1 min read

ଅସ୍ତରଙ୍ଗରେ ବିଦ୍ୟୁତ୍ ଶ୍ରମିକଙ୍କ ବିକ୍ଷୋଭ

ଅସ୍ତରଙ୍ଗ, :-ବିଦ୍ୟୁତ୍ ମରାମତି ଶ୍ରମିକଙ୍କ ସୁରକ୍ଷା ପାଇଁ ଓ ଉପଭୋକ୍ତାଙ୍କ ସହଯୋଗ ଆବଶ୍ୟକ ନେଇ ପୁରୀ ଜିଲ୍ଲା ଅସ୍ତରଙ୍ଗ ସ୍ଥିତ ବିଦ୍ୟୁତ୍ କାର୍ଯ୍ୟାଳୟ ସାମ୍ନାରେ ରବିବାର ମଧ୍ୟାହ୍ନ ରେ ଶ୍ରମିକମାନେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜନସାଧାରଣଙ୍କୁ ନିବେଦନ ଓ ଆସନ୍ତା ୧୫ ଅକ୍ଟୋବରରେ ଭୁବନେଶ୍ୱରରେ ହେବାକୁ ଥିବା ମହା ସମାବେଶକୁ ସଫଳ କରିବା ପାଇଁ ଏହି ବିକ୍ଷୋଭ କରାଯାଇଛି। ଏହି ମହା ସମାବେଶର ମୂଳ ଲକ୍ଷ୍ୟ ହେଉଛି ଶ୍ରମିକଙ୍କ ଚାକିରି ସୁରକ୍ଷା ଓ ଉତ୍ତମ ବିଦ୍ୟୁତ୍ ସେବା।

ରବିବାର ଅସ୍ତରଙ୍ଗ ବିଦ୍ୟୁତ୍ କାର୍ଯ୍ୟାଳୟ ସାମ୍ନାରେ ୨୦ରୁ ଉର୍ଦ୍ଧ ବିଦ୍ୟୁତ୍ ମରାମତି ଶ୍ରମିକ ଏକାଠି ହୋଇଥିଲେ। ସେମାନଙ୍କ ମଧ୍ୟରେ ପ୍ରକାଶ ମଲ୍ଲ, ସଂଗ୍ରାମ ସ୍ୱାଇଁ, ତାପସ ମହାନ୍ତି, ମୁନୁ ସେଠୀ ପ୍ରମୁଖ ସାମିଲ ଥିଲେ। ସମସ୍ତେ ହାତରେ “ଜନସାଧାରଣଙ୍କୁ ନିବେଦନ! ୧୫ ଅକ୍ଟୋବରରେ ଭୁବନେଶ୍ୱରରେ ମହା ସମାବେଶ, ବିଦ୍ୟୁତ୍ ମରାମତି ଶ୍ରମିକଙ୍କ ସୁରକ୍ଷା ପାଇଁ ଉପଭୋକ୍ତାଙ୍କ ସହଯୋଗ ଆବଶ୍ୟକ” ଲେଖା ଥିବା ଶହ ଦାବୀ ଗୁଡିକ ମଧ୍ୟ ପ୍ଲା କାର୍ଡ,ପୋଷ୍ଟର ଧରି ନାରାବାଜି କରିଥିଲେ। ସେମାନେ କହିଥିଲେ ଉପଭୋକ୍ତା ଭାଇ ଓ ଭଉଣୀମାନଙ୍କ ସହଯୋଗ ହିଁ ଆମର ଶକ୍ତି।ଶ୍ରମିକମାନଙ୍କ କହିବା ଅନୁସାରେ ବିଦ୍ୟୁତ୍ ମରାମତି କାର୍ଯ୍ୟରେ ନିୟୋଜିତ ଶ୍ରମିକମାନେ ବିନା କୌଣସି ପରିଶ୍ରମ ଭତ୍ତା, ପୋଷାକ, ସୁରକ୍ଷା ଓ ଶିକ୍ଷାରୁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ପହଞ୍ଚାଉଛନ୍ତି। ବର୍ଷା, ବାତ୍ୟା, ଖରା, ରାତି ଅଧରେ ବିଦ୍ୟୁତ୍ ଖୁଣ୍ଟି, ତାର ଛିଣ୍ଡିବା, ଟ୍ରାନ୍ସଫର୍ମର ଖରାପ ହେବା ଭଳି ଜଟିଳ ସମସ୍ୟା ସମୟରେ ଏହି ଶ୍ରମିକମାନେ ହିଁ ଜୀବନକୁ ବାଜି ଲଗାଇ ଲୋକଙ୍କ ପାଖରେ ପହଞ୍ଚି ସେବା ଯୋଗାଉଛନ୍ତି। କିନ୍ତୁ ଆଜି ବିଦ୍ୟୁତ୍ ମରାମତି କାର୍ଯ୍ୟରୁ ଅଧିକ ଶ୍ରମିକମାନଙ୍କୁ ଛଟେଇ କରାଯାଉଛି। ଅନ୍ୟ ପଟେ ବିଦ୍ୟୁତ୍ ସଂଯୋଗ କାଟିବା ଭଳି କାମ ପାଇଁ ଲୋକ ରଖାଯାଉଛି। ମରାମତି ଶ୍ରମିକ ନଥିଲେ ବିଦ୍ୟୁତ୍ ତୁଟିର ଶୀଘ୍ର ସମାଧାନ ହେବ ନାହିଁ ଓ ସାଧାରଣ ଉପଭୋକ୍ତା ଅନ୍ଧାରରେ ରହିବେ ବୋଲି ସେମାନେ କହିଛନ୍ତି।

ସେମାନଙ୍କ ୫ ଦଫା ଦାବି ରହିଛି। ମରାମତି ଶ୍ରମିକ ରହିଲେ ଲୋକଙ୍କୁ ଶୀଘ୍ର ଓ ଉତ୍ତମ ବିଦ୍ୟୁତ୍ ସେବା ମିଳିବ। ସେମାନଙ୍କ ମୁଖ୍ୟ ଦାବି ହେଉଛି (୧) ବିଦ୍ୟୁତ୍ ମରାମତି କାର୍ଯ୍ୟରୁ ଶ୍ରମିକ ଛଟେଇ ତୁରନ୍ତ ବନ୍ଦ କରାଯାଉ। (୨) ଛଟେଇ ହୋଇଥିବା ଅଭିଜ୍ଞ ଶ୍ରମିକ ମାନଙ୍କୁ ପୁନଃ ନିଯୁକ୍ତି ଦିଆଯାଉ। (୩) ପ୍ରତ୍ୟେକ ଅଞ୍ଚଳରେ ଯଥେଷ୍ଟ ମରାମତି କର୍ମଚାରୀ ରଖି ତ୍ରୁଟିର ଶୀଘ୍ର ସମାଧାନ କରାଯାଉ। (୪) ବିଦ୍ୟୁତ୍ ସଂଯୋଗ କାଟିବା ଠାରୁ ଉପଭୋକ୍ତା ସେବା ଓ ମରାମତିକୁ ଅଧିକ ପ୍ରାଧାନ୍ୟ ଦିଆଯାଉ। (୫) ଶ୍ରମିକଙ୍କ ଚାକିରି ସୁରକ୍ଷା ସହ ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ଓ ଗୁଣବତ୍ତା ପୂର୍ଣ୍ଣ ବିଦ୍ୟୁତ୍ ସେବା ସୁନିଶ୍ଚିତ କରାଯାଉ।ଏହି ମହା ସମାବେଶର ମୂଳ ମନ୍ତ୍ର ହେଉଛି “ମରାମତି ଶ୍ରମିକ ବଞ୍ଚିଲେ ବିଦ୍ୟୁତ୍ ସେବା ବଞ୍ଚିବ, ଶ୍ରମିକ ସୁରକ୍ଷା ଉପଭୋକ୍ତାଙ୍କ ସୁବିଧା”। ତେଣୁ ସମସ୍ତ ଉପଭୋକ୍ତାଙ୍କୁ ଏହି ମହା ସମାବେଶକୁ ସଫଳ କରିବାକୁ ସେମାନେ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *