ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଦେଉଥିବା ୧୦ଜଣଙ୍କୁ ଗିରଫ କଲା କାଶ୍ମୀର ପୁଲିସ
ଶ୍ରୀନଗର: ଦକ୍ଷିଣ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଉଥିବା ଏକ
ବଡ଼ ମଡ୍ୟୁଲର ପର୍ଦ୍ଦାଫାଶ କରିବାରେ ଜମ୍ମୁ-କାଶ୍ମୀର ପୁଲିସ ସଫଳ ହୋଇଛି। ଏହି ବେଆଇନ
କାର୍ଯ୍ୟକଳାପରେ ସମ୍ପୃକ୍ତ ୧୦ ଜଣ ଓଭରଗ୍ରାଉଣ୍ଡ ୱର୍କର୍ ଙ୍କୁ ଗିରଫ କରାଯାଇଥିବା ନେଇ ଶୁକ୍ରବାର ପୁଲିସ
ଅଧିକାରୀମାନେ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ କାଶ୍ମୀରରେ ଆତଙ୍କବାଦୀ
ସଂଗଠନଗୁଡ଼ିକୁ ଚାନ୍ଦା ଏବଂ ଆର୍ଥିକ କାରବାର ମାଧ୍ୟମରେ ସହାୟତା ଯୋଗାଇ ଦିଆଯାଉଥିବା ନେଇ ଗୁପ୍ତ
ସୂଚନା ମିଳିବା ପରେ ପୁଲିସ ପକ୍ଷରୁ ଏକ ପ୍ରତ୍ୟକ୍ଷ ତଦନ୍ତ ଅଭିଯାନ ଆରମ୍ଭ କରାଯାଇଥିଲା।ଏହି
ଅଭିଯାନରେ ଗିରଫ ହୋଇଥିବା ୧୦ ଜଣ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ ନେଟୱର୍କକୁ
କେବଳ ଆର୍ଥିକ ନୁହେଁ, ବରଂ ଲଜିଷ୍ଟିକାଲ୍ (ରହିବା, ଖାଇବା ଓ ଯାତାୟାତ) ସହାୟତା ମଧ୍ୟ ଯୋଗାଇ
ଦେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
