Market
ତେଲ ଆମଦାନିରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ, ରୁଷକୁ ନେଇ ବଡ଼ ବୟାନ
ନୂଆଦିଲ୍ଲୀ: ରୁଷରୁ ଅଶୋଧିତ ତେଲ କିଣିବା ନେଇ ଭାରତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି। ଅର୍ଥମନ୍ତ୍ରୀ ନିର୍ମଳାସୀତାରମଣ କହିଛନ୍ତି ଯେ ନିଜର ଆବଶ୍ୟକତା ଓ ଆର୍ଥିକ ସ୍ୱାର୍ଥକୁ ପ୍ରାଥମିକତା ଦିଆଯିବ। ଯେଉଁଠାରୁ ତେଲଉପଲବ୍ଧ ହେବ ଓ ଅର୍ଥନୈତିକ ଭାବେ ଉପଯୁକ୍ତ ମନେ ହେବ, ଭାରତ ସେଠାରୁ ତେଲ କିଣିବ। ସୀତାରମଣ କହିଛନ୍ତି,ଭାରତର ୧୪୦ କୋଟି ନାଗରିକଙ୍କ ଶକ୍ତି ଆବଶ୍ୟକତା ପୂରଣ ପାଇଁ ତେଲ ଯୋଗାଣର ଏକାଧିକ ଉତ୍ସ ରହିବାଜରୁରୀ। ରୁଷରୁ ତେଲ ଆମଦାନି ବନ୍ଦ କରି ଅନ୍ୟ ଦେଶରୁ ତୁରନ୍ତ […]
ଗୋପାଳନ ଯୋଜନାରେ ଋଣ ମିଳୁନି: ସେବା ସମବାୟ ସମିତିର ଟାଳଟୁଳ ନୀତିକୁ ନେଇ ଗୋପାଳକଙ୍କ ଅସନ୍ତୋଷ
ଖୋର୍ଦ୍ଧା: ନିମ୍ନସ୍ତରରେ ବସବାସ କରୁଥିବା ବ୍ୟକ୍ତିବିଶେଷଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଲକ୍ଷ୍ୟରେ ଗୋପାଳନ ଯୋଜନାରେ ସୋସାଇଟି ସହାୟତାରେ ଋଣ ଯୋଗାଇ ଦିଆଯାଉଛି। ହେଲେ ସୋସାଇଟିର ଟାଳଟୁଳ ନୀତି ଯୋଗୁଁ ହିତାଧିକାରୀମାନେ ଏହି ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଦେଖିବାକୁ ମିଳିଛି ଟାଙ୍ଗୀ ବ୍ଲକ୍ ଛଣଗିରି ପଞ୍ଚାୟତ ଅଧୀନ ନିମେଇପୁରର ୪ ନମ୍ବର ୱାର୍ଡରେ ବସବାସ କରୁଥିବା ଗୋପାଳକ ପରିବାରଙ୍କ କ୍ଷେତ୍ରରେ। ଗୋପାଳକ ଶ୍ରୀକାନ୍ତ ଜେନାଙ୍କ ଅଭିଯୋଗ ଅନୁଯାୟୀ, ଚଳିତବର୍ଷ ମାର୍ଚ୍ଚ ୧୭ […]
କେଶର ଏତେ ମହଙ୍ଗା କାହିଁକି? ଜାଣନ୍ତୁ ଏହାର ମୂଲ୍ୟ ଓ ଚାହିଦା ପଛର କାରଣ
ଭୁବନେଶ୍ୱର: କେଶରକୁ ଦୁନିଆର ସବୁଠାରୁ ମହଙ୍ଗା ମସଲା ମଧ୍ୟରୁ ଗୋଟିଏ କୁହାଯାଏ। ଏହାର ମୂଲ୍ୟ ଶୁଣି ଅନେକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଗୋଟିଏ କିଲୋ କେଶରର ମୂଲ୍ୟ ପ୍ରାୟ ୩.୫ ଲକ୍ଷରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ତେବେ ବଜାରର ଚାହିଦା, ଗୁଣବତ୍ତା ଓ ଉତ୍ପାଦନ ଅନୁସାରେ ଏହି ଦର କମ୍ ବା ଅଧିକ ହୋଇଥାଏ। ଅଧିକ ଦାମର ପ୍ରମୁଖ କାରଣ କେଶରର ଦାମ ଏତେ ଅଧିକ ହେବା ପଛରେ ଅନେକ କାରଣ ରହିଛି। ପ୍ରଥମତଃ, କେଶର […]
ରେକର୍ଡ ସ୍ତରରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର, ଟପିଲା ୭୨୯ ବିଲିଅନ ଡଲାର
ମୁମ୍ବାଇ: ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ପୁଣିଥରେ ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି। ଅଗଷ୍ଟ ୨୧ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୧୨.୪୨୨ ବିଲିଅନ ଡଲାର ବୃଦ୍ଧି ପାଇ ୭୨୯.୩୨୮ ବିଲିଅନ ଡଲାରରେ ପହଞ୍ଚିଛି। ଚଳିତବର୍ଷ ଫେବ୍ରୁଆରି ୨୭ ତାରିଖରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୭୨୮.୪୯୪ ବିଲିଅନ ଡଲାରର ରେକର୍ଡ ସ୍ତରରେ ଥିଲା। ଏବେ ସେହି ରେକର୍ଡକୁ ଟପି ନୂଆ ସର୍ବକାଳୀନ ଉଚ୍ଚତାରେ ପହଞ୍ଚିଛି। ବିଶେଷ ଉଲ୍ଲେଖନୀୟ ଯେ, ଗତ […]
କୋଇଲା ଚୋରିର ତଦନ୍ତଭାର କ୍ରାଇମବ୍ରାଞ୍ଚ ହାତରେ, ଟିମ୍ ଜବତ କଲା ୩୦ ହଜାର କିଲୋ କୋଇଲା
ଭୁବନେଶ୍ୱର: ପକ୍କା ଟ୍ରେନ୍ରୁ କୋଇଲା ଚୋରି ମାମଲାର ତଦନ୍ତଭାର ଏବେ ଆରପିଏଫ୍ (ରେଲ ସୁରକ୍ଷା ବଳ)ର କ୍ରାଇମବ୍ରାଞ୍ଚ ଟିମ୍ ହାତକୁ ଯାଇଛି। ଘଟଣାର ତଦନ୍ତ କରି ଆରପିଏଫ୍ କ୍ରାଇମବ୍ରାଞ୍ଚ ଟିମ୍ ୩୦ ହଜାର କିଲୋ କୋଇଲା, ୨୨୦୦ ଲିଟର ଡିଜେଲ୍ ଓ ୨୦୦ ଲିଟର ତେଲ ଜବତ କରିଛି। ଏହି ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତ, ମାଫିଆ ଓ ମାଷ୍ଟରମାଇଣ୍ଡଙ୍କ ସନ୍ଧାନ ଜାରି ରହିଛି। ବନ୍ଦରରୁ କୋଇଲା ଚୋରି ଘଟଣାରେ ୨୦୨୪ ମେ’ […]
ପ୍ୟାକେଟ୍ରେ ଲାଲ୍ ଚିହ୍ନ ଦେଖିଲେ ସାବଧାନ! ଜାଣନ୍ତୁ କେଉଁ ଖାଦ୍ୟରେ କେତେ ଲୁଣ, ଚିନି ଓ ଚର୍ବି
ନୂଆଦିଲ୍ଲୀ: ପ୍ୟାକେଟ୍ ଖାଦ୍ୟ କିଣିବା ସମୟରେ ଏଣିକି ଗ୍ରାହକଙ୍କୁ ଆହୁରି ସଚେତନ ହେବାକୁ ପଡ଼ିପାରେ। ପ୍ୟାକେଟ୍ରେ ଥିବା ଜଟିଳ ପୋଷଣ ତାଲିକାକୁ ନପଢ଼ି ମଧ୍ୟ ଖାଦ୍ୟରେ ଅଧିକ ଲୁଣ, ଚିନି ଓ ଚର୍ବି ରହିଛି କି ନାହିଁ, ତାହା ଜାଣିବାର ସୁବିଧା ମିଳିବ। ଏଥିପାଇଁ ଖାଦ୍ୟ ପ୍ୟାକେଟ୍ର ସାମ୍ନା ପଟେ ଲାଲ୍ ରଙ୍ଗର ଚିହ୍ନ ଲଗାଇବା ପ୍ରସ୍ତାବ ରହିଛି। ଏହା ଦ୍ୱାରା ଅଧିକ ଲୁଣ, ଚିନି କିମ୍ବା ଚର୍ବି ଥିବା ଖାଦ୍ୟକୁ ଗ୍ରାହକ ସହଜରେ ଚିହ୍ନଟ କରିପାରିବେ। […]
ପାନ ମସଲା ବିଜ୍ଞାପନକୁ ନେଇ ୩ ବଲିଉଡ୍ ତାରକାଙ୍କୁ ନୋଟିସ୍
ନୂଆଦିଲ୍ଲୀ, ୧୬।୮: ପାନ ମସଲା ବିଜ୍ଞାପନକୁ ନେଇ ବଲିଉଡ୍ ଅଭିନେତା ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫଙ୍କ ସମସ୍ୟା ବଢ଼ିପାରେ। ‘ବିମଲ’ ପାନ ମସଲା ବିଜ୍ଞାପନକୁ ନେଇ ମହାରାଷ୍ଟ୍ର ଖାଦ୍ୟ ଓ ଔଷଧ ପ୍ରଶାସନ (FDA) ଏହି ତିନି ଅଭିନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିବା ଜଣାପଡ଼ିଛି। ନୋଟିସ୍ର ଜବାବ ଦେବା ପାଇଁ ଅଭିନେତାମାନଙ୍କୁ ୧୫ ଦିନ ସମୟ ଦିଆଯାଇଛି। ବିଜ୍ଞାପନ ସମ୍ପର୍କରେ ସ୍ପଷ୍ଟୀକରଣ ଦେବା ସହ ସୋସିଆଲ ମିଡିଆରୁ ଏହାକୁ ହଟାଇବାକୁ […]
ଘର ଛାତରେ ସୋଲାର ପ୍ୟାନେଲ୍, ବିଜୁଳି ବିଲ୍ରୁ ବଡ଼ ଆଶ୍ୱସ୍ତି
ଭୁବନେଶ୍ୱର: ବଢ଼ୁଥିବା ବିଜୁଳି ବିଲ୍ ମଧ୍ୟରେ ଘରୋଇ ଉପଭୋକ୍ତାଙ୍କ ପାଇଁ ଆଶ୍ୱସ୍ତି ଆଣିପାରେ କେନ୍ଦ୍ର ସରକାରଙ୍କ ‘ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା’। ଘର ଛାତରେ ରୁଫ୍ଟପ୍ ସୋଲାର ସିଷ୍ଟମ୍ ଲଗାଇ ନିଜେ ବିଜୁଳି ଉତ୍ପାଦନ କରିବା ସହ ମାସକୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ପାଇବାର ସୁଯୋଗ ଏହି ଯୋଜନାରେ ରହିଛି। ମିଳୁଛି ସରକାରୀ ସବସିଡି ଯୋଗ୍ୟ ଉପଭୋକ୍ତାଙ୍କୁ ଘର ଛାତରେ ସୋଲାର ପ୍ୟାନେଲ୍ ସ୍ଥାପନ ପାଇଁ କେନ୍ଦ୍ର ସରକାର ସବସିଡି ପ୍ରଦାନ […]
୭୦୭ ବିଲିଅନ ଡଲାର ଟପିଲା ଭାରତର ବିଦେଶୀ ମୁଦ୍ରା ଭଣ୍ଡାର
ନୂଆଦିଲ୍ଲୀ, ୧୫/୮: ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ବଡ଼ ବୃଦ୍ଧି ଘଟିଛି। ଅଗଷ୍ଟ ୭ରେ ଶେଷ ହୋଇଥିବା ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୧୪.୧୩୬ ବିଲିଅନ ଡଲାର ବଢ଼ି ୭୦୭.୦୦୨ ବିଲିଅନ ଡଲାରରେ ପହଞ୍ଚିଛି। ଏହା ଦେଶର ବିଦେଶୀ ମୁଦ୍ରା ଭଣ୍ଡାରରେ ଏଯାବତ୍ ସର୍ବାଧିକ ସାପ୍ତାହିକ ବୃଦ୍ଧି ବୋଲି ଜଣାପଡ଼ିଛି। ଏହାର ପୂର୍ବ ସପ୍ତାହ, ଅର୍ଥାତ୍ ଜୁଲାଇ ୩୧ରେ ଶେଷ ହୋଇଥିବା ସପ୍ତାହରେ ମଧ୍ୟ ଭଣ୍ଡାରରେ ୧୦.୫୧୨ ବିଲିଅନ ଡଲାର ବୃଦ୍ଧି ହୋଇଥିଲା। ସେତେବେଳେ ମୋଟ […]
ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରଦେଶରେ ଫିଦାୟିନ୍ ହମଲା: ଶାନ୍ତି ରାଲି ସମୟରେ ଆତ୍ମଘାତୀ ବିସ୍ଫୋରଣ
ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରଦେଶର ସ୍ବାତ ଜିଲ୍ଲାରେ ଏକ ମର୍ମନ୍ତୁଦ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ରବିବାର କାବାଲ ସହରରେ ଚାଲିଥିବା ଏକ ଶାନ୍ତି ରାଲି ସମୟରେ ଏହି ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏଥିରେ ଅତି କମରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୫ ଜଣ ପୋଲିସ କର୍ମଚାରୀ ଓ ସାଧାରଣ ନାଗରିକ ରହିଛନ୍ତି। ଆହତମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। […]
