1 min read

ଅଗରକରଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା, ବିସିସିଆଇରେ ନୂଆ ମୁଖ୍ୟ ଚୟନ ନେଇ ଆଲୋଚନା

ନୂଆଦିଲ୍ଲୀ: ଅଜିତ ଅଗରକର ଏବଂ ଭିଭିଏସ୍‌ ଲକ୍ଷ୍ମଣଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ଏବେ ଚର୍ଚ୍ଚାରେ ରହିଛି। ଜଣେ ଭାରତୀୟ ପୁରୁଷ ଦଳର ମୁଖ୍ୟ ଚୟନକର୍ତ୍ତା ଭାବେ ଦାୟିତ୍ୱ ତୁଲାଉଥିବା ବେଳେ, ଅନ୍ୟଜଣ ବିସିସିଆଇ ସେଣ୍ଟର ଅଫ୍‌ ଏକ୍ସିଲେନ୍ସର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଆହତ ଖେଳାଳିଙ୍କ ପରିଚାଳନା ଏବଂ ଭାରତ ‘ଏ’ ଦଳର ମ୍ୟାଚ୍‌ ସୂଚୀକୁ ନେଇ ଦୁହିଁଙ୍କ ମଧ୍ୟରେ ମତଭେଦ ଥିବା ନେଇ ଏକ ରିପୋର୍ଟରେ ଦାବି କରାଯାଇଛି। ୨୦୨୩ ଜୁଲାଇରେ ମୁଖ୍ୟ ଚୟନକର୍ତ୍ତା ହୋଇଥିବା […]

1 min read

ଏସିଆ କପ୍‌ରେ ଭାରତର ଦବଦବା; ସେମିଫାଇନାଲ୍‌ରେ ପାକିସ୍ତାନ ସହ ମୁକାବିଲା

ଦୁବାଇ: ଭାରତୀୟ ମହିଳା କ୍ରିକେଟ୍‌ ଦଳ ଚଳିତ ଏସିଆ କପ୍‌ ଟି-୨୦ ପ୍ରତିଯୋଗିତାରେ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରିଛି। ଗ୍ରୁପ୍‌-ଏ’ର ଶେଷ ତଥା ହାଇଭୋଲ୍ଟେଜ୍‌ ମ୍ୟାଚ୍‌ରେ ଭାରତ ୭ ଥରର ଏସିଆ କପ୍‌ ବିଜେତା ପାକିସ୍ତାନକୁ ଭେଟିବ। ଦର୍ଶକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଆୟୋଜକମାନେ ଭାରତ-ପାକିସ୍ତାନକୁ ଗୋଟିଏ ଗ୍ରୁପ୍‌ରେ ରଖିଛନ୍ତି। ଦୁବାଇ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ ହେବାକୁ ଥିବା ଏହି ମ୍ୟାଚ୍‌ରେ ଭାରତର ପଲ୍ଲା ଭାରୀ ରହିଛି। ଏସିଆ କପ୍‌ରେ ଅନ୍ୟ ଦଳଗୁଡ଼ିକ […]

1 min read

ଜର୍ମାନୀ ହେଲା FIH ହକି ବିଶ୍ୱଚାମ୍ପିୟନ; ଫାଇନାଲ୍‌ରେ ସ୍ପେନ୍‌କୁ ୧-୦ରେ ହରାଇଲା

ୱାଭ୍ରେ: ଏଫ୍‌ଆଇଏଚ୍‌ (FIH) ପୁରୁଷ ହକି ବିଶ୍ୱକପ୍‌ରେ ପୁଣିଥରେ ବିଶ୍ୱଚାମ୍ପିୟନ ହୋଇଛି ଜର୍ମାନୀ। ବେଲଜିୟମ୍‌ର ୱାଭ୍ରେଠାରେ ରବିବାର ଅନୁଷ୍ଠିତ ଫାଇନାଲ୍‌ରେ ଜର୍ମାନୀ ୧-୦ ଗୋଲ୍‌ରେ ସ୍ପେନ୍‌କୁ ପରାସ୍ତ କରି ଟାଇଟଲ୍‌ ବଜାୟ ରଖିଛି। ମ୍ୟାଚ୍‌ର ନିର୍ଣ୍ଣାୟକ ମୁହୂର୍ତ୍ତ ୪୪ତମ ମିନିଟ୍‌ରେ ଆସିଥିଲା। ମିଶେଲ୍ ଷ୍ଟ୍ରୁଥଫ୍ ଜର୍ମାନୀ ପାଇଁ ବିଜୟସୂଚକ ଗୋଲ୍‌ ସ୍କୋର କରିଥିଲେ। ଏହା ପରେ ସ୍ପେନ୍‌ ଗୋଲ୍‌ ପରିଶୋଧ ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ଜର୍ମାନୀର ଦୃଢ଼ ରକ୍ଷଣଭାଗକୁ ଭେଦ କରିପାରିନଥିଲା। ଏହି ବିଜୟ […]

1 min read

୨୦୩୦ କମନୱେଲ୍‌ଥ ଗେମ୍ସ ଓ ୨୦୩୬ ଅଲିମ୍ପିକ୍ସ ବିଡ୍‌: ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

ଅହମଦାବାଦ, ୨୮ା୮: ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପାଇଁ ପ୍ରସ୍ତୁତି ଏବଂ ୨୦୩୬ ଅଲିମ୍ପିକ୍ସ ଆୟୋଜନ ନେଇ ଭାରତର ବିଡ୍‌ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅହମଦାବାଦରେ ଏକ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏବଂ ଗୁଜରାଟର ଉପମୁଖ୍ୟମନ୍ତ୍ରୀ ହର୍ଷ ସାଙ୍ଗ୍‌ଭୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବୃହତ୍‌ ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ ସମୟରେ ସୁରକ୍ଷା ବ୍ୟବସ୍ଥା, ଯାତାୟାତ, ଭିତ୍ତିଭୂମି ଓ ଅନ୍ୟାନ୍ୟ […]

1 min read

ପାକିସ୍ତାନରେ ହେବ ଦକ୍ଷିଣ ଏସୀୟ କ୍ରୀଡ଼ା, ଭାରତର ଅଂଶଗ୍ରହଣକୁ ନେଇ ଅନିଶ୍ଚିତତା

ନୂଆଦିଲ୍ଲୀ: ଦୀର୍ଘ ୨୨ ବର୍ଷ ପରେ ପାକିସ୍ତାନରେ ଦକ୍ଷିଣ ଏସୀୟ କ୍ରୀଡ଼ାର ୧୪ତମ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି। ଆସନ୍ତା ବର୍ଷ ଏପ୍ରିଲ ୩ରୁ ୧୧ ତାରିଖ ପର୍ଯ୍ୟନ୍ତ ପାକିସ୍ତାନର ଇସଲାମାବାଦ, ଲାହୋର ଓ ପେଶାୱରରେ ଏହି କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେବ। ଏହି ସଂସ୍କରଣରେ ୨୮ଟି କ୍ରୀଡ଼ାରେ ମୋଟ ୩୪୬ଟି ପଦକ ପାଇଁ ପ୍ରତିଯୋଗିତା ହେବ। ଆୟୋଜକ ପାକିସ୍ତାନ ସମେତ ଦକ୍ଷିଣ ଏସିଆର ବାଂଲାଦେଶ, ମାଲଦ୍ୱୀପ, ନେପାଳ ଓ ଶ୍ରୀଲଙ୍କାର କ୍ରୀଡ଼ାବିତ୍‌ମାନେ ଏଥିରେ ଅଂଶଗ୍ରହଣ କରିବେ। […]

1 min read

ଲଣ୍ଡନରେ ଭାରତୀୟ ଭିନ୍ନକ୍ଷମ କ୍ରିକେଟରଙ୍କୁ ସମ୍ମାନ

ଲଣ୍ଡନ: ଭାରତୀୟ ଭିନ୍ନକ୍ଷମ କ୍ରିକେଟ୍ ଖେଳାଳିଙ୍କ ସାହସ, ଦୃଢ଼ତା ଓ ସଫଳତାକୁ ସମ୍ମାନ ଜଣାଇ ଦକ୍ଷିଣ-ପୂର୍ବ ଲଣ୍ଡନର ଚିଲିକା ରେସ୍ତୋରାଁ ପକ୍ଷରୁ ଏକ ସ୍ୱତନ୍ତ୍ର ସମ୍ମାନ ସମାରୋହ ଆୟୋଜିତ ହୋଇଛି। ଭାରତୀୟ ପରମ୍ପରା ଅନୁଯାୟୀ ଖେଳାଳିମାନଙ୍କୁ ସ୍ୱାଗତ କରାଯାଇଥିଲା। ବ୍ରିଟେନ୍‌ରେ ରହୁଥିବା ବିଭିନ୍ନ ଭାରତୀୟ ସମୁଦାୟର ପ୍ରତିନିଧି ଓ ସଦସ୍ୟମାନେ ଏକାଠି ହୋଇ ଖେଳାଳିଙ୍କ ସହ ଖୁସି ବାଣ୍ଟିବା ସହ ସେମାନଙ୍କ ସଫଳତାକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ଭାରତୀୟ ଭିନ୍ନକ୍ଷମ କ୍ରିକେଟ୍ ଦଳର ଏକାଧିକ ଖେଳାଳିଙ୍କ ସହ […]

1 min read

ଇଷ୍ଟଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା

ଭୁବନେଶ୍ୱର,୧୭/୮: ସେପ୍ଟେମ୍ବର ମାସ ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଇଷ୍ଟଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା ଯାଇଅଛି । ଏହି ଚୟନ ପ୍ରକ୍ରିୟା ଓଡିଶା ଷ୍ଟେଟ ବ୍ୟାଡମିଣ୍ଟନ ଏସୋସିଏସନ ଦ୍ୱାରା ପଞ୍ଜିକୃତ ଖେଳାଳିମାନେ ହାସଲ କରିଥିବା ରେଙ୍କିଙ୍ଗ ପଏଣ୍ଟ ସହ ଏକ ସିଲେକ୍ସନ ଟ୍ରାଏଲ କୁ ନେଇ ଖେଳାଳି ଚୟନ କରାଯାଇଥାଏ । ଇଷ୍ଟ ଜୋନ ର ୬ ଟି ରାଜ୍ୟ ଓଡିଶା, ଝାରଖଣ୍ଡ, ବିହାର, ପଶ୍ଚିମବଂଗ, ଉତ୍ତର […]

1 min read

ଖୁବ୍‌ଶୀଘ୍ର ଫୁଟବଲକୁ ଅଲବିଦା କହିବେ ରୋନାଲ୍ଡୋ! ଅବସର ନେଇ ଦେଲେ ବଡ଼ ସଙ୍କେତ

ନୂଆଦିଲ୍ଲୀ, ୧୭/୦୮: ଫୁଟବଲ୍‌ପ୍ରେମୀଙ୍କ ପାଇଁ ଆସିଛି ଏକ ବଡ଼ ଖବର। ମହାନ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ନିଜ ଅବସରକୁ ନେଇ ବଡ଼ ସଙ୍କେତ ଦେଇଛନ୍ତି। ୪୧ ବର୍ଷୀୟ ପର୍ତ୍ତୁଗୀଜ୍‌ ତାରକା କହିଛନ୍ତି, ଆଗାମୀ ସିଜନ୍‌ ତାଙ୍କ ପେସାଦାର ଫୁଟବଲ୍‌ କ୍ୟାରିୟରର ଶେଷ ଅଧ୍ୟାୟ ହୋଇପାରେ। ଦୀର୍ଘ ୨୫ ବର୍ଷର କ୍ୟାରିୟରରେ ରୋନାଲ୍ଡୋ ବିଶ୍ୱ ଫୁଟବଲ୍‌ରେ ନିଜର ଏକ ଅଲଗା ପରିଚୟ ତିଆରି କରିଛନ୍ତି। ସ୍ପୋର୍ଟିଂ, ମାଞ୍ଚେଷ୍ଟର ୟୁନାଇଟେଡ୍‌, ରିଅଲ୍‌ ମାଡ୍ରିଡ୍‌ ଓ ଜୁଭେଣ୍ଟସ୍‌ ଭଳି କ୍ଲବ୍‌ ପରେ […]

1 min read

ବିଶ୍ୱ ଆଥଲେଟିକ୍ସ ଅଣ୍ଡର-୨୦ ଚାମ୍ପିୟନଶିପ୍‌ରେ ଭାରତ ୨୭ତମ ସ୍ଥାନରେ

ଓରେଗନ, ଅଗଷ୍ଟ ୧୦: ଆମେରିକାର ଓରେଗନ୍‌ରେ ଆୟୋଜିତ ବିଶ୍ୱ ଆଥଲେଟିକ୍ସ ଅଣ୍ଡର-୨୦ ଚାମ୍ପିୟନଶିପ୍ ୨୦୨୬ରେ ଭାରତ ମୋଟ ୩ଟି ପଦକ ସହ ୨୭ତମ ସ୍ଥାନରେ ଅଭିଯାନ ଶେଷ କରିଛି। ଭାରତୀୟ ଆଥଲେଟ୍‌ମାନେ ୨ଟି ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ଜିତିଛନ୍ତି। ଜାଭେଲିନ୍ ଥ୍ରୋରେ ଆଶିଷ ଯାଦବ ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ବେଳେ ପୁରୁଷ ହାଇଜମ୍ପରେ ବସନ୍ତ କୁମାର ମେଘୱାଲ ଐତିହାସିକ ରୌପ୍ୟ ପଦକ ହାସଲ କରିଛନ୍ତି। ସେ ୨.୨୧ ମିଟର ଉଚ୍ଚତା ଅତିକ୍ରମ […]

1 min read

୨୦୩୦ କମନୱେଲ୍ଥ ଗେମ୍ସ: ଅହମ୍ମଦାବାଦ ହାତରେ ଆୟୋଜନ ଦାୟିତ୍ୱ, ଗ୍ଲାସଗୋରୁ ଆସିଲା ବ୍ୟାଟନ୍‌ ଓ ଫ୍ଲାଗ୍‌

ଅହମ୍ମଦାବାଦ: ୨୦୩୦ କମନୱେଲ୍ଥ ଗେମ୍ସ ଆୟୋଜନ ନେଇ ଅହମ୍ମଦାବାଦର ଯାତ୍ରା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଗ୍ଲାସଗୋରେ ୨୦୨୬ କମନୱେଲ୍ଥ ଗେମ୍ସର ଉଦ୍‌ଯାପନୀ ସମାରୋହରେ ଅହମ୍ମଦାବାଦକୁ ହୋଷ୍ଟ ବ୍ୟାଟନ୍‌ ଓ କମନୱେଲ୍ଥ ଗେମ୍ସ ଫ୍ଲାଗ୍‌ ହସ୍ତାନ୍ତର କରାଯାଇଛି। ଏହା ସହ ଗ୍ଲାସଗୋରୁ ଅହମ୍ମଦାବାଦକୁ ଆୟୋଜନ ଦାୟିତ୍ୱର ଔପଚାରିକ ପରିବର୍ତ୍ତନ ହୋଇଛି। ୨୦୩୦ କମନୱେଲ୍ଥ ଗେମ୍ସ ଐତିହାସିକ ହେବାକୁ ଯାଉଛି। କାରଣ, ଏହା କମନୱେଲ୍ଥ ଗେମ୍ସର ଶତବାର୍ଷିକୀ ସଂସ୍କରଣ। ୧୯୩୦ ମସିହାରେ କାନାଡାର ହାମିଲଟନ୍‌ରେ ପ୍ରଥମ କମନୱେଲ୍ଥ ଗେମ୍ସ […]