ବାରାଣସୀରେ ଅଖିଲେଶଙ୍କ ବଡ଼ ବିଜୟ
1 min read

ବାରାଣସୀରେ ଅଖିଲେଶଙ୍କ ବଡ଼ ବିଜୟ

ଉତ୍ତର ପ୍ରଦେଶ ବିଧାନ ପରିଷଦ ବା ଏମଏଲସି ନିର୍ବାଚନରେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟିକୁ ବଡ଼ ସଫଳତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକସଭା ଆସନ ବାରାଣସୀରେ ସପାକୁ ମିଳିଛି ଦମଦାର ବିଜୟ। ବାରାଣସୀ ଶିକ୍ଷକଙ୍କ ଏମଏଲସି ସିଟ୍‌ ଓ ବାରାଣସୀ ଗ୍ରାଜ୍ୟୁଏଟ୍ସ ଆସନରେ ସପା ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି। କେବଳ ବାରାଣସୀ ନୁହେଁ, ଆଗ୍ରା ଟିଚର୍ସ ନିର୍ବାଚନୀ ମଣ୍ଡଳରେ ମଧ୍ୟ ସପା ବିଜୟ ବାନା ଉଡ଼ାଇବାକୁ ସକ୍ଷମ ହୋଇଛି। ସପା ବାରାଣସୀରେ ଅଦ୍ଭୂତପୂର୍ବ ସଫଳତା ପାଇଥିଲେ ହେଁ ବିଜେପି ମୋଟ ଉପରେ ୫ଟି ବିଧାନ ପରିଷଦ ଆସନରେ ଜିତିଛି ଓ ରିପୋର୍ଟ ଲେଖା ହେବା ବେଳକୁ ଆଉ ଗୋଟିଏ ଆସନରେ ଲିଡ୍‌ କରୁଛି। ତେଣୁ ବିଜେପି ଖାତାକୁ ୬ଟି ବିଧାନ ପରିଷଦ ଆସନ ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ବିଜେପି ପ୍ରାର୍ଥୀମାନେ ଲକ୍ଷ୍ନୌ ଟିଚର୍ସ, ମୀରଟ-ସାହାରନପୁର ଟିଚର୍ସ, ବରେଲୀ-ମୋରଦାବାଦ ଟିଚର୍ସ ଓ ମୀରଟ-ସାହାରନପୁର ଗ୍ରାଜ୍ୟୁଏଟ୍ସ ସିଟ୍‌ ସମେତ ଆଉ ଗୋଟିଏ ଆସନରେ ଜିତିଛନ୍ତି। 

Leave a Reply

Your email address will not be published. Required fields are marked *