1 min read

ଉପରାଷ୍ଟ୍ରପତିଙ୍କ ବିଧାୟକ ପ୍ରଶିକ୍ଷଣ ଶିବିରକୁ ବୟକଟ୍ କଲେ ବିଜେଡି ଓ କଂଗ୍ରେସ

ରାଜ୍ୟ ବିକାଶର ଭାଗ୍ୟ ନିର୍ଦ୍ଧାରଣ ହେଉଥିବା ପବିତ୍ର ବିଧାନସଭାରେ ସଦସ୍ୟଙ୍କ ଆଚରଣ ଓ ଉଚ୍ଚାରଣ କିଭଳି ହେବା ଉଚିତ, ସେନେଇ ଭୁବନେଶ୍ୱରରେ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନନ୍ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ବିଧାୟକଙ୍କୁ ସଂସଦୀୟ ବିଧିବ୍ୟବସ୍ଥା ସମ୍ପର୍କରେ ଗୁରୁମନ୍ତ୍ର ଦେଇଛନ୍ତି । ତେବେ ଏହି ଗୁରୁତ୍ୱପୂର୍ଣ୍ଣ ତାଲିମ ଶିବିରରୁ ଦୁଇ ପ୍ରମୁଖ ବିରୋଧୀ ଦଳ ଦୂରେଇ ରହିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି ।

ପ୍ରଶିକ୍ଷଣ ଶିବିରରେ ଅଭିଭାଷଣ ରଖି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନନ୍ ବିଧାନସଭାର ସୁପରିଚାଳନା ଓ ବିଧାୟକଙ୍କ ଭୂମିକା ସମ୍ପର୍କରେ ବୁଝାଇଛନ୍ତି । ସେ କହିଛନ୍ତି ଯେ, ଗଣତନ୍ତ୍ରର ମନ୍ଦିରରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଗୃହକାର୍ଯ୍ୟରେ ସହଯୋଗ କରିବା ସହ ପ୍ରଶ୍ନ ପଚାରିବା ସଦସ୍ୟଙ୍କ ଗାଣତାନ୍ତ୍ରିକ ଅଧିକାର, ତେଣୁ ଗୃହର ମର୍ଯ୍ୟାଦା ରଖିବା ସମସ୍ତଙ୍କ ଦାୟିତ୍ୱ । ଏହା ସହିତ ବର୍ତ୍ତମାନର ଡିଜିଟାଲ ଯୁଗରେ ବିଧାୟକମାନେ ଏଆଇ (AI) ଓ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାର ଶିଖିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି । ବିଧାନସଭାର ବିଜନେସ ଆଡଭାଇଜରି କମିଟି, ହାଉସ କମିଟି ଓ ପିଏସି (PAC) କମିଟିର ରିପୋର୍ଟଗୁଡ଼ିକୁ ଭଲ ଭାବେ ପଢ଼ିବା ସହ ଗୁରୁତ୍ୱର ସହ ନେବାକୁ ଉପରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ବାଚସ୍ପତି ସୁରମା ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *