1 min read

କେନ୍ଦ୍ର କ୍ୟାବିନେଟରେ ରହିବେ ହରଦୀପ ସିଂ

ନୂଆଦିଲ୍ଲୀ : ପୁଣି ହରଦୀପ ପୁରୀଙ୍କୁ ସୁଯୋଗ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପୁଣି ଥରେ ପ୍ରାର୍ଥୀ କରିଛି । ମଧ୍ୟପ୍ରଦେଶରେ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ପାଇଁ ଦଳ ପୁରୀଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି । ଏହା ତାଙ୍କ ପାଇଁ ମୋଦି କ୍ୟାବିନେଟରେ ରହିବା ପାଇଁ ବାଟ ଖୋଲିଛି । କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ ପଦ ବଜାୟ ରଖିବା ସସପେନ୍ସ ଉପରୁ ପରଦା ହଟିଛି ।

ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତି ଅନୁଯାୟୀ, ମଧ୍ୟପ୍ରଦେଶରେ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ୨୦୨୬ ପାଇଁ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ଅନୁମୋଦନ କରିଛି । ଦଳ ମଧ୍ୟପ୍ରଦେଶରୁ ହରଦୀପ ସିଂ ପୁରୀଙ୍କୁ ପ୍ରାର୍ଥୀ କରିଛି । ପୁରୀ ବର୍ତ୍ତମାନ କେନ୍ଦ୍ର ସରକାରରେ ପେଟ୍ରୋଲିୟମ ମନ୍ତ୍ରୀ ଅଛନ୍ତି । କିଛି ଦିନ ତଳେ ଅନୁଷ୍ଠିତ ବିଭିନ୍ନ ରାଜ୍ୟ ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରାଯାଇ ନଥିଲା, ଯାହା ପରେ ପୁରୀଙ୍କୁ କ୍ୟାବିନେଟରୁ ହଟାଇ ଦିଆଯାଇପାରେ କି ଏମିତି କିଛି କଳ୍ପନାଜଳ୍ପନା ଚାଲିଥିଲା। ଯଦି ଦଳ ତାଙ୍କୁ ଆଉ ରାଜ୍ୟସଭାକୁ ପଠାଇ ନଥାନ୍ତା,ତେବେ ସେ ମନ୍ତ୍ରୀ ହୋଇନଥାନ୍ତେ । ଅନେକ ଦିନ ହେବ ମୋଦି ସରକାରରେ କ୍ୟାବିନେଟ୍ ସମ୍ପ୍ରସାରଣକୁ ନେଇ ମଧ୍ୟ କଳ୍ପନାଜଳ୍ପନା ଚାଲିଛି । ଏଭଳି ପରିସ୍ଥିତିରେ ଦଳ ହରଦୀପ ପୁରୀଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି, ତେଣୁ ସେ କ୍ୟାବିନେଟରେ ରହିପାରନ୍ତି ବୋଲି ରାସ୍ତା ଏକପ୍ରକାର କ୍ଲିୟର ହୋଇଛି । ନଭେମ୍ବର ୧୨ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *