାରିକ ଓ ଭାସ୍କର ଲେଙ୍କା, ଗୋଷ୍ଠୀ ଶିକ୍ଷା ଅଧିକାରୀ କେଶବ ମଲ୍ଲିକ,ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଅର୍ଚ୍ଚନା ମହାନ୍ତି,ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜୟନ୍ତ କୁମାର ପ୍ରଧାନ ଯୋଗଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ l ଶିକ୍ଷକ ସନ୍ତୋଷ କୁମାର କର୍ଣ୍ଣ ସଂଯୋଜନା କରିଥିଲେ l ଉକ୍ତ ବିଜ୍ଞାନ ନାଟକ ପ୍ରତିଯୋଗିତା ରେ ୭ ଟି ଦଳ ଯୋଗ ଦେଇଥିଲେ l ସମସ୍ତ ଦଳ ଭଲ ଭାବରେ ନିଜ ନିଜ ନାଟକ ପରିବେଷଣ କରିଥିଲେ l ଦିଲ୍ଲୀପ କୁମାର ମହାନ୍ତି ଓ ଲକ୍ଷ୍ମଣ ମହାପାତ୍ର ବିଚାରକ ଭାବରେ ଯୋଗଦେଇ ନାଟକ ଗୁଡିକର ଠିକ ବିଚାର କରିଥିଲେ l ପ୍ରତିଯୋଗିତା ରେ ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରି ଆସନ୍ତା ୧୨. ୧୦. ୨୦୨୬ ରିଖରେ ହେବାକୁ ଥିବା ଜୋନସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ରେ ଭଗନେବାକୁ ଉନ୍ନୀତ ହୋଇଥିଲେ l ସରକାରୀ ଉଚ୍ଚ ବିଦ୍ୟାଳୟ, ସାମ୍ପୋଚ ଦ୍ଵିତୀୟ ସ୍ଥାନ ଓ ସରକାରୀ ଉଚ୍ଚ ବିଦ୍ୟାଳୟ, ଦହ୍ୟା ତୃତୀୟ ସ୍ଥାନ ଅଧିକାର କରି ସମ୍ମାନିତ ହୋଇଥିଲେ l ଶ୍ରେଷ୍ଠ ଅଭିନେତା ଭାବେ ସାମ୍ପୋଚ ଉଚ୍ଚ ବିଦ୍ୟାଳୟ ର ଅର୍ଚ୍ଚିତ ନାଏକ, ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଆଦର୍ଶ ବିଦ୍ୟାଳୟ, ତେତେଲେଙ୍ଗା ର ସମୃଦ୍ଧି ସମାପିକା ଶତପଥି, ଶ୍ରେଷ୍ଠ ନାଟ୍ୟ ନିର୍ଦେଶକ ଏବଂ ଶ୍ରେଷ୍ଠ ପଟ୍ଟ ଲେଖକ ଭାବେ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ମିଶ୍ର ପୁରସ୍କୃତ ହୋଇଛନ୍ତି lଉଦଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ନାଟକର ଭିତ୍ତିଭୂମି ଓ ନାଟକୀୟ କଳା କୌଶଳ ଉପରେ ଆଲୋକପାତ କରିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ କେଶବ ମଲ୍ଲିକ,ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜୟନ୍ତ କୁମାର ପ୍ରଧାନ, ଶିକ୍ଷକ ସଂଜୀବ କୁମାର ପ୍ରଧାନ ଯୋଗ ଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ l ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳାକାନ୍ତ ଦଳବେହେରା ସଭା ସଂଯୋଜନା କରିଥିବା ବେଳେ ସହ ବିଜ୍ଞାନ ନିରୀକ୍ଷକ ପ୍ରବୀଣ କୁମାର ପ୍ରଧାନ ସହଯୋଗ କରିଥିଲେ ।

