ସେପ୍ଟେମ୍ବର ୩୦ ସୁଦ୍ଧା ପ୍ରକାଶ ପାଇବ ନିଟ୍ ପିଜି ପରୀକ୍ଷା ଫଳ
ନୂଆଦିଲ୍ଲୀ: ନ୍ୟାସନାଲ ବୋର୍ଡ଼ ଅଫ୍ ମେଡିକାଲ ସାଇନ୍ସେସ୍ (ଏନ୍ବିଇଏମ୍ଏସ୍) ଦ୍ବାରା କରାଯାଇଥିବା ନିଟ୍ ପିଜି
ପ୍ରବେଶିକା ପରୀକ୍ଷା ୨୦୨୬ ଫଳାଫଳ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଘୋଷଣା କରିପାରେ। ଏନ୍ବିଇଏମ୍ଏସ୍
ଏପର୍ଯ୍ୟନ୍ତ ଉତ୍ତର ପ୍ରକାଶନ ନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିନଥିବାବେଳେ ଖୁବ୍ ଶୀଘ୍ର ନ୍ୟାସନାଲ
ପ୍ରବେଶିକା ପରୀକ୍ଷା ପ୍ରୋଭିଜନାଲ୍ ଉତ୍ତର କୀ ଓ ପ୍ରାର୍ଥୀଙ୍କ ଉତ୍ତର ପତ୍ର ପ୍ରକାଶ କରିବ ବୋଲି ଆଶା କରାଯାଉଛି।
ପରୀକ୍ଷା ସ୍ୱଚ୍ଛତା ଉପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି, ଚଳିତ ବର୍ଷ ବୋର୍ଡ ପ୍ରଥମ ଥର ପାଇଁ ଉତ୍ତର କୀ ଓ
ରେକର୍ଡ ହୋଇଥିବା ଉତ୍ତର ପ୍ରକାଶ କରିବ। ପରୀକ୍ଷାର୍ଥୀ ପ୍ରଶ୍ନର ସଠିକ୍ ଉତ୍ତର ଓ ପରୀକ୍ଷା ସମୟରେ ରେକର୍ଡ
ହୋଇଥିବା ଉତ୍ତର ଯାଞ୍ଚ କରିପାରିବେ। ପରୀକ୍ଷା ଫଳାଫଳ ବାହାରିବା ପୂର୍ବରୁ ପରୀକ୍ଷାର୍ଥୀ ସେମାନଙ୍କ ଉତ୍ତରକୁ
ବୋର୍ଡ଼ର ଉତ୍ତର ସହିତ ତୁଳନା କରି ଫଳାଫଳ ପୂର୍ବରୁ ସେମାନଙ୍କ ସ୍କୋର ଜାଣିପାରିବେ। ଯଦି ଆପତ୍ତି ସୁବିଧା
ଯୋଗାଇ ଦିଆଯାଏ, ତେବେ ପ୍ରାର୍ଥୀମାନଙ୍କୁ ସରକାରୀ ବିଜ୍ଞପ୍ତିରେ ଥିବା ନିର୍ଦ୍ଦେଶାବଳୀ ଓ ସମୟସୀମା ପାଳନ
କରିବାକୁ ପଡିବ। ସୂଚନାଯୋଗ୍ୟ, ଅଗଷ୍ଟ ୩୦ ରେ ନିଟ୍ ପିଜି ପରୀକ୍ଷା ଅନୁଷ୍ଠିତ ହୋଇଥିଲା।
