ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ନିଲମ୍ବିତ ୫ ପୁଲିସ ଅଧିକାରୀ

0
High_Court_1709558147

କଟକ/ଭୁବନେଶ୍ୱର ୩୦-୦୯-୨୦୨୪ (ପିପିଏସ) : ଭରତପୁର ଥାନା ବିବାଦ ଘଟଣାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ନିଲମ୍ବିତ ୫ ପୁଲିସ କର୍ମଚାରୀ | ଇନ୍ସପେକ୍ଟର ଦୀନକୃଷ୍ଣ ମିଶ୍ରଙ୍କ ସମେତ ଅନ୍ୟ ୪ ପୁଲିସ କର୍ମଚାରୀ ବି ଆଗୁଆ ଜାମିନ ଆବେଦନ କରିଛନ୍ତି | ଉଲ୍ଲେଖ ଥାଉ କି ଭରତପୁର ଥାନା ମାମଲାରେ ମିଛଧରା ପରୀକ୍ଷାର ସମ୍ମୁଖୀନ ‌ହେବାକୁ ଥିବା ନିଲମ୍ବିତ ଥାନା ଅଧିକାରୀଙ୍କ ସମେତ ୫ ପୁଲିସ କର୍ମଚାରୀ ଗୁଜୁରାଟ ଯାଇଥିବାବେଳେ ଗାନ୍ଧୀନଗରସ୍ଥିତ ଫୋରେନ୍‌ସିକ୍ ଲାବରେଟୋରିରେ ସେମାନଙ୍କର ମିଛଧରା ପରୀକ୍ଷା କରାଯାଇଛି ।

 ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ନାର୍କୋ ଟେଷ୍ଟ, ବ୍ରେନ୍‌ ମ୍ୟାପିଂ ଓ ଲାଏ ଡିଟେକ୍ସନ ପରୀକ୍ଷାର ସମ୍ମୁଖୀନ ହେବାକୁ ଥିବା ବେଳେ ଅନ୍ୟ ୪ଜଣଙ୍କର କେବଳ ମିଛଧରା ପରୀକ୍ଷା କରାଯିବ। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନାନୁସାରେ ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସ୍‌ଆଇ ବୈଶାଳିନୀ ପଣ୍ଡା, ଏଏସ୍‌ଆଇ ସାଗରିକା ରଥ, ସଲିଳାମୟୀ ସାହୁଙ୍କୁ ଏହି ମାମଲାରେ ନିଲମ୍ବନ କରାଯାଇଛି। ତେଣୁ ସେମାନଙ୍କଠାରୁ ଘଟଣାଦିନ ରାତିର ପ୍ରକୃତ ସତ ବାହାର କରିବାକୁ ଏହି ସାଇଣ୍ଟିଫିକ୍‌ ପରୀକ୍ଷା କରାଯାଉଛି।

Leave a Reply

Your email address will not be published. Required fields are marked *