1 min read

କୁଏତରେ ଆମେରିକୀୟ ଏୟାରବେସ୍ ଉପରେ ଇରାନର ଡ୍ରୋନ୍ ଆକ୍ରମଣ

କୁଏତ୍ ସିଟି/ତେହେରାନ୍: ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷ କ୍ରମଶଃ ଭୟଙ୍କର ରୂପ ଧାରଣ କରୁଥିବା ବେଳେ ଇରାନୀ ସେନା କୁଏତ୍ ସ୍ଥିତ ”ଅଲି ଅଲ୍ ସଲେମ୍” ଏୟାରବେସରେ ଏକ ବଡ଼ ଧରଣର ଡ୍ରୋନ୍ ଆକ୍ରମଣ କରିଛି। ଏହି ସାମରିକ ଘାଟିରେ ଥିବା ଆମେରିକାର ଅତ୍ୟାଧୁନିକ ‘ପ୍ୟାଟ୍ରିୟଟ୍ ଏୟାର ଡିଫେନ୍ସ ସିଷ୍ଟମ୍’ ଏବଂ କ୍ଷେପଣାସ୍ତ୍ର ଲଞ୍ଚ ପ୍ଲାଟଫର୍ମକୁ ଟାର୍ଗେଟ୍ କରାଯାଇଥିବା ଇରାନ ସେନା ପକ୍ଷରୁ ଦାବି କରାଯାଇଛି। ସୂଚନା ଅନୁଯାୟୀ, ପଶ୍ଚିମ ଏସିଆରେ ଆମେରିକୀୟ ସୈନ୍ୟ ପରିବହନ ଏବଂ ଲଜିଷ୍ଟିକ୍ […]

1 min read

ନିର୍ଦ୍ଦୋଷ ପ୍ରାଣୀଙ୍କ ହତ୍ୟା ପାପ, ଏହାକୁ ବନ୍ଦ କରାଯାଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଧର୍ମ ନାମରେ ପ୍ରାଣୀଙ୍କର ନିର୍ମମ ହତ୍ୟା ବନ୍ଦ କରିବା ନେଇ ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଆବେଦନକାରୀ ଯୁକ୍ତି ଦର୍ଶାଇଥିଲେ ଯେ, ହିନ୍ଦୁ ଶାସ୍ତ୍ରରେ ବଳିଦାନର ପ୍ରକୃତ ଅର୍ଥ ହେଉଛି ଅହଂକାର, ଅଜ୍ଞତା ଏବଂ ଦୁଷ୍ଟ ପ୍ରବୃତ୍ତିକୁ ତ୍ୟାଗ କରିବା, ପ୍ରାଣୀଙ୍କୁ ହତ୍ୟା ନୁହେଁ। ଧାର୍ମିକ ପରମ୍ପରା ନାମରେ ପ୍ରାଣୀଙ୍କର ନିର୍ମମ ହତ୍ୟା ବନ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ଆବେଦନକାରୀ କୋର୍ଟଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ। ଶୁଣାଣି ସମୟରେ ଆବେଦନକାରୀ ଯୁକ୍ତି ଦର୍ଶାଇଥିଲେ […]

1 min read

ପିଚୁ ମିଶ୍ରଣ ୟୁନିଟ୍‌ ଧୂଆଁରେ କେରଳର ୫୦ ସ୍କୁଲ ଛାତ୍ର ଅସୁସ୍ଥ

ତିରୁଅନନ୍ତପୁରମ୍‌: ବୁଧବାର ଅପରାହ୍ଣରେ କେରଳର କୋଲ୍ଲମ ଜିଲ୍ଲାର କୋଟିୟମରେ ଥିବା ଅକ୍ସିଲିୟମ୍ ଆଇଏସ୍‌ସି ସ୍କୁଲର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଗୁରୁତର ଶ୍ୱାସକ୍ରିୟା ସମସ୍ୟା ଓ ବାନ୍ତି ହେବା ଯୋଗୁ ସେମାନଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପିଲାଙ୍କର ହଠାତ୍ ଏପରି ଅବସ୍ଥା ଦେଖି ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ସ୍କୁଲ କର୍ତ୍ତୃପକ୍ଷ ଶ୍ରେଣୀ ଗୃହଗୁଡ଼ିକୁ ତୁରନ୍ତ ଖାଲି କରିଦେଇଥିଲେ। ସ୍କୁଲ ନିକଟରେ ଥିବା ଏକ ପିଚୁ ମିଶ୍ରଣ ୟୁନିଟ୍‌ ବିଷାକ୍ତ ଧୂଆଁ ଯୋଗୁ ପିଲାମାନେ ଅସୁସ୍ଥ ହୋଇପଡ଼ିଥିବା […]

1 min read

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଗଞ୍ଜାମରେ ବ୍ୟାପକ ପ୍ରସ୍ତୁତି

ଅଦ୍ୟାବଧି ୨୫ ହଜାରରୁ ଊର୍ଦ୍ଧ୍ୱ ଲୋକ ସ୍ଥାନାନ୍ତରିତ, ତିନି ଦିନ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ, କଳାବଜାରୀ ରୋକିବାକୁ କଡ଼ା ନଜର ବ୍ରହ୍ମପୁର: ସମ୍ଭାବ୍ୟ ବାତ୍ୟା ‘ଅକଭାନ’କୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରାଯାଇଛି। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଓ ପବନର ସମ୍ଭାବନା ଥିବାରୁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ଚିକିଟିଠାରୁ ଖଲ୍ଲିକୋଟ ଓ ଚିଲିକା ସଂଲଗ୍ନ ଅଞ୍ଚଳ […]

1 min read

ରାହୁଲ ଅରାଜକତା ସୃଷ୍ଟି କରୁଛନ୍ତି: ଶାହା

ନୂଆଦିଲ୍ଲୀ : ଦେଶବାସୀ କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିଛନ୍ତି। ୨୦୨୪ ପରେ ରାହୁଲ ଗାନ୍ଧୀଙ୍କ ନେତୃତ୍ବାଧୀନ କଂଗ୍ରେସ ଅନବରତ ପରାଜୟର ସମ୍ମୁଖୀନ ହେଉଛି। ଆଉ ପରାଜୟର ଦୋଷ ନିର୍ବାଚନ କମିସନଙ୍କ ଉପରେ ଲଦିବାକୁ ଚାହୁଁଛନ୍ତି। ତେଣୁ ସେ ସଡ଼କରେ ଅରାଜକତା ସୃଷ୍ଟି କରୁଛନ୍ତି। ରାହୁଲ ସଂସଦ ବି ଚାଲିବାକୁ ଦେଉନାହାନ୍ତି। କୌଣସି ପ୍ରସଙ୍ଗ ଉପରେ ଚର୍ଚ୍ଚା କରୁନାହାନ୍ତି। ସଂସଦରେ ହଟ୍ଟଗୋଳକୁ କଂଗ୍ରେସ ନିଜର ସଂସ୍କୃତି କରିନେଇଛି। ହରିୟାଣାର କରନାଲରେ ଏକ ପଦଯାତ୍ରାରେ […]

1 min read

ଉପରାଷ୍ଟ୍ରପତିଙ୍କ ବିଧାୟକ ପ୍ରଶିକ୍ଷଣ ଶିବିରକୁ ବୟକଟ୍ କଲେ ବିଜେଡି ଓ କଂଗ୍ରେସ

ରାଜ୍ୟ ବିକାଶର ଭାଗ୍ୟ ନିର୍ଦ୍ଧାରଣ ହେଉଥିବା ପବିତ୍ର ବିଧାନସଭାରେ ସଦସ୍ୟଙ୍କ ଆଚରଣ ଓ ଉଚ୍ଚାରଣ କିଭଳି ହେବା ଉଚିତ, ସେନେଇ ଭୁବନେଶ୍ୱରରେ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନନ୍ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ବିଧାୟକଙ୍କୁ ସଂସଦୀୟ ବିଧିବ୍ୟବସ୍ଥା ସମ୍ପର୍କରେ ଗୁରୁମନ୍ତ୍ର ଦେଇଛନ୍ତି । ତେବେ ଏହି ଗୁରୁତ୍ୱପୂର୍ଣ୍ଣ ତାଲିମ ଶିବିରରୁ ଦୁଇ ପ୍ରମୁଖ ବିରୋଧୀ ଦଳ ଦୂରେଇ ରହିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । […]

1 min read

ଫିଲିପାଇନ୍ସର ମନିଲାସ୍ଥିତ ଖାଲସା ଦିୱାନ ଗୁରୁଦ୍ୱାରା ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମନିଲାରେ ଥିବା ଖାଲସା ଦିୱାନ ଗୁରୁଦ୍ୱାରାପରିଦର୍ଶନ କରିଛନ୍ତି ଏବଂ ପଞ୍ଚ ପ୍ୟାରେଙ୍କ ଉପସ୍ଥିତିରେ ଏହି ଗୁରୁଦ୍ୱାରାର ପୁନଃବିକାଶ ପାଇଁଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ସିନେଟର ଫ୍ରାନ୍ସିସ୍ ଜୋସେଫ୍ ଏସ୍କୁଡେରୋଏବଂ ମନିଲା ସହରର ମେୟର ଫ୍ରାନ୍ସିସ୍କୋ ଇସ୍କୋ ମୋରେନୋଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିଉପସ୍ଥିତ ଥିଲେ ।୧୯୦୧ରେ ପ୍ରତିଷ୍ଠିତ ଏବଂ ୧୯୦୩ରେ ବିଧିବଦ୍ଧ ଭାବରେ ସଂଗଠିତ ହୋଇଥିବା ଏବଂ ଅନୁଷ୍ଠାନଟି୧୯୨୪ରେ ଖାଲସା ଦିୱାନ ନାମରେ ପଞ୍ଜୀକୃତ ହୋଇଥିଲା । […]

1 min read

ଜାପାନରେ ରାଜନାଥ

ଭାରତ ଓ ଜାପାନ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ଆହୁରି ମଜବୁତ କରିବାକୁ ହେବ ବଡ଼ ପ୍ରସ୍ତୁତି । ଏଥିପାଇଁ ଜାପାନ ଗସ୍ତରେ ଯାଉଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବୈଦେଶିକ ମନ୍ତ୍ରୀ ଡ. ଏସ୍. ଜୟଶଙ୍କର । ଟୋକିଓରେ ଉଭୟ ଦେଶ ମଧ୍ୟରେ ଚତୁର୍ଥ ‘2+2’ ବୈଠକ ଅନୁଷ୍ଠିତ ହେବ । ଏହି ଉଚ୍ଚସ୍ତରୀୟ ଆଲୋଚନାରେ ପ୍ରତିରକ୍ଷା ସହଯୋଗ, ସାମରିକ ଅଭ୍ୟାସ ଏବଂ ସମୁଦ୍ର ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହେବ […]

1 min read

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା; SC ଛାତ୍ରଛାତ୍ରୀଙ୍କୁ ମିଳିବ ୮୬ ହଜାର ଟଙ୍କା

ଉଚ୍ଚଶିକ୍ଷା ହାସଲ କରିବାକୁ ଚାହୁଥିବା ଅନୁସୂଚିତ ଜାତି ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ‘ଟପ୍ କ୍ଲାସ୍ ଏଜୁକେସନ୍ ସ୍କିମ୍ ଫର୍ SC ଷ୍ଟୁଡେଣ୍ଟସ୍’ ଯୋଜନାରେ ଆବେଦନ ପ୍ରକ୍ରିୟା ଜାରି ରହିଛି । ଏହି ଯୋଜନା ଅଧୀନରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ତେଣୁ ଯେଉଁମାନେ ଏହି ସୁଯୋଗର ଲାଭ ଉଠାଇବାକୁ ଚାହୁଁଛନ୍ତି, ସେମାନେ ନଭେମ୍ବର ୩୦ ତାରିଖ […]