ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଝାରସୁଗୁଡ଼ା – ଗୌନ୍ଦିଆ ପାସେଞ୍ଜର
1 min read

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଝାରସୁଗୁଡ଼ା – ଗୌନ୍ଦିଆ ପାସେଞ୍ଜର

ଝାରସୁଗୁଡା/ଭୁବନେଶ୍ୱର ୩୧-୧୨-୨୦୨୪(ପିପିଏସ) : ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଝାରସୁଗୁଡ଼ା – ଗୌନ୍ଦିଆ ପାସେଞ୍ଜର। ଝାରସୁଗୁଡ଼ା ରେଳ ଷ୍ଟେସନର ୨ ନମ୍ବର ପ୍ଲାଟଫର୍ମରେ ପଶିବା ବେଳକୁ ହେଲା ସର୍ଟ ସର୍କିଟ । ପେଣ୍ଟୋରୁ ବିଦ୍ୟୁତ୍ ପ୍ରବାହିତ ହୋଇ ବଗିଗୁଡ଼ିକର ବୈଦ୍ୟୁତିକ ସରଞ୍ଜାମ ଢୋ ଢା ହୋଇ ଫୁଟିଥିଲା। ପ୍ରବଳ ଶବ୍ଦରେ ଲୋକେ ଆତଙ୍କିତ ହୋଇ ଯାଇଥିବା ବେଳେ କାହାର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି।ଆଜି ସକାଳ ୬ଟା୨୦ରେ ଘଟିଛି ଏହି ଘଟଣା। ସକାଳ ସାଢେ ୮ଟା ପରେ ଟ୍ରେନ ଚଳାଚଳ ସ୍ଵାଭାବିକ ହୋଇଛି। ରେଳବାଇ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମରାମତି ଜାରି ରଖିଛନ୍ତି।ଆଜି ସକାଳ ୬ଟା୨୦ରେ ଘଟିଛି ଏହି ଘଟଣା। ସକାଳ ସାଢେ ୮ଟା ପରେ ଟ୍ରେନ ଚଳାଚଳ ସ୍ଵାଭାବିକ ହୋଇଛି। ରେଳବାଇ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମରାମତି ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *