1 min read

ସୋମବାର କଟକଚଣ୍ଡୀ ମନ୍ଦିର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କଟକ : ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଗସ୍ତରେ ଆସିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ଦିନିକିଆ ଗସ୍ତରେ କଟକ ସହରରେ ଏକାଧିକ କାର୍ଯ୍ୟକ୍ରମ ରହିଛି । ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ନବକଳେବର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ । ଚଣ୍ଡୀମନ୍ଦିର ଉଦ୍‌ଘାଟନ ପରେ ଗଡ଼ଗଡ଼ିଆ ଘାଟ ନିକଟରେ ଥିବା କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ବାଲିଯାତ୍ରା ପଡ଼ିଆରେ ଥିବା କଟକ ଇନ୍ କଟକ ଯିବେ । ସର୍କିଟ୍ ହାଉସ୍‌ରେ ବିଶ୍ରାମ ପରେ ଅପରାହ୍ନରେ ଏସ୍‌ସିବି ମେଡିକାଲ ଯାଇ ନୂତନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବେ । ଏଠାରେ ମୁଖ୍ୟମନ୍ତ୍ରୀ ସମ୍ପ୍ରସାରଣ ପ୍ରକଳ୍ପ ମଧ୍ୟରୁ କ୍ଲିନିକାଲ୍ ବ୍ଲକ୍-୧ ଓ ବ୍ଲକ୍ -୪ର ନିର୍ମାଣସ୍ଥଳ ପରିଦର୍ଶନରେ ଯାଇ କ୍ଷେତ୍ର ଉପରେ କାର୍ଯ୍ୟ ଅନୁଧ୍ୟାନ କରିବା ସହ ସମୀକ୍ଷା କରିବେ ବୋଲି ଯୋଜନା ରହିଛି ।

Leave a Reply

Your email address will not be published. Required fields are marked *