କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା; SC ଛାତ୍ରଛାତ୍ରୀଙ୍କୁ ମିଳିବ ୮୬ ହଜାର ଟଙ୍କା

ଉଚ୍ଚଶିକ୍ଷା ହାସଲ କରିବାକୁ ଚାହୁଥିବା ଅନୁସୂଚିତ ଜାତି ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ‘ଟପ୍ କ୍ଲାସ୍ ଏଜୁକେସନ୍ ସ୍କିମ୍ ଫର୍ SC ଷ୍ଟୁଡେଣ୍ଟସ୍’ ଯୋଜନାରେ ଆବେଦନ ପ୍ରକ୍ରିୟା ଜାରି ରହିଛି । ଏହି ଯୋଜନା ଅଧୀନରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ତେଣୁ ଯେଉଁମାନେ ଏହି ସୁଯୋଗର ଲାଭ ଉଠାଇବାକୁ ଚାହୁଁଛନ୍ତି, ସେମାନେ ନଭେମ୍ବର ୩୦ ତାରିଖ ପୂର୍ବରୁ ଅନଲାଇନରେ ଆବେଦନ କରିପାରିବେ ।
ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନରେ ଏହି ଯୋଜନା ପରିଚାଳିତ ହେଉଛି । ଦ୍ୱାଦଶ ଶ୍ରେଣୀ ପରେ ଉଚ୍ଚଶିକ୍ଷା ଗ୍ରହଣ କରିବାକୁ ଇଚ୍ଛୁକ SC ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ନ୍ୟାସନାଲ ସ୍କଲାରସିପ୍ ପୋର୍ଟାଲ ଅନୁଯାୟୀ, ଏହି ଶିକ୍ଷାବର୍ଷ ପାଇଁ ଜୁନ୍ ୧ ତାରିଖରୁ ଆବେଦନ ଆରମ୍ଭ ହୋଇଛି । ଆବେଦନର ଶେଷ ତାରିଖ ନଭେମ୍ବର ୩୦ ରହିଛି। ନିର୍ଦ୍ଧାରିତ ସମୟ ପରେ ଆସୁଥିବା ଆବେଦନ ଗ୍ରହଣ କରାଯିବ ନାହିଁ ।
