ସମୁଦ୍ରକୂଳରୁ ବାଲି ଉଠି ଚାଲିଛି ରାସ୍ତା ନିର୍ମାଣ କାର୍ଯ୍ୟ
ପାରାଦୀପ,୩୦-୦୯-୨୦୨୪ (ପିପିଏସ) : ସରକାରୀ ନିୟମକୁ ଫୁ କରି ଉଡାଉଛନ୍ତି କଣ୍ଟ୍ରାକ୍ଟର,ରାସ୍ତା ନିର୍ମାଣ ପାଇଁ ଦିନ ଦ୍ବିପ୍ରହର ରେ ଖୁଲମଖୁଲା କରୁଛନ୍ତି ସିଆରଜେଡ ଉଲଂଘନ l ସମୁଦ୍ର କୂଳରୁ ଦୁଇଶହ ମିଟର ଭିତରେ ବାଲି ଖୋଲି ଚକାଇଛନ୍ତି ରାସ୍ତା ନିର୍ମାଣ l ଯାହା ଝିଂଟିକା ମାରି ବଣି ପୋଷିବା ଭଳି ପରିଲକ୍ଷିତ ହୋଇଛି l ଏହା ହେଉଛି ପାରାଦୀପ ଷଣ୍ଢକୁଦ ବସ୍ତି ନିକଟରେ ଚାଲିଥିବା ସି ପ୍ରୋଟେକ୍ସନ ରାସ୍ତା ନିର୍ମାଣ କାର୍ଯ୍ୟ l ରାସ୍ତା ନିର୍ମାଣ ପାଇଁ ରାସ୍ତା ପାର୍ଶ୍ୱରୁ ଲୁଣାବାଲି ଖୋଳି ରାସ୍ତା ନିର୍ମାଣ କେତେ ଦୀର୍ଘାସ୍ଥାୟୀ ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି l କିଛିଦିନ ପୂର୍ବରୁ ବିଜେଡି ବାହୁଛାୟା ତଳେ ରହି ଉକ୍ତ କଣ୍ଟ୍ରାକ୍ଟର ଜଣକ କଂସାରୀପାଟିଆ ଅଞ୍ଚଳ ରେ ଜଙ୍ଗଲ କାଟି ଜଙ୍ଗଲ ଭିତରୁ ବାଲି ଉଠାଇ ବିରାଟ ବିରାଟ ପୋଖରୀ ସୃଷ୍ଟି କରିଥିଲେ l ଯାହା ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ଉକ୍ତ କଣ୍ଟ୍ରାକ୍ଟର ଜଣକ କଳେବଳେ କୌଶଳ ରେ ନିଜ କାର୍ଯ୍ୟ ଚଳାଇଥିଲେ l କିନ୍ତୁ ଆଜିର ଦୃଶ୍ୟ ସାଧାରଣ ଲୋକଙ୍କୁ ଚକିତ କରିଛି l କେନ୍ଦ୍ର ସରକାରଙ୍କ ତରଫରୁ ସି ପ୍ରତେକ୍ସନ ରାସ୍ତା ନିର୍ମାଣ ପାଇଁ ସମୁଦ୍ର କୂଳରୁ ଲୁଣବାଲି ଉଠାଇ କାର୍ଯ୍ୟ କରିବା କେତେଦୂର ଠିକ l ଉକ୍ତ କଣ୍ଟ୍ରାକ୍ଟର ଜଣକ ରାସ୍ତା ପୋତିବା ପାଇଁ ଟଙ୍କା ନେଉଥିବା ବେଳେ କାହା ଇସାରାରେ ଓ କାହା ବାହୁବଳରେ ଦିନ ଦ୍ବିପ୍ରହର ରେ ଖୁଲମଖୁଲା ସିଆରଜେଡ ଉଲଂଘନ କଣ ପ୍ରଶାସନିକ ଅଧିକାରୀ ଙ୍କ ଦୃଷ୍ଟିଗୋଚର ହେଉନାହିଁ କିମ୍ବା ସବୁଜାଣି ନ ଜାଣିବାର ଅଭିନୟ କରୁଛନ୍ତି ତାହା ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ସିଧାସଳଖ ସରକାରୀ ଆଇନ ଉଲଂଘନ କରୁଥିବା କଣ୍ଟ୍ରାକ୍ଟର ଙ୍କ ପ୍ରତି ପ୍ରଶାସନ ତରଫରୁ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହାକୁ ଅପେକ୍ଷା କରିଛନ୍ତି ପାରାଦୀପ ର ବୁଦ୍ଧିଜୀବୀ ଓ ସାଧାରଣ ଜନତା l