1 min read

ସରକାର ଦେଇଥିବା ବୋଟ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପରିସରରେ ଦୀର୍ଘ ଦିନ ହେବ ଖତ ଖାଉଛି।

ଅସ୍ତରଙ୍ଗ, ୩୧/୦୭: ଗୋଟିଏ ପଟେ ଦେବୀ ନଦୀ ରେ ବନ୍ୟା ପାଣି ବଢୁଛି, ତଳିଆ ଗାଁ ର ଲୋକ ମଇଁଷି ପାଣି ଘେର ରେ ଫସୁଛନ୍ତି। ଆଉ ଗୋଟିଏ ପଟେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସରକାର ଦେଇଥିବା ବୋଟ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପରିସରରେ ଦୀର୍ଘ ଦିନ ହେବ ଖତ ଖାଉଛି। ଏହା କି ପ୍ରଶାସନିକ ତତ୍ପରତା ? ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପ୍ରଶାସନ ନିକଟରେ ଥିବା “ସ୍ପେସିଆଲ ରିଲିଫ ଓଡିଶା ଏଫଆରପି […]

1 min read

ବନ୍ୟା ରେ ଯାଜପୁର ଜିଲା ର ୯ ବ୍ଳକ ର ୫୦ ରୁ ଉର୍ଦ୍ଧ ପଞ୍ଚାୟତ ପ୍ରଭାବିତ

ଯାଜପୁର, ୩୧୲୦୭(ପିପିଏସ): ଯାଜପୁରରେ ବନ୍ୟାର ସ୍ଥିତି ଆହୁରି ସଙ୍ଗୀନ ହୋଇପଡ଼ିଛି। ଦଶରଥପୁର ଓ ବରୀ ପରେ ଏବେ ବିଞ୍ଝାରପୁର ବ୍ଲକକୁ ମଧ୍ୟ ଗ୍ରାସ କରିଛି ବନ୍ୟା। ସେଠାରେ ମଧ୍ୟ ନୂଆମାହାରା ନିକଟରେ ଘାଇ ହୋଇ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇରହିଛି।ବଡ଼କଥା ହେଲା ଦୁଇଦିନ ତଳେ ଦଶରଥପୁରରେ କାଣୀ ନଦୀରେ ହୋଇଥିବା ଘାଇ ଯୋଗୁଁ ଶହ ଶହ ପରିବାର ଏବେବି ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା କେବଳ ସୁକିନ୍ଦା ବ୍ୟତୀତ ମୋଟାମୋଟି ୯ଟି ବ୍ଲକର ୫୦ରୁ ଉର୍ଧ୍ଵ […]

1 min read

ଫୁଲୁଛି ମହାନଦୀ ଲଗାତର ଦୁଇଦିନ ଧରି ବିଧାୟକଙ୍କ ବନ୍ୟାଞ୍ଚଳ ପରିଦର୍ଶନ।

ଭାପୁର, ୩୧୲୦୭ (ପିପିଏସ): ଲଘୁଚାପ ଜନିତ ବର୍ଷା ଦ୍ଵାରା ମହାନଦୀରେ ବନ୍ୟା ଜଳ ଆସି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ପଞ୍ଚାୟତର ମଣିପୁର ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି. ସେହିପରି କରବର-ବୈଦେଶ୍ଵର ରାସ୍ତାର କାଳିଗିରି ପୋଲ ଉପରେ ୪ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବିଛିନ୍ନ ହୋଇଛି। ମହାନଦୀରେ ବନ୍ୟା ଆସିଥିବାରୁ କରବର ପଞ୍ଚାୟତର କରବର, ବଡ଼ବର, ଲଣ୍ଡାବର, ଗୁଡ଼ୁପଡ଼ା, ମାଣିତ୍ରି, ଶାସନ ପଞ୍ଚାୟତର ଯଶୋବନ୍ତପୁର, ଟିକିରିପଡ଼ା, ପଦ୍ମାବତୀ ପଞ୍ଚାୟତର ପଦ୍ମାବତୀ, […]

1 min read

କମ ବୟସରୁ କୋଟି ପତି ଚ୍ୟାଲେଞ୍ଜ

କିଛି ବର୍ଷ ପୂର୍ବେ ସମୟ ଏମିତି ଥିଲା , ଯେତେବେଳେ ଭାରତର ସବୁଠୁ ଧନୀ ତାଲିକାରେ କେବଳ ବଡ଼ ବଡ଼ ବ୍ୟବସାୟୀ ଘର ପରିବାରର ନାଁ ରହୁ ଥିଲା। କିନ୍ତୁ ଏବେ ସେହି ସମୟ ବଦଳି ଯାଇଛି। ନୂଆ ପିଢ଼ିର ଯୁବ ଷ୍ଟାର୍ଟଅପ୍ ଫାଉଣ୍ଡରମାନେ ଖୁବ୍ କମ୍ ବୟସରେ ହଜାର ହଜାର କୋଟି ଟଙ୍କାର କମ୍ପାନୀ ଛିଡ଼ା କରି ଦେଇଛନ୍ତି। ଏହି ବଦଳୁ ଥିବା ଭାରତର ସବୁଠୁ ବଡ଼ ଉଦାହରଣ ଏବେ ସାଜିଛନ୍ତି ୨୨ ବର୍ଷୀୟ କୈବଲ୍ୟ ବୋହରା। ଫାଷ୍ଟ ଡେଲିଭରୀ ଆପ୍ ‘Zepto’ର କୋ-ଫାଉଣ୍ଡର କୈବଲ୍ୟ ଆଜି ଭାରତର ସବୁଠୁ ଯୁବ ଟେକ୍ କୋଟିପତି ଭାବେ ପରିଚିତ। ବୟସ ମାତ୍ର ୨୨ ବର୍ଷ। ଆଜିକାଲିର ଯୁବପିଢ଼ି ଯେଉଁ ବୟସରେ ଚାକିରି ଖୋଜିବାରେ ବ୍ୟସ୍ତ ଥାଆନ୍ତି, ସେହି ବୟସରେ କୈବଲ୍ୟ ବୋହରା ପ୍ରାୟ ୪,୪୮୦ କୋଟି ଟଙ୍କାର ନେଟୱର୍ଥ ସହ ଦେଶର ସବୁଠୁ ଯୁବ କୋଟିପତି ପାଲଟିଛନ୍ତି। କୈବଲ୍ୟ ଓ ତାଙ୍କ ପିଲାଦିନର ସାଙ୍ଗ ଆଦିତ ପଲିଚା ଆମେରିକାର ପ୍ରସିଦ୍ଧ ଷ୍ଟାନଫୋର୍ଡ ୟୁନିଭର୍ସିଟିରେ ପଢୁ ଥିଲେ। କିନ୍ତୁ ନିଜର ବ୍ୟବସାୟିକ ସ୍ୱପ୍ନକୁ ସାକାର କରିବା ପାଇଁ ଦୁହେଁ କଲେଜ ପଢ଼ା ଅଧାରୁ ଛାଡ଼ି ଦେଇ ଥିଲେ। କୋଭିଡ୍ ମହାମାରୀ ସମୟରେ ଲୋକଙ୍କ ନିକଟରେ ସହଜରେ ରାସନ୍ ପହଞ୍ଚାଇବା ପାଇଁ ପ୍ରଥମେ WhatsApp ରୁ ଆରମ୍ଭ ହୋଇ ଥିବା ଏହି ଆଇଡିଆ, ୨୦୨୧ରେ ‘Zepto’ ଆପ୍‌ର ରୂପ ନେଇ ଥିଲା। Zeptoର ସବୁଠୁ ବଡ଼ ସଫଳତା ଥିଲା ‘୧୦ ମିନିଟ୍ ଭିତରେ ଗ୍ରୋସରୀ ଡେଲିଭରୀ’ର ପ୍ରତିଶ୍ରୁତି। ଆରମ୍ଭରୁ ଅନେକ ଲୋକ ଏହାକୁ ଅସମ୍ଭବ ବୋଲି କହି ଥିଲେ ବି ସହର ଗୁଡ଼ିକରେ ଛୋଟ ଛୋଟ ଡାର୍କ ଷ୍ଟୋର୍ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଆଧାରିତ ଟେକ୍ନୋଲୋଜି ବ୍ୟବହାର କରି କମ୍ପାନୀ ଏହାକୁ ସମ୍ଭବ କରି ଦେଖାଇଲା। ଆଜି ବ୍ଲିଙ୍କିଟ୍ (Blinkit), ସ୍ୱିଗି ଇନଷ୍ଟାମାର୍ଟ ଏବଂ ବିଗ୍ ବାସ୍କେଟ୍ ଭଳି ବଡ଼ ବଡ଼ କମ୍ପାନୀଗୁଡ଼ିକୁ କଡ଼ା ଟକ୍କର ଦେଉଛି Zepto। କୈବଲ୍ୟ ନିଜେ ଟେକ୍ନୋଲୋଜି ବିଭାଗ ସମ୍ଭାଳୁ ଥିବା ବେଳେ କମ୍ପାନୀର ଚିଫ୍ ଟେକ୍ନୋଲୋଜି ଅଫିସର ଭାବେ କାର୍ଯ୍ୟ କରୁଛନ୍ତି। ଆଜିର ଡିଜିଟାଲ୍ ଇଣ୍ଡିଆ, ଶସ୍ତା ଇଣ୍ଟରନେଟ୍, UPI ଓ ଷ୍ଟାର୍ଟଅପ୍ ଆଦିରେ ଇନଭେଷ୍ଟମେଣ୍ଟ ବୃଦ୍ଧି ଯୋଗୁଁ ଭାରତରେ କୋଟିପତି ହେବାର ସଂଜ୍ଞା ବଦଳି ଯାଇଛି। ବଡ଼ ବଡ଼ ବ୍ୟବସାୟୀ ପରିବାର ଓ ଫ୍ୟାକ୍ଟ୍ରି ନଥାଇ ବି କେବଳ ଗୋଟିଏ ସଠିକ୍ ଟେକ୍ ଆଇଡିଆ ଏବଂ କଠିନ ପରିଶ୍ରମ ବଳରେ ଯୁବପିଢ଼ି ନିଜ ସ୍ୱପ୍ନ ପୂରଣ କରି ପାରୁଛନ୍ତି। କୈବଲ୍ୟଙ୍କ ଏହି ସଫଳତା ଆଜି ଦେଶର ଲକ୍ଷ ଲକ୍ଷ ଯୁବ ଉଦ୍ୟୋଗୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି। AI, ଫିନଟେକ୍ ଓ କ୍ୱିକ୍ କମର୍ସ କ୍ଷେତ୍ରରେ ଭାରତୀୟ ଯୁବପିଢ଼ିଙ୍କ ଏହିପରି ପ୍ରବେଶ ଆଜି ବିଶ୍ୱସ୍ତରୀୟ ଇନଭେଷ୍ଟରମାନଙ୍କ ଦୃଷ୍ଟି ଆକର୍ଷଣ କରୁଛି। କମ୍ ବୟସରୁ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜକୁ ଗ୍ରହଣ କରି ସଫଳ ହେବାର ଏହି କାହାଣୀ ପ୍ରମାଣିତ କରୁଛି ଯେ, ନୂଆ ଭାରତର ନୂଆ ପିଢ଼ି ଆଉ କାହା ଠାରୁ ପଛରେ ନାହାଁନ୍ତି।

1 min read

ଚିତଉ ପିଠାର ନିଆରା ପରମ୍ପରା ଚିତାଲାଗି ଅମାବାସ୍ୟା

ଓଡ଼ିଶାରେ ପାଳିତ ହେଉଥିବା ଅନେକ ଗଣପର୍ବ ମଧ୍ୟରେ ଗୋଟିଏ ହେଲା ଚିତାଲାଗି ଅମାବାସ୍ୟା ବା ଚିତଉ ଅମାବାସ୍ୟା। ଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ଏହା  ପାଳିତ ହୋଇଥାଏ। ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କର ଚିତାଲାଗି ହୋଇଥାଏ । ତିନିଠାକୁରଙ୍କ ଲଲାଟରେ ଦଇତାପତିମାନେ ଚିତା ଲାଗି କରୁଥିବାରୁ ଏହାର ନାମ ଚିତାଲାଗି ଅମାବାସ୍ୟା ହୋଇଛି। ଏହି ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ପିଠା ତିଆରି କରି ଅର୍ପଣ କରାଯାଇଥାଏ। ଏହା ଓଡିଶାର ପଶୁଯନ୍ତୁ ପ୍ରତି ଭଲ ପାଇବାର ଉଦାହରଣ। ଏହି ପ୍ରଥା ଶବର ପରମ୍ପରାରୁ ଆସିଛି ବୋଲି କୁହାଯାଏ। ତେବେ ବାଲେଶ୍ୱର, ମୟୁରଭଞ୍ଜ ଓ କେଉଁଝର ଆଦି ଅଞ୍ଚଳରେ ଏହି ପର୍ବକୁ “ଗେଣ୍ଡାକଟା ଅମାବାସ୍ୟା” କୁହାଯାଏ । ଏହା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆଦିବାସୀମାନଙ୍କ ମଧ୍ୟରେ ଜନ୍ତୁଆଦିଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ପାଳିତ ପର୍ବମାନଙ୍କ ମଧ୍ୟରେ ଗୋଟିଏ । ସାଧାରଣତଃ ଚାଷୀମାନେ ବର୍ଷା ଋତୁ ସମୟରେ ଧାନ ଫସଲ ପାଇଁ ବିଲକୁ ଯାଆନ୍ତି। ବିଲରେ ଗେଣ୍ଡାମାନଙ୍କ ଯୋଗୁଁ ଗୋଡ଼ କଟି କ୍ଷତି ହୋଇଥାଏ। ଏଣୁ ଏହି ଆଶଙ୍କାକୁ ଏଡ଼େଇବା ପାଇଁ ଚିତଉ ପିଠାକୁ ସାରୁ ପତ୍ରରେ ରଖି ଗେଣ୍ଡାମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଜଳାଶୟକୁ ପକାଯାଏ। ପାଳନ ବିଧି: ଜଗନ୍ନାଥ ମନ୍ଦିର – ସ୍ନାନ ପୂର୍ଣ୍ଣିମା ଦିନ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଲଲାଟରୁ ଯେଉଁ ଚିତା କଢାଯାଇଥାଏ ତାହା ପୁଣି ଶ୍ରାବଣ ଅମାବାସ୍ୟା ତିଥିରେ ଲାଗି କରାଯାଏ। ଶ୍ରୀଜଗନ୍ନାଥଙ୍କ ମସ୍ତକରେ ହୀରାଖଚିତ ଧଳା ଚିତା, ଶ୍ରୀ ବଳଭଦ୍ରଙ୍କ ମସ୍ତକରେ ନୀଳାଖଚିତ ନିଳ ଚିତା ଏବଂ ଦେବୀ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟ ଖଚିତ ନାଲି ଚିତା ଲାଗି କରାଯାଏ। ଉତ୍ତର ଓଡ଼ିଶାରେ ଘରେ – ଏହି ଓଷାରେ ଗୃହିଣୀମାନେ ଘରେ ଚିତଉ ପିଠା ପ୍ରସ୍ତୁତ କରି ଏହାକୁ ଧାନ କ୍ଷେତରେ, ବାଡ଼ିବଗିଚାରେ, ଫସଲ କିଆରିରେ ମାଟିକୁ ଜନନୀ ଜ୍ଞାନ କରି ତାଙ୍କ ପାଇଁ ସମର୍ପଣ କରି ପୋତନ୍ତି। ତା’ସହିତ ଠାକୁର ବା ଇଷ୍ଟଦେବତାଙ୍କୁ ମଧ୍ୟ ଭୋଗ କରନ୍ତି। ଏହାସହ ବିଲରେ ପ୍ରଚୁର ଗେଣ୍ଡା ଥିବାରୁ ଏମାନେ ଚାରା ସବୁକୁ କାଟି ପକାନ୍ତି। ପୁଣି ବଛା ଖେଳା ବେଳେ ଚାଷୀର ଗୋଡ଼, ଆଣ୍ଠୁ ବା ହାତକୁ କାଟି ଦିଅନ୍ତି। ଏହି ଦୁଇଟିରୁ ରକ୍ଷା ପାଇବା ପାଇଁ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଚିତଉପିଠା କରି ପୋଖରୀ ବା ଚାଷଜମିକୁ ପକାଯାଏ। ଗେଣ୍ଡାମାନେ ପିଠା ପ୍ରତି ଆକୃଷ୍ଟ ହୋଇ ଚାରାଗଛ ଓ ମଣିଷଠାରୁ ଦୂରେଇ ଯାଆନ୍ତି। ପରମ୍ପରା ଅନୁଯାୟୀ ଏହିଦିନରେ ପୋଖରୀକୁ ଗେଣ୍ଡା ଉଦ୍ଦେଶ୍ୟରେ ଝିଅପିଲାମାନେ ପିଠା ନିକ୍ଷେପ କରି ବାପା, ଭାଇ ଓ ବନ୍ଧୁବାନ୍ଧବମାନଙ୍କ ଗୋଡ଼ ନ କାଟିବାକୁ ଗେଣ୍ଡାମାନଙ୍କ ଉଦ୍ଦେଶ୍ୟରେ କୁହନ୍ତି: “ଗେଣ୍ଡେଇଶୁଣିଲୋ ଗେଣ୍ଡେଇଶୁଣିମୋ ଗୋଡ଼ କାଟିବୁ ନାହିଁ, ମୋ ବାପା ଗୋଡ଼ କାଟିବୁ ନାହିଁ,ମୋ ବୋଉ ଗୋଡ଼ କାଟିବୁ ନାହିଁ, ଭାଇ ଗୋଡ଼ କାଟିବୁ ନାହିଁ ।ଆମ ଫସଲ କାଟିବୁ ନାହିଁ ।” ଏଥିପାଇଁ ଏହି ଓଷାରେ ଗେଣ୍ଡାଙ୍କୁ ଗେଣ୍ଡେଇଶୁଣୀ ନାମରେ ପୂଜା ମଧ୍ୟ କରାଯାଇଥାଏ। ଏହି ବିଧି ପାଇଁ ଓଡ଼ିଶାର ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଜିଲ୍ଲା ଆଦିରେ ଏହା ଗେଣ୍ଡାକଟା ଅମାବାସ୍ୟା ନାମରେ ଜଣାଶୁଣା।

1 min read

ଭାରତୀୟ ନୋଟ୍‌ରେ କେତୋଟି ଭାଷା ଲେଖାଥାଏ?

ଯଦି ଆପଣ କେବେ ଭାରତୀୟ ନୋଟ୍‌କୁ ଧ୍ୟାନର ସହ ଦେଖିଥିବେ, ତେବେ ସେଥିରେ ଭିନ୍ନ ଭିନ୍ନ ଭାଷାରେ  ଲେଖାଯାଇଥିବା ଶବ୍ଦଗୁଡ଼ିକୁ ନିଶ୍ଚୟ ଲକ୍ଷ୍ୟ କରିଥିବେ। ଏଭଳି ପରିସ୍ଥିତିରେ ଆପଣ ଜାଣିଛନ୍ତି କି, ଭାରତୀୟ ନୋଟ୍‌ଗୁଡ଼ିକରେ ମୋଟ୍ କେତୋଟି ଭାଷା ଲେଖାଯାଇଥାଏ ଏବଂ  ଏପରି କାହିଁକି କରାଯାଏ? ଏହା ପଛର କାରଣ ହେଉଛି ଭାରତରେ କୁହାଯାଉଥିବା ଭାଷାଗୁଡ଼ିକ, ଯାହା ଲୋକମାନଙ୍କର  ଭାବନାକୁ ପ୍ରକାଶ କରିବାର କାମ କରିଥାଏ। ଭାରତୀୟ ନୋଟ୍‌ରେ ମୋଟ୍ କେତୋଟି ଭାଷା ଥାଏ? ଭାରତୀୟ ମୁଦ୍ରା (କରେନ୍ସି) ନୋଟ୍‌ଗୁଡ଼ିକରେ ପ୍ରାୟ ୧୭ଟି ଭାଷା ଲେଖାଯାଇଥାଏ। ନୋଟ୍‌ର ସମ୍ମୁଖ ଭାଗରେ ୨ଟି ଭାଷା ଥାଏ, ଯାହାକୁ ହିନ୍ଦୀ ଏବଂ ଇଂରାଜୀ ଜାଣିଥିବା  ଲୋକେ ସହଜରେ ପଢ଼ିପାରିବେ। ସେହିପରି, ପଛ ଭାଗରେ ୧୫ଟି ଭାଷା ଲେଖାଯାଇଥାଏ। ସେହି ୧୫ଟି ଭାଷା କେଉଁଗୁଡ଼ିକ?ଭାରତୀୟ ନୋଟ୍‌ର ଭାଷା ପ୍ୟାନେଲ୍ (Language Panel) ରେ ଏହି ୧୫ଟି ଭାଷା ସାମିଲ ଥାଏ। ଏଥିରେ ଅସମୀୟା, ବଙ୍ଗଳା, ଗୁଜରାଟୀ, କନ୍ନଡ, କାଶ୍ମୀରୀ, କୋଙ୍କଣୀ, ମାଲାୟାଲମ୍, ମରାଠୀ, ନେପାଳୀ,  ଓଡ଼ିଆ, ପଞ୍ଜାବୀ, ସଂସ୍କୃତ, ତାମିଲ, ତେଲୁଗୁ ଏବଂ ଉର୍ଦ୍ଦୁ ଲେଖାଯାଇଥାଏ। ହିନ୍ଦୀ ଏବଂ ଇଂରାଜୀ ଅଲଗା କାହିଁକି ଲେଖାଯାଏ?ହିନ୍ଦୀ ଏବଂ ଇଂରାଜୀକୁ ନୋଟ୍‌ର ସମ୍ମୁଖ ଭାଗରେ (ଆଗ ପଟେ) ଲେଖାଯାଇଥାଏ। ଏହାଦ୍ୱାରା ସାରା  ଦେଶରେ ନୋଟ୍‌କୁ ଚିହ୍ନିବା ସହଜ ହୋଇଥାଏ। ସେହିପରି, ଅନ୍ୟ ଭାରତୀୟ ଭାଷାଗୁଡ଼ିକୁ ପଛ ପଟେ ଥିବା  ଭାଷା ପ୍ୟାନେଲ୍‌ରେ ସାମିଲ କରାଯାଇଛି। ସବୁ ଭାଷା କାହିଁକି ନଥାଏ?ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ବର୍ତ୍ତମାନ ୨୨ଟି ଭାଷା ସାମିଲ ରହିଛି, କିନ୍ତୁ ଭାରତୀୟ ନୋଟ୍‌ଗୁଡ଼ିକରେ ଏବେ ମଧ୍ୟ ମୋଟ୍ ୧୭ଟି ଭାଷା ହିଁ ଲେଖାଯାଉଛି। ଏହାର କାରଣ ହେଉଛି ନୋଟ୍‌ଗୁଡ଼ିକର ବର୍ତ୍ତମାନର ଡିଜାଇନ୍ ସେହି ସମୟରେ ପ୍ରସ୍ତୁତ କରାଯାଇଥିଲା। ନୋଟ୍‌ଗୁଡ଼ିକରେ ଭାଷା ଲେଖିବାର ଆରମ୍ଭ କେବେ ହୋଇଥିଲା?ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା ଜାରି କରାଯାଉଥିବା ନୋଟ୍‌ଗୁଡ଼ିକରେ ବିଭିନ୍ନ ଭାରତୀୟ ଭାଷାର  ବ୍ୟବହାର ଅନେକ ଦଶନ୍ଧି ଧରି କରାଯାଇ ଆସୁଛି। ଏହାର ଉଦ୍ଦେଶ୍ୟ ହେଉଛି ଦେଶର ଭିନ୍ନ ଭିନ୍ନ ରାଜ୍ୟ ଏବଂ  ଭାଷାଭାଷୀ ସମୁଦାୟର ଲୋକଙ୍କୁ  ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା।

1 min read

ୱାଙ୍ଗଚୁକ୍‌ଙ୍କ ‘ଟ୍ରାଇବାଲ୍ ହାଉସ୍’

ମାଟିକାନ୍ଥ ଘର । କିନ୍ତୁ ସୁବିଧାରେ ଭିଲ୍ଲାଠାରୁ କମ୍ ନୁହେଁ । ଲଦାଖର ବିଯୁକ୍ତ ତାପମାତ୍ରାରେ ବି ଘର ଭିତର ଉଷୁମ । ବିନା ହିଟରରେ ମଧ୍ୟ ଭିତରେ ୧୮ରୁ ୨୦ ଡିଗ୍ରୀ ତାପମାତ୍ରା । ପାରମ୍ପରିକ ପାହାଡ଼ିଆ ବାସ୍ତୁକଳା ଏବଂ ପାଣିପାଗ ଅନୁକୂଳ ଆଧୁନିକ ଇଞ୍ଜିନିୟରିଂର ଏହା ଏକ ଚମତ୍କାର ଉଦାହରଣ । ତାପମାତ୍ରାର ପ୍ରାକୃତିକ ନିୟନ୍ତ୍ରଣ ପାଇଁ ସବୁ ବ୍ୟବସ୍ଥା ଖଞ୍ଜାଯାଇଛି । ଘର ତିଆରିରେ ସିମେଣ୍ଟ ଓ କଂକ୍ରିଟ ବଦଳରେ ପ୍ରାକୃତିକ ସାମଗ୍ରୀ ବ୍ୟବହାର କରାଯାଇଛି । ସୂର୍ଯ୍ୟ କିରଣରେ ଘର ଗରମ ହେଉଛି । ଜଳ ସଂରକ୍ଷଣ ଲାଗି ସ୍ୱତନ୍ତ୍ର ପାଇଖାନା ରହିଛି । ୨୬ ଦିନ ଅନଶନ କରି ଦେଶବ୍ୟାପୀ ଚର୍ଚ୍ଚା ସାଉଁଟିଥିବା ଜଳବାୟୁ କର୍ମୀ ତଥା ଶିକ୍ଷାବିତ୍ ସୋନମ ୱାଙ୍ଗଚୁକ୍‌ଙ୍କର ଏହି ‘ଟ୍ରାଇବାଲ୍ ଘର’ ଏବେ ବେଶ୍ ଚର୍ଚ୍ଚାରେ । ଜଳବାୟୁ କର୍ମୀ ହିସାବରେ ସେ ନିଜ ଘରକୁ ବାସ୍ତବରେ ପରିବେଶ ଅନୁକୂଳ ବନାଇଛନ୍ତି । ପରିବେଶ ପାଇଁ ଏହା ଦୃଷ୍ଟାନ୍ତ ସାଜିଛି । ଆମେରିକା ଓ ୟୁରୋପରେ ବି ଏହାକୁ ନେଇ ଚର୍ଚ୍ଚା ହେଉଛି । ଗବେଷଣା ବି କରାଯାଉଛି । ୱାଙ୍ଗଚୁକ୍‌ଙ୍କୁ ଲୋକେ ଜଣେ ଇଞ୍ଜିନିୟର, ଶିକ୍ଷା ସଂସ୍କାରକ ଏବଂ ପରିବେଶ ସଂରକ୍ଷକ ଭାବେ ଜାଣନ୍ତି । କିନ୍ତୁ ତାଙ୍କର ଲଦାଖସ୍ଥିତ ଘରକୁ ବହୁତ କମ୍ ଲୋକ ପାଖରୁ ଦେଖିଛନ୍ତି । ରହିବା ପାଇଁ ଏହା କେବଳ ଏକ ଘର ନୁହେଁ । ବରଂ ପ୍ରକୃତିକୁ ବୁଝି ଘର ନିର୍ମାଣ କଲେ ସ୍ୱଳ୍ପ ସମ୍ବଳରେ ମଧ୍ୟ ଆରାମଦାୟକ ଜୀବନ ବଞ୍ଚିହେବ ବୋଲି ଏହା ଶିଖାଉଛି । ଏହି ନିଆରା ଘର ‘ହିମାଳୟନ ଇନଷ୍ଟିଚ୍ୟୁଟ ଅଫ ଅଲ୍ଟରନେଟିଭ୍ସ ଲଦାଖ (ଏଚ୍‌ଆଇଏଏଲ୍)’ ପରିସରରେ ନିର୍ମାଣ ହୋଇଛି । ଏହାର ଛୋଟବଡ଼ ସମସ୍ତ ଅଂଶକୁ ପରିବେଶକୁ ଧ୍ୟାନରେ ରଖି ଡିଜାଇନ କରାଯାଇଛି । ଏଠାରେ ଆଧୁନିକ ସୁବିଧା ସାଙ୍ଗକୁ ପାରମ୍ପରିକ ଲଦାଖୀ ଭାବନା ବି ଖୁନ୍ଦି ହୋଇଛି । ଏହି କାରଣରୁ ଘରଟି ଆଜି ବିଶ୍ୱବ୍ୟାପୀ ଲୋକଙ୍କ ପାଇଁ ପ୍ରେରଣା ପାଲଟିଛି । ଘରଟିର ସବୁଠୁ ବିଶେଷତ୍ୱ ହେଉଛି ଏହାର କାନ୍ଥ । ସମ୍ପ୍ରତି ଅଧିକାଂଶ ଘର ସିମେଣ୍ଟ, କଂକ୍ରିଟ ଏବଂ ଇସ୍ପାତ ଦ୍ୱାରା ବନାଯାଉଛି । କିନ୍ତୁ ଏହି ଘରେ ମାଟି ଏବଂ ସ୍ଥାନୀୟ ପ୍ରାକୃତିକ ସାମଗ୍ରୀ ବ୍ୟବହାର କରାଯାଇଛି । ଲଦାଖରେ ଅନେକ ଶତାବ୍ଦୀ ଧରି ଏହି ପ୍ରକାର ଘର ନିର୍ମାଣ କରାଯାଉଛି । ମୁଖ୍ୟ କାରଣ ହେଉଛି ଏଠାକାର ପ୍ରତିକୂଳ ପାଣିପାଗ । ମୋଟା ମାଟିର କାନ୍ଥ ଗରମ ଦିନରେ ବି ଘରକୁ ଥଣ୍ଡା ରଖିଥାଏ ଏବଂ ବିଯୁକ୍ତ ତାପମାତ୍ରାରେ ଭିତରକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଉଷୁମ ରଖେ । ଏହା ଫଳରେ ପୃଥକ ରୁମ୍ ହିଟର ଚଳାଇବା ଦରକାର ହୁଏନାହିଁ । ଘରର ସୋଲାର ଡିଜାଇନ ବି ଦୃଷ୍ଟି ଆକର୍ଷଣ କରେ । ଏହାର ବଡ଼ ବଡ଼ ଝରକା ଏଭଳି ଦିଗରେ ପ୍ରସ୍ତୁତ ହୋଇଛି, ଯାହାଦ୍ୱାରା ଦିନସାରା ଖରା ପଡ଼ିଥାଏ । ସୂର୍ଯ୍ୟଙ୍କ କିରଣରୁ ମିଳୁଥିବା ଉତ୍ତାପ ମାଟିକାନ୍ଥରେ ଜମା ହୋଇ ରହିଥାଏ ଏବଂ ସନ୍ଧ୍ୟା ହେବା ପରେ ଧୀରେ ଧୀରେ ସାରା ଘରକୁ ଏହି ଉତ୍ତାପ ବ୍ୟାପିବାକୁ ଲାଗିଥାଏ । ଏହାଯୋଗୁ ଲଦାଖ ଭଳି ସାଙ୍ଘାତିକ ଥଣ୍ଡା ଜାଗାରେ ଘର ଭିତର ତାପମାତ୍ରା ଆରାମଦାୟକ ଅନୁଭୂତ ହୁଏ । ଏହାଦ୍ୱାରା ବିଜୁଳି ଏବଂ ଇନ୍ଧନ ସଞ୍ଚୟ ହୋଇଥାଏ । ବାହାରୁ ଦେଖିବାକୁ ଘରଟି ସମ୍ପୂର୍ଣ୍ଣ ପାରମ୍ପରିକ ଲଦାଖୀ ଘର ଭଳି ଲାଗିଥାଏ । କିନ୍ତୁ ଭିତରେ ପ୍ରବେଶ କରିବା କ୍ଷଣି ଆଧୁନିକ ସୁବିଧା ଦୃଷ୍ଟି ଆକର୍ଷଣ କରେ । ଘରକୁ ଆସୁଥିବା ନୂଆ ଅତିଥି ଏହାକୁ ଦେଖି ବିଭୋର ହୋଇଉଠନ୍ତି । ଏହାର ସୌନ୍ଦର୍ଯ୍ୟ ଏବଂ ବୈଶିଷ୍ଟ୍ୟକୁ ପ୍ରଶଂସା କରିବାକୁ ଭୁଲନ୍ତି ନାହିଁ । ଆରାମରେ ବସିବା ସ୍ଥାନ, ସୁନ୍ଦର କାଠ ଫର୍ନିଚର, ମଡ୍ୟୁଲାର କିଚେନ ଏବଂ ପରିବାର ସହ ବସି ଖାଇବାକୁ ଖୋଲା ସ୍ଥାନ ଏହାକୁ ସ୍ୱତନ୍ତ୍ର ବନାଉଛି । ସମସ୍ତ କକ୍ଷରେ ଜରୁରି ସୁବିଧା ମହଜୁଦ । ଏହି ଘରେ ସ୍ୱାଭାବିକ ଫ୍ଲସ ଟଏଲେଟ ସ୍ଥାନରେ ସ୍ୱତନ୍ତ୍ର ପ୍ରକାର କମ୍ପୋଷ୍ଟିଙ୍ଗ୍ ଟଏଲେଟ୍ ଲଗାଯାଇଛି । ଏଥିରେ ପ୍ରତିଥର ଫ୍ଲସ୍ କରିବା ଲାଗି ପାଣିର ଆବଶ୍ୟକ ହୁଏନାହିଁ । ଏହା ବଦଳରେ କାଠଗୁଣ୍ଡ କିମ୍ବା ମାଟି ବ୍ୟବହାର କରାଯାଏ । ଏହାଦ୍ୱାରା ବହୁତ ପାଣି ସଞ୍ଚୟ ହୋଇଥାଏ । ଶେଷରେ ଏହା ଜୈବିକ ସାରରେ ରୂପାନ୍ତରିକ ହୁଏ । ଲଦାଖ ଭଳି ଅଞ୍ଚଳରେ ପାଣି ବହୁତ ମହଙ୍ଗା । ସେଠାରେ ଏହି କୌଶଳ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । ଘର ପାଖରେ କମ୍ ଖାଲି ସ୍ଥାନ ଦେଖିବାକୁ ମିଳେ । ଏଠାରେ ଗ୍ରୀନହାଉସ ନିର୍ମାଣ କରାଯାଏ, ଯେଉଁଠାରେ ପାଣିପାଗ ଅନୁସାରେ ପନିପରିବା ଏବଂ ଅନ୍ୟ ଚାରା ରୋପଣ କରାଯାଏ । ଏହାଛଡ଼ା ସେଓ ଗଛ ବି ଲଗାଯାଏ । ସମଗ୍ର ପରିସରକୁ ଏଭଳି ଭାବେ ପ୍ରସ୍ତୁତ କରାଯାଇଛି, ଯାହାଦ୍ୱାରା ସ୍ଥାନୀୟ ସମ୍ବଳର ସର୍ବାଧିକ ଉପଯୋଗ ହେବ ଏବଂ ପ୍ରକୃତି ଉପରେ ଅନ୍ୟୂନ ଚାପ ପଡ଼ିବ । ବର୍ତ୍ତମାନ ସମଗ୍ର ବିଶ୍ୱରେ ଶକ୍ତି ସଂରକ୍ଷଣ ଏବଂ ପ୍ରଦୂଷଣ ହ୍ରାସ ଉପରେ ଗୁରୁତ୍ୱ ଦିଆଯାଉଛି । ଏଭଳି ସମୟରେ ସୋନମ ୱାଙ୍ଗଚୁକ୍‌ଙ୍କର ଏହି ଘର ଦର୍ଶାଉଛି ଯେ ପାରମ୍ପରିକ ଜ୍ଞାନ ଓ ଆଧୁନିକ ବିଜ୍ଞାନକୁ ମିଶାଇ ଉନ୍ନତ ଭବିଷ୍ୟତ ନିର୍ମାଣ କରାଯାଇ ପାରିବ । ସ୍ଥାନୀୟ ସାମଗ୍ରୀର ବ୍ୟବହାର, ପାଣି ସଞ୍ଚୟ, ସୌର ଶକ୍ତି ଏବଂ ପ୍ରାକୃତିକ ଡିଜାଇନ ଏହି ଘରକୁ ଏକ ‘ଆଦର୍ଶ ଗ୍ରୀନ୍ ହୋମ୍’ ଭାବେ ଗଢ଼ିତୋଳିଛି ।

1 min read

ସମୁଦ୍ର କୂଳରେ ହିଁ କାହିଁକି ହୁଏ ନଡ଼ିଆ ଚାଷ?

ନଡ଼ିଆ ପାଣି ପ୍ରାୟ ସମସ୍ତେ ପିଇଥିବେ । ଏହାର ମିଠା ପାଣି ଏବଂ ଭିତରେ ଥିବା ଧଳା ଅଂଶ ଲୋକଙ୍କୁ ଖୁବ୍ ପସନ୍ଦ ଆସିଥାଏ ଏବଂ ଗ୍ରୀଷ୍ମ ଋତୁରେ ଏହା ଶରୀରକୁ ବେଶ୍ ଆରାମ ଦେଇଥାଏ । ନଡ଼ିଆ ଗଛ ସାଧାରଣତଃ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ଅଧିକ ଦେଖିବାକୁ ମିଳେ । ସେଠାରେ ସମୁଦ୍ର କୂଳରେ ବାଲି ଉପରେ ଚାଲିବା ସମୟରେ ଦୂର ପର୍ଯ୍ୟନ୍ତ ବ୍ୟାପିଥିବା ନଡ଼ିଆ ଗଛଗୁଡ଼ିକ ମନକୁ ଖୁବ୍ ଶାନ୍ତି ଦେଇଥାନ୍ତି । କିନ୍ତୁ ଆପଣ କେବେ ଲକ୍ଷ୍ୟ କରିଛନ୍ତି କି, ଏହି ଗଛଗୁଡ଼ିକ ସବୁବେଳେ ସମୁଦ୍ର ଆଡ଼କୁ ଢଳି ରହିଥାନ୍ତି । ଆଖପାଖ ସହର କିମ୍ବା ପାହାଡ଼ିଆ ଅଞ୍ଚଳରେ ଏହି ଗଛ ସେତେଟା ଦେଖାଯାଏ ନାହିଁ, ବରଂ ସବୁବେଳେ ସମୁଦ୍ର କୂଳରେ ଏହା ଅଧିକ ଦେଖାଯାଏ । ଆସନ୍ତୁ ଜାଣିବା ଏହା ପଛର ଅସଲ କାରଣ । ସମୁଦ୍ର ଆଡ଼କୁ ଢଳି ରହିବାର ରହସ୍ୟ ସାଧାରଣତଃ ଅଧିକାଂଶ ଗଛ ପ୍ରବଳ ପବନ ବହିଲେ ତାର ବିପରୀତ ଦିଗକୁ ଢଳିଯାନ୍ତି, କିନ୍ତୁ ନଡ଼ିଆ ଗଛ କ୍ଷେତ୍ରରେ ଏମିତି ଆଦୌ ହୁଏନାହିଁ । ଏହି ଗଛ ପବନର ଦିଗ ଅନୁସାରେ ନଇଁବା ପରିବର୍ତ୍ତେ ସୂର୍ଯ୍ୟଙ୍କ ଆଲୋକ ଆଡ଼କୁ ଅଧିକ ଆକର୍ଷିତ ହୋଇଥାଏ, ଯାହାକୁ ବିଜ୍ଞାନ ଭାଷାରେ ‘ଫୋଟୋଟ୍ରୋପିଜମ୍’ କୁହାଯାଏ । ସମୁଦ୍ର ଉପର ଆକାଶ ସମ୍ପୂର୍ଣ୍ଣ ଖୋଲା ଏବଂ ସଫା ଥିବାରୁ, ଗଛଗୁଡ଼ିକୁ ସେହି ଦିଗରୁ ହିଁ ସବୁଠାରୁ ଅଧିକ ପବନ ଓ ସୂର୍ଯ୍ୟକିରଣ ମିଳିଥାଏ । ଏହି ପ୍ରଚୁର ଆଲୋକ ପାଇବା ପାଇଁ ନଡ଼ିଆ ଗଛଗୁଡ଼ିକ ସମୁଦ୍ର ଆଡ଼କୁ ଢଳି ଚାଲନ୍ତି । ଏହା ବ୍ୟତୀତ ଉପକୂଳ ଅଞ୍ଚଳରେ ଆସୁଥିବା ବାତ୍ୟା ଓ ଝଡ଼ର ମାଡ଼ ସହି ଏହି ଗଛଗୁଡ଼ିକ ଅନ୍ୟ ଜଙ୍ଗଲ ପାଇଁ ଏକ ସୁରକ୍ଷା ପ୍ରାଚୀର ସଦୃଶ କାର୍ଯ୍ୟ କରନ୍ତି । ସମୁଦ୍ର କୂଳରେ ହିଁ କାହିଁକି ଗଜା ହୁଏ ନଡ଼ିଆ? ସମୁଦ୍ର କୂଳରେ ନଡ଼ିଆ ଗଛ ହେବାର ସବୁଠାରୁ ବଡ଼ ବୈଜ୍ଞାନିକ କାରଣ ହେଉଛି ଏହାର ଫଳ ଏବଂ ମଞ୍ଜି । ନଡ଼ିଆର ବାହାର ପାଖ ଏତେ ଶକ୍ତ ଏବଂ ହାଲୁକା ହୋଇଥାଏ ଯେ, ଏହା ପାଣିରେ ନବୁଡ଼ି ସପ୍ତାହ ସପ୍ତାହ ଧରି ଭାସିପାରେ । ଯେତେବେଳେ କୌଣସି ପାଚିଲା ନଡ଼ିଆ ତଳେ ପଡ଼େ, ସମୁଦ୍ରର ଢେଉ ତାକୁ ନିଜ ସହ ଶହ ଶହ କିଲୋମିଟର ଦୂରକୁ ଭସାଇ ନେଇଯାଏ । ପାଣି ମାଧ୍ୟମରେ ମଞ୍ଜିର ଏଭଳି ବଂଶବିସ୍ତାର ପ୍ରକ୍ରିୟାକୁ ବିଜ୍ଞାନରେ ‘ହାଇଡ୍ରୋକୋରୀ’ କୁହାଯାଏ । ଆଶ୍ଚର୍ଯ୍ୟର କଥା ହେଉଛି, ଲୁଣି ପାଣିରେ ମାସ ମାସ ଧରି ଭାସିବା ପରେ ମଧ୍ୟ ନଡ଼ିଆ ଭିତରେ ଥିବା ମଞ୍ଜି କେବେ ନଷ୍ଟ ହୁଏନାହିଁ ଏବଂ ଯେମିତି ତାକୁ କୌଣସି ନୂଆ କୂଳ ବା ମାଟି ମିଳେ, ତାହା ଗଜା ହୋଇଯାଏ । ସୋଲାର ପ୍ୟାନେଲ୍ ଭଳି କାମ କରେ ପତ୍ର ନଡ଼ିଆ ଗଛର ବୃଦ୍ଧିରେ ସମୁଦ୍ର କୂଳରେ ମିଳୁଥିବା ପ୍ରଖର ସୂର୍ଯ୍ୟକିରଣର ବଡ଼ ଅବଦାନ ରହିଥାଏ । ଏହି ଗଛର ଲମ୍ବା ଏବଂ ମେଲାଇ ହୋଇଥିବା ପତ୍ରଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଏକ ପ୍ରାକୃତିକ ସୋଲାର ପ୍ୟାନେଲ୍ ଭଳି କାମ କରନ୍ତି । ଏହି ପତ୍ରଗୁଡ଼ିକ ଉପରେ ଯେତେ ପ୍ରଖର ଖରା ପଡ଼େ, ଗଛ ଭିତରେ ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟା ସେତେ ଶୀଘ୍ର ହୋଇଥାଏ । ସହରର ଘଞ୍ଚ ଜନବସତି କିମ୍ବା ପାହାଡ଼ର ଛାଇରେ ସେମାନଙ୍କୁ ଏଭଳି ଖୋଲା ସୂର୍ଯ୍ୟକିରଣ ମିଳିପାରେ ନାହିଁ, ସେଥିପାଇଁ ଏହି ଗଛ ଉପକୂଳର ବାଲିଆ ମାଟିରେ ଖୁବ୍ ଶୀଘ୍ର ବଢ଼ିଥାନ୍ତି । ବାଲି ଓ ଲୁଣି ପାଣି ସହ ରହିଛି ସମ୍ପର୍କ ନଡ଼ିଆ ଗଛ ବଢ଼ିବା ପାଇଁ କୌଣସି ଅଧିକ ଉର୍ବର କିମ୍ବା କଳା ମାଟିର ଆବଶ୍ୟକତା ନଥାଏ । ସମୁଦ୍ର କୂଳରେ ମିଳୁଥିବା ବାଲି ଏବଂ ଲୁଣି ପାଣି ଏହା ପାଇଁ ସବୁଠାରୁ ଉତ୍ତମ । ଏହି ଗଛର ଚେରଗୁଡ଼ିକର ଗଠନ ଏମିତି ହୋଇଥାଏ, ଯେଉଁଥିରେ ପାଣି ଜମି ରହେନାହିଁ, ବରଂ କେବଳ ଆର୍ଦ୍ରତା ବା ଓଦାଭାବ ରହିଥାଏ । ବାଲି ଯୋଗୁଁ ପାଣି ତୁରନ୍ତ ଛାଣି ହୋଇ ତଳକୁ ଚାଲିଯାଏ, ଯାହାଦ୍ୱାରା ଚେର ସଢ଼ିଯାଏ ନାହିଁ ଏବଂ ଗଛ ମାଟି ଭିତରୁ ଆବଶ୍ୟକୀୟ ଆର୍ଦ୍ରତା ଶୋଷିନିଏ । ଏହା ସହିତ ସମୁଦ୍ର ଢେଉ ନିଜ ସହ ଯେଉଁ ଖଣିଜ ଏବଂ ପୋଷକ ତତ୍ତ୍ୱ ଭସାଇ କୂଳକୁ ଆଣିଥାଏ, ତାହା ଏହି ବାଲିଆ ମାଟିକୁ ନଡ଼ିଆ ଗଛ ପାଇଁ ଅତ୍ୟନ୍ତ ପୁଷ୍ଟିକର କରିଦେଇଥାଏ ।

1 min read

ମହାନଦୀରେ ବନ୍ୟା ଜଳ ବଢିବାରେ ଲାଗିଛି – ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର, ୩୧୲୦୭: ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ଦୁର୍ଦ୍ଦଶା। ହଜାର ହଜାର ଲୋକେ ପାଣି ଘେରରେ। ଏହାକୁ ନେଇ ଶୁକ୍ରବାର ଲୋକ ସେବା ଭବନରେ ବନ୍ୟାସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।  ବନ୍ୟା ପ୍ରଭାବିତ ଜିଲ୍ଲାପାଳମାନଙ୍କ ସହ ମନ୍ତ୍ରୀ ଆଲୋଚନା କରିଛନ୍ତିା ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଏସଆରସି ଉପସ୍ଥିତ ଅଛନ୍ତି। ଏହାସହ ପାଣିପାଗ ବିଜ୍ଞାନ କେନ୍ଦ୍ର, ଜଳସମ୍ପଦ ବିଭାଗ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି।  ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇ କହିଛନ୍ତି, ଏବେ ମହାନଦୀରେ ୮ ଲକ୍ଷ ୬୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ବର୍ଷା ପାଇଁ ଆଲର୍ଟ ଜାରି ହୋଇଛି। ମହାନଦୀରେ ବନ୍ୟା ଜଳ ବଢିବାରେ ଲାଗିଛି। ମହାନଦୀକୁ ଛାଡ଼ିଦେଲେ ବାକି ସବୁ ନଦୀ ବିପଦ ସଙ୍କେତ ତଳେ ରହିଛି। କେବଳ ମହାନଦୀର ଜଳସ୍ତର ବଢୁଛି।  ଏବେ ମହାନଦୀରେ ୮ ଲକ୍ଷ ୬୫ ହଜାର କ୍ୟୁସେକ ଜଳ ପ୍ରବାହିତ’। ‘ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ କଟକକୁ ଆଲର୍ଟ କରାଯାଇଛି। ଯାଜପୁରରେ ସର୍ବାଧିକ ଘାଇ ହୋଇଛି। ଏବେ ପାଗ ପ୍ରାୟତଃ ଶୁଖିଲା ଅଛି, କାଲି ବି ୨/୩ ଜିଲ୍ଲାରେ ଅଳ୍ପ ବର୍ଷା ହେବ। ତେଣୁ ଆସନ୍ତା ୨୪ ଘଣ୍ଟାରେ ସ୍ଥିତିରେ ଅନେକ ସୁଧାର ଆସିବ। ‘ବନ୍ୟା ପାଣି କମିବା ପର୍ଯ୍ୟନ୍ତ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯିବ। କ୍ଷୟକ୍ଷତି ରିପୋର୍ଟ ଆସିଲେ ସଙ୍ଗେ ସଙ୍ଗେ କ୍ଷତିପୂରଣ ଦିଆଯିବ। ସରକାରଙ୍କୁ ସହଯୋଗ କରନ୍ତୁ, ବିପଦ ଟଳିଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ। ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ବନ୍ୟାରେ ଏଯାଏଁ ୧୫ଟି ଜିଲାର ୫୭ ବ୍ଲକ ପ୍ରଭାବିତ ହୋଇଛି। ପ୍ରାୟ ୭ ଲକ୍ଷ ଲୋକେ ପ୍ରଭାବିତ ହେଲେଣି। ୫୭ ବ୍ଲକର ୪୪୬ ପଞ୍ଚାୟତ, ୧୩୬୨ ଗାଁ ଓ ୧୧ ପୌରାଞ୍ଚଳ ପ୍ରଭାବିତ ହୋଇଛି। ମୋଟ ୧୫ଟି ଜିଲା ବନ୍ୟା ପ୍ରଭାବିତ ହୋଇଥିବା ବେଳେ ୧୫ଟି ବିପଦମୁକ୍ତ ରହିଛନ୍ତି। ଜଳବନ୍ଦୀ ଅବସ୍ଥାରେ ୨ଲକ୍ଷ ୬୮ ହଜାର ୯୪୩ ଜଣ ଅଛନ୍ତି। ୨୧ ହଜାର ୩୮୦ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛନ୍ତି ଓ ୭୦୦ ଘର ଭାଙ୍ଗିଛି। ୬୪୭ ରିଲିଫ ସେଣ୍ଟର ଖୋଲାଯାଇଛି।

1 min read

ଜାତୀୟ କୃମି ନାଶକ ଦିବସ ଅଗଷ୍ଟ ୨୦୨୬ରାଉଣ୍ଡ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ।

ଦେବଗଡ଼,୩୧୲୦୭: ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ସଂଘମିତ୍ରା ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ  ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ  ଜାତୀୟ କୃମି ନାଶକ ଦିବସ ଅଗଷ୍ଟ  ୨୦୨୬ରାଉଣ୍ଡ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କୃମି ଏକ ଜନସ୍ବାସ୍ଥ୍ୟ ସମସ୍ୟା  ଯାହା ପିଲାମାନଙ୍କ ଠାରେ ରକ୍ତ ହୀନତା ଏବଂ ଅଭିବୃଦ୍ଧି ରେ ବାଧକ ସୃଷ୍ଟି କରିଥାଏ ତେଣୁ ଏହାକୁ ମୂଳତ୍ପାଟନ କରିବା ଉଦ୍ଦେଶ୍ୟରେ ଆସନ୍ତା ଅଗଷ୍ଟ ୧୦ […]