ରେଳ କର୍ମଚାରୀ ପାଇବେ ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ
1 min read

ରେଳ କର୍ମଚାରୀ ପାଇବେ ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍
ପାର୍ବଣ ଋତୁ ପୂର୍ବରୁ ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ (ପିଏଲବି)
ମଞ୍ଜୁର କରିଛି। ଦେଶର ୧୧,୪୦,୭୭୦ ରେଳ କର୍ମଚାରୀଙ୍କୁ ମୋଟ୍‌ ୨୦୦୯.୬୧ କୋଟି ଟଙ୍କାର ପିଏଲବି
ପ୍ରଦାନ କରାଯିବ। ଏହି ଘୋଷଣା ସହିତ କ୍ୟାବିନେଟ୍‌ ସମସ୍ତ ରେଳ କର୍ମଚାରୀଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁ
ପ୍ରଶଂସା କରିଛି। ପ୍ରତିବର୍ଷ ଦୁର୍ଗା ପୂଜା/ଦଶହରା ଛୁଟି ପୂର୍ବରୁ ଯୋଗ୍ୟ ରେଳ କର୍ମଚାରୀମାନଙ୍କୁ ପିଏଲବି
ପ୍ରଦାନ କରାଯାଏ। ଚଳିତ ବର୍ଷ ମଧ୍ୟ ପ୍ରାୟ ୧୧.୪୯ ଲକ୍ଷ ଅଣ-ଗେଜେଟେଡ୍ ରେଳ କର୍ମଚାରୀଙ୍କୁ ପିଏଲବି
ପ୍ରଦାନ କରାଯାଉଛି, ଯାହା ୭୮ ଦିନର ଦରମା ସହିତ ସମାନ। ପିଏଲବି ରେଳ କର୍ମଚାରୀମାନଙ୍କୁ ରେଳ ବିଭାଗର
କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବା ନିମନ୍ତେ ପ୍ରୋତ୍ସାହନ ଦେବ।
ଯୋଗ୍ୟ ରେଳ କର୍ମଚାରୀମାନଙ୍କୁ ସର୍ବାଧିକ ୭୮ ଦିନ ପାଇଁ ୧୭,୯୫୧ ଟଙ୍କା ବୋନସ ଦିଆଯିବ। ଏହି ରାଶି ବିଭିନ୍ନ
ବର୍ଗର ରେଳ କର୍ମଚାରୀଙ୍କୁ ଦିଆଯିବ, ଯେଉଁଥିରେ ଟ୍ରାକ୍ ରକ୍ଷଣାବେକ୍ଷଣ କର୍ମଚାରୀ, ଲୋକୋ ପାଇଲଟ୍,
ଟ୍ରେନ୍ ପରିଚାଳକ (ଗାର୍ଡ), ଷ୍ଟେସନ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ୍, ଟେକ୍ନିସିଆନ୍ ସହାୟକ,
ପଏଣ୍ଟମ୍ୟାନ୍, ମନ୍ତ୍ରୀସ୍ତରୀୟ କର୍ମଚାରୀ ଏବଂ ଅନ୍ୟାନ୍ୟ ଗ୍ରୁପ୍ ‘ସି’ କର୍ମଚାରୀ ଅନ୍ତର୍ଭୁକ୍ତ। ରେଳବାଇ
୨୦୨୫-୨୬ରେ ଅସାଧାରଣ ପ୍ରଦର୍ଶନ କରିବା ସହିତ ରେକର୍ଡ ୧୬୭୦ ନିୟୁତ ଟନ୍ ମାଲ ପରିବହନ କରିଥିଲା ଏବଂ
ପ୍ରାୟ ୭.୪୧ ବିଲିୟନ ଯାତ୍ରୀ ପରିବହନ କରିଥିଲା।

Leave a Reply

Your email address will not be published. Required fields are marked *