ଭାରତ ରଚିଲା ଇତିହାସ; ବିଶ୍ୱର ସର୍ବାଧିକ ଉଚ୍ଚତାରେ କଲା IL-76MD ବିମାନର ସଫଳ ଲ୍ୟାଣ୍ଡିଂ
1 min read

ଭାରତ ରଚିଲା ଇତିହାସ; ବିଶ୍ୱର ସର୍ବାଧିକ ଉଚ୍ଚତାରେ କଲା IL-76MD ବିମାନର ସଫଳ ଲ୍ୟାଣ୍ଡିଂ

 

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାକୁ ଆଉ ଏକ ବଡ଼ ସଫଳତା। ଲଦାଖର ନ୍ୟୋମା ଏୟାରଫିଲ୍ଡରେ ୧୩,୬୨୯ ଫୁଟ ଉଚ୍ଚତାରେ ସଫଳତାର ସହ ଅବତରଣ କରି ଇତିହାସ ରଚିଛି ଭାରତୀୟ ବାୟୁସେନାର IL-76MD ହେଭି-ଲିଫ୍ଟ ପରିବହନ ବିମାନ। ଏହି ବିମାନର ଏହା ବିଶ୍ୱର ସର୍ବାଧିକ ଉଚ୍ଚତାରେ ଲ୍ୟାଣ୍ଡିଂ ବୋଲି ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି। ଏହି ସଫଳତା ଭାରତର ସାମରିକ ହାୱାଇ ପରିବହନ କ୍ଷମତାକୁ ଆହୁରି ମଜବୁତ କରିବ।ଏହି ଉପଲବ୍ଧି ଭାରତୀୟ ବାୟୁସେନାର ଖୁବ୍ ଉଚ୍ଚତାରେ ଥିବା ବିମାନ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡି ପାରିଛି।

ଇଣ୍ଡିଆନ୍ ଏକ୍ସପ୍ରେସ୍ର ସୋସିଆଲ ମିଡିଆରେ ଏହାର ସୂଚନା ଦେଇ ଭାରତୀୟ ବାୟୁସେନାIL76MDବିମାନ ନୋମାରେ ସଫଳତାର ସହ ଲ୍ୟାଣ୍ଡ କରି ଇତିହାସ ରଚିଛି। ଏହା ସାରା ବିଶ୍ବରେ ଏହି ବିମାନ ଦ୍ବାରା କରାଯାଇଥିବା ଏପର୍ଯ୍ୟନ୍ତର ସବୁଠାରୁ ଉଚ୍ଚ ସ୍ଥାନରେ ଲ୍ୟାଣ୍ଡିଂ। ପୂର୍ବ ଲଦାଖରେ ଅବସ୍ଥିତ ନ୍ୟୋମା ଏୟାରଫିଲ୍ଡ ଭାରତ ପାଇଁ ସାମରିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଚୀନ ସହିତ ଥିବା ବାସ୍ତବ ନିୟନ୍ତ୍ରଣ ରେଖା (LAC) ନିକଟରେ ଅବସ୍ଥିତ। ଏଠାରେ ଅଧିକ ଉଚ୍ଚତା, କମ୍ ବାୟୁଚାପ ଏବଂ ଜଟିଳ ପାଣିପାଗ ଯୋଗୁଁ ବିମାନ ଚଳାଚଳ କରିବା ଅତ୍ୟନ୍ତ କଷ୍ଟକର। ଏଭଳି ପରିସ୍ଥିତିରେ ଏକ ବଡ଼ ପରିବହନ ବିମାନର ସଫଳ ଅବତରଣ ଭାରତୀୟ ବାୟୁସେନାର ଦକ୍ଷତାକୁ ଦର୍ଶାଉଛି।

Leave a Reply

Your email address will not be published. Required fields are marked *