ସ୍ୱପ୍ନ ଫାଉଣ୍ଡେସନ୍ ଓ କମିଶନରେଟ ପୋଲିସ ପକ୍ଷରୁ ବିଶାଳ ରକ୍ତଦାନ ଶିବିର

ରକ୍ତଦାନ ପାଇଁ ଉତ୍ସାହିତ କଲେ ସୀନେଷ୍ଟାର

କଟକ,୩୦-୦୯-୨୦୨୪ (ପିପିଏସ) : ରାଜ୍ୟରେ ଏବେ ରକ୍ତର ବହୁତ ଅଭାବ ଦେଖା ଦେଇଛି । ଯାହାଦ୍ୱାରା ବହୁତ ରୋଗୀ ଓ ଥାଲାସିମିଆ ରୋଗରେ ପୀଡିତ ଛୋଟ ଛୋଟ ଛୁଆମାନେ ରକ୍ତ ନପାଇ ଏମିତିକି ରୋଗୀଙ୍କ ପରିଜନ ରକ୍ତ ଭଣ୍ଡାର ଆଗରେ ଦୈନଦିନ ଘଂଟା ଘଂଟା ଧରି ଅପେକ୍ଷା କରିବା ସହ ରକ୍ତ ନିମନ୍ତେ ସମସ୍ତଙ୍କୁ ଗୁହାରି କରୁଥିବା ଦେଖାଯାଉଛି । ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଲକ୍ଷ୍ୟ ରଖ୍‌ କଟକର ଅଗ୍ରଣୀ ସାମାଜିକ ସଙ୍ଗଠନ ‘ସ୍ୱପ୍ନ ଫାଉଣ୍ଡେସନ’ ଓ ଭୁବନେଶ୍ୱର କଟକ କମିଶନରେଟ ପୋଲିସର
ମିଳିତ ଉଦ୍ୟମ ରେ ୨୯ ତାରିଖ ରବିବାର ଦିନ ସ୍ଥାନୀୟ ଚାଉଳିଆଗଞ୍ଜ ସ୍ଥିତ ଶ୍ରୀକ୍ଷେତ୍ର ମଣ୍ଡପ ଠାରେ ସଭାପତି ସୁଧାଂଶୁ ପାତ୍ରଙ୍କ ଏବଂ ଚଉଳିଆଗଞ୍ଜ ପୋଲିସ ଷ୍ଟେସନ ନେତୃତ୍ୱରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ରକ୍ତଦାନ ଶିବିରରେ ରକ୍ତ ଦେବା ନିମନ୍ତେ ବହୁତ ଲୋକଙ୍କୁ ଉତ୍ସାହିତ ହେବାର ଦେଖିବାକୁ ମିଳିଥିଲା । ବହୁ ରକ୍ତଦାତା ଶିବିରରେ ପହଂଚି ରକ୍ତଦାନ କରିଥିଲେ । ଏହି ଶିବିରଟିରେ ୩୧୨ ୟୁନିଟ ସଂଗୃହିତ ହୋଇଥିଲା । ବିଭିନ୍ନ ସମୟରେ ବିଭି ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ସହ ଗ୍ରୀଷ୍ମ ଦିନେ ଶହଶହ ୟୁନିଟ ରକ୍ତ ସଂଗ୍ରହ କରି ରକ୍ତ ଭଣ୍ଡାରକୁ ସମୃଦ୍ଧ କରିବା ନିମନ୍ତେ ସ୍ୱପ୍ନ ଫାଉଣ୍ଡେସନ ପ୍ରତିଥର ପ୍ରୟାସ ଜାରି ରଖୁଛି । ଯଦ୍ୱାରା ବହୁତ ରୋଗୀ ଓ ଥାଲାସିମିଆ ରୋଗରେ ପୀଡିତ କୁନି କୁନି କୁନି ପିଲାମାନଙ୍କ ଜୀବନ ରକ୍ଷା ହୋଇପାରିବ ।

ରାଜ୍ୟରେ ଏବେ ରକ୍ତର ବହୁତ ଅଭାବ ଦେଖା ଦେଇଛି । ଯାହାଦ୍ୱାରା ବହୁତ
ରୋଗୀ ଓ ଥାଲାସିମିଆ ରୋଗରେ ପୀଡିତ ଛୋଟ ଛୋଟ ଛୁଆମାନେ ରକ୍ତ ନପାଇ ଏମିତିକି ରୋଗୀଙ୍କ ପରିଜନ ରକ୍ତ ଭଣ୍ଡାର ଆଗରେ ଦୈନଦିନ ଘଂଟା ଘଂଟା ଧରି ଅପେକ୍ଷା କରିବା ସହ ରକ୍ତ ନିମନ୍ତେ ସମସ୍ତଙ୍କୁ ଗୁହାରି କରୁଥିବା ଦେଖାଯାଉଛି

ଏହି କାର୍ଯ୍ୟକ୍ରମରେ କଟକ ସାଂସଦ ଶ୍ରୀଯୁକ୍ତ ଭର୍ତ୍ତୃହରି ମହତାବ, ପୋଲିସ କମିଶନର ଶ୍ରୀଯୁକ୍ତ ସଞ୍ଜୀବ ପଣ୍ଡା,କଟକ ଡିସିପି ଶ୍ରୀଯୁକ୍ତ ପ୍ରକାଶ ଆର, ଅତିରିକ୍ତ ଡିସିପି ଅନୀଲ ମିଶ୍ର, ଏସିପି କୃଷ୍ଣ ସେଠୀ, ଅରୁଣ ସ୍ୱାଇଁ, ଅମିତାଭ ମହାପାତ୍ର,ଚୌଦ୍ୱାର କଟକ ବିଧାୟକ ଶ୍ରୀଯୁକ୍ତ ସୌଭିକ ବିଶ୍ୱାଳ, ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ବାରବାଟୀ କଟକ ପୂର୍ବତନ ବିଧାୟକ ଇଂ ମହମ୍ମଦ ମୋକିମ,ନିରାମୟ ଉପଦେଷ୍ଟା ଶ୍ରୀଯୁକ୍ତ ରଞ୍ଜନ ବିଶ୍ୱାଳ,ବିଜେପି ଜିଲ୍ଲା ସଭାପତି ଲଲଟେନ୍ଦୁ ବଡୁ,ବଜେପି ରାଜ୍ୟକାରିଣୀ ସଦସ୍ୟା ଗୀତା ଦାସ, ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା, କର୍ପୋରେଟର ଗଗନ ଓଝା, ଇଂ ସୁବ୍ରତ ଘଡେଇ,ଚାଉଳିଆଗଞ୍ଜ ପୂଜା କମିଟି ସମ୍ପାଦକ ନିରଞ୍ଜନ ସାହୁ (ଶିବ), ପୂର୍ବତନ ପୋଲିସ ଅଧିକାରୀ ନିରଞ୍ଜନ ସ୍ୱାଇଁ, ଖାନନଗର ପୂଜା କମିଟି ସମ୍ପାଦକ ପ୍ରଫୁଲ୍ଲ ସାହୁ ଆଦି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବା ସହ ହାସ୍ୟ ଅଭିନେତା ପପୁ ପମ୍ପ ପମ୍ପ, ଗୁଲୁଆ, ଅଭିନେତ୍ରୀ ଭୂମିକା, ସୁଲଗ୍ନା, ସ୍ୱରାଜ,ଗୀତିକାର ସତ୍ୟଜିତ ପ୍ରଧାନ ପ୍ରମୁଖ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।ଆଗାମୀ ଦିନରେ ଏହାକୁ ବ୍ୟାପକ କରାଯିବା ସହ ରକ୍ତଦାତାଙ୍କୁ ଉତ୍ସାହିତ ନିମନ୍ତେ ବହୁ ପଦକ୍ଷେପ ନିଆଯିବ ବୋଲି ମତ ଦେଇଥିଲେ ସ୍ୱପ୍ନ ଫାଉଣ୍ଡେସନ ସଭାପତି ସୁଧାଂଶୁ ପାତ୍ର ।

Leave A Reply

Your email address will not be published.