December 2024
ସାହୁ ଭାଉଜଙ୍କ ଅଶ୍ଳୀଳ ନୃତ୍ୟ ପରିବେଷଣ ପରେ ଜାଗିଲା ମାଲକାନଗିରି ପୁଲିସ
ମାଲକାନଗିରି/ଭୁବନେଶ୍ୱର ୩୧-୧୨-୨୦୨୪(ପିପିଏସ) : ଯାତ୍ରା ମଞ୍ଚରେ ସାହୁ ଭାଉଜଙ୍କ ଅଶ୍ଳୀଳ ନୃତ୍ୟ ପରିବେଷଣ ସମୟରେ ମାଥିଲି ଥାନା ଆଇଆଇସିଙ୍କ ଉପସ୍ଥିତିକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିବା ପରେ ସଜାଗ ହୋଇଛି ମାଲକାନଗିରି ପୁଲିସ। ଗତକାଲି ଆଇଟମ୍ ଗାର୍ଲ ନିଶା ମହାରଣାଙ୍କ ସମସ୍ତ ଡ୍ୟାନ୍ସ ପୁରା ରେକର୍ଡିଂ ହୋଇଥିବା ଦେଖିବାକୁ ମିଳିଥିଲା। ପ୍ରଶାସନିକ କଟକଣା ମାନି ଲିଖିତ ଅଣ୍ଡରଟେକିଙ୍ଗ ଦେବା ସହ ଭିଡିଓ କ୍ୟାମେରା ଲଗାଇ ଆଇଟମ ଡ୍ୟାନ୍ସ କରାଇଥିବା କଥା ମାଲକାନଗିରି ସଦର ମହକୁମାର ଯାତ୍ରା ଆୟୋଜନ […]
ଗୋପ ବ୍ଲକରେ ଉପ ମୁଖ୍ୟମନ୍ତ୍ରୀ
ଗୋପ /ଭୁବନେଶ୍ୱର ୩୧-୧୨-୨୦୨୪(ପିପିଏସ) : ଅଦିନିଆ ଲଘୁଚାପ ଵର୍ଷାରେ ଗୋପ ବ୍ଲକରେ ୧୬ ହଜାର ୫୦ ହେକ୍ଟର ଧାନ ଫସଲ ନଷ୍ଟ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିବା ପରେ ଏନେଇ ଗୋପ ରାଜସ୍ବ ବିଭାଗ, ଉଦ୍ୟାନ ଵିଭାଗ ଓ କୃଷି ବିଭାଗ ପକ୍ଷରୁ ଆକଳନ କରାଯାଇ ସରକାରଙ୍କ ଉଦ୍ୟଶ୍ୟରେ ପୁରୀ ଜିଲ୍ଲାପାଳଙ୍କୁ ଜଣାଇଦିଆଯାଇଛି ।ସୁଚନାମୁତାବକ ଚଳିତ ଵର୍ଷ ଗୋପ ବ୍ଲକରେ ୨୧ ହଜାର ୧୨ ହେକ୍ଟର ଜମିରେ ଧାନ ଫସଲ ହୋଇଥିଲା । ମାତ୍ର ଗତ ଲଘୁଚାପ […]
ମଣ୍ଡିରେ ପଶି ନିଜର ଖରାପ ଧାନକୁ ପାର କରିବାକୁ ଦଲାଲଙ୍କ ଉଦ୍ୟମ
ମାଲକାନଗିରି/ଭୁବନେଶ୍ୱର ୩୧-୧୨-୨୦୨୪(ପିପିଏସ) : ଜିଲ୍ଲାରେ ଏବେ ମଣ୍ଡି ଜୋରସୋରରେ ଚାଲୁ ରହିଥିବା ବେଳେ ଏଫଏକ୍ୟୁ ଧାନକୁ ନେଇ ଟଣାଓଟରା ମଧ୍ୟ ଚାଲିଛି। ଜିଲ୍ଲାରେ ଏବେ ଦଲାଲ ମାତିଛନ୍ତି। ଜିଲ୍ଲାରେ ୧୪ଟି ଲ୍ୟାମ୍ପସ ଏବଂ ଏସଏଚଜି ଅଧିନରେ ୬୫ଟି ମଣ୍ଡି ଚାଲୁଥିବା ବେଳେ ମଣ୍ଡି ଆରମ୍ଭ ହୋଇ ୧୫ ଦିନ ବିତିଗଲାଣି। ଆଜି ସୁଦ୍ଧା ୩ ଲକ୍ଷ ୩୫ ହଜାର କ୍ବିଣ୍ଟାଲ ଧାନ ଖରିଦ ହୋଇସାରିଲାଣି। ଜିଲ୍ଲାକୁ ମିଳିଛି ୯ ଲକ୍ଷ ୨୩ ହଜାର ୮୫୦ କିଲୋ ଧାନ […]
ମଧ୍ୟରାତ୍ରୀରେ ଶିମିଳିପାଳ ପହଞ୍ଚିବ ବାଘୁଣୀ ‘ଜୀନତ୍’
ବାରିପଦା/ଭୁବନେଶ୍ୱର ୩୧-୧୨-୨୦୨୪(ପିପିଏସ) : ପ୍ରାୟ ୪୮ ଘଣ୍ଟା ଯାଏଁ କୋଲକାତାସ୍ଥିତ ଆଲିପୁର ପ୍ରାଣୀ ଉଦ୍ୟାନରେ ରହିଲା ପରେ ବାଘୁଣୀ ଜୀନତ ଓଡ଼ିଶାମୁହାଁ ହୋଇଛି। ସେଠାରେ ସମସ୍ତ ପ୍ରକାର ସ୍ବାସ୍ଥ୍ୟଜନିତ ପରୀକ୍ଷା ନିରୀକ୍ଷା ସରିବା ପରେ ଜୀନତକୁ ଶିମିଳିପାଳ ଅଣାଯାଉଛି। ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି ମଧ୍ୟ ରାତ୍ରିରେ ଜୀନତ୍ ଶିମିଳିପାଳ ପହଞ୍ଚିବା ପରେ ଦକ୍ଷିଣ ଡିଭିଜନର ସଫ୍ଟ ଏନକ୍ଲୋଜରରେ ତାକୁ ଛଡାଯିବ। ଏନେଇ ବାରିପଦା ଆରସିସିଏଫ ପ୍ରକାଶଚାନ୍ଦ ଗୋଗିନେନୀ କହିଛନ୍ତି ଯେ ଆଜି […]
ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଝାରସୁଗୁଡ଼ା – ଗୌନ୍ଦିଆ ପାସେଞ୍ଜର
ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଝାରସୁଗୁଡ଼ା – ଗୌନ୍ଦିଆ ପାସେଞ୍ଜର। ଝାରସୁଗୁଡ଼ା ରେଳ ଷ୍ଟେସନର ୨ ନମ୍ବର ପ୍ଲାଟଫର୍ମରେ ପଶିବା ବେଳକୁ ହେଲା ସର୍ଟ ସର୍କିଟ । ଆଜି ସକାଳ ୬ଟା୨୦ରେ ଘଟିଛି ଏହି ଘଟଣା। ସକାଳ ସାଢେ ୮ଟା ପରେ ଟ୍ରେନ ଚଳାଚଳ ସ୍ଵାଭାବିକ ହୋଇଛି। ଝାରସୁଗୁଡା/ଭୁବନେଶ୍ୱର ୩୧-୧୨-୨୦୨୪(ପିପିଏସ) : ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଝାରସୁଗୁଡ଼ା – ଗୌନ୍ଦିଆ ପାସେଞ୍ଜର। ଝାରସୁଗୁଡ଼ା ରେଳ ଷ୍ଟେସନର ୨ ନମ୍ବର ପ୍ଲାଟଫର୍ମରେ ପଶିବା ବେଳକୁ ହେଲା ସର୍ଟ […]
ତ୍ରିଦଣ୍ଡୀ ମଠରେ ବୋମାମାଡ଼ ମାମଲା: ବନ୍ଧା ହେଲେ ବାବା,
ଭୁବନେଶ୍ୱର ୩୧-୧୨-୨୦୨୪(ପିପିଏସ) : ତ୍ରିଦଣ୍ଡୀ ଗୌଡ଼ୀୟ ମଠରେ ହୋଇଥିବା ବୋମାମାଡ଼ ଓ ମୃତ୍ୟୁ ମାମଲା ଆଜି ନୂଆ ମୋଡ଼ ନେଇଛି। ଶ୍ରୀଲିଙ୍ଗରାଜ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ସମ୍ପୃକ୍ତ ମଠର ବାବା ଅକିଞ୍ଚନ ମହାରାଜଙ୍କୁ ଗିରଫ କରିଛି। ମୃତ ବାବାଙ୍କ ମୃତ୍ୟୁକାଳୀନ ଜମାନବନ୍ଦି ଅଭିଯୁକ୍ତ ବାବାଙ୍କ ପାଇଁ ବିପଦ ହୋଇଛି। ଜେରା କଲା ବେଳେ ପୁଲିସ ପାଇଥିବା ପ୍ରମାଣ ଆଧାରରେ ଗିରଫ କରାଯାଇଛି। ପୂର୍ବରୁ ଏହା ମରଣାନ୍ତକ ଆକ୍ରମଣ ମାମଲା ଥିଲା। ଅଭିଯୁକ୍ତ […]
ଶ୍ରୀମନ୍ଦିରରେ ନୂଆବର୍ଷ: ରାତି ସାଢ଼େ ୧୦ଟା ସୁଦ୍ଧା ହେବ ପହୁଡ଼
ପୁରୀ/ଭୁବନେଶ୍ୱର ୩୧-୧୨-୨୦୨୪(ପିପିଏସ) : କ୍ୟାଲେଣ୍ଡର ବର୍ଷ-୨୦୨୪ର ସମୟ ସରିସରି ଆସୁଛି। ଏହାର ସ୍ଥାନ ନେବାକୁ ଯାଉଛି ବର୍ଷ-୨୦୨୫। ଏଥି ପାଇଁ ସ୍କୁଲ ପିଲାଙ୍କ ଠାରୁ ନେଇ ଯୁବଗୋଷ୍ଠୀ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହିତ ଅଛନ୍ତି। ଧାର୍ମିକସ୍ଥଳରେ ମଧ୍ୟରେ ବ୍ୟାପକ ପ୍ରସ୍ତୁତି କରାଯାଉଛି। ବିଶ୍ବପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ମଧ୍ୟ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ନୂଆବର୍ଷରେ ଶ୍ରଦ୍ଧାଳୁମାନଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଦର୍ଶନ କରାଇବା ପାଇଁ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନ ସମସ୍ତ ବଳ ପ୍ରୟୋଗ କରିଛନ୍ତି। […]
ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ସାମ୍ବାଦିକଙ୍କୁ ଅନୁମତି ଦେଲେ ରାଜ୍ୟ ସରକାର
କୋଭିଡ କଟକଣା ଉଠିଲା, କିନ୍ତୁ ନବୀନ ପଟ୍ଟନାୟକଙ୍କ ସରକାର ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ସାମ୍ବାଦିକଙ୍କୁ ଅନୁମତି ଦେଲେନି। ଏବେ ବିଜେପି ସରକାର ପ୍ରଥମ ଥର ଓଡ଼ିଶାରେ ଶାସନ କ୍ଷମତାକୁ ଆସିବା ପରେ ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ସାମ୍ବାଦିକଙ୍କୁ ଅନୁମତି ଦେଇଛନ୍ତି। ଭୁବନେଶ୍ୱର ୩୧-୧୨-୨୦୨୪(ପିପିଏସ) : କୋଭିଡ ଆଳରେ ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ସାମ୍ବାଦିକଙ୍କୁ ବାରଣ କରିଥିଲେ ବିଜେଡି ସରକାର। କୋଭିଡ କଟକଣା ଉଠିଲା, କିନ୍ତୁ ନବୀନ ପଟ୍ଟନାୟକଙ୍କ ସରକାର […]
୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ: ପୃଥ୍ବୀରାଜ ହରିଚନ୍ଦନ
ଆସନ୍ତା ମାସ ୨୦ ତାରିଖରୁ ଶ୍ରୀମନ୍ଦିରରେ ନୂଆବର୍ଷରୁ ଆରମ୍ଭ ହେବ ଧାଡ଼ି ଦର୍ଶନ। ଏନେଇ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାର୍କେଟ ଛକ ଯାଏ ଧାଡ଼ି ହେବ। ଏହି ସମୟରେ ଶ୍ରଦ୍ଧାଳୁଙ୍କୁ ପିଇବା ପାଣି ଯୋଗାଇ ଦିଆଯିବ। ପୁରୀ/ଭୁବନେଶ୍ୱର ୩୧-୧୨-୨୦୨୪(ପିପିଏସ) : ଆସନ୍ତା ମାସ ୨୦ ତାରିଖରୁ ଶ୍ରୀମନ୍ଦିରରେ ନୂଆବର୍ଷରୁ ଆରମ୍ଭ ହେବ ଧାଡ଼ି ଦର୍ଶନ। ଏନେଇ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି, […]
‘ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍’ର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ
ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରରେ ଆସନ୍ତା ଜାନୁଆରି ମାସ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି। ସ୍ଥାନୀୟ ଜନତା ମଇଦାନଠାରେ ମହାସମାରୋହରେ ଏହା ପାଳନ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଭୁବନେଶ୍ୱର ୩୧-୧୨-୨୦୨୪(ପିପିଏସ) : ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରରେ ଆସନ୍ତା ଜାନୁଆରି ମାସ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି। ସ୍ଥାନୀୟ […]