1 min read

ଜନ୍ତର ମନ୍ତରରେ ଆଉ ହେବନି ଧାରଣା! ପ୍ରତିବାଦ ପାଇଁ ୩ ନୂଆ ସ୍ଥାନ ଚିହ୍ନଟ

ନୂଆଦିଲ୍ଲୀ: ଦିଲ୍ଲୀରେ ଧାରଣା ଓ ପ୍ରତିବାଦ ସ୍ଥଳକୁ ନେଇ ଆସିଛି ବଡ଼ ପରିବର୍ତ୍ତନ। ଏଣିକି ଜନ୍ତର ମନ୍ତର ବଦଳରେ ଅନ୍ୟ ତିନୋଟି ସ୍ଥାନରେ ଆନ୍ଦୋଳନ ଓ ଧାରଣା କରିବାକୁ ପ୍ରସ୍ତାବ ରଖିଛି ଦିଲ୍ଲୀ ପୁଲିସ। ଏଥିପାଇଁ ରାମଲୀଲା ମଇଦାନ, ବୁରାଡ଼ି ମଇଦାନ ଓ ସିବିଡି ମଇଦାନକୁ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି। ଏନେଇ ଦିଲ୍ଲୀ ପୁଲିସ କମିଶନର ଅନୁରାଗ କୁମାରଙ୍କ ପକ୍ଷରୁ ଆଦେଶ ଜାରି ହୋଇଥିବା କୁହାଯାଉଛି। ଦୀର୍ଘବର୍ଷ ଧରି ଜନ୍ତର ମନ୍ତର ଦିଲ୍ଲୀର ଏକ ପ୍ରମୁଖ ପ୍ରତିବାଦସ୍ଥଳ […]

1 min read

ନେପାଳରେ ପୁଣି ଜଳପ୍ରଳୟ!

କାଠମାଣ୍ଡୁ: ନେପାଳର ଗୋର୍ଖା ଜିଲ୍ଲାରେ ବୁଢ଼ୀ ଗଣ୍ଡକୀ ନଦୀରେ ରବିବାର ପୁଣି ଥରେ ଭୟଙ୍କର ବନ୍ୟା ଆସି ବନ୍ୟାଜଳରେ ୬ଟି ସେତୁ ଭାସି ଯାଇଥିବାବେଳେ ୧୦ ଜଣ ଲୋକ ନିଖୋଜ ହୋଇଯାଇଛନ୍ତି। ଅନେକ ଜନବସତିରେ ବନ୍ୟାଜଳ ପଶିଯାଇ ଘରଦ୍ବାରା କ୍ଷତିଗ୍ରସ୍ତ ହୋଇଥିବାବେଳେ ଲୋକମାନେ ଭୟରେ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଛନ୍ତି। ପ୍ରଭାବିତ ଅଞ୍ଚଳ ରାଜଧାନୀ କାଠମାଣ୍ଡୁରୁ ପ୍ରାୟ ୧୮୪ କିଲୋମିଟର ଦୂରରେ ଅବସ୍ଥିତ।ବନ୍ୟା ଭୋର ୪ଟାରେ ଜିଲ୍ଲାର ଉତ୍ତର ଭାଗରେ ଆସିଥିଲା। ସୂଚନା ମୁତାବକ, ଗଣ୍ତକୀ ଜଳବିଦ୍ୟୁତ ପ୍ରକଳ୍ପ ମଧ୍ୟ କ୍ଷତିଗ୍ରସ୍ତ […]

1 min read

ଲୁପ୍ତପ୍ରାୟ ଟସର ଚାଷ, ତାଲା ପଡ଼ିଛି ସମବାୟ କାର୍ଯ୍ୟାଳୟ

ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍‌ରେ ଟସର ଚାଷ ଏକଦା ଚାଷୀଙ୍କ ଜୀବିକାର ପ୍ରମୁଖ ମାଧ୍ୟମ ଥିଲା। ହେଲେ ଏବେ ଏହି ଚାଷ ଧୀରେ ଧୀରେ ଲୋପ ପାଇବାକୁ ବସିଛି। ବ୍ଲକ୍‌ ଅନ୍ତର୍ଗତ ନାଉଲିପଡ଼ା ପଞ୍ଚାୟତର ଛତାବରଠାରେ ଥିବା ଦେବଗଡ଼ ଟସର ଚାଷୀ ସମବାୟ କାର୍ଯ୍ୟାଳୟରେ ବର୍ଷ ବର୍ଷ ଧରି ତାଲା ଝୁଲୁଛି। କାର୍ଯ୍ୟାଳୟର ଦାୟିତ୍ୱରେ କୌଣସି ଅଧିକାରୀ କିମ୍ବା କର୍ମଚାରୀ ଅଛନ୍ତି କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହେଉନାହିଁ। ଫଳରେ ଟସର ଚାଷୀମାନେ ନିରାଶ […]

1 min read

ଚେନ୍ନାଇ ଯାଉଥିବା ବିମାନରେ ନିଆଁ, ଜରୁରୀ ଅବତରଣ

ନୂଆଦିଲ୍ଲୀ :  ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଏକ ଇଣ୍ଡିଗୋ ବିମାନ ଲଗେଜ କମ୍ପାର୍ଟମେଣ୍ଟରେ ନିଆଁ ଲାଗିଯିବାରୁ ବିମାନକୁ ହାଇଦ୍ରାବାଦରେ ଜରୁରି ଅବତରଣ କରିବାକୁ ପଡିଛି । ବିମାନଟି ମଧ୍ୟାହ୍ନ ୧.୩୦ରେ ଦିଲ୍ଲୀ ବିମାନ ବନ୍ଦର ଛାଡିଥିଲା । ଅପରାହ୍ନ ୪ଟାରେ ଏହା ଚେନ୍ନାଇରେ ଅବତରଣ କରିବାର ଥିଲା । ତେବେ ଜଣେ ଯାତ୍ରୀଙ୍କ ଲଗେଜରେ ଥିବା ପାୱାରବ୍ୟାଙ୍କ ଫାଟିଯିବାରୁ ସେଥିରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଥିଲା । ନିଆଁ ଲାଗିଯିବା ଫଳରେ ଯାତ୍ରୀମାନଙ୍କ ଭିତରେ ଆତଙ୍କ ଖେଳି […]

1 min read

ବୁଡିଲା କିଆରୀ, କାନ୍ଦୁଛି ଚାଷୀ

ଅସ୍ତରଙ୍ଗ :- ଚାରି ମାସର ଝାଳବୁହା ପରିଶ୍ରମ ଆଖି ଆଗରେ ପାଣିରେ ଭାସୁଛି। କିଆରୀ ମୁଣ୍ଡରେ ବସି ମୁଣ୍ଡରେ ହାତ ଦେଇ କାନ୍ଦୁଛି ଅନ୍ନଦାତା। ଏ କରୁଣ ଦୃଶ୍ୟ ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ବ୍ଲକର ଓଥକା, କଣ୍ଟାପଡା, ସୁଦିକେଶ୍ୱର, ବେଗୁନିଆବସ୍ତ, କେନ୍ଦ୍ରାପଟି, ଶିଶୁଅର। ଯେଉଁଠି ଗର୍ଭଣୀ ଧାନ ଉପରେ ଏକା ସଙ୍ଗେ ଦୁଇ ଦଫା ମାଡ – ତଳେ ଆଣ୍ଠୁଏ ପାଣି, ଉପରେ ମାରାତ୍ମକ ପୋକ। ଆଉ ସବୁଠୁ ବଡ ଦୁଃଖ – ଏ […]

1 min read

ରାସ୍ତା ନଥିବାରୁ ହାତୀଛଡ଼ା ଗ୍ରାମବାସୀଙ୍କ ଦୁର୍ଦ୍ଦଶା, ରୋଗୀଙ୍କୁ ୩ କିମି ବୋହି ନେବାକୁ ପଡ଼ୁଛି

ରାଇରଙ୍ଗପୁର: କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ହାତୀଛଡ଼ା ଗ୍ରାମବାସୀ ମୌଳିକ ସଡ଼କ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି। ବିଶେଷକରି କଳାମକରୁ ହାତୀଛଡ଼ା ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଗାଁରେ ୫୦ରୁ ଅଧିକ ପରିବାର ବସବାସ କରୁଥିବାବେଳେ ଯାତାୟାତର ସୁବିଧା ନଥିବାରୁ ରୋଗୀ ଓ ଗର୍ଭବତୀ ମହିଳାମାନେ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି। ବର୍ଷାଦିନେ ସମସ୍ୟା […]

1 min read

ରାସ୍ତା ନାହିଁ, ଦୋଳା ଭରସା; ସୁଗାମାହା ଗାଁରେ ବିକାଶର ଚିତ୍ର ଶୋଚନୀୟ

ଘୁ.ଉଦୟଗିରି: ଦେଶ ସ୍ୱାଧୀନତାର ୭୯ ବର୍ଷ ପରେ ମଧ୍ୟ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକ୍‌ ଅନ୍ତର୍ଗତ ଗ୍ରେସିଙ୍ଗିଆ ପଞ୍ଚାୟତର ସୁଗାମାହା ଗାଁକୁ ଯିବା ପାଇଁ ପକ୍କା ରାସ୍ତା ନାହିଁ। ଜଙ୍ଗଲ ଓ ପାହାଡ଼ ଘେରା ଏହି ଗାଁ ରାଜ୍ୟ ରାଜପଥଠାରୁ ପ୍ରାୟ ୩ କିଲୋମିଟର ଦୂରରେ ରହିଛି। ଗାଁକୁ ଯିବା ପାଇଁ ଲୋକଙ୍କୁ ଚାଲିଚାଲି ଯିବାକୁ ପଡ଼ୁଛି। ସୁଗାମାହାରେ ପ୍ରାୟ ୩୦ଟି ପରିବାରର ପ୍ରାୟ ୨୦୦ ଲୋକ ବସବାସ କରନ୍ତି। ଏଠାରେ ଅଧିକାଂଶ ଆଦିବାସୀ ପରିବାର ରହୁଥିବା […]

1 min read

ଟିଟିଲାଗଡ଼ରେ ଯୁବପିଢ଼ି ନିଶା କବଳରେ, ଚିନ୍ତା ବଢ଼ାଉଛି ନିଶା ବଟିକା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସହର ଏକ ଶାନ୍ତିପ୍ରିୟ ସହର ଭାବେ ପରିଚିତ। ଟିଟିଲାଗଡ଼ ରେଳ ଜଙ୍କସନ୍‌ ଯୋଗୁଁ ଏଠାରୁ ଦେଶର ବିଭିନ୍ନ ପ୍ରାନ୍ତକୁ ଯିବା ପାଇଁ ଲୋକଙ୍କ ଯାତାୟାତ ଲାଗି ରହିଥାଏ। ଦିନକୁ ଦିନ ଟ୍ରେନ୍‌ ସଂଖ୍ୟା ବଢ଼ିବା ସହ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଅନ୍ୟପଟେ ସହରର ଯୁବପିଢ଼ି ମଧ୍ୟରେ ନିଶା ସେବନ ବଢ଼ୁଥିବା ଚିତ୍ର ଏବେ ଚିନ୍ତାର କାରଣ ହୋଇଛି। ଏକପଟେ ଅଭିଭାବକମାନେ ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ସ୍ୱପ୍ନ ଦେଖୁଥିବା ବେଳେ […]

1 min read

୨୨୦ ନମ୍ବର ଜାତୀୟ ରାଜପଥ ଶୋଚନୀୟ, ରାସ୍ତାରେ ବଡ଼ ବଡ଼ ଖାଲ

ପାଟଣା: ପାଟଣା-ସାହାରପଡ଼ା ଦେଇ ରାଞ୍ଚି ଯାଉଥିବା ୨୨୦ ନମ୍ବର ଜାତୀୟ ରାଜପଥର ଅବସ୍ଥା ବିଭିନ୍ନ ସ୍ଥାନରେ ଶୋଚନୀୟ ହୋଇପଡ଼ିଛି। ବର୍ଷକ ତଳେ ଦେଓ ଜଳସେଚନ ବିଭାଗ ପକ୍ଷରୁ ଗୋରାଣ୍ଡିଯୋଡ଼ିଠାରୁ ବଳଭଦ୍ରପୁର ମଧ୍ୟରେ ୬ଟି କେନାଲ ଉପରେ ଜାତୀୟ ରାଜପଥ କଟାଯାଇ ମରାମତି କରାଯାଇଥିଲା। କାମ ଦେଓ ଜଳସେଚନ ବିଭାଗର ହୋଇଥିଲେ ମଧ୍ୟ ରାସ୍ତା ମରାମତିର ଦାୟିତ୍ୱ ଜାତୀୟ ରାଜପଥ ବିଭାଗକୁ ଦିଆଯାଇଥିଲା। ଠିକାଦାର ନିଯୁକ୍ତ କରି କାମ କରାଯାଇଥିଲେ ମଧ୍ୟ ଏହାର ମାନକୁ ନେଇ ପ୍ରଶ୍ନ ଉଠିଛି। […]

1 min read

ବର୍ଷାରେ ଶୋଚନୀୟ ଭୂତମୁଣ୍ଡା-ଇଟାପୁର ରାସ୍ତା, ଯାତାୟାତରେ ହନ୍ତସନ୍ତ ଲୋକେ

ବାଇକମାଳ: ବାଇକମାଳ ବ୍ଲକ କାଂସଡ଼ା ପଞ୍ଚାୟତ ଭୂତମୁଣ୍ଡା-ଇଟାପୁର (ଢେଙ୍କିମୁଣ୍ଡା) କଚ୍ଚା ରାସ୍ତା ବର୍ଷା ହେତୁ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଭୂତମୁଣ୍ଡା ଗାଁଠାରୁ ପ୍ରାୟ ୧ କିମି ଦୂରରେ ଏହି ରାସ୍ତା ଅବସ୍ଥିତ। ଗାଁରେ ଦୀର୍ଘଦିନ ଧରି ୬୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଥିବାବେଳେ ପ୍ରାୟ ୪୦୦ ଜଣ ଲୋକ ରହୁଛନ୍ତି। ହେଲେ ଗାଁକୁ ଯିବା ପାଇଁ ଥିବା କଚ୍ଚା ରାସ୍ତାଟି ଦୀର୍ଘଦିନ ଧରି ଅବ୍ୟବସ୍ଥିତ ଅବସ୍ଥାରେ ପଡ଼ିରହିଛି। ବର୍ଷାଋତୁରେ ଏହି ରାସ୍ତାର ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼ୁଥିବା […]