zilla khabar
ଜାତୀୟ କୃମି ନାଶକ ଦିବସ ଅଗଷ୍ଟ ୨୦୨୬ରାଉଣ୍ଡ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ।
ଦେବଗଡ଼,୩୧୲୦୭: ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ସଂଘମିତ୍ରା ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଜାତୀୟ କୃମି ନାଶକ ଦିବସ ଅଗଷ୍ଟ ୨୦୨୬ରାଉଣ୍ଡ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କୃମି ଏକ ଜନସ୍ବାସ୍ଥ୍ୟ ସମସ୍ୟା ଯାହା ପିଲାମାନଙ୍କ ଠାରେ ରକ୍ତ ହୀନତା ଏବଂ ଅଭିବୃଦ୍ଧି ରେ ବାଧକ ସୃଷ୍ଟି କରିଥାଏ ତେଣୁ ଏହାକୁ ମୂଳତ୍ପାଟନ କରିବା ଉଦ୍ଦେଶ୍ୟରେ ଆସନ୍ତା ଅଗଷ୍ଟ ୧୦ […]
ଯାଜପୁର ଜିଲ୍ଲାରେ ବନ୍ୟା ର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ ସହ ଶୁଖିଲା ଓ ରନ୍ଧା ଖାଦ୍ୟ ବଣ୍ଟନ
ଯାଜପୁର ଜିଲ୍ଲାରେ ବନ୍ୟା ଜନିତ ସ୍ଥିତି ନିମନ୍ତେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ଅଧିକାରୀମାନଙ୍କ ସହିତ ଆଭାସୀ ମାଧ୍ୟମରେ ସମୀକ୍ଷା କରିଥିଲେ। ବନ୍ୟା ସ୍ଥିତି ତଦାରଖ କରିବା ନିମନ୍ତେ ରାଜ୍ୟ ସରକାର ଙ୍କ ତରଫରୁ ବରିଷ୍ଠ ଅଧିକାରୀ, ଅବକାରୀ ବିଭାଗ କମିଶନର , ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ, ଆଇ.ଏ.ଏସ, ଗତକାଲି ଯାଜପୁର ଜିଲ୍ଲାରେ ଯୋଗ ଦେବା ସହ ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡିକୁ ପରିଦର୍ଶନ କରି ସମୀକ୍ଷା କରିଥିଲେ […]
ଖରାପ ପାଗ ପାଇଁ ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି ବନ୍ଦ ଘୋଷଣା
ଭଦ୍ରକ, ୨୮୲୭: ଜିଲ୍ଲାରେ ଜାରି ରହିଥିବା ପ୍ରବଳ ବର୍ଷା ଓ ସାମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତାକାଲି (ବୁଧବାର) ଭଦ୍ରକ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଏହି ନିୟମ ଜିଲ୍ලାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ (ପ୍ରାଇଭେଟ୍) ସ୍କୁଲ୍ ପାଇଁ ସମାନ […]
ହରଭଙ୍ଗା ଗ୍ରାମରେ ସାପ କାମୁଡ଼ାରେ ମୃତ ଯୁବକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର
ବୌଦ୍ଧ, ୨୪/୭: ଶୁକ୍ରବାର ଦିନ ୧ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ହରଭଙ୍ଗା ଗ୍ରାମରେ ସାପ କାମୁଡ଼ାରେ ମୃତ ଯୁବକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରା ଯାଇଛି l ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ଗ୍ରାମର ରମାକାନ୍ତ ଦୀପଙ୍କ ପୁଅ ରାଧାକାନ୍ତ ଗୁରୁବାର ରାତିରେ ନିଜ ଘରେ ଶୋଇଥିବା ବେଳେ ପ୍ରାୟ ରାତି ୩ଟା ସମୟରେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ହରଭଙ୍ଗା […]
ଅସ୍ତରଙ୍ଗରେ ମଦ ମାଫିଆଙ୍କ ରାଜ୍: ଥାନା ସାମ୍ନାରେ ଚୋରା ଚାଲାଣ, ପୋଲିସ ଓ ଅବକାରୀ ବିଭାଗ ନିଷ୍କ୍ରିୟ
ଅସ୍ତରଙ୍ଗ: ୨୩/୦୭: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଏବେ ମଦ ମାଫିଆଙ୍କ ପ୍ରାଦୁର୍ଭାବରେ କବଳିତ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଅସ୍ତରଙ୍ଗ ମୁଖ୍ୟ ବଜାର ଆଜି ନିଶା କାରବାରର ଏକ ବଡ଼ ଆଡ୍ଡା ସ୍ଥଳୀରେ ପରିଣତ ହୋଇଛି, ଯାହା ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତିକୁ ବିପନ୍ନ କରୁଛି। ସରକାରୀ ନିୟମକୁ ଖୁଲମଖୁଲ୍ଲା ଉଲ୍ଲଂଘନ ବଜାରର ମୁଖ୍ୟ ପ୍ରବେଶ ପଥରେ ସରକାରୀ ସ୍ୱୀକୃତି ପ୍ରାପ୍ତ ବିଦେଶୀ ମଦ ଦୋକାନ (ତ୍ରିଭୁଜ ଆକୃତି) ଅବସ୍ଥିତ। ଏପରିକି, ସାପ୍ତାହିକ ହାଟ ଭିତରେ […]
ବିଦ୍ୟାଳୟ ନୂତନ ପରିଚାଳନା କମିଟି ଗଠନ, ସୁଧାକର ହେଲେ ସଭାପତି
ଧାମନଗର, ୨୩/୦୭:ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଞ୍ଚାୟତର ପଳିକିରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପରିସରରେ ଗୁରୁବାର ଅପରାହ୍ନ ବିଦ୍ୟାଳୟ ନୂତନ ପରିଚାଳନା କମିଟି ଗଠନ ହୋଇଯାଇଛି।ଚୟନ ହେବାକୁ ଥିବା ନୂତନ ପରିଚାଳନା କମିଟି ବୈଠକରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିରାକାର ରାଉତ ଅଧ୍ୟକ୍ଷତା କରିଥିବା ବେଳେ ସିଆରସିସି ମୋଜାଫର ହୋସେନ ଓ ଅନନ୍ତ କେଶରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ସିଂହ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ। ଏଥିସହ […]
