September 2024
“ସ୍ୱଚ୍ଛତା ହିଁ ସେବା” ବାର୍ତ୍ତାକୁ ନେଇ ମାରାଥନ
କୋଣାର୍କ,୩୦-୦୯-୨୦୨୪ (ପିପିଏସ) : ସ୍ୱଚ୍ଛତା ହିଁ ସେବା ବାର୍ତ୍ତାକୁ ନେଇ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଏକ ମିନି ମାରାଥନ କୋଣାର୍କ ଠାରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଅନୁଷ୍ଟିତ ହୋଇଯାଇଛି। ସୋମବାର ପୂର୍ବାହ୍ନ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ସଫେଇ କର୍ମଚାରୀ ମାନଙ୍କୁ ନେଇ ଏନ୍ ଏ ସି କଲ୍ୟାଣ ମଣ୍ଡପ ଠାରୁ ଚନ୍ଦ୍ରଭଗା ପର୍ଯ୍ୟନ୍ତ ସାଇକେଲ ଶୋଭାଯାତ୍ରା ସହିତ ମାରାଥନ ଦୌଡ଼ କରାଯାଇଥିଲା। ସ୍ୱଚ୍ଛ କୋଣାର୍କ, ସୁସ୍ଥ କୋଣାର୍କ ବାର୍ତ୍ତାକୁ ନେଇ ଆରମ୍ଭ କରାଯାଇଥିବା ଏହି […]
କୋଷ୍ଟାଲ ରେଗୁଲେସନ ଜୋନ ଆଇନ ଉଲଙ୍ଗନ
ସମୁଦ୍ରକୂଳରୁ ବାଲି ଉଠି ଚାଲିଛି ରାସ୍ତା ନିର୍ମାଣ କାର୍ଯ୍ୟ ପାରାଦୀପ,୩୦-୦୯-୨୦୨୪ (ପିପିଏସ) : ସରକାରୀ ନିୟମକୁ ଫୁ କରି ଉଡାଉଛନ୍ତି କଣ୍ଟ୍ରାକ୍ଟର,ରାସ୍ତା ନିର୍ମାଣ ପାଇଁ ଦିନ ଦ୍ବିପ୍ରହର ରେ ଖୁଲମଖୁଲା କରୁଛନ୍ତି ସିଆରଜେଡ ଉଲଂଘନ l ସମୁଦ୍ର କୂଳରୁ ଦୁଇଶହ ମିଟର ଭିତରେ ବାଲି ଖୋଲି ଚକାଇଛନ୍ତି ରାସ୍ତା ନିର୍ମାଣ l ଯାହା ଝିଂଟିକା ମାରି ବଣି ପୋଷିବା ଭଳି ପରିଲକ୍ଷିତ ହୋଇଛି l ଏହା ହେଉଛି ପାରାଦୀପ ଷଣ୍ଢକୁଦ ବସ୍ତି ନିକଟରେ ଚାଲିଥିବା ସି ପ୍ରୋଟେକ୍ସନ […]
ପୁଣି ଭାରରେ ବୁହାହେଲେ ରୋଗୀ
ଚିତ୍ରକୋଣ୍ଡାରେ ଅଭାବନୀୟ ଦୃଶ୍ୟ ଚିତ୍ରକୋଣ୍ଡା/ଭୁବନେଶ୍ୱର ୩୦-୦୯-୨୦୨୪ (ପିପିଏସ) : ଭାରରେ ବୁହାହେଲେ ରୋଗୀ, ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ନୂଆଗୁଡା ପଂଚାୟତର ରଥଗୁଡା ଗ୍ରାମରେ। ତେବେ କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ପଞ୍ଚାୟତ ସାରିଆପାଲ୍ଲୀ ଗ୍ରାମରୁ ଚିତ୍ରକୋଣ୍ଡା ବ୍ଲକ ନୂଆଗୁଡା ପଞ୍ଚାୟତ ର ଆରଏସସି-୧୦ କୁ ପାହାଡ଼ କାଟି ଏକ ପ୍ରଧାନମନ୍ତ୍ରୀ ସଡକ ଯୋଜନା ନିର୍ମାଣ ହୋଇଛି। ଏହି ସଡକ ଟି ନିର୍ମାଣ ହୋଇଛି ସତ କିନ୍ତୁ ନିଳାକାମ୍ବେରୁ ପଂଚାୟତର ମନ୍ତ୍ରୀପୁଟ […]
ବେଦାନ୍ତ ଆଲୁମିନିୟମର ସପ୍ତାହ-ବ୍ୟାପି ସ୍ୱଚ୍ଛତା ଅଭିଆନ
ଭାରତ ସରକାରଙ୍କ ‘ସ୍ବଚ୍ଛତା ହି ସେବା’ ପଦକ୍ଷେପର ଏକ ଅଂଶ ଭାବରେ ବେଦାନ୍ତ ଆଲୁମିନିୟମ ଝାରସୁଗୁଡାରେ ଏକ ସପ୍ତାହ ବ୍ୟାପୀ ସ୍ୱଚ୍ଛତା ଅଭିଆନକୁ ସଫଳତାର ସହ ସମାପ୍ତ କରିଛି। ଝାରସୁଗୁଡା /ଭୁବନେଶ୍ୱର ୩୦-୦୯-୨୦୨୪ (ପିପିଏସ) : ଭାରତ ସରକାରଙ୍କ ‘ସ୍ବଚ୍ଛତା ହି ସେବା’ ପଦକ୍ଷେପର ଏକ ଅଂଶ ଭାବରେ ବେଦାନ୍ତ ଆଲୁମିନିୟମ ଝାରସୁଗୁଡାରେ ଏକ ସପ୍ତାହ ବ୍ୟାପୀ ସ୍ୱଚ୍ଛତା ଅଭିଆନକୁ ସଫଳତାର ସହ ସମାପ୍ତ କରିଛି। ସ୍ୱଚ୍ଛତା ଅଭିଆନ ସର୍ବସାଧାରଣ ସ୍ଥାନଗୁଡିକର ଉନ୍ନତି, ବର୍ଜ୍ୟବସ୍ତୁ ପରିଚାଳନା ବିଷୟରେ […]
ଭରତପୁର କାଣ୍ଡ:ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ
ଭୁବନେଶ୍ୱର ୩୦-୦୯-୨୦୨୪ (ପିପିଏସ) : ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ମାମଲାରେ ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ। ତଦନ୍ତ କମିଶନ ଜଷ୍ଟିସ୍ ଚିତ୍ତରଞ୍ଜନ ଦାସ ପ୍ରଥମ ବୈଠକ କରିଛନ୍ତି। ଏଥିରେ ପୁଲିସ ଡିଜି ଓ ଗୃହ ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକ ପରେ କମିଶନଙ୍କ ସଚିବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଘଟଣାକୁ ନେଇ ସତ୍ୟପାଠ ଆହ୍ୱାନ କରାଯିବ। ସତ୍ୟପାଠ ନେଇ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ କରାଯିବ। ଆସନ୍ତାକାଲିଠାରୁ […]
୩ ମାସରେ ଥରେ ବଦଳିବ ପେଟ୍ରୋଲ୍ ଦର!
ପେଟ୍ରୋଲ ଓ ଡିଜେଲର ବର୍ତ୍ତମାନ ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥାକୁ ସରକାର ପରିବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି। ପ୍ରତି ୩ ମାସରେ ଥରେ ପେଟ୍ରୋଲ, ଡିଜେଲ ଦର ସମୀକ୍ଷା କରାଯିବ। ନୂଆଦିଲ୍ଲୀ/ଭୁବନେଶ୍ୱର ୩୦-୦୯-୨୦୨୪ (ପିପିଏସ) : ପେଟ୍ରୋଲ ଓ ଡିଜେଲର ବର୍ତ୍ତମାନ ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥାକୁ ସରକାର ପରିବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି। ପ୍ରତି ୩ ମାସରେ ଥରେ ପେଟ୍ରୋଲ, ଡିଜେଲ ଦର ସମୀକ୍ଷା କରାଯିବ। ଯଦି ନୂଆ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଏ ତାହେଲେ ପେଟ୍ରୋଲ ଦର ଲିଟର […]
ଏଥର ଝାରପଡ଼ା ଦୁର୍ଗାପୂଜାରେ ‘ଇମ୍ପେରିଆଲ୍ ପ୍ୟାଲେସ୍’
୮୫ ଫୁଟ ଉଚ୍ଚତା ଓ ୧୫୦ ଫୁଟ ଚଉଡ଼ାର ଏହି ଭବ୍ୟ ତୋରଣ ନିର୍ମାଣ କରାଯାଉଛି ଭୁବନେଶ୍ୱର ୩୦-୦୯-୨୦୨୪ (ପିପିଏସ) : ଚଳିତ ବର୍ଷ ଚତୁର୍ଦ୍ଦଶ ବର୍ଷରେ ପଦାର୍ପଣ କରୁଛି ଝାରପଡ଼ା ଦୁର୍ଗାପୂଜା ସମିତି। ତେଣୁ ଏଥର ମଧ୍ୟ ପୂଜା ସମିତି ପକ୍ଷରୁ ନିଜସ୍ବ ପରିକଳ୍ପନାରେ ‘ଇମ୍ପେରିଆଲ୍ ପ୍ୟାଲେସ୍’ ନିର୍ମାଣ ହେଉଛି। ପଶ୍ଚିମବଙ୍ଗର ନାମୀ କାରିଗର ସ୍ୱପନ ମାନାଙ୍କ ସହ ୫୦ଜଣ ସହଯୋଗୀ କାରିଗର ଦେଢ଼ମାସ ହେଲାଣି ତୋରଣ ନିର୍ମାଣ କରୁଛନ୍ତି। ୮୫ ଫୁଟ ଉଚ୍ଚତା ଓ […]
ବାପାଙ୍କ ଠାରୁ ଅଲଗା ହୋଇଥିବା ବ୍ୟକ୍ତିଙ୍କୁ ମିଳିବ ପକ୍କା ଘର
ଭୁବନେଶ୍ୱର ୩୦-୦୯-୨୦୨୪ (ପିପିଏସ) : ବାପାଙ୍କଠାରୁ ଭିନେ ହୋଇ ଅଲଗା ପରିବାର କରିଥିବା ବ୍ୟକ୍ତିଙ୍କୁ ବି ମିଳିବ ଆବାସ ଯୋଜନାରେ ଘର | ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ପୂର୍ବ ସରକାରରେ ବଞ୍ଚିତ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ୬ ମାସ ଭିତରେ କାର୍ଯ୍ୟାଦେଶ ଦେବେ ବିଜେପି ସରକାର । ପୂର୍ବ ବିଜେଡ଼ି ସରକାରକୁ କଡ଼ା ଟାର୍ଗେଟ କଲେ ପଞ୍ଚାୟତିରାଜ […]
ଏସ୍ସିବି ବାୟୋକେମିଷ୍ଟ୍ରି ବିଭାଗକୁ ରାଜ୍ୟ ଗବେଷଣା କେନ୍ଦ୍ର ମାନ୍ୟତା
ଘୋଷଣା କଲେ ଓୟୁଏଚ୍ଏସ୍ କୁଳପତି ପିଏଚ୍ଡି ପାଠ୍ୟକ୍ରମ ପାଇଁ ଫିଟିଲା ବାଟ କଟକ,୩୦-୦୯-୨୦୨୪ (ପିପିଏସ) : ହେମାଟୋଲୋଜି ପରେ ଏସ୍ସିବି ବାୟୋକେମିଷ୍ଟ୍ରି ବିଭାଗକୁ ରାଜ୍ୟ ଗବେଷଣା କେନ୍ଦ୍ରର ମାନ୍ୟତା ଦେଇଛି ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ। ପୁରୀ ଜୟ ଜଗନ୍ନାଥ ମେଡିକାଲ କଲେଜରେ ଆୟୋଜିତ ରାଜ୍ୟ ବାୟୋକେମିଷ୍ଟ୍ରି ଆସୋସିଏସନ୍ର ବାର୍ଷିକ ଉତ୍ସବରେ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ (ଓୟୁଏଚ୍ଏସ୍) କୁଳପତି ପ୍ରଫେସର ଡାକ୍ତର ମାନସରଞ୍ଜନ ସାହୁ ଏହି ଘୋଷଣା କରିଛନ୍ତି। ଫଳରେ ୧୯୬୩ରେ ଆରମ୍ଭ ହୋଇଥିବା ଏସ୍ସିବି […]
ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ନିଲମ୍ବିତ ୫ ପୁଲିସ ଅଧିକାରୀ
କଟକ/ଭୁବନେଶ୍ୱର ୩୦-୦୯-୨୦୨୪ (ପିପିଏସ) : ଭରତପୁର ଥାନା ବିବାଦ ଘଟଣାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ନିଲମ୍ବିତ ୫ ପୁଲିସ କର୍ମଚାରୀ | ଇନ୍ସପେକ୍ଟର ଦୀନକୃଷ୍ଣ ମିଶ୍ରଙ୍କ ସମେତ ଅନ୍ୟ ୪ ପୁଲିସ କର୍ମଚାରୀ ବି ଆଗୁଆ ଜାମିନ ଆବେଦନ କରିଛନ୍ତି | ଉଲ୍ଲେଖ ଥାଉ କି ଭରତପୁର ଥାନା ମାମଲାରେ ମିଛଧରା ପରୀକ୍ଷାର ସମ୍ମୁଖୀନ ହେବାକୁ ଥିବା ନିଲମ୍ବିତ ଥାନା ଅଧିକାରୀଙ୍କ ସମେତ ୫ ପୁଲିସ କର୍ମଚାରୀ ଗୁଜୁରାଟ ଯାଇଥିବାବେଳେ ଗାନ୍ଧୀନଗରସ୍ଥିତ ଫୋରେନ୍ସିକ୍ ଲାବରେଟୋରିରେ […]