ଭାରତ ଆଗରେ ନଇଁଲା ଋଷିଆ, ଭାରତୀୟ ସୈନ୍ୟଙ୍କୁ ଫେରାଇବା ନେଇ ଦେଲା ବଡ଼ ବୟାନ : ମିଳିବ କ୍ଷତିପୂରଣ
ମସ୍କୋ/ନୂଆଦିଲ୍ଲୀ,୧୨/୮/୨୪(ପିପିଏସ) : ଭାରତର ଲଗାତାର ଚାପ ପରେ ଋଷିଆ ଶେଷରେ ତା’ ସେନାରେ କାର୍ଯ୍ୟ କରୁଥିବା ଭାରତୀୟମାନଙ୍କୁ ଶୀଘ୍ର ସ୍ଥାନାନ୍ତର କରିବାକୁ ଆଶ୍ୱସନା ଦେଇଛି । ଏହି ପରିପ୍ରେକ୍ଷୀରେ, ଦିଲ୍ଲୀସ୍ଥିତ ଋଷିଆ ଦୂତାବାସ କହିଛି ଯେ, ଭାରତୀୟଙ୍କୁ ଋଷିଆ ସୈନ୍ୟ ବାହିନୀରୂ ବାହାର କରିବା ପାଇଁ ମସ୍କୋ ଲଗାତାର କାର୍ଯ୍ୟ କରୁଛି। ଋଷିଆ ଦୂତାବାସ ସୂଚନା ଦେଇଛି ଯେ ଏପ୍ରିଲ ମାସରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଋଷିଆର ସଶସ୍ତ୍ର ବାହିନୀରେ ଭାରତୀୟଙ୍କ ସମେତ ଅନ୍ୟ ଦେଶର ନାଗରିକ ନିଯୁକ୍ତି ଉପରେ ପ୍ରତିବନ୍ଧକ ଲଗାଇଛି । ଅନ୍ୟ ଏକ ବିବୃତ୍ତିରେ ଋଷିଆ ଦୂତାବାସ ୟୁକ୍ରେନ ବିରୋଧରେ ନିଜ ସେନାର ଅପରେସନରେ ପ୍ରାଣ ହରାଇଥିବା ଭାରତୀୟଙ୍କୁ ସମବେଦନା ଜଣାଇଛିି । ଏପରିକି ଲୋକ ସଭାରେ ମଧ୍ୟ ଭାରତୀୟ ସୈନ୍ୟଙ୍କ ପ୍ରତ୍ୟାହାର ନେଇ କେନ୍ଦ୍ର ସରକାର ଆଲୋଚନା କରିଥିଲେ। ଋଷିଆ ଅନୁଯାୟୀ, ଉଭୟ ଦେଶର ଏଜେନ୍ସିମାନେ ଭାରତୀୟ ନାଗରିକଙ୍କୁ ଚିହ୍ନଟ କରିବାରେ ନିୟୋଜିତ ଅଛନ୍ତି ଯେଉଁମାନେ ଋଷିଆର ସାମରିକ ସେବା ପାଇଁ ସ୍ବେଚ୍ଛାକୃତ ଭାବେ ସାଇନ ଅପ କରିଛନ୍ତି। ଯାହାଦ୍ୱାରା ସେମାନଙ୍କୁ ଶୀଘ୍ର ମୁକ୍ତ କରିବା ସମ୍ଭବ ହେବ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଋଷିଆ ନିଶ୍ଚିତ କରିଛି ଯେ ଯେଉଁମାନେ ୟୁକ୍ରେନ ସହିତ ଯୁଦ୍ଧରେ ପ୍ରାଣ ହରାଇଛନ୍ତି କିମ୍ବା ଆହତ ହୋଇଛନ୍ତି ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବ। ତେବେ ସେହି ରିପୋର୍ଟକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି ଯେଉଁଥିରେ କୁହାଯାଉଛି ଯେ ଭାରତୀୟ ନାଗରିକଙ୍କୁ ବିଭ୍ରାନ୍ତ କରାଯାଇଛି ଏବଂ ଋଷିଆ ସେନାରେ ନିଯୁକ୍ତି ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଋଷିଆ ଏକ ସରକାରୀ ବିବୃତ୍ତିରେ କହିଛି ଯେ ଜାଲିଆତି ଯୋଜନାରେ ମସ୍କୋର କୌଣସି ସମ୍ପୃକ୍ତି ନାହିଁ ଏବଂ ଆମେ ଏହି ରିପୋର୍ଟକୁ ଅସ୍ବୀକାର କରୁଛୁ।

SEO продвижение под ключ — включает ли оно написание контента или это оплачивается отдельно?
Helpful stuff, thanks a lot http://plievo.ru/bitrix/rk.php?goto=https://lnkz.at/U1sqQ
Well written and easy to follow https://lmt48.ru/bitrix/redirect.php?event1=click_to_call&event2=&event3=&goto=https://peekURL.com/z4GMVuf
I don’t even know the way I ended up here, but I believed this
post was good. I don’t realize who you’re however certainly you’re going to a well-known blogger in the event
you aren’t already. Cheers!
Hey very nice blog!