ବିଶ୍ୱ ଆଥଲେଟିକ୍ସ ଅଣ୍ଡର-୨୦ ଚାମ୍ପିୟନଶିପ୍‌ରେ ଭାରତ ୨୭ତମ ସ୍ଥାନରେ

ଓରେଗନ, ଅଗଷ୍ଟ ୧୦: ଆମେରିକାର ଓରେଗନ୍‌ରେ ଆୟୋଜିତ ବିଶ୍ୱ ଆଥଲେଟିକ୍ସ ଅଣ୍ଡର-୨୦ ଚାମ୍ପିୟନଶିପ୍ ୨୦୨୬ରେ ଭାରତ ମୋଟ ୩ଟି ପଦକ ସହ ୨୭ତମ ସ୍ଥାନରେ ଅଭିଯାନ ଶେଷ କରିଛି। ଭାରତୀୟ ଆଥଲେଟ୍‌ମାନେ ୨ଟି ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ଜିତିଛନ୍ତି।

ଜାଭେଲିନ୍ ଥ୍ରୋରେ ଆଶିଷ ଯାଦବ ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ବେଳେ ପୁରୁଷ ହାଇଜମ୍ପରେ ବସନ୍ତ କୁମାର ମେଘୱାଲ ଐତିହାସିକ ରୌପ୍ୟ ପଦକ ହାସଲ କରିଛନ୍ତି। ସେ ୨.୨୧ ମିଟର ଉଚ୍ଚତା ଅତିକ୍ରମ କରି ଏହି ସଫଳତା ପାଇଛନ୍ତି।

ସେହିପରି ଲଙ୍ଗଜମ୍ପରେ ଶାହନୱାଜ ଖାନ୍ କାଂସ୍ୟ ପଦକ ଜିତି ଭାରତର ପଦକ ସଂଖ୍ୟା ୩ରେ ପହଞ୍ଚାଇଛନ୍ତି।

ପଦକ ତାଲିକାରେ ଆମେରିକା ୧୮ଟି ପଦକ ସହ ଶୀର୍ଷରେ ରହିଛି। ଏଥିରେ ୧୨ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ଗୋଟିଏ କାଂସ୍ୟ ରହିଛି। କେନିଆ ୧୧ଟି ପଦକ ସହ ଦ୍ୱିତୀୟ ଏବଂ ଇଟାଲୀ ୭ଟି ପଦକ ସହ ତୃତୀୟ ସ୍ଥାନରେ ର

Leave A Reply

Your email address will not be published.