ଅଯୋଧ୍ୟା ନିଶ୍ଚୟ ଆସନ୍ତୁ, ତେବେ ତା ପୂର୍ବରୁ କ୍ଷମା ମାଗନ୍ତୁ :ଯୋଗୀ
1 min read

ଅଯୋଧ୍ୟା ନିଶ୍ଚୟ ଆସନ୍ତୁ, ତେବେ ତା ପୂର୍ବରୁ କ୍ଷମା ମାଗନ୍ତୁ :ଯୋଗୀ

ଅଯୋଧ୍ୟା : ଅଯୋଧ୍ୟା‌ରେ ଦଶମ ଦୀପୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଶନିବାର ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ ହୋଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଆଜିର ଅଯୋଧ୍ୟା ତ୍ରେତୟା ଯୁଗର ସ୍ମୃତି ମନେ ପକାଇ ଦେଉଛି। ଶ୍ରୀରାମ ହେଉଛନ୍ତି ଭାରତର ଆତ୍ମସମ୍ମାନ। ଅଯୋଧ୍ୟା ଆଜି ପୁଣି ନିଜର ହଜିଯାଇଥିବା ଗୌରବ ଫେରି ପାଇଛି। ଯେଉଁ ଗୌରବ ପାଇଁ କାରସେବକ ଓ ସନ୍ଥମାନେ ବଳିଦାନ ଦେଇଥିଲେ, ଆଜି ତାହା ସାକାର ହୋଇଛି। ଦିନେ ଅଯୋଧ୍ୟାରେ ରାମଭକ୍ତଙ୍କ ଉପରେ ଗୁଳି ଚଳାଯାଉଥିଲା, ଲାଠିଚାର୍ଜ କରାଯାଉଥିଲା ଏବଂ ଅତ୍ୟାଚାର ହେଉଥିଲା।

ଅଖିଳେଶ ଯାଦବଙ୍କୁ କଟାକ୍ଷ କରି ଯୋଗୀ କହିଛନ୍ତି, କିଛି ଲୋକ କଥା କାର୍ଯ୍ୟକ୍ରମକୁ ଯାଇ ସେଠାରେ ଥିବା ମର୍ଯ୍ୟାଦା ଓ ପରମ୍ପରାକୁ ବୁଝିପାରନ୍ତି ନାହିଁ। ସେମାନେ କଥାକୁ ମୁଶାୟରା ଭାବି ନିଅନ୍ତି। ଦିନେ ଅଯୋଧ୍ୟାରେ ରାମଭକ୍ତଙ୍କ ଉପରେ କଟକଣା ଲଗାଯାଉଥିଲା, ଜୟ ଶ୍ରୀରାମ କହିବାକୁ ମଧ୍ୟ ବାରଣ କରାଯାଉଥିଲା। ଯେଉଁମାନେ ରାମଙ୍କ ଅସ୍ତିତ୍ୱ ବିରୋଧରେ ଓକିଲଙ୍କ ଫୌଜ ଠିଆ କରୁଥିଲେ, ଆଜି ସେମାନେ ମଧ୍ୟ ରାମଙ୍କ ଅସ୍ତିତ୍ୱକୁ ସ୍ୱୀକାର କରୁଛନ୍ତି।ଯେଉଁମାନେ ରାମଭକ୍ତଙ୍କୁ ଅପମାନିତ କରିଥିଲେ ଓ ସନ୍ଥମାନଙ୍କ ଉପରେ ଲାଠିଚାର୍ଜ କରାଇଥିଲେ, ସେମାନେ ଅଯୋଧ୍ୟା ଆସିବା ପୂର୍ବରୁ ରାମଭକ୍ତ ଓ ସନ୍ଥମାନଙ୍କୁ କ୍ଷମା ମାଗିବା ଉଚିତ। ନିଜର ଭୁଲ୍ ପାଇଁ ପଶ୍ଚାତାପ କରିବା ଦରକାର। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ‘ଆମର ପ୍ରଭୁ ସମସ୍ତଙ୍କର ପାଳନହାର  ସେ ସମସ୍ତଙ୍କ ପ୍ରତି ଦୟାଳୁ, ସେ ସମସ୍ତଙ୍କୁ କ୍ଷମା କରିବେ, କିନ୍ତୁ ସେ ଅହଂକାରୀ ଶକ୍ତିକୁ ଦୂର କରିବାରେ ଗୋଟିଏ ମୁହୂର୍ତ୍ତ ମଧ୍ୟ ନଷ୍ଟ କରନ୍ତି ନାହିଁ। ଯଦି କେହି ଅହଂକାରୀ ହୋଇଯାଏ, ତେବେ ସେ ସେହି ଅହଂକାର ଏବଂ ଗର୍ବକୁ ନର୍କକୁ ପଠାଇବାକୁ ବିଳମ୍ବ କରନ୍ତି ନାହିଁ।’

Leave a Reply

Your email address will not be published. Required fields are marked *