ସରକାର ମୋ ଫୋନ୍ ଟ୍ୟାପିଂ କରୁଛନ୍ତି: ରାହୁଲ ଗାନ୍ଧୀ
1 min read

ସରକାର ମୋ ଫୋନ୍ ଟ୍ୟାପିଂ କରୁଛନ୍ତି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ (ପ୍ରଜାତନ୍ତ୍ର ରିପୋର୍ଟ): କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ଅତ୍ୟନ୍ତ ଗୁରୁତର ଅଭିଯୋଗ ଆଣିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ପ୍ରଧାନମନ୍ତ୍ରୀଙ୍କ ସିଧାସଳଖ ନିର୍ଦ୍ଦେଶରେ ସରକାର ତାଙ୍କ ମୋବାଇଲ୍ ଫୋନ୍ ଟ୍ୟାପିଂ କରୁଥିବା ସେ ବଡ଼ ଦାବି କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଏହି ବିସ୍ଫୋରକ ବୟାନ ଏବେ ଜାତୀୟ ରାଜନୀତିରେ ତୀବ୍ର ହଲଚଲ ସୃଷ୍ଟି କରିଛି।

ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ସରକାରଙ୍କ ବିରୋଧରେ ତାଙ୍କ ପାଖରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗର ପ୍ରମାଣ ତାଙ୍କ ମୋବାଇଲ୍ ଫୋନ୍‌ରେ ସୁରକ୍ଷିତ ରହିଛି ଏବଂ ସେଥିପାଇଁ ତାଙ୍କର ଫୋନ୍ ଟ୍ୟାପ୍ କରାଯାଉଛି। ଏହାସହ ସେ ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ବିତର୍କ (Open Debate) ପାଇଁ ଆହ୍ୱାନ ଦେଇଛନ୍ତି। ରାହୁଲ କହିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ସିଧାସଳଖ ବିତର୍କ ହୁଏ, ତେବେ କିଏ ବିଦେଶୀ ଶକ୍ତିଙ୍କ ଇଙ୍ଗିତରେ କାର୍ଯ୍ୟ କରୁଛି, କିଏ ପ୍ରକୃତରେ ଦେଶବିରୋଧୀ ଏବଂ କେବେଠାରୁ ଦେଶବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ରହିଛି, ତାହା ସମଗ୍ର ଦେଶବାସୀଙ୍କ ଆଗରେ ସ୍ପଷ୍ଟ ହୋଇଯିବ।

ବିରୋଧୀ ଦଳ ନେତାଙ୍କ ଏହି ଅଭିଯୋଗ ପରେ ଶାସକ ଓ ବିରୋଧୀ ଶିବିର ମଧ୍ୟରେ ରାଜନୈତିକ ବୟାନବାଜି ଆହୁରି ତୀବ୍ର ହେବାର ସମ୍ଭାବନା ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *