ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରଦେଶରେ ଫିଦାୟିନ୍ ହମଲା: ଶାନ୍ତି ରାଲି ସମୟରେ ଆତ୍ମଘାତୀ ବିସ୍ଫୋରଣ
1 min read

ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରଦେଶରେ ଫିଦାୟିନ୍ ହମଲା: ଶାନ୍ତି ରାଲି ସମୟରେ ଆତ୍ମଘାତୀ ବିସ୍ଫୋରଣ

ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରଦେଶର ସ୍ବାତ ଜିଲ୍ଲାରେ ଏକ ମର୍ମନ୍ତୁଦ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ରବିବାର କାବାଲ ସହରରେ ଚାଲିଥିବା ଏକ ଶାନ୍ତି ରାଲି ସମୟରେ ଏହି ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏଥିରେ ଅତି କମରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୫ ଜଣ ପୋଲିସ କର୍ମଚାରୀ ଓ ସାଧାରଣ ନାଗରିକ ରହିଛନ୍ତି।

ଆହତମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ସ୍ବାତ ଅମନ ଜିର୍ଗା ପକ୍ଷରୁ ଅଞ୍ଚଳରେ ବଢ଼ୁଥିବା ହିଂସା ଓ ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ଶାନ୍ତି ରାଲିର ଆୟୋଜନ କରାଯାଇଥିଲା।

ରାଲି କାବଲ ଥାନା ନିକଟରେ ପହଞ୍ଚିବାବେଳେ ବିସ୍ଫୋରଣ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ଆକ୍ରମଣ ପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି। ଅନ୍ୟପଟେ ସୁରକ୍ଷା ଏଜେନ୍ସିମାନେ ବିଭିନ୍ନ ଉଗ୍ରବାଦୀ ସଂଗଠନର ସମ୍ପୃକ୍ତିକୁ ନେଇ ତଦନ୍ତ କରୁଛନ୍ତି। ତେବେ ଥାନା ଓ ପୋଲିସ କର୍ମୀଙ୍କୁ ଟାର୍ଗେଟ କରି ହମଲା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି।

Leave a Reply

Your email address will not be published. Required fields are marked *