ହିନ୍ଦୀ ରାଜଭାଷାର କାର୍ଯ୍ୟକାରୀ ପ୍ରୟୋଗ ଉପରେ ସମୀକ୍ଷା କଲେ ଭର୍ତ୍ତୃହରି ମହତାବ
1 min read

ହିନ୍ଦୀ ରାଜଭାଷାର କାର୍ଯ୍ୟକାରୀ ପ୍ରୟୋଗ ଉପରେ ସମୀକ୍ଷା କଲେ ଭର୍ତ୍ତୃହରି ମହତାବ

ଲକ୍ଷ୍ନୌ: ସରକାରୀ କାର୍ଯ୍ୟାଳୟରେ ହିନ୍ଦୀ ରାଜଭାଷାର ପ୍ରଭାବୀ କାର୍ଯ୍ୟାନ୍ୱୟନ ଦିଗରେ ପଦକ୍ଷେପ ନେଇଛି ସଂସଦୀୟ ରାଜଭାଷା କମିଟି। କମିଟିର ପ୍ରଥମ ଉପସମିତିର ଉପାଧ୍ୟକ୍ଷ ଭାବେ ଭର୍ତ୍ତୃହରି ମହତାବ ୨୦୨୬ ଅକ୍ଟୋବର ୧୩ ଓ ୧୪ ତାରିଖରେ ଲକ୍ଷ୍ନୌ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ କେନ୍ଦ୍ରୀୟ ସରକାରୀ କାର୍ଯ୍ୟାଳୟରେ ବୈଠକ କରିବା ସହ ରାଜଭାଷା ହିନ୍ଦୀର ବ୍ୟବହାର ଓ କାର୍ଯ୍ୟାନ୍ୱୟନ ସ୍ଥିତି ସମୀକ୍ଷା କରିଥିଲେ।

ଏହି ନିରୀକ୍ଷଣରେ ଶିକ୍ଷାନୁଷ୍ଠାନ, ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌), ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ), ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ, ପ୍ରତିରକ୍ଷା ମନ୍ତ୍ରଣାଳୟ, କ୍ୟାଣ୍ଟନମେଣ୍ଟ ବୋର୍ଡ, ଆର୍‌ସିଏଫ୍‌, ଏନ୍‌ଏଫ୍‌ଏଲ୍‌, ଇଣ୍ଡିଆନ୍‌ ଅଏଲ୍‌, ଗେଲ୍‌, ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ ଓ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ ସମେତ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ଓ ସରକାରୀ ଉଦ୍ୟୋଗରେ ରାଜଭାଷାର ବ୍ୟବହାର ସମ୍ପର୍କିତ ପଦକ୍ଷେପର ସମୀକ୍ଷା କରାଯାଇଥିଲା।

ସୁଶାସନ, ସହଜ ଯୋଗାଯୋଗ ଓ ଜାତୀୟ ଏକତାକୁ ସୁଦୃଢ଼ କରିବା ଦିଗରେ ସରକାରୀ କାର୍ଯ୍ୟରେ ରାଜଭାଷା ହିନ୍ଦୀର ପ୍ରଭାବୀ ପ୍ରୟୋଗକୁ ଗୁରୁତ୍ୱ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *