1 min read

ଚେନ୍ନାଇ ଯାଉଥିବା ବିମାନରେ ନିଆଁ, ଜରୁରୀ ଅବତରଣ

ନୂଆଦିଲ୍ଲୀ :  ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଏକ ଇଣ୍ଡିଗୋ ବିମାନ ଲଗେଜ କମ୍ପାର୍ଟମେଣ୍ଟରେ ନିଆଁ ଲାଗିଯିବାରୁ ବିମାନକୁ ହାଇଦ୍ରାବାଦରେ ଜରୁରି ଅବତରଣ କରିବାକୁ ପଡିଛି । ବିମାନଟି ମଧ୍ୟାହ୍ନ ୧.୩୦ରେ ଦିଲ୍ଲୀ ବିମାନ ବନ୍ଦର ଛାଡିଥିଲା । ଅପରାହ୍ନ ୪ଟାରେ ଏହା ଚେନ୍ନାଇରେ ଅବତରଣ କରିବାର ଥିଲା । ତେବେ ଜଣେ ଯାତ୍ରୀଙ୍କ ଲଗେଜରେ ଥିବା ପାୱାରବ୍ୟାଙ୍କ ଫାଟିଯିବାରୁ ସେଥିରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଥିଲା । ନିଆଁ ଲାଗିଯିବା ଫଳରେ ଯାତ୍ରୀମାନଙ୍କ ଭିତରେ ଆତଙ୍କ ଖେଳି ଯାଇଥିଲା । ଯତ୍ରୀମାନେ ନିଜ ଉଦ୍ୟମରେ ଏହି ନିଆଁକୁ ଆୟତ୍ତ କରିଥିଲେ । ପାଇଲଟ୍ ତ୍ୱରିତ ପଦକ୍ଷେପ ସ୍ୱରୂପ ବିମାନକୁ ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ଇଂଟରନ୍ୟାସନାଲ ଏୟାରପୋର୍ଟରେ ଜରୁରି ଅବତରଣ କରାଇଥିଲେ । ଯାତ୍ରୀମାନଙ୍କ ଅନ୍ୟ ଏକ ବିମାନରେ ଚେନ୍ନାଇ ପଠାଯଇଥିଲା ।

Leave a Reply

Your email address will not be published. Required fields are marked *